Publicidade

Eclesiastes 9

ସବୁଲକ୍‌ ମର୍‌ବାର୍ ଅଇସି

1 ମୁଇଁ ଏ ସବୁ ବିସଇରେ ମନ୍‌ଦେଇକରି ଜାନି ପାର୍‌ଲି; ଦରମ୍‌ ଲକ୍ ଆରି ଗିଆନି ଲକ୍, ଆରି ସେମନର୍ କାମ୍‌ ପର୍‌ମେସର୍ ଦେଇ ରଇବାଟା; ଏଟା ଲାଡ୍‌ କି ଗିନ୍‌ କର୍‌ବାଟା, ସେଟାକେ ଲକ୍‌ମନ୍ ନାଜାନତ୍; ସେ ସବୁଜାକ ତାକର୍ ମୁଆଁଟେସେ ରଇସି । 2 ସବୁ ଗଟ୍‌ନା ସବୁକେ ସମାନ୍‌ସେ ଗଟ୍‌ସି; ଦରମ୍‌ ଲକ୍‌କେ ଆରି କାରାପ୍‌ ଲକର୍‌ ପାଇଁ, ନିମାନ୍, ସୁଚି ଆରି ଅସୁଚି ଲକର୍‌ ପାଇଁ; ଜଗିଅ ଆରି ଅଜଗିଅ ସର୍‌ତେ ଲକର୍ ପାଇଁ ଏ ଗଟ୍‌ନା ଅଇସି; ନିମାନ୍ ଲକ୍ ଜେନ୍ତାରି, ପାପି ଲକ୍ ମିସା ସେନ୍ତାରି; ଆରି, ପର୍‌ମାନ୍ କର୍‌ବା ଲକ୍ ଜେନ୍ତାରି, ପର୍‌ମାନ୍ ନ କର୍‌ବା ଲକ୍ ମିସା ସେନ୍ତାରି । 3 ଆକାସ୍ ତଲେ ଜେତ୍‌କି କାମ୍‌ କର୍‌ବାଇ, ସେ କାମ୍ ମନର୍ ବିତ୍‌ରେ ଅନି ଦୁକର୍ ବିସୟ୍ ଅଇଲାନି ଏଟା ଜେ, ସବୁ ଲକର୍ ପାଇଁ ସମାନ୍ ଗଟ୍‌ନା ଗଟ୍‌ସି; ଆରି ଲକ୍‌ମନର୍ ମନ୍ କାରାପ୍‌ଟାନେ ବର୍‌ତି ଅଇଲା ଆଚେ ଆରି ଜିବନ୍ ରଇବା ଜାକ ସେମନର୍ ମନେ କାରାପ୍ ଚିନ୍‌ତା ରଇସି, ଆରି ସେମନ୍ ଅଟାତ୍ ମରିଜିବାଇ । 4 କାଇକେବଇଲେ ଜନ୍‌ ଲକ୍‌ମନ୍ ଲକ୍‌ମନର୍ ସଙ୍ଗେ ମିଲିମିସି କରି ବଁଞ୍ଚ୍‌ବାଇ, ସେମନ୍‌କେ ବିସ୍‌ବାସ୍‌ ରଇସି; ଜେନ୍‌ତିକି ମଲା ସିଅଁ ବାଗ୍ ବାଦୁଲେ ବଁଞ୍ଚିକରି ରଇବା କୁକୁର୍ ନିକ। 5 ଜିଇ କରି ରଇଲା ଲକ୍‌ ଆରି ମର୍‌ବୁ ବଲିକରି ଜାନ୍‌ବାଇ; ମାତର୍ ମଲା ଲକ୍‌ମନ୍‌ କାଇଟା ମିସା ନାଜାନତ୍, କି ସେମନ୍ କାଇଟା ମିସା ପାଇ ନାପାରତ୍; କାଇକେବଇଲେ ସେମନର୍ ମନେ କାଇଟା ମିସା ଏତ୍ ନ ରଏ । 6 ଜେନ୍‌ତିକି ସେମନର୍ ଲାଡ୍ ଆଲାଦ୍, ସେ ରକାମ୍‌ସେ ଗିନ୍‌ କର୍‌ବାଟା ଆରି ଇର୍‌ସା କାରାପ୍ ଅଇଜାଇସି ‌ଆକାସ୍‌ଟାନେ ଜାଇଟା ମନ୍ କରି ଅଇସି, ତେଇର୍ ସାରାସାରି ଜୁଗ୍‌ ଜାକ ସେମନର୍ କାଇ ମିସା ବାଗ୍‌ବାଟା ନ ରଏ । 