amor de Deus
O amor de Deus é a maior realidade do universo. Ele nos amou com amor eterno, incondicional e sacrificial — e nada no mundo pode nos separar desse amor.
Amor eterno
Deus amou o mundo de tal maneira que deu o seu Filho. Seu amor é de eternidade a eternidade — nunca falha.
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।
Natureza do amor divino
Deus é amor. O amor é paciente, benigno. O amor do Pai nos adota como filhos e nos transforma à sua imagem.
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରାକରି ଅଉଁ । କାଇକେବଇଲେ ଆଲାଦ୍ କର୍ବାକେ ପର୍ମେସର୍ ଆମ୍କେ ସାଇଜ କର୍ସି । ଜେ ଜଦି ବିନ୍ ଲକ୍ମନ୍କେ ଆଲାଦ୍ କର୍ସି, ସେ ପର୍ମେସରର୍ ପିଲା ଆରି ପର୍ମେସର୍କେ ଜାନେ । ଜେ ବିନ୍ ଲକ୍ମନ୍କେ ଆଲାଦ୍ ନ କରେ, ସେ ପର୍ମେସର୍କେ ନାଜାନେ । କାଇକେବଇଲେ ପର୍ମେସର୍ ସବୁବେଲେ ଆଲାଦ୍କାରିଆ ।
ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ । ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।
ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇଁ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି ।
ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ ।
ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇଁ ଆମେ ତାକେ ଆଲାଦ୍ କଲୁନି ।
ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।
ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ ।
Expressões do amor de Deus
O Senhor nos ama com alegria e canta sobre nós. Queni a mim vem, amará; e quem me ama, o Pai o amará.
ଜନ୍ ଲକ୍ମନ୍ ମକେ ଲାଡ୍ କଲାଇନି, ମୁଇଁ ସେମନ୍କେ ଲାଡ୍ କର୍ବି, ଆରି ଜନ ଲକ୍ମନ୍ ମନ୍ଦିଆନ୍ ଦେଇ ମକେ କଜ୍ବାଇ, ସେମନ୍ ମକେ ପାଇବାଇ ।
ତମେ ମର୍ ମୁଆଟେ ବେସି ନିମାନ୍ ଲକ୍ ଆରି ବେସି ବପୁ ଅଇ ଆଚୁସ୍ ଆରି ମୁଇ ତକେ ଆଲାଦ୍ କଲିନି; ସେଟାର୍ପାଇଁ ମୁଇ ତମର୍ ବାଦୁଲେ ନର୍ମନ୍କେ ଆରି ତମର୍ ପରାନ୍ ବାଦୁଲେ ସର୍ତେ କୁଟୁମ୍କେ ଦେବି।
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ସେଟାର୍ପାଇଁ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା, ପର୍ମେସରର୍ ଆଲାଦ୍ ଆରି ସୁକଲ୍ ଆତ୍ମାର୍ ମିସିକରି ରଇବାଟା, ତମର୍ ସବୁ ଲକର୍ ସଙ୍ଗ୍ ରଅ । ଜୁଆର୍ ।
ଆରି ମାପ୍ରୁ ତମର୍ ମନ୍କେ ପର୍ମେସରର୍ ଆଲାଦ୍ ଆରି କିରିସ୍ଟର୍ ସାଆସ୍ ବାଟେ ଜିବାକେ ସାଇଜ କର ।