Publicidade

Isaías 32

ଗଟେକ୍ ଦରମ୍ ରାଜା

1 ଦେକା ଗଟେକ୍ ରାଜା ଦରମ୍ ଇସାବେ ସାସନ୍ କର୍‌ସି ଆରି ତାର୍ ତଲର୍ ମତ୍‌ରିମନ୍ ମିସା ଦରମ୍‌ ସଙ୍ଗେ ସାସନ୍‌ କର୍‌ବାଇ । 2 ଆରି, ସର୍‌ତେ ଲକ୍ ଦୁକ୍ କସ୍‌ଟ ତେଇ ଅନି ଆରି ପାନି ପବନେ ଅନି ରକିଆ ପାଇବାଇ, ମରୁବାଲି ବୁଅଁର୍ ଜାଗାଇ ଅନି ପାଜ୍‌ରା ପାନି ବାରଇ ବଇଜାଇସି, ସୁକ୍‌ଲା ପାଦାର୍‌ ବଡ୍ ପାକ୍‌ନା ଆସି ସିତ୍‌ଲା କଲା ପାରା ଚାଇଁ ଅଇସି । 3 ଆରି ଦେକ୍‌ବା ଲକ୍‌ମନର୍ ଆଁକି ଜାବ୍‌ସା ନ ଅଏ ଆରି ସୁନ୍‌ବା ଲକ୍‌ମନ୍ ମିସା କାନ୍ ଡେରିକରି ସୁନ୍‌ବାଇ । 4 ଆରି, ଗିଆନ୍ ନ ରଇଲା ଲକ୍‌ମନ୍‌କେ ଗିଆନ୍ ଦେଇସି ଆରି ତତ୍‌ଲା ଲକ୍‌ମନର୍ ଟଣ୍ଡର୍ ଜିବ୍ ନିକ ସଙ୍ଗ୍ କାତା ଅଇବାଇ । 5 ମୁର୍‌କ ଲକ୍‌କେ ବଡ୍‌ଲକ୍ ବଲିକରି କୁଆ ନ ଜାଏ ଆରି କାରାପ୍ ଲକ୍‌କେ ନିମାନ୍ ବଲି କରି ଡାକପୁଟା ନ ଅଏ। 6 କାଇକେବଇଲେ ମୁର୍‌କ କାମ୍ କର୍‌ବାକେ ଆରି ସବୁବେଲର୍ ମାପ୍‌ରୁର୍ ବିରୁଦେ ବୁଲ୍‌କାଇବା କାତା କଇବାକେ , କାକୁର୍‌ତି ଲକ୍‌ମନର୍ ଜିବନ୍‌କେ ନାସ୍ କର୍‌ବାକେ ଆରି ବାରଇବା ପାନିକେ ବନ୍ଦ୍ କର୍‌ବାକେ ମୁର୍‌କ ଲକ୍ କାରାପ୍‌ କାତା କଇବାଇ ଆରି ତାକର୍ ମନ୍ ସବୁବେଲର୍ ମାପ୍‌ରୁର୍ ବିରୁଦେ ଅନିଆଇର୍ ବିଚାର୍ କର୍‌ସି । 7 ଆରି, କାରାପ୍ ଲକ୍‌ମନର୍ ବାବ୍‌ନା ସବୁଜାକ ବଲ୍‌ ନାଇଁ ; ସେ ଦରମ୍ ଲକ୍‌କେ, କଇବାକେ ଗାଲେ କାତା କଇବା ବେଲେ ଗରିବ୍ ଲକ୍‌ମନ୍‌କେ ମିଚ୍ କାତା କଇ କରି ବିନାସ୍ କର୍‌ବାକେ କାରାପ୍ ଚିନ୍ତା କର୍‌ସି । 8 ମାତର୍ ଦରମ୍ ଲକ୍ ବିସ୍‌ବାସ୍ ସଙ୍ଗେ ନିମାନ୍‌ ଚିନ୍ତା କର୍‌ସି ଆରି ଦରମ୍ ଲକର୍ କାମ୍‌ ସୁସ୍‌ତା ସଙ୍ଗେ ସବୁଦିନେ ରଇସି।