7 ତମେ ତମର୍ ବାଟେ ଇଣ୍ଡା, ସାଇସାର୍‌ଦା ସଙ୍ଗେ କାଆପିଆ ଆରି ଚନେକ୍ ସାର୍‌ଦାର୍ ପାଇଁ ବଲିକରି ଅଙ୍ଗୁର୍ ରସ୍ କାଇଲାସ୍‌ନି ମାତର୍ ତମର୍ ଚାଲିଚଲନ୍‌କେ ପର୍‌ମେସର୍ ଜାନି ସାର୍‌ଲାବେ । 8 ତମର୍ ଲୁଗାପାଟା ସବୁବେଲେ ସପାସୁତର୍ ରଅ ଆରି ତମର୍ ମୁଣ୍ଡେ ଚିକନ୍‌ ଲାଗାଇ ଅଇବାକେ ଉନା ନଅ । 9 ଆକାସ୍ ତଲେ ପର୍‌ମେସର୍ ତମ୍‌କେ ବଁଞ୍ଚ୍‌ବାକେ ଜେତ୍‌କି ଦିନ୍ ଦେଲା ଆଚେ, ସେତ୍‌କି ଦିନ୍‌ସେ ବଁଞ୍ଚ୍‌ସା, ସେଟାର୍‌ପାଇଁ ଜିବନ୍ ରଇବା ଜାକ ତମର୍ ଲାଡର୍ ମାଇଁଜି ପିଲା ସଙ୍ଗେ ଆରାମ୍‌ସେ ଜିଇ କାଇ ରୁଆ; କାଇକେବଇଲେ ଜିବନ୍ ରଇବା ଜାକ ଏ ପୁର୍‌ତିବିଟାନେ ତମେ ଜନ୍‌ ଜନ୍ କାମ୍‌ଦାମ୍ କଲାସ୍‌ନି, ସେ କାମର୍ ବିତ୍‌ରେ ଏଟା ଆକା ତମର୍ ବାଗ୍ । 10 ତମର୍ ଆତ୍‌ ଜନ୍‌ଟା କର୍‌ବାକେ ମନ୍ କର୍‌ସି, ସେଟା ନିଜର୍ ବପୁ ସଙ୍ଗେ କାମ୍‌ କରା; କାଇକେବଇଲେ ତମେ କନ୍ ଜାଗାଇ ଗାଲାସ୍‌ନି, ସେ ଜାଗାଇ କାଇ କାମ୍ କି ବାବ୍‌ନା କି ବିଦିଆ କି ଗିଆନ୍ ନାଇଁ । 11 ମୁଇଁ ଲେଉଟି ଆସିକରି ଆକାସ୍ ତଲେ ଦେକ୍‌ଲିଜେ, ସବୁବେଲେ ବେସି ପାଲାଇବା ଲକ୍ ପାଲାଇ କରି ଜିତି ନାପାରତ୍, ଆରି ଗିଆନି ଲକ୍‌ମନ୍ ସବୁବେଲେ ଦନ୍ ଅର୍‌ଜି ନାପାରତ୍ ଆରି ବୁଦି ରଇବା ଲକ୍‌ମନ୍ ସବୁ ବେଲେ ସାଉକାର୍ ଅଇକରି ରଇ ନାପାରତ୍‌, ଆରି ପଣ୍ଡିତ୍‌ମନ୍‌କେ ସବୁବେଲେ ଆସିର୍‌ବାଦ୍ ନ ମିଲେ, ମାତର୍ ସବୁ ଲକର୍‌ ପାଇଁ ଗଟେକ୍ ସମୟ୍‌ରେ ଗଟ୍‌ନା ଗଟ୍‌ସି। 12 କାଇକେବଇଲେ ନିଜର୍ ସମଇକେ ନିଜେ ଜାନି ନ ଅଏ, ଜେନ୍‌ତିକି ମାଚମନ୍ ଜାଲେ ଲାଗିକରି ଚଟ୍‌ପଟ୍ ଅଇବାଇ ଆରି ଚଡଇମନ୍ ପାନ୍ଦେ ଲାଗିକରି ଦାରା ଦେବାଇ, ସେ ରକାମ୍‌ସେ ଲକ୍‌ମନ୍ ମିସା ଗଟେକ୍ ସମଇ ଆଇସି ବିପଦେ ପଡିକରି ଦାପ୍‌ରେ ଦାରା ପଡ୍‌ବାଇ ।

