Publicidade

Neemias 7

1 ପାଚୁରି ତିଆର୍ ଅଇଲାକେ, ମୁଇ କାପାଟ୍ ସବୁ ପାକାଇଲି, ଆରି ବାଟ୍ ଜାଗୁଆଲ୍ ଆରି ଗିତ୍ କଇବା ଲକ୍ ଆରି ଲେବିଅମନ୍ ବାଚି ଅଇଲାଇ । 2 ସେଟାର୍‌ପାଇଁ ମୁଇ ନିଜର୍‌ ବାଇ ଅନାନିକେ ଆରି ଦୁର୍‌ଗର୍‌ ସାସନ୍‌ କାରିଆ ଅନାନିକେ ଜିରୁସାଲମ୍‌କେ ସାସନ୍‌ କର୍‌ବାକେ ବାଚ୍‌ଲି; କାଇକେବଇଲେ ଅନାନିଅ ଗଟେକ୍‌ ବିସ୍‌ବାସ୍‌ ଲକ୍‌ ରଇଲା ଆରି ସେ ବେସି ଲକର୍‌ ଟାନେ ଅନି ଅଦିକ୍‌, ପର୍‌ମେସର୍‌କେ ଡର୍‌ତେ ରଇଲା । 3 ଆରି, ମୁଇ ସେମନ୍‌କେ କଇଲି, ବେଲ୍‌ ନ ଉଦ୍‌ବା ଜାକ ଜିରୁସାଲମର୍‌ କାପାଟ୍‌ମନ୍‌ ନ ଉଗାଡା; ଲକ୍‌ମନ୍‌ ଜାଗୁଆଲ୍‌ କାମ୍ କର୍‌ବାକେ ଟିଆଅଇଲା ବେଲେ କାପାଟ୍‌ମନ୍‌ ସବୁ ଡାବି ଦେବାଇ, ଆରି ତମେ ତେଇର୍ ଗାଡା ଦିଆସ୍, ଆରି ତମେ ଜିରୁସାଲମେ ବାସାଅଇ ରଇଲା ଲକ୍‌ମନ୍‌କେ ଜାଗୁଆଲ୍ ଅଇବାକେ ଡାକିକରି ବାଚ୍‌ସା, ସେମନ୍‌ ସବୁଲକ୍‌ ନିଜର୍‌ ନିଜର୍‌ ଜାଗାଇ ରଅତ୍ ଆରି ସବୁଲକ୍‌ ନିଜର୍‌ ନିଜର୍‌ ଗର୍‌ ମୁଆଟେ ରଅତ୍ ।

ବିନ୍ ଦେସେ ଅନି ବାଉଡି ରଇବା ଲକର୍ ତାଲିକା

4 ନଅଁରର୍ ବେସି ଅସାର୍ ରଇଲା ଆରି ବଡ୍‌ ରଇଲା; ମାତର୍ ତେଇ ଉନା ଲକ୍ ରଇଲାଇ ଆରି ସବୁ ଗର୍‌ମନ୍ ତିଆର୍ ନ ଅଇ ରଇଲା। 5 ତାର୍‌ପଚେ ପିଡି ଇସାବେ ଏଜାଇ ଅଇବାପାଇ ସେବା କାମ୍‌ କରୁମନ୍‌କେ ଆରି ମୁକିଆ ମନ୍‌କେ ଆରି ଲକ୍‌ମନ୍‌କେ ଟୁଲିଆଇ ବାକେ ମର୍ ପର୍‌ମେସର୍ ମର୍‌ମନେ ଜାନାଇଲା। ଆରି ଜନ୍‌ ଲକ୍‌ମନ୍ ପର୍‌ତୁମେ ଆଇଲାଇ, ସେମନର୍, ବଁସ୍‌ ତାଲିକାର୍ ବଇପାଇଲି, ତେଇ ଏନ୍ତାରି ବଲିକରି ଲେକାଅଇ ରଇବାଟା ଦେକ୍‌ଲି,କଇବାକେ ଗାଲେ। 