1 ଆରି, ଲକ୍ମନର୍ ମୁକିଆଲକ୍ ଜିରୁସାଲାମେ ବାସା କଲାଇ; ଅଇଲେ ମିସା ରଇଲା କେତେକ୍ ଲକ୍ମନ୍ ସୁକଲ୍ ନଗର୍ ଜିରୁସାଲାମେ ବାସା କର୍ବାକେ ଦସ୍ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ସେ ଜାଗାଇ ଆନ୍ବାକେ ଆରି ବିନ୍ ନଅର୍ ଲକ୍କେ ବିନ୍ ନଗରେ ବାସା କର୍ବାକେ କେଡ୍ପୁଟାଇଲାଇ । 2 ଆରି, ଜନ୍ ଲକ୍ମନ୍ ଜିରୁସାଲାମେ ବାସା କର୍ବାକେ ମନ୍ କରି ନିଜ୍କେ ସର୍ପି ଅଇଲା, ଲକ୍ମନ୍ ସେମନର୍ ଦନିଅବାଦ୍ କଲାଇ । 3 ସେ ଦେସେ ଏ ନେତାମନ୍ ଜିରୁସାଲାମେ ବାସା କଲାଇ; ମାତର୍ ଜିଉଦାର୍ ବିନ୍ବିନ୍ ନଅଁରର୍ ଲକ୍ମନ୍, ଆରି, ଇସ୍ରାଏଲ୍ ଜାଜକ୍ମନ୍ ଆରି ଲେବିଅମନ୍, ମନ୍ଦିରେ ସେବା କାମ୍ କରୁମନ୍ ଆରି ସଲ୍ମନର୍ ଦାସ୍ମନର୍ ପିଲାମନ୍ ସର୍ତେ ନିଜର୍ ନିଜର୍ ଅଦିକାରେ ନିଜର୍ ନିଜର୍ ନଗରେ ବାସା କଲାଇ ।
4 ଆରି ଜିଉଦାର୍ ପିଲାମନର୍ ବିତ୍ରେଅନି ଆରି ବିନିଆମିନର୍ ପିଲାମନର୍ ବିତ୍ରେଅନି କେତେଲକ୍ ଜିରୁସାଲାମେ ବାସା କଲାଇ । ଜିଉଦାର୍ ପିଲାମନର୍ ବିତ୍ରେଅନି ଉସିଅର୍ ପିଲା ଅତାଇଅ, ସେ ଉସିଅ ଜିକରିଅର୍ ପିଲା, ଜିକରିଅ ଅମରିଅର୍ ପିଲା, ଅମରିଅ ସପଟିଅର୍ ପିଲା, ସପଟିଅ ମଅଲଲେଲର୍ ପିଲା, ମଅଲଲେଲ୍ ପେରସର୍ ପିଲାମନର୍ ବିତ୍ରେଅନି ଗଟେଲକ୍;
5 ଆରି, ବାରୁକର୍ ପିଲା ମାସେଅ, ସେ ବାରକ କଲଅସିର୍ ପିଲା, କଲଅସି ଅସାଇଅ ଅଦାୟାର୍ ପିଲା, ଆଦାଇଆ ଜଇଆରିବ୍ରର୍ ପିଲା, ଜଆରିବ୍ ଜିକରିଅରର୍ ପିଲା, ଜିକରିଅ ସିଲନିର୍ ପିଲା,
6 ପେରସର୍ ପିଲା ପାକାପାକି ଚାର୍ ସ ସାଟେ ଆଟ୍ ଲକ୍ ସେ ବପୁ ରଇବା ଲକ୍ ଜିରୁସାଲାମେ ବାସା ଅଇଲାଇ ।
7 ବିନିଆମିନ୍ର୍ ପିଲାମନ୍, ଅଇଲାଇନି, ମସୁଲମର୍ ପିଲା ସଲୁ, ସେ ମସୁଲମ୍ ଜଏଦ୍ରର୍ ପିଲା, ଜଅଦ୍ ପଦାଅର୍ ପିଲା, ପଦାଅ କଲାଆର୍ ପିଲା, କଲାଆ ମାସେଅର୍ ପିଲା, ମାସେଅ ଇତିଏଲର୍ ପିଲା, ଇତିଏଲ୍ ଜିସାଆଅର୍ ପିଲା।
8 ଆରି, ତାକେ ଚାଡି ଗବଇ, ସଲ୍ଇ ପିଲା ସ କଡେ ଆଟ୍ ଲକ୍ । 9 ଆରି, ସିକ୍ରର୍ ପିଲା ଜଏଲ୍ ସେମନର୍ ମୁକିଆ ରଇଲା ଆରି ଅସ୍ନାଅର୍ ପିଲା ଜିଉଦା ନଅଁରର୍ ଦୁଇନମର୍ ମୁକିଆ ରଇଲା ।
