Amor de casal
O amor de casal é celebrado na Bíblia como dom sagrado. O Cântico dos Cânticos exalta a beleza do amor conjugal — íntimo, exclusivo e forte como a morte.
ଏଚେଟିଏ ପ୍ରବୁ ମାହାପୂରୁ ଏଲେଇଚେସି, "ମାଣ୍ସି ରଅସିଏ ଡ଼ୟିନାୟି ନେହେଁ ଆ଼ଏ, ନା଼ନୁ ଏ଼ୱାଣି ତାକି ତାନି ଲେହେଁତି ସା଼ୟେମି କିନାଣି ରାଚିକିଇଁ।"
ଅ଼ଡ଼େ ପ୍ରବୁ ମାହାପୂରୁ ଆଦମ ତା଼ଣାଟି ଏମିନି ପାନ୍ଦ୍ରା ପେ଼ଡ଼୍ନୁ ଅ଼ହାମାଚେସି, ଏ଼ଦାଣି ତଲେ ର଼ ଆୟାଟି ଗା଼ଡ଼ିକିହାଁ ଆଦମ ତା଼ଣା ତାତେସି। ଏଚେଟିଏ ଆଦମ ଏଲେଇଚେସି,
"ନୀଏଁ ଆ଼ତେ! ଈଦି ନା଼ ପେ଼ଡ଼୍ନୁତି ପେ଼ଡ଼୍ନୁ
ଅ଼ଡ଼େ ଊୟୁତି ଊୟୁ; ଈଦାନି ଦ଼ରୁ ଆୟାଟି,
ଏ଼ନିଇଚିହିଁ ଈଦି ଆ଼ବା ତା଼ଣାଟି ୱା଼ହାମାନେ।"
ଈଦାଆଁତାକି ମାଣ୍ସି ଜାହାରା ତାଲି ତାଞ୍ଜିଇଁ ପିସାହାଁ ଜାହାରା ଡକ୍ରି ତଲେ ଆଣ୍ତିନେସି, ଅ଼ଡ଼େ ଏ଼ୱି ରଣ୍ତିଏ ଆଙ୍ଗା ଆ଼ନୁ।
ଆମ୍ବାଆସି ଡକ୍ରି ବେଟାଆ଼ନେସି, ଏ଼ୱାସି ନେହେଁ ଦିଣ୍ସୁ ବେଟାଆ଼ନେସି ଅ଼ଡ଼େ ପ୍ରବୁ ତା଼ଣାଟି କାର୍ମା ବେଟାଆ଼ନେସି।
ନୀ ଜାର୍ଣା ନେହେଁ ଆ଼ପେ; ଅ଼ଡ଼େ, ନୀନୁ ନୀ ଡ଼ାଆ ବେ଼ଲାତି ଡକ୍ରିନି ତା଼ଣା ରା଼ହାଁ କିମୁ। ଏ଼ଦି ନୀ ତାକି ଜୀୱୁନ଼ନି ହିଏଣି ଅ଼ଡ଼େ ଅ଼ଜିତି ୱା଼ଣାଗାଟି କ଼ଟି କୂର୍ହୁ ସମାନା, ତାନି ବକ କା଼ଲେଏ ନିଙ୍ଗେ ରା଼ହାଁ କିୟାପେ; ଅ଼ଡ଼େ ତାନି ଜୀୱୁନ଼ୱୁତା ମ଼ହ ଆ଼ମୁ। ହେ଼ ନା଼ ମୀର୍ଏଣା, ଏଟ୍କା ଆୟାନି ତା଼ଣା ଏ଼ନାଆଁ ତାକି ଜୂପ୍କା ଆ଼ହିମାଞ୍ଜି ? ଅ଼ଡ଼େ ଏଟ୍କାତି ଆୟାନି ତଲେ ଏ଼ନାଆଁ ତାକି ଡୂରିଦି ?