6 ଜନ୍‌ ଲକ୍‌ମନ୍ ବନ୍ଦି ଅନୁସାରେ ବାଚାଜାଇ ରଇଲାଇ, ସେମନର୍ ବିତ୍‌ରେ ଅନି ଏ ପର୍‌ଦେସିଆ ପିଲାମନ୍‌ ସବୁଲକ୍ ଜିରୁସାଲମ୍ ଆରି ଜିଉଦାଇ ରଇବା ନିଜର୍‌ ନିଜର୍ ନଅଁରେ ବାଉଡି ଆଇଲାଇ, ବାବିଲର୍ ରାଜା ନବ୍‌କୁଦ୍‌ନିସ୍‌ଚର୍ ଏମନ୍‌କେ ନେଇରଇଲା; 7 ଏମନ୍ ଜିରୁବାବିଲ୍, ଜେସୁଅ, ନିଇମିଆ, ଅସ୍‌ରିଅ, ରଅମା, ନଅମାନି, ମର୍‌ଦକଇ, ବିଲ୍‌ସନ୍‌, ମିସ୍‌ପର୍, ବିଗ୍‌ବଇ, ନଉମ, ବାନାସଙ୍ଗ୍ ବାଉଡି ଆଇଲାଇ। ଇସ୍‌ରାଏଲର୍ ବଁସର୍ ମୁନୁସ୍ ପିଲାର୍ ସକିଆ ଏଟା, 8 ପରିଅସର୍ ପିଲାମନ୍‌ ଦୁଇଅଜାର୍ ସଏ ସତୁରି ଦୁଇ ଲକ୍। 9 ସପଟିଅର୍ ପିଲାମନ୍‌ ତିନିସ ସତୁରି ଦୁଇ ଲକ୍। 10 ଆରଅର୍ ପିଲାମନ୍‌ ଚଅସ ପଚାସ୍ ଦୁଇଲକ୍। 11 ଜେସୁଅର୍ ଆରି ଜଆବର୍ ପିଲାମନ୍‌ ମନର୍ ବିତ୍‌ରେ ଅନି ପଅତ୍ ମଆବରର୍ ପିଲାମନ୍‌ ଦୁଇଅଜାର୍ ଆଟ୍‌ସ ଅଟ୍‌ର ଲକ୍ 12 ଏଲମର୍ ପିଲାଜମନ୍‌ ଏକ୍ଅଜାର୍ ଦୁଇସ ପଚାସ୍ ଚାର୍ ଲକ୍। 13 ସତୁର୍ ବଁସର୍‌ ପିଲାମନ୍‌ ଆଟ୍‌ସ ଚାଲିସ୍ ପାଁଚ୍ ଲକ୍ । 14 ସକଅର୍ ପିଲାମନ୍ ସାତ୍ ସ ସାଟେ ଲକ୍ । 15 ବିନୁଇର୍ ପିଲାମନ୍ ଚଅ ସଅ ଚାଲିସ୍ ଆଟ ଲକ୍‌ । 16 ବେବଅର୍ ପିଲାମନ୍ ଚଅ ସଅ ଅଟେଇସ୍ ଲକ୍ । 17 ଅସ୍‌ଗଦର୍ ଦୁଇ ଅଜାର୍ ତିନ୍ ସଅ ବାଇସ୍ ଲକ୍ । 18 ଅଦ୍‌ନିକାମର୍ ପିଲାମନ୍ ଚଅ ସଅ ସତ୍‌ସଟି ଲକ୍ । 19 ବିଗ୍‌ବଇର୍ ପିଲାମନ୍ ଦୁଇ ଅଜାର୍ ସତ୍‌ସଟି ଲକ୍ । 20 ଆଦିନର୍ ପିଲାମନ୍ ଚଅ ସଅ ପଞ୍ଚାବନ୍ ଲକ୍ । 21 ଇଜକିଅର୍ ବଁସ୍‌ ଅନି ଆଟେରର୍ ପିଲାମନ୍ ଅଟାନବେ ଲକ୍ । 