Publicidade

Isaías 23

ସର ଆରି ସିଦନର୍ ପାଇଁ ବବିସତ୍ କାତା

1 ସରବିସଇର୍ ବବିସତ୍ କାତା । ଏ ତର୍‌ସିସର୍ ଜାଜ୍‌ ସବୁ, ତମେ ଆଉଲି ଉଆ; କାଇକେ ବଇଲେ ସେଟା ଏନ୍‌ତି ରକାମ୍ ଚିନ୍‌ଚତର୍ ଅଇଲାଜେ , ତେଇ ଗଟେକ୍‌ ମିସା ଗର୍‌ ଦୁଆର୍ ନାଇଁ , କି ଜିବାକେ ବାଟ୍ ମିସା ନାଇ; କିତିମ୍‌ ଦେସେ ଅନି ଏଟା ସେମନ୍‌କେ ଜାନାଇ ଦେଲାଇ । 2 ଏ ସମ୍‌ଦୁର୍ ମଜାଇ ବାସା ଅଇ ରଇବା ଲକ୍‌ମନ୍, ତମେ ତୁମ୍‌ ଚୁପ୍‌ଚାପ୍ ଅଇକରି ରୁଆ, ସମ୍‌ଦୁର୍ ଲଙ୍ଗିକରି ଆସି ରଇବା ସିଦନିଅର୍ ପାଞ୍ଜି ଦେକୁମନ୍ ତମର୍ ଦେସେ ଆସି ସାଉକାର୍ ଅଇଲାଇ । 3 ଆରି ବେସି ପାନି ରଇବା ତେଇ ସିଅନରର୍ ବିଅନ୍ ଆରି ନିଲିଆ ଗାଡର୍‌ ତାସ୍ କାମାଇତେ ରଇଲାଇ; ଆରି, ସେଟା ବିନ୍‌ବିନ୍ ଦେସ୍‌ମନର୍ ବେବାର୍ ବାଟ୍ କର୍‌ବା ଜାଗା ରଇଲା । 4 ଏ ସିଦନ୍ ନଅଁର୍ , ତମେ ଲାଜ୍ ଉଆ, କାଇକେ ବଇଲେ ସମ୍‌ଦୁର୍, ଆରି ସମ୍‌ଦୁରର୍ ଡେଙ୍ଗ୍ ଜନ୍ କାତା କଇଲା ଆଚେ, ଆମେ ପିଲା ଜନମ୍ ଅଇବା ବେଲର୍ ଦୁକା ପାଉ ନାଇଁ, ପିଲା ଜନମ୍ କରୁନାଇଁ କି ଦାଙ୍ଗ୍‌ଡା ପିଲାମନର୍ ପର୍‌ତି ପାଲନ୍ କରୁନାଇଁ, କି ଦାଙ୍ଗ୍‌ଡି ଟକିମନ୍‌କେ ପସ୍‌ପାଲ୍ କରୁନାଇଁ । 5 ଏ କବର୍ ମିସର୍‌ ଦେସେ କେଟ୍‌ଲା, ଲକ୍‌ମନ୍ ସର୍ କୁରୁପ୍‌ନାସ୍ ଅଇଲା ବିସଇ ଜାନ୍‌ଲା ପଚେ କାବା ଅଇଜିବାଇ । 6 ତମେ ଗାଡ୍ ଲଙ୍ଗି ତର୍‌ସିସ୍‌ ତେଇ ଜାଆ; ଏ ସମ୍‌ଦୁର୍ ମଜାଇ ବାସାଅଇ ରଇବା ଲକ୍‌ମନ୍, ଦୁକ୍‌ରେ କାନ୍ଦା । 7 ଏଟା କାଇ ତମର୍ ସାର୍‌ଦା କର୍‌ବା ନଅଁର୍ ଅଇପାରେ କି? ଏଟା ପୁରୁବ୍ କାଲେ ଅନି ଆକା ପାଚୁରି ଅଇ ରଇଲା ; ଏଟାକେ ସମ୍‌ଦୁର୍ ଲଙ୍ଗାଇ ଦୁରିକର୍ ଦେସେ ବାସାଅଇ ରଇବାକେ ଦାରି ଗାଲା । 8 ଟପି ବାଟା କର୍‌ବା ଲକ୍ ସର୍ ପାଞ୍ଜି ଦେକୁମନ୍ ରାଜାମନର୍‌ ପାରା ଅଇବାଇ, ତାର୍ ବଡ୍‌ ଲକ୍‌ମନ୍ ପୁର୍‌ତିବିର୍ ବପୁ ଲକ୍‌ମନ୍; ତାର୍‌ ବାଦୁଲେ ଏ କୁଟ୍‌ କାତା କେ, ପାଁଚ୍‌ଲା ଆଚେ ? 9 ସବୁର୍‌ ତେଇଅନି ବପୁ ରଇବା ସବୁବେଲର୍ ମାପ୍‌ରୁ ତାର୍ ଆଁକାର୍‌ ଅସୁକଲ୍ କର୍‌ବାକେ ଆରି ପୁର୍‌ତିବି ତେଇ ରଇବା ବପୁ ଲକ୍‌ମନ୍‌କେ ମନ୍‌ ଉନା କର୍‌ବାକେ ଏ ଜଜ୍‌ନା କଲା ଆଚେ ।