10 ଜାଜକ୍ମନର୍ ବିତ୍ରେଅନି, ଆରି, ଜଆରିବର୍ ପିଲା ଜିଦଇଅ, ଜାକିନ୍,
11 ଇଲ୍କିଅର୍ ପିଲା ସରାଇଅ, ସେ ଇଲ୍କିଅ ମସୁଲମର୍ ପିଲା, ମସୁଲମ୍ ସାଦକର୍ ପିଲା ସାଦକ୍ ମରାଇଅତର୍ ପିଲା, ମରାଇଅତ୍ ଅଇଟୁବ୍ର୍ ପିଲା, ଅଇଟୁବ୍ ପର୍ମେସରର୍ ଗରର୍ ମୁକିଆ ଅଇ ରଇଲା । 12 ଗରର୍ ସେବା କାମ୍ କରୁମନ୍ ସେମନର୍ ବାଇମନ୍ ଆଟସ କଡେ ଦୁଇ ଲକ୍ ରଇଲାଇ; ଆରି ଜିରଅମର୍ ପିଲା ଅଦାଆ, ସେ ଜିରଅମ୍ ପଲଲିଅର୍ ପିଲା ପଲଲିଅ ଅଜ୍ମିର୍ ପିଲା, ଅଜ୍ମି ଜିକରିଅର୍ ପିଲା, ଜିକରିଅ ପସଉରର୍ , ପସଉର୍ ମଲ୍କିଏଲ୍ର୍ ପିଲା, 13 ଆରି, ଅଦାଆଇର୍ ବାଇମନ୍ ଦୁଇସଅ ଚାଲିସ୍ ଦୁଇ ଲକ୍ ବାବାର୍ ବଁସେ ନେତା ଅଇରଇଲା; ଅସରେଲର୍ ପିଲା ଅମସଅ, ସେ ଅସରେଲ୍ ଅଅସଇର୍ ପିଲା, ଅଅସଇ ମସିଲେମତରର୍ ପିଲା, ମସିଲେମତ୍ ଇମେରର୍ ପିଲା, 14 ଆରି ସେମନର୍ ବାଇମନ୍ ସଏ କଡେ ଆଟ୍ ଲକ୍ ବେସି ବପୁସାଲି ଲକ୍ ରଇଲାଇ ଆରି ଅଗ୍ଦଲିମର୍ ପିଲା ସବ୍ଦିଏଲ୍ ସେମନର୍ ମୁକିଅ ରଇଲା ।
15 ଲେବିଅମନର୍ ବିତ୍ରେଅନି, ଆରି, ଅସୁବ୍ଅର୍ ପିଲା ସମଇଅ, ସେ ଅସୁବ୍ ଅସ୍ରିକାମ୍ରର୍ ପିଲା,ଅସ୍ରିକାମ୍ ଅସବିଅର୍ ପିଲା, ଅସବିଅ ବୁନିର ପିଲା;
16 ଆରି, ଲେବିଅ- ମୁକିଅ ଲକ୍ମନର୍ ବିତ୍ରେଅନି ସବ୍ତଇ ଆରି ଜସାବଦ୍ ପର୍ମେସରର୍ ଗରର୍ ବାଇରର୍ କାମର୍ ମୁକିଅ ରଇଲା;
17 ଆରି, ଆସପର୍ ବଁସେ ଜାତ୍ ଅଇଲା ସବ୍ଦିର୍ ନାତି ମିକାର୍ ପିଲା ମତନିଅ ପାର୍ତନା କରି ଦନିଅବାଦ୍ ଆରାମ୍ କର୍ବାକେ ମୁକିଅ ରଇଲା ଆରି ତାର୍ ବାଇମନ୍ ବିତ୍ରେଅନି ବକ୍ବୁକିଅ ଦୁଇ ନମର୍ ରଇଲା; ଆରି, ଜିଦୁତୁନ୍ ବଁସେ ଜାତ୍ ଅଇଲା ଗାଲଲର୍ ନାତି ସମୁଅର୍ ପିଲା ଅବଦ୍ ।
18 ସୁକଲ୍ ନଅଁର୍ ଜିରୁସାଲମ୍ ତେଇ ଲେବିଅମନ୍ ପାକାପାକି ଦୁଇ ସଅ ଅସେ ଚାର୍ ଲକ୍ ବାସା ଅଇ ରଇଲାଇ ।
19 ଆରି ଦୁଆର୍ଜାଗୁ ଅକୁବ୍, ଟଲେମାନ୍ ଆରି ନଗରର୍ ଦୁଆର୍ ମୁଆଟେ ଜାଗ୍ବା କାମ୍ କରୁମନ୍ ସେମନର୍ ବାଇମନ୍ ସଏ ସତୁରି ଦୁଇ ଲକ୍ ରଇଲାଇ ।
