1 ସବୁ ବିସଇର୍ ସାର୍ବା ଦିନ୍ ଗଟେକ୍ ଆଚେ ଆରି ଆକାସ୍ ତଲେ ସବୁର୍ଜାକ ଇଚାର୍ ସମୟ୍ ଆଚେ; 2 ଜନମ୍ ଅଇବା ସମୟ୍ ଆରି ମର୍ବା ସମୟ୍; ରପ୍ବା ସମୟ୍ ଆରି ଜନ୍ଟା ରପା ଅଇଲା, ସେଟାକେ ଜିକି ପିଙ୍ଗ୍ବା ସମୟ୍; 3 ମାର୍ବା ସମୟ୍ ଆରି ନିମାନ୍ କର୍ବା ସମୟ୍, ବାଙ୍ଗ୍ବା ସମୟ୍ ଆରି ଜଡ୍ବା ସମୟ୍; 4 କାନ୍ଦ୍ବା ସମୟ୍ ଆରି ଆଁସ୍ବା ସମୟ୍, ବେସିଦୁକ୍ କର୍ବା ସମୟ୍ ଆରି ନାଟ୍କର୍ବା ସମୟ୍ 5 ପାକ୍ନା ରଚ୍ବା ସମୟ୍ ଆରି ପାକ୍ନା ଟୁଲିଆଇବା ସମୟ୍; ପାଟାଲ୍ବା ସମୟ୍ ଆରି ନ ପାଟାଲିକରି ଅଲ୍ଗା ଅଇବା ସମୟ୍; 6 କଜ୍ବା ସମୟ୍ ଆରି ଆଜାଇବା ସମୟ୍; ସଙ୍ଗଇବା ସମୟ୍ ଆରି ପିଙ୍ଗ୍ବା ସମୟ୍; 7 ଚିର୍ବା ସମୟ୍ ଆରି ସିଲାଇବା ସମୟ୍; ଚୁପ୍ଚାପ୍ ରଇବା ସମୟ୍ ଆରି କାତା ଅଇବା ସମୟ୍; 8 ଲାଡ୍ମୁଆଁସ୍ କର୍ବା ସମୟ୍ ଆରି ଗିନ୍ କର୍ବା ସମୟ୍; ଜୁଇଦ୍ କର୍ବା ସମୟ୍ ଆରି ସାନ୍ତିରେ ରଇବା ସମୟ୍ ଆଚେ ।
9 କାମ୍ କର୍ବା ଗଟେକ୍ ଲକ୍ ନିଜେ କସ୍ଟ କର୍ବାଟା କାୟ୍ ଲାବ୍ ? 10 ପର୍ମେସର୍ ନର୍ପିଲାମନ୍କେ ଦାନ୍ଦାପାନ୍ଦା ଅଇବାକେ ଜନ୍ ରକାମ୍ କାମ୍ ଦେଇଆଚେ, ସେଟାକେ ମୁଇଁ ଦେକ୍ଲି ଆଚି। 11 ସେ ସବୁଜାକ ବିସଇକେ ତାର୍ ସମଏଁ ବଲ୍କାମ୍ କରି ଦେକାଇଲା ଆଚେ; ଏଲେମିସା ସେ ସେମନର୍ ମନ୍ବିତ୍ରେ ଆରାମ୍ ଆରି ସାରାସାରି କଲା ଆଚେ; ଅଇଲେମିସା ପର୍ମେସର୍ ଆରାମେ ଅନି ସାରାସାରିଜାକ ଜନ୍ କାମ୍ କଲା ଆଚେ ନର୍ଜାତି ତେଇର୍ ବିସଇକେ ମିଲାଇ ନାପାରେ । 12 ଆମେ ଜାନି ଆଚୁ ଜେ, ବଞ୍ଚି କରି ଜିଇବାକାଇବା ଜାକ ସାର୍ଦା ସଙ୍ଗେ ଆରି ନିମାନ୍ କାମ୍ କର୍ବା ବାଦୁଲେ ସେମନର୍ ଆରି କାଇ ନିମାନ୍ କାମ୍ ନାଇଁ । 13 ଆରି ସବୁ ଲକ୍ମନ୍ କାଇ ପିଇକରି ତାକର୍ ନିଜର୍ ନିଜର୍ କାମ୍ଦାମ୍ କରି ସୁକେ ରଇସା, ଏଟା ଅଇଲାନି ପର୍ମେସର୍ ଦେଇ ରଇବା ଦାନ୍ । 14 ମୁଇଁ ଜାନି ଆଚି ଜେ, ପର୍ମେସର୍ ଜାଇଟା ସବୁ କର୍ସି, ସେଟା ସବୁ ଦିନର୍ପାଇଁ ରଇସି; ସେଟାକେ ଅଦିକ୍ କରି ନଅଏ କି ଉନାକରି ନ ଅଏ; ଆରି ନର୍ଲକ୍ମନ୍ ପର୍ମେସରର୍ ମୁଆଟେ ଡର୍ବା ପାଇଁ ସେ, ସେଟାମନ୍ କଲା ଆଚେ । 15 ଜାଇଟା ଆଚେ, ସେଟା ରଇଲାଟା; ଆରି, ଜନ୍ଟା ଅଇସି, ସେଟା ଆକା ରଇଲା; ଆରି, ଜନ୍ଟା ଗାଲା ଆଚେ ସେଟାକେ, ପର୍ମେସର୍ ଆରିତରେକ୍ କଜ୍ସି ।