22 ଅସୁମର୍ ପିଲାମନ୍ ତିନ୍ ସଅ କଡେ ଆଟ୍ ଲକ୍ । 23 ବେତ୍‌ସଅର୍ ପିଲାମନ୍ ତିନ୍ ସଅ କଡେ ଚାରି ଲକ୍ । 24 ଆରିପର୍ ପିଲାମନ୍ ସଏ ବାର ଲକ୍ । 25 ଗିବିଅନ୍‌ର ପିଲାମନ୍ ନବେ ପାଞ୍ଚ ଲକ୍ । 26 ବେତେଲିଇମ୍ ଆରି ନଟପାର୍ ଲକ୍ ସଏ ଅସେ ଆଟ ଲକ୍ । 27 ଅନାତତର୍ ଲକ୍ ସଏ କଡେ ଆଟ୍‌ ଲକ୍ । 28 ବେତ୍ ଅସ୍‌ମାବତର୍ ଲକ୍ ଚାଲିସ୍ ଦୁଇ ଲକ୍ । 29 କିରିଅତ ଜିଆରିମର୍, କପିରାର୍ ଆରି ବେରତର୍‌ ଲକ୍ ସାତ ସଅ ଚାଲିସ୍ ତିନ୍ ଲକ୍ । 30 ରାମା ଆରି ଗେବାର୍ ଲକ୍ ଚଅ ସଅ ଏକଇସ୍ ଲକ୍ । 31 ମିକ୍‌ମସ୍ ଲକ୍ ସଏ ବାଇସ୍ ଲକ୍ । 32 ବେତେଲ୍ ଆରି ଅଇର୍ ଲକ୍ ସଏ ତେଇସ୍ ଲକ୍ । 33 ଅଲ୍‌ଗା ନବର୍ ଲକ୍ ପଚାସ ଦୁଇ ଲକ୍ । 34 ଅଲ୍‌ଗା ଏଲମର୍ ପିଲାମନ୍ ଏକ୍ ଅଜାର୍ ଦୁଇ ସଅ ପଚାସ୍ ଚାରି ଲକ୍ । 35 ଆରିମର୍ ପିଲାମନ୍ ତିନ୍ ସଅ କଡେ ଲକ୍ । 36 ଜିରିଅର୍ ପିଲାମନ୍ ତିନ୍ ସଅ ଚାଲିସ୍ ପାଞ୍ଚ୍‌ ଲକ୍ । 37 ଲଦ୍‌, ଆଦିଦ୍ ଆରି ଅନର୍ ପିଲାମନ୍ ସାତ୍ ସଅ କଡେ ଏକ୍‌ ଲକ୍‌ । 38 ସନାଆର୍‌ ପିଲାମନ୍ ତିନ୍ ଅଜାର୍ ନଅ ସଅ ତିରିସ୍ ଲକ୍ । 39 ଜାଜକ୍‌ମନର୍ ସକିଆ; ଜେସୁଅ ବଁସର୍ ଜିଦଇଅର୍ ପିଲାମନ୍ ନଅ ସଅ ସତୁରି ତିନ୍ ଲକ୍ । 40 ଇମେରର୍ ପିଲାମନ୍ ଏକ୍ ଅଜାର୍ ପଚାସ୍ ଦୁଇଲକ୍ । 41 ପସ୍‌ଉରର୍ ପିଲାମନ୍ ଏକ୍ ଅଜାର୍ ଦୁଇ ସଅ ଚାଲିସ୍ ସାତ୍ ଲକ୍ । 42 ଆରିମର୍ ପିଲାମନ୍ ଏକ୍ ଅଜାର୍ ସତ୍‌ର ଲକ୍‌ । 43 ଲେବିଅ ମନର୍‌ ସଙ୍କିଆ; ଏଦବାର୍‌ ପିଲାମନର୍‌ ବିତ୍‌ରେ ଅନି ଜେସୁଅର୍‌, କଦ୍‌ମିଏଲର୍‌ ପିଲାମନ୍‌ ସତୁରି ଚାର୍‌ ଲକ୍‌ । 