ବିଚାର୍ ଆରି ଉଦାର୍‌ନା

9 ଏ ସୁକ୍ ସାନ୍ତି ସଙ୍ଗ୍ ଜିଇବା ମାଇଜିମନ୍, ତମେ ଉଟିକରି ମୁଇ ଡାକ୍‌ବାଟା ସୁନା, ଏ ଚିନ୍ତାରେ ନ ରଇବା ମାଇଜିମନ୍, ମୁଇ କଇବା ବାକିଅକେ ସୁନା । 10 ଏ ଚିନ୍ତାରେ ନ ରଇବା ମାଇଜିମନ୍, ତମେ ଗଟେକ୍ ବରସ୍ ବିତ୍‌ରେ କେତେ ଦିନ୍ ଏନ୍ତାରି ଅସୁବିଦା ଅଇସା; କାଇକେବଇଲେ କାଇବାକେ ଅଙ୍ଗୁର୍ ପଲ୍ ନ, ମିଲେ, କି ପଲ୍‌ପଲ୍‌ବା ବେଲା ନ ଆସେ । 11 ଏ ସୁକ୍‌ ସାନ୍ତି ସଙ୍ଗ୍ ଜିଇବା ମାଇଜିମନ୍, ତମେ ଡରା; ଏ ଚିନ୍ତାରେ ନ ରଇକରି ଜିଇବା ମାଇଜିମନ୍, ତମେ ଜାଗର୍‌ତା ଉଆ; ଚିନ୍ତା ନ କର୍‌ବା ମାଇଜିମନ୍, ତେରେପେତେ ଉଆ; ଆରି ତମର୍ ଗାଗ୍‌ଡେ ରଇବା ବାସ୍‌ତା ଲୁଗା ବେଟିକରି ଆଁଟାଇ ଡାଟ୍‌ କରି ବାନ୍ଦା । 12 ସେମନ୍ ନିମାନ୍ ପାଦାର୍ ପାଇଁ ଆରି ପଲ୍ ପଲ୍‌ବା ଅଙ୍ଗୁର୍ ମାଲର୍‌ ପାଇଁ ବୁକେ ପିଟି ଅଇବାଇ । 13 ମର୍ ଲକ୍‌ମନର୍ ପାଦାଇ କାଟା ଗଚ୍ ଆଁକର୍‌ସି ଆରି କାନ୍‌କଲି ବୁଟା ଆଁକର୍‌ସି; ଉଁ, ସାଇସାର୍‌ଦାର୍ ନଗର୍‌ ମାଇଜିମନ୍ ସାର୍‌ଦା କର୍‌ବା ଗର୍, ଗରୁ ଚାର୍‌ବା ଜାଗା ଅଇସି। 14 କାଇକେବଇଲେ ରାଜାର୍‌ ନଗର୍ ଉଟାଇ ଦେବାଇ ଆରି ଲକ୍‌ମନ୍ ବର୍‌ତି ଅଇ ରଇଲା ନଅଁର୍ ଚିମ୍‌ରା ଅଇସି; ଡଙ୍ଗର୍ ଆରି ଡେଙ୍ଗ୍ ଗର୍‌ ସବୁବେଲର୍ ପାଇଁ ପାର୍ ଅଇସି ଆରି ବନର୍‌ ଗଦମନ୍ ସାର୍‌ଦା କର୍‌ବା ଜାଗା ଅଇସି ଆରି ଗାଇଗରୁ ଚାର୍‌ବା ଜାଗା ଅଇସି । 15 ସାରାସାରିପଚେ ଆମର୍ ଉପ୍‌ରେ ପର୍‌ମେସର୍ ଆତ୍‌ମା ପାଟାଇଲେ,ଗଟେକ୍ ଉର୍‌ବର୍ ଜମି ଅଇସି ଆରି ସେ ଉର୍‌ବର୍ ଜମି ଗଟେକ୍ ବନ୍ ବଲିକରି ଏଜା ଅଇସି। 16 ସେଡ୍‌କିବେଲେ ସେ ପାଦାଇ ନିଆଇ ବିଚାର୍ କର୍‌ବା ଲକ୍ ବାସା କର୍‌ବାଇ ଆରି ସେ ନିକ ଜମିତେଇ ଦରମ୍ ଲକ୍ ବାସା ଅଇବାଇ । 17 ଆରି, ଦରମ୍ ଲକର୍ କାମ୍ ସାନ୍ତି ଅଇସି ଆରି ଦରମ୍ ଲକର୍ କାମ୍ ସବୁବେଲେ ସାନ୍ତିସଙ୍ଗେ ନ ଡର୍‌ତେ କାମ୍‌ ଅଇସି । 18 ଆରି, ମର୍ ଲକ୍‌ମନ୍ ନିମାନ୍ ରଇବା ଜାଗାଇ, ଡାଟ୍‌ ସଙ୍ଗ୍ ଆରି ସୁକ୍‌ସାନ୍ତି ରଇଲା ଜାଗାଇ ବାସା ଅଇବାଇ । 19 ମାତର୍ ଲାଟା ଡଙ୍ଗ୍‌ରେ କାରା ପାକ୍‌ନା ଅଦର୍‌ସି ଆରି ନଅଁର୍ ପୁରାପରୁନ୍ ବାବ୍‌ରେ କୁରୁପ୍‌ନାସ୍‌ ଅଇଜାଇସି । 20 ନିକ ଜାଗାମନ୍‌କେ ବିଅନ୍ ବିଅନ୍‌ ବୁନ୍‌ଲାସ୍‌ନି ଆରି ଗାଇଗରୁ ଚେଲି ମେଣ୍ଡା ଆରି ଗଦମନ୍‌କେ ବାଇଲେ କେଦି ଦେଲାସ୍‌ନି, ସେଟାର୍ ପାଇଁ ତମ୍‌କେ ଜୁଆର୍ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-