16 ଆରି, ମୁଇଁ ଆକାସ୍ତଲେ ବିଚାର୍ କର୍ବା ଜାଗାଇ ଦେକିଲି, ସେ ଟାନେ କରାପ୍ କାମ୍ ଆଚେ, ଆରି ଦରମ୍ ଜାଗାମନ୍କେ ଦେକ୍ଲି, ତେଇ ମିସା କାରାପ୍ କାମ୍ ଆଚେ। 17 ମୁଇଁ ମନେ ମନେ ବାବ୍ଲି, ପର୍ମେସର୍ ଅଇଲାନି ଦରମ୍ ଲକ୍ ଆରି କାରାପ୍ ଲକ୍ମନର୍ ବିଚାର୍ନା କର୍ସି; କାଇକେବଇଲେ ସବୁଜାକ ବିସୟ୍ କର୍ବାକେ ଆରି ସବୁଜାକ କାମ୍ କର୍ବାକେ ଗଟେକ୍ ସମୟ୍ ଆଚେ। 18 ମୁଇଁ ମନେ ମନେ ବାବ୍ଲି, ପର୍ମେସର୍ ଜନ୍ ରକାମ୍ ନର୍ପିଲାମନ୍କେ ପରିକା କର୍ସି ଆରି ସେମନ୍ ନିଜେ ମାତର୍ ପସୁ ପାରା, ଏଟା ସେମନ୍ ଜେନ୍ତିକି ଦେକି ପାର୍ବାଇ, ସେଟାର୍ପାଇଁ ସେମନର୍ ଲାଗି ଏରକାମ୍ ଅଇଲାନି। 19 କାଇକେବଇଲେ ନର୍ପିଲାମନର୍ ଲାଗି ଜନ୍ଟା ଗଟ୍ସି, ପସୁମନର୍ ପାଇଁ ମିସା ସେନ୍ତାରିସେ ଗଟ୍ସି; ସବୁ ଲକ୍ମନର୍ପାଇଁ ଏରକାମ୍ ଗଟ୍ନା ଗଟ୍ସି; ଆମେ ଜେନ୍ତି ମର୍ବୁ ସେମନ୍ ମିସା ସେ ରକାମ୍ସେ ମର୍ବାଇ; ଆରି, ସବୁର୍ ଜିବନ୍ ଗଟେକ୍ସେ; ଆରି ପସୁମନର୍ ଟାନେ ଅନି ନର୍ଲକର୍ କାଇଟା ବଡ୍ନାଇଁ କାଇକେବଇଲେ ସବୁଜାକ ବେକାର୍ସେ। 20 ସବୁଲକ୍ ସେ ଗଟେକ୍ ଜାଗାଇସେ ଜିବାର୍ ଅଇସି; ସବୁଲକ୍ ଦୁଲିଟାନେ ଅନି ଜାତ୍ ଅଇଆଚୁ ଆରି ସବୁ ଲକ୍ଜାକ ସେ ମାଟି ଟାନେସେ ମିସି ଜିବାର୍ ଅଇସି। 21 ନର୍ଲକର୍ ଆତ୍ମା ସର୍ଗେ ଜାଇସି ଆରି ପସୁମନର୍ ଆତ୍ମା ପୁର୍ତିବିର୍ ତଲେ ଜାଇସି ବଲିକରି କେ ଜାନି ଆଚେ? 22 ସେଟାର୍ପାଇଁ ନର୍ଲକ୍ ନିଜର୍ କାମ୍ କରି ସାର୍ଦା ଅଇବା ବାଦୁଲେ ଆରି କାଇଟା ମିସା ନିକ ନାଇଁ ବଲିକରି ମୁଇଁ ଦେକ୍ଲି; କାଇକେବଇଲେ ଏଟା ଆକା ତାର୍ ଅଦିକାର୍, ଆରି ତାର୍ପଚେ ଜାଇଟା ଗଟ୍ସି ସେଟା ଦେକ୍ବାକେ କେ ତାକେ ବାଉଡାଇ ଆନି ପାର୍ସି ?