20 ଆରି ଇସ୍ରାଏଲ୍, ଜାଜକମନର୍, ଲେବିଅମନର୍ ବାକିଲକ୍ମନ୍ ଜିଉଦାର୍ ସର୍ତେ ନଗରେ ସବୁ ନିଜର୍ ନିଜର୍ ଜାଗାଇ ରଇଲାଇ । 21 ପର୍ମେସରର୍ ଗରେ ସେବାକାମ୍ କରୁମନ୍ ଅପଲ୍ ତେଇ ବାସା କଲାଇ; ଆରି, ସିଅ ଆରି ଗିସ୍ପ ପର୍ମେସରର୍ ସେବାକାମ୍ କରୁମନର୍ ମୁକିଅ ରଇଲା । 22 ଆସପ୍ ବଁସର୍ ଗିତ୍ ଗାଉମନର୍ ବିତ୍ରେଅନି ମିକାର ଡକ୍ରାର୍ ନାତି, ମତନିଅର୍ ନିତି, ଅସବିଅର୍ ନାତି, ବାନିର୍ ପିଲା ଉସି ଜିରୁସାଲମେ ଲେବିଅମନର୍ ମୁକିଅ ରଇଲା, ସେ ମିସା ପର୍ମେସରର୍ ଗରର୍ କାମର୍ ଦେକାରକା କର୍କେ ସାଇଜ କଲା । 23 କାଇକେବଇଲେ ସେମନର୍ ବିସଇରେ ରାଜାର୍ ଆଦେସ୍ ରଇଲା ଆରି ସବୁ ଦିନର୍ ବୁତି ଇସାବେ ଗିତ୍ ଗାଉମନ୍କେ ସମାନ୍ ବୁତି ଦିଆଅଇଲା । 24 ଆରି, ଜିଉଦାର୍ ପିଲା ସେରଅର୍ ବଁସେ ଜାତ୍ ଅଇଲା ମସେସବେଲର୍ ପିଲା ପତାଇଅ ଲକ୍ମନର୍ ସବୁକାମ୍ ବିସଇରେ ଜାନାଇବାକେ ରାଜାର୍ ଲଗେ ରଇଲା
25 ଆରି, ଜିଉଦାର୍ ପିଲାମନର୍ ବିତ୍ରେଅନି କେତେକ୍ ବିନ୍ବିନ୍ ଗାଉଁ ଆରି ତେଇର୍ ଜାଗାଇ, ଆରି, କିରିଆତ୍ ଅର୍ବ ଆରି ତେଇର୍ ଉପନଗରେ, ଦିବନ୍ ଆରି ତେଇର୍ ସାନ୍ ନଅରେ, ଜିକବେସଲ୍ ଆରି ତେଇର୍ ନଅରେ; 26 ଆରି ଜେସୁଅ ତେଇ, ମଲାଦାରେ ଆରି ବେତ୍ ପେଲ୍ଟର୍; 27 ଆରି ଅସର୍ ସୁଇଆଲରେ, ବେର୍ସେବା ଆରି ତେଇର୍ ଉପନଗରେ; 28 ଆରି ସିକ୍ଲଗ୍ରେ, ମକନା ଆରି ତେଇର୍ ସାନ୍ ନଅଁରେ; 29 ଆରି ଏନରିମନରେ, ସରାଇଅରେ ଆରି ଜର୍ମୁତରେ; 30 ସାନଅ, ଅଦୁଲମ୍ ଆରି ତେଇର୍ ନଅଁରର୍, ଲାକିସ୍ ଆରି ତେଇର୍ ପଦାର୍, ଅସେକା ଆରି ତେଇର୍ ସାନ୍ ନଅଁରେ ବାସା ଅଇଲାଇ। ଏନ୍ତାରି ସେମନ୍ ବେର୍ସେବା ଲଗେ ଇନମ୍ ଜଲା ଜାକ ବାସା ଅଇଲାଇ । 31 ବିନିଆମିନ୍ପିଲାମନ୍ ମିସା ଗେବାତେଇ ଅନି ଆଗ୍କେ ମିକ୍ମାସ୍ ଆରି ଅଇଆରେ, ବେତେଲ୍ ଆରି ତେଇର୍ ସାନ୍ ନଅଁରେ; 32 ଅନାତତ୍, ନବ ଆରି ଅନନିଆରେ; 33 ଆସର, ରାମା, ଗିତଇମରେ; 34 ଆଦିଦ୍, ସବଇମ୍, ନବଲାଟରେ; 35 ଲଦ୍ ଆରି ଅନ, ବାଡଇମନ୍ ଜଲା ଉପ୍ରେ ବାସା କଲାଇ । 36 ଆରି, ଜିଉଦାର୍ ଲାଗାର୍ ଲିତାର୍ କେତେକ୍ ଲକ୍ ପାଲିତେଇ ମିସ୍ଲାଇ ଆରି ଲେବିଅ ଲକ୍ ବିନିଆମିନ୍ ସଙ୍ଗ୍ ମିସ୍ଲାଇ ।