44 ଗିତ୍ ଗାଇବା ଲକର୍ ସଙ୍କିଆ; ଆସପର୍‌ ପିଲାମନ୍‌ ଏକ୍‌ ସଅ ଚାଲିସ୍‌ ଆଟ୍‌ ଲକ୍‌ । 45 ଦୁଆର୍‌ ଜାଗୁମନର୍‌ ସଁକିଆ; ସଲୁମର୍‌ ପିଲାମନ୍‌ ଆଟରର୍‌ ପିଲାମନ୍‌, ଟଲେମାନର୍‌ ପିଲାମନ୍‌, ଆକୁବର ପିଲାମନ୍‌, ଅଟିଟାର୍‌ ପିଲାମନ୍‌, ସବଅର୍‌ ପିଲାମନ୍‌ ସଏ ତିରିସ୍‌ ଆଟ୍‌ ଲକ୍‌ । 46 ମନ୍ଦିରେ ସେବା କାମ୍ କରୁମନର୍ ସଁକିଆ; ସିଅର୍‌ ପିଲାମନ୍‌, ଅସୁପାର୍‌ ପିଲାମନ୍‌, ଟବାଅତର୍‌ ପିଲାମନ୍‌; 47 କରସର୍‌ ପିଲାମନ୍‌, ସିଅର୍‌ ପିଲାମନ୍‌, ପାଦନର୍‌ ପିଲାମନ୍‌; 48 ଲବାନାର୍ ପିଲାମନ୍, ଅଗାବର୍‌ ପିଲାମନ୍, ସଲ୍‌ମଅର୍ ପିଲାମନ୍; 49 ଆନ୍‌ନର୍ ପିଲାମନ୍, ଗିଦେଲର୍ ପିଲାମନ୍, ଗଅରର୍ ପିଲାମନ୍; 50 ରାୟାର୍ ପିଲାମନ୍, ରତ୍‌ସିନର୍ ପିଲାମନ୍, ନକଦର୍ ପିଲାମନ୍; 51 ଗସମର୍ ପିଲାମନ୍, ଉସର୍ ପିଲାଜିଲା, ପାସେଅର୍ ପିଲାମନ୍; 52 ବେସଇଅର୍‌ ପିଲାମନ୍, ମିଉନିମର୍ ପିଲାମନ୍, ନପୁସିମର୍ ପିଲାମନ୍ ; 53 ବକ୍‌ବୁକର୍‌ ପିଲାମନ୍, ଅକୁପାର୍ ପିଲାମନ୍, ଅଉରର୍ ପିଲାମନ୍; 54 ବସ୍‌ଲୁତ୍‌ର୍‌ ପିଲାମନ୍, ମଇଦାର୍‌ ପିଲାମନ୍,ଅର୍‌ସାର୍‌ ପିଲାମନ୍; 55 ବର୍‌କସର୍‌ ପିଲାମନ୍, ସିସରାର୍ ପିଲାମନ୍‌, ତେମଅର୍ ପିଲାମନ୍; 56 ନତ୍‌ସିଅର୍ ପିଲାମନ୍, ଅଟିପାରର୍ ପିଲାମନ୍ । 57 ସଲମନର୍ ଦାସ୍‌ମନର୍ ସଁକିଆ; ସଟଇର୍ ପିଲାମନ୍, ସପେରତର୍‌ ପିଲାମନ୍‌, ପରିଦାରର୍ ପିଲାମନ୍; 58 ଜାଲାର୍ ପିଲାମନ୍, ଦର୍‌କଣର୍‌ ପିଲାମନ୍, ଗିଦେଲର୍‌ ପିଲାମନ୍; 59 ସପଟିଅର୍ ପିଲାମନ୍, ଅଟିଲାର୍ ପିଲାମନ୍, ପକେରତ୍ଅତ୍‌ ସବାଇମର୍ ପିଲାମନ୍, ଆମନର୍ ପିଲାମନ୍ ।