10 ଏ ତର୍‌ସିସର୍ ତେଇ ବାସା ଅଇ ରଇଲା ଲକ୍‌ମନ୍ ତମେ ନିଲିଆ ଗାଡ୍‌ ପାରା ଜାଇ କରି ଚାସ୍‌ବାସ୍ କରା; ତମ୍‌କେ ଉଦାର୍ କର୍‌ବାକେ କେ ମିସା ନାଇଁ । 11 ସବୁବେଲର୍ ମାପ୍‌ରୁ ସମ୍‌ଦୁର୍ ଉପ୍‌ରେ ତାର୍ ଆତ୍ ଲାମାଇ ଆଚେ , ସେ ସବୁ ରାଇଜ୍‌କେ ତର୍‌ତରାଇ ଦେଲାଆଚେ; ସବୁବେଲର୍ ମାପ୍‌ରୁ କିଣାନ୍ ଦେସର୍ ଗେନାବିକା କର୍‌ବା ଜାଗାମନ୍‌କେ ମିସା ଚିନ୍‌ବିନ୍ କର୍‌ବା ପାଇଁ ଆଦେସ୍ ଦେଲାଆଚେ । 12 ଆରି, ସେ କଇଲା, ସିଦନର୍ ତେଇଅନି କେଦି ରଇବା ଲକ୍‌ମନ୍, ଡିଣ୍ଡା ଦାଙ୍ଗ୍‌ଡି ମନ୍‌ ତମେ ଆରି ସାର୍‌ଦା କରି ନାପାରାସ୍‌ନି, ଉଟା ପାରଦେସର୍ ପାରା କିତିମେ ଜାଆ; ତେଇ ମିସା କେବେ ପୁଣ୍ଡି ନାପାରାସ୍ । 13 କଲ୍‌ଦିଅ ମନର୍ ଦେସ୍‌କେ ଦେକା; ସେ ଲକ୍‌ମନ୍ ଆରି ନାଇନି; ବନର୍ ଜିବ୍‌ଜନ୍ତୁମନର୍‌ ପାଇଁ ଅସୁରିଅମନ୍ ସେଟାକେ ତିଆର୍ କଲାଇ ଆଚତ୍ ସେମନ୍ ପାଚୁରି କରି ତାର୍ ଡେଙ୍ଗ୍ ଗର୍ ତିଆର୍ କଲାଇ ; ସେମନ୍‌ ସେଟାକେ ବାଗ୍‌ବାଗ୍ କଲାଇ । 14 ଏ ତର୍‌ସିସର୍ ଜାଜ୍‌ମନ୍‌, ଦୁକ୍‌ରେ କାନ୍ଦା ! ତମେ ଜନ୍ ନଅଁର୍‌କେ ଆସା କର୍‌ତେ ରଇଲାସ୍ ସେଟା ଏବେ କୁରୁପ୍‌ନାସ୍ ଅଇଗାଲା ଆଚେ । 15 ଗଟେକ୍ ସମଇ ଆଇଲାନି ଜେଡେବେଲେ ସର୍‌ ସତୁରି ବରସ୍‌ଜାକ ପାସ୍‌ରି ଜାଇସି, ଗଟେକ୍ ରାଜାର୍ ଜିବନ୍ କାଲ୍‌ଜାକ । ଜେଡେବେଲେ ସେ ସାସନ୍ କର୍‌ବା ବରସ୍ ସାରି ଜାଇସି , ସର୍ ଦେସର୍ ଗିତର୍ ଲାଗି ଦାରିଆନି ପାରା ଅଇସି । 16 ଏ ଏନେତେନେ ବୁଲ୍‌ତେ ରଇବା ଦାରିଆନି, ଡୁଡୁଙ୍ଗା ଦାରିକରି ନଅଁରେ ବୁଲ୍‌ଲା; ତମେ ଜେନ୍‌ତିକି ମନେ ଏତାଇସା, ସେଟାର୍‌ପାଇଁ ସୁନ୍ଦର୍ ସଙ୍ଗେ ସୁନାଉ, ବେସି ଗିତ୍ ଗାଆ । 17 ଆରି , ସତୁରି ବରସ୍ ସାର୍‌ଲା ପଚେ ସବୁବେଲର୍ ମାପ୍‌ରୁ ସରର୍ ଟିକିନିକି ବିସଇରେ ଜାନ୍‌ସି , ସେଟାର୍ ପାଇଁ ସେ ସର୍ ନିଜର୍ ଆଗର୍ କାମ୍ ଲଗେ ସେ ବାଉଡି ଆଇସି, ଆରି ମାଟି ତେଇ ରଇବା ପୁର୍‌ତିବିର୍ ସବୁ ରାଇଜ୍ ସଙ୍ଗେ ପାଦ୍‌ରି କାମ୍ କର୍‌ସି । 18 ଆରି, ତାର୍ ବେବାର୍ ପାନି ଆରି ଆଗ୍‌ତୁ କର୍‌ତେ ରଇବା କାମ୍ ସବୁବେଲର୍ ମାପ୍‌ରୁର୍ ଇସାବ୍‌ରେ ସୁକଲ୍ ଅଇସି; ସେଟା ବାଣ୍ଡାର୍ ଗରିଆ ଗରେ ସଙ୍ଗଇ ନ ଅଏ କି ଟୁଲିଆଇ କରି ସଙ୍ଗଇ ନ ଅଏ; କାଇକେ ବଇଲେ ଜନ୍‌ ଲକ୍‌ମନ୍ ସବୁବେଲର୍ ମାପ୍‌ରୁର୍ ମୁଆଟେ ବାସା କର୍‌ବାଇ, ଆରି ସେ ଡାବୁକେ କାଇବା ପିଇବାକେ ନ ରଇଲା ଲକ୍‌ମନ୍‌କେ ଦିଆ ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-