ଏ଼ଦାଆଁତାକି ଏ଼ୱାରି ରିଆରି ଆ଼ଏ, ସାମା ରଣ୍ତିଏ ଆଙ୍ଗା ଆ଼ନେରି । ଇଞ୍ଜାଁ ମାହାପୂରୁ ଏ଼ନାଆଁ ଆଣ୍ତ୍ୱି କିହାମାନେସି, ମାଣ୍ସି ଏ଼ଦାଆଁ ଏଟ୍କା କିଆପେସି ।"
ଜୀୱୁନ଼ନାୟି ଅ଼ର୍ହିନାୟି, ଜୀୱୁନ଼ନାୟି ନେହାଣି ଅଣ୍ପିନାୟି, ଡା଼ହାରା କିଆଗାଟାୟି, ବଡପଣ ଆ଼ଆଗାଟାୟି, ଆଙ୍କାରା କିଆଗାଟାୟି । ଲାଗେଏ କିହିଁ ଲେ଼ମ୍ବେଏ, ଜାହାରା ତାକି ଅଣ୍ପେଏ, ବିରିବିରା ଆ଼ଏ, ଲାଗେଏ କିହାଲି ଅଣ୍ପୁତା ଇଟେଏ । ଲାଗେଏତି କାମାତାକି ରା଼ହାଁ ଆ଼ଆଗାଟାୟି, ସାମା ସାତାତା ରା଼ହାଁ କିନାୟି; ଜୀୱୁ ନ଼ନିତା଼ଣା ବାରେ ଅ଼ର୍ହିନାୟି, ବାରେ ତା଼ଣା ନାମିନାୟି, ବାରେ ତା଼ଣା ବା଼ର୍ସୁ ହୀନାୟି, ବାରେ କାତାତା ସା଼ସା ଆହ୍ନାୟି ।
ଏଲେକିହିଁ ଡକ୍ରାୟାଁ ଜିକେଏ ତାମି ଡକ୍ରିସିକାଣି ଜାହାରା ଆଙ୍ଗା ଲେହେଁ ଜୀୱୁନ଼ନାୟି ମାନେ, ଆମ୍ବାଆସି ଜାହାରା ଡକ୍ରିନି ଜୀୱୁ ନ଼ନେସି, ଏ଼ୱାସି ଜାହାରାଇଁ ଜୀୱୁ ନ଼ନେସି; ଆମ୍ବାଆସି ଜିକେଏ ଜାହାରା ଆଙ୍ଗାତି ନା଼ନୁ ଅ଼ପଅଁ ଇଞ୍ଜିଁ ଇନଅସି, ସାମା ତାନି ଆଙ୍ଗା ତାକି ତିନେସି ଉନେସି ଅ଼ଡ଼େ ଜାତ୍ନୁ ଇଟିନେସି, କ୍ରୀସ୍ତ ଜିକେଏ କୁଲମିତାକି ଏଲେକିହିଁ କିନେସି,
ଏ଼ନାୟି ଆ଼ପେ, ମୀରୁ ବାରେଜା଼ଣା ଜାହାରା ଡକ୍ରିଇଁ ଜାହାରା ଜୀୱୁ ଲେହେଁ ଜୀୱୁନ଼ଦୁ, ଇଞ୍ଜାଁ ଡକ୍ରି ଜିକେଏ ଜାହାରା ଡକ୍ରାଇଁ ମା଼ନି କିନାୟିମାନେ ।
ଅ଼ଡ଼େ ଈ ବାରେ ଗୂଣୁତଲେ ଜୀୱୁନ଼ନାୟି ମୀ ବିତ୍ରା ମାଣ୍ମ୍ବେ, ଇଚିହିଁ ଜୀୱୁନ଼ନାୟି ବାରେ ଗୂଣୁତି ରୁଣ୍ତି କିନେ ।
ର଼ ଲ଼କୁ କିହାଁ ରୀ ଲ଼କୁ ନେହେଁ, ଇଚିହିଁ ଏ଼ୱାରି ଜାହାରା କସ୍ତତି ନେହିଁ ପା଼ଡ଼େୟି ବେଟାଆ଼ନେରି। ଏ଼ୱାରି ରିତିହିଁ, ରଅସି ରଅଣାଇଁ ନିକ୍ନେସି; ସାମା ଆମ୍ବାଆସି ରିନେ ବେ଼ଲାତା ରଅସିଏ ଡ଼ୟିନେସି ଅ଼ଡ଼େ ଆମିନିଗାଟାଣାଇଁ ନିକ୍ହାଲି ଏଟ୍କା ଆମ୍ବାଆସି ଡ଼ୟଅସି, ଏ଼ୱାସି ଡଣ୍ତ ବେଟାଆ଼ନେସି। ରୀ ଲ଼କୁ ରହେଁଏ ଡୂରିତିହିଁ ଉସମି ଆ଼ନେରି; ସାମା ରଅସିଏ ଏ଼ନିକିଁ ଉସମି ଆ଼ନେସି ? ଆମ୍ବାଆସି ରଣ୍ତିଏ ମାଣ୍ସିଇଁ ହା଼ରୱି କିନେସି, ଆତିହିଁ ରିଆରି ଏ଼ୱାଣି କ଼ପାଟି ନିଙ୍ଗିନେରି; ଏମିନି ଡ:ରି ତୀନି ଗୂଣି ଏ଼ଦି ତବେଏ ଡାମ୍ବେଏ।