60 ସର୍‌ତେ ମନ୍ଦିର୍ ସେବା କାମ୍ କର୍‌ବା ଲକ୍‌ମନ୍ ଆରି ସଲ୍‌ମନର୍ ଦାସ୍‌ମନର୍ ପିଲାମନର୍ ସଙ୍କିଆ ତିନ୍‌ ସଅ ନବେ ଦୁଇ ଲକ୍ । 61 ଆରି, ତେଲମେଲଅ, ତେଲଅର୍‌ସା, କରୁବ, ଅଦନ୍ ଆରି ଇମେର୍, ଏ ସବୁ ଜାଗାଇ ଅନି ଲକ୍‌ମନ୍ ଆଇଲାଇ; ମାତର୍ ସେମନ୍ ଇସ୍‌ରାଏଲର୍ ଲକ୍ ବଲି ନିଜର୍ ନିଜର୍ ଆନିଦାଦିମନର୍ ବଁସ୍‌ ଆରି ଗସ୍‌ଟିର୍ ପର୍‌ମାନ୍ ଦେକାଇ ନାପାର୍‌ଲାଇ; ସେ ଲକ୍‌ମନ୍ ଅଇଲାଇନି, 62 ଦଲାଇଅର୍ ପିଲାମନ୍, ଟବିଅର୍ ପିଲା, ନକଦରର୍‌ପିଲା, ଚଅ ସଅ ଚାଲିସ୍ ଦୁଇ ଲକ୍ । 63 ଜାଜକ୍‌ମନର୍ ବିତ୍‌ରେ ଅନି ଅବାଇଅରର୍ ପିଲାମନ୍, ଅକସରର୍ ପିଲାମନ୍, ବର୍‌ସିଲଇର୍ ପିଲାମନ୍, ଏ ବର୍‌ସିଲଇଅ ଗିଲିଅଦିଅ ବର୍‌ସିଲଅର୍ ଗଟେକ୍ ଟକିକେ ବିବା କର୍‌ବାକେ ତାର୍ ନାଉଁ ଇସାବେ ଡାକ୍‌ପୁଟା ଅଇ ରଇଲା । 64 ଏମନ୍ ବଁସର୍ ତାଲିକା ଅନୁସାରେ ଏଜ୍‌ବା ଲକ୍‌ମନର୍ ବିତ୍‌ରେ ଅନି ନିଜର୍ ବଁସର୍ ତାଲିକା ଚିଟି କଜ୍‌ଲାଇ, ମାତର୍ ମିଲାଇ ନାପାର୍‌ଲାଇ; ତେବେ ସେମନ୍ ଅସୁକଲ୍‌ ଏଜାଇ ଅଇ ଜାଜକ୍ ପଦ୍ ଦେଅତ୍ ନାଇ । 65 ଆରି, ସାସନ୍ କାରିଆ ସେମନ୍‌କେ କଇଲାଜେ, ଉରିମ୍ ଆରି ତୁମିମ୍‌ଦାରି ଜାଜକ୍ ନ ଉବଜ୍‌ବା ଜାକ ତମେ ସୁକଲ୍ ଜିନିସ୍ କାଇ ନାପାରାସ୍ ।

66 ଆରି, ଗଟେକ୍ ଲଗେ ସବୁ ସମାଜ୍ ଚାଲିସ୍ ଦୁଇ ଅଜାର୍ ତିନ୍ ସଅ ସାଟେ ଲକ୍ । 67 ଏଟା ଚାଡି ସେମନର୍ ଦାସ୍‌ଦାସି ସାତ୍ ଅଜାର୍ ତିନ୍ ସଅ ତିରିସ୍ ସାତ୍ ଲକ୍ ରଇଲାଇ; ଆରି, ସେମନର୍‌ ଦୁଇ ସଅ ଚାଲିସ୍ ପାଞ୍ଚ ଲକ୍ ଗିତ୍ କଇବା ପିଲାମନ୍ ଆରି ଗିତ୍ ଇବା ଟକିମନ୍ ରଇଲାଇ । 