Amor ao próximo
O amor ao próximo não é opcional — é mandamento. Amarás o teu próximo como a ti mesmo. A lei inteira se cumpre nesta palavra. O amor ao próximo é prova do amor a Deus.
"ମଇତର୍କେ ଆଲାଦ୍ କରା ଆରି ତମର୍ ସତ୍ରୁକେ ଗିନ୍ କରା । ଏ ସିକିଆ ତମେ ପୁର୍ବେଅନି ସୁନି ଆଚାସ୍ । ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।
ମାତର୍ ଆମର୍ ବାଇବଇନିମନ୍କେ ସାର୍ଦା କରାଇବାକେ ଆରି ସେମନର୍ ବିସ୍ବାସ୍ ଡାଟ୍ କର୍ବାକେ ତାକର୍ ପାଇ ନିକ ବିସଇ କର୍ବାର୍ ଆଚେ ।
ତମେ କର୍ବା ସବୁ କାମ୍ ଆଲାଦେ ସାରାଇବାର୍ ଆଚେ ।
ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର ।
କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ । ନ ଚିନ୍ଲା ଲକ୍ମନ୍କେ ମିସା ତମର୍ ଗର୍ମନ୍କେ ଡାକିନିଆ । କାଇକେବଇଲେ କେତେଲକ୍ ନାଜାନିକରି ସେନ୍ତାରି ଦୁତ୍ମନ୍କେ ଡାକିନେଲାଇ । ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ ।
ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ସାସ୍ତରେ ଲେକା ଅଇରଇଲାପାରା ପର୍ମେସରର୍ ରାଇଜର୍ ଏ ନିୟମ୍ ଜଦି ତମେ ମାନ୍ସା, ସେନ୍ତାର୍ ଆଲେ ଟିକ୍ କଲାସ୍ନି ।
ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
ତେବେ ପର୍ମେସର୍ ତମ୍କେ ତାର୍ ଲକ୍ ଅଇବାକେ ବାଚିରଇଲାର୍ ପାଇ ଆରି ତମ୍କେ ଆଲାଦ୍ କରି ସୁକଲ୍ ଲକ୍ ଅଇବାକେ ବେଗ୍ଲାଇଲାର୍ ପାଇ, ଦୟା ଦେକାଇବାକେ, ଦରମ୍ ଅଇବାକେ, ନିଚ୍ ଅଇବାକେ, ସୁଆଲ୍ ଅଇବାକେ, ମୁର୍ଚିକରି ରଇବାକେ ଜାଗ୍ରତ୍ ଉଆ । ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ । ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି । ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ଏ କବର୍ ତମେ ଆଗ୍ତୁଅନି ସୁନିଆସିଆଚାସ୍ । ସେଟା ଅଇଲାନି, ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ ।
କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ । ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ । ଜେ ବିନ୍ ଲକ୍ମନ୍କେ ଆଲାଦ୍ ନ କରେ, ସେ ପର୍ମେସର୍କେ ନାଜାନେ । କାଇକେବଇଲେ ପର୍ମେସର୍ ସବୁବେଲେ ଆଲାଦ୍କାରିଆ ।