ଗିଆନି ଆରି ଅଗିଆନି‌

13 ମୁଇଁ ମିସା ଆକାସ୍ ତଲେ ଏ ରକାମର୍ ଗିଆନ୍‌କେ ଦେକ୍‌ଲି ଆଚି, ଆରି ସେଟା ମର୍ ଆଁକି ଲଗେ କେନ୍‌ତି ବଡ୍ ବିସଇ ଅଇଲା; ସେଟା - 14 ଉନା ଲକ୍ ବାସା ଅଇରଇଲା ଗଟେକ୍ ସାନ୍ ନଅଁର୍ ରଇଲା; ଆରି ଗଟେକ୍ ବଡ୍‌ ରାଜା ତାର୍ ବିରୁଦ୍‌ରେ ଆସିକରି ସେଟାକେ କୁରୁପ୍‌ନାସ୍ କରିଦେଲା ଆରି ତାର୍ ବିରୁଦେ ବଡ୍‌ବଡ୍ ଉଆର୍‌କତି ଟେକ୍‌ଲା। 15 ସେ ସମୟ୍‌ରେ ଗଟେକ୍ ଗରିବ୍ ଗିଆନି ଲକ୍ ଡିସ୍‌ଲା, ଆରି ସେ ତାର୍ ଗିଆନ୍ ବଲରେ ସେ ନଅଁର୍‌କେ ରକିଆ କଲା; ଏଲେ ମିସା ସେ ଗରିବ୍ ଲକ୍‌କେ କେମିସା ମନେ ଏତାଅତ୍ ନାଇଁ । 16 ତେବର୍‌ପାଇଁ ମୁଇଁ କଇଲି, ବପୁ ବାଦୁଲେ ଗିଆନ୍ ନିକ; ଏଲେ ମିସା ଗରିବ୍‌ ଲକ୍‌କେ ଗିଆନ୍ ରଇଲେ ସନ୍‌ମାନ୍ ନ ଦେଅତ୍‌ ଆରି ତାର୍ ବାକିଅକେ କେ ମିସା ନ ସୁନତ୍। 17 କାରାପ୍ ଲକର୍ ବିତ୍‌ରେ ସାସନ୍‌କରୁର୍‌ ଆଉଲି ଅଇବାଟା ବାଦୁଲେ ନିର୍‌ମଲ୍‌ ବାବ୍‌ରେ ଗିଆନି ଲକର୍ ବାକିଅ ଅଦିକ୍ ସୁନା ଜାଇସି। 18 ଅସ୍‌ତର୍ ସସ୍‌ତର୍ ବାଦୁଲେ ଗିଆନ୍ ନିକ; ମାତର୍ ଗଟେକ୍ ପାପି ଲକ୍ ବେସି ନିକ କାମ୍‌କେ କାରାପ୍ କର୍‌ସି ।

Veja também

Publicidade
Eclesiastes
Ver todos os capítulos de Eclesiastes
Bíblia Online Bíblia Online

Bíblia Online • Versão: 2026-06-16_06-50-08-