68 ସେମନର୍ ସାତ୍‌ ସଅ ତିରସ୍ ଚଅ ଗଡା; ଦୁଇ ସଅ ଚାଲିସ୍ ପାଞ୍ଚ୍‌ଟା ମାଇ ଗଡା; 69 ଚାର୍ ସଅ ତିରିସ୍ ପାଞ୍ଚ୍‌ଟା ଉଁଟ୍; ଚଅ ଅଜାର୍ ସାତ୍ ସଅ କଡେଟା ଗଦମନ୍ ରଇଲାଇ । 70 ଆରି, ବାବାର୍ ବଁସର୍ ମୁକିଅ ମନର୍ ବିତ୍‌ରେ ଅନି କେକେ ସେ କାମର୍ ପାଇ ଦାନ୍ କଲାଇ । ସାସନ୍ କାରିଆର୍ ଗରେଅନି ଡାରିକ୍ ନାଅଁର୍ ଅଜାର୍‌ଟା ସୁନା, ପଚାସ୍‌ଟା କୁଡ୍‌କା, ପାଞ୍ଚ୍ ସଅ ତିରିସ୍ ଜାଜକର୍ ବସ୍‌ତର୍ ଦେଲା । 71 ଆରି, ବାବାର୍ ବଁସର୍‌ କେତେକ୍ ମୁକିଅ ଲକ୍ ପାର୍‌ତନା ଗରେ ଡାରିକ୍‌ କଇବାକେ ଗାଲେ ତିନ୍ ଅଜାର୍ ଚାରିସ ଟାଙ୍ଗାର୍ ମୁଲିଅର୍ କଡେ ଅଜାର୍ ସୁନା ଆରି ଦୁଇ ଅଜାର୍ ଦୁଇ ସଅ ପାଉଣ୍ଡ୍ ରୁପା ଦେଲାଇ । 72 ଅଲ୍‌ଗା ଲକ୍ ସବୁ ଡାରିକ୍ ବଇଲେ ତିନ୍ ଅଜାର୍ ଚାରିସ ଟାଙ୍ଗାର୍ ମୁଲିଅର୍ କଡେ ଅଜାର୍‌ଟା ସୁନାର୍‌ ମୁଦ୍‌ରା ଆରି ଦୁଇ ଅଜାର୍ ପାଉଣ୍ଡ୍ ରୁପା ଆରି ସାଟେ ସାତ୍‌ଟା ଜାଜକ୍‌ମନର୍ ବସ୍‌ତର୍ ଦେଲାଇ । 73 ତାର୍‌ପଚେ ଜାଜକ୍‌ମନ୍ ଆରି ଲେବିଅମନ୍ ଆରି ଜାଗୁଆଲ୍‌ମନ୍ ଆରି ଗିତ୍ ଗାଇବା ଲକମନ୍, ଆରି କେତେକ୍ ଲକମନ୍ ଆରି ପାର୍‌ତନାଗରେ ଲଗେ କାମ୍‌କରୁମନ୍ ଆରି ସବୁ ଇସ୍‌ରାଏଲ୍ ନିଜର୍ ନିଜର୍‌ ନଅଁରେ ବାସା କଲାଇ । ତାର୍‌ପଚେ ସାତ୍ ମାସ୍ ଅଇଲାକେ, ଆରି ଇସ୍‌ରାଏଲର୍‌ ପିଲାମନ୍ ନିଜର୍ ନଅଁରେ ରଇଲାଇ ।

Veja também

Publicidade
Neemias
Ver todos os capítulos de Neemias
Bíblia Online Bíblia Online

Bíblia Online • Versão: 2026-06-16_06-50-08-