Amor de casal
O amor de casal é celebrado na Bíblia como dom sagrado. O Cântico dos Cânticos exalta a beleza do amor conjugal — íntimo, exclusivo e forte como a morte.
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?
ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ ।