1 ଇଜକିଅ ରାଜାର୍ ସାସନ୍ କର୍ବା ଚଉଦ ବର୍ସେ ଅସୁରର୍ ରାଜା ସନେଏରିବ୍ ଜିଉଦାର୍ ନଅଁର୍ ପାଚୁରି ବିରୁଦେ ଆସି ଜୁଇଦ୍ କରି ଚାଡାଇଲା । 2 ତାର୍ପଚେ ଅସୁରର୍ ରାଜା ରବ୍ସାକିକେ ମୁକିଅ ସଇନକେ ଆଦେସ୍ ଦେଇ ଲାକିସ୍ ତେଇଅନି ଜିରୁସାଲାମର୍ ଇଜକିଅର୍ ରାଜାର୍ ଲଗେ ପାଟାଇଲା । ତାର୍ପଚେ ସେମନ୍ ଜାଇକରି ଦବାମନର୍ ପାଦାର୍ ବାଟ୍ ପାଲିର୍ ବନ୍ଦ୍ ଲଗେ ଟିଆ ଅଇଲାଇ । 3 ତାର୍ପଚେ ତିନ୍ ଲକ୍ ରାଜାର୍ ଲଗେ ମିସ୍ବାକେ ଆଇଲାଇ; ଇଲ୍କିଅର୍ ପିଲା ଇଲିଆକିମ୍ ରାଜା ଗରର୍ ମୁକିଆ ଆରି ସିବନ୍ ଲେକକ ଆରି କାଗଜ୍ପତର୍ ଦେକାଦେକି କର୍ବା ଲକ୍ ଆସ୍ପର୍ ପିଲା ଜଆଅ ନାଉଁର୍ ଇତିଆସ୍ ଲେକକ ବାରଇକରି ତାର୍ ଲଗେ ଆଇଲା । 4 ସେଡ୍କିବେଲେ ଅସୁରିଆର୍ ମୁକିଅ ରବ୍ସାକି ସେମନ୍କେ କଇଲା, ଏବେ ତମେ ଇଜକିଅକେ କୁଆ, ମଆ ରାଜା ଅସୁରର୍ ରାଜା ଏ କାତା କଇଲାନି, ତୁଇ ଜନ୍ ବିସ୍ବାସ୍ କଲୁସ୍ନି, ସେଟା କେନ୍ତାର୍ ବିସ୍ବାସ୍? 5 ମୁଇ କଇଲିନି, ଜୁଇଦ୍ କର୍ବାକେ ତମର୍ ଜଜ୍ନା ଆରି ବପୁ ଚୁଚାଇସେ; ତମେ ଜାନାସ୍ କି ତମେ କାକେ ଆସା କରି ମର୍ ସଙ୍ଗ୍ ଜୁଇଦ୍ କର୍ବାକେ ବିରଦ୍ ଅଇ ଉଟ୍ଲାସ୍ନି ? 6 ଦେକା, ତମେ ଏ କୁଟ୍କୁଟା ଚପ୍ଲା ଡାଙ୍ଗ୍ ପାରା ମିସରର୍ ଲକର୍ ଉପ୍ରେ ଆସା କରି ଆଚାସ୍; ମାତର୍ କେଡେବଲ୍ ସେମନ୍ ତମର୍ ଉପ୍ରେ ଉଟ୍ବାଇ ତମ୍କେ ସେଟା ଜାନା ନାଇଁ ; ଜନ୍ ଲକ୍ମନ୍ ମିସରର୍ ରାଜା ପାରର୍ ଲଗେ ଆସା କର୍ବାଇ, ସେମନ୍ ଏ ରକାମ୍ ଅଇବାଇ । 7 ମାତର୍ ତମେ କେବେ ମକେ କଇସା, ଆମର୍ ସବୁବେଲର୍ ମାପ୍ରୁ ଆମର୍ ପର୍ମେସରର୍ ଲଗେ ଆସା କରିଆଚୁ ବଲି; ସେଡ୍କିବେଲେ ସବୁବେଲର୍ ମାପ୍ରୁ ଇଜକିଅକେ କଇସି, ଜାର୍ ନାଉଁ ଉଚା ଆରି ଜାର୍ ଅମ୍ବେଦି ବାଙ୍ଗାଇ ପାକାଇ ଆଚାସ୍ ଆରି ଜିଉଦାକେ ଆରି ଜିରୁସାଲାମ୍କେ କଇଆଚି, ତମେ ଏ ଅମ୍ବେଦି ମୁଆଟେ ଜୁଆର୍ କର୍ସା , ସେ କାଇ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ନଏ କି? 8 ସେଟାର୍ ପାଇ ମୁଇ ଗୁଆରି କଲିନି, ମର୍ ଅସୁର୍ ରାଜା ସଙ୍ଗ୍ ରାଜିନାମା କରା , ମୁଇ ତମ୍କେ ଦୁଇ ଅଜାର୍ ଗଡା ଦେବି, ଜଦି ତମେ ପାରାସ୍ ବଇଲେ , ଗଡା ଚାଲାଇବା କେତେଟା ଲକ୍ମନ୍କେ ତମେ ଡାକି ଆନା । 9 ସେନ୍ତାର୍ ଆଲେ ତମେ କାଇକେ ମର୍ ରାଜାର୍ ଗଟେକ୍ ସାନ୍ଟା ମତ୍ରି ସଙ୍ଗ୍ ସମାନ୍ କର୍ସା, ରତ୍ ଆରି ଗଡା ଚାଲାଇବାକେ ମିସରର୍ ଲକ୍କେ ବିସ୍ବାସ୍ କଲାସ୍ନି ? 10 ମୁଇ କାଇ ସବୁବେଲର୍ ମାପ୍ରୁକେ ଚାଡିକରି ଏ ଜାଗାକେ ବିନସ୍ଟ କର୍ବାକେ ଆଇଲି ଆଚି କି? ସବୁବେଲର୍ ମାପ୍ରୁ ମକେ କଇଲା, ଏ ଦେସ୍ ବିରୁଦେ ଜାଇ କୁରୁପ୍ ନାସ୍ କର୍ । 11 ସେଡ୍କିବେଲେ ଇଲିଆକିମ୍ ଆରି ସିବନ୍ ଆରି ଜଆଅ ରବ୍ସାକିକେ କଇଲାଇ, ଆମେ ଗୁଆରି କଲୁନି, ଅରାମିଅ ବାସା ସଙ୍ଗ୍ ଆମର୍ ସଙ୍ଗ୍ କାତା ଅ; ଏବ୍ରି ବାସା ସଙ୍ଗ୍ କାତା କଅ ନାଇ, କାଇକେବଇଲେ ପାଚୁରି ଉପ୍ରେ ରଇଲା ମୁକିଅ ଲକ୍ମନ୍କେ ଜିଉଦି ବାସା ସଙ୍ଗେ କଇଲେ ସୁନ୍ବାଇ । 12 ମାତର୍ ରବ୍ସାକି ସେମନ୍କେ କଇଲା, ମର୍ ରାଜା ଆରି ତମର୍ ରାଜା ଗଟେକ୍ସେ କି ତମ୍କେ ଏ କାତା କଇବାକେ ମକେ ପାଟାଇଲା ଆଚେ? ଏ ଜନ୍ ଲକ୍ମନ୍ ତମର ସଙ୍ଗ୍ ଆଇଲାଇ ଆଚତ୍ ସେମନ୍ ନିଜର୍ ନିଜର୍ ଗାତ୍ରା କାଇବାକେ ଆସି ପାଚୁରି ଉପ୍ରେ ବସି ଆଚତ୍, ସେମନର୍ ଲଗେ କାଇ ମକେ ପାଟାଏ ନାଇଁ ? 13 ସେଡ୍କିବେଲେ ରବ୍ସାକି ଟିଆ ଅଇ ଆଉଲି ଅଇ କରି ଏବ୍ରି ବାସା ସଙ୍ଗ୍ ଆଉଲି ଅଇକରି କଇଲା, ତମେ ମଆ ରାଜା ଅସୁରର୍ ରାଜାର୍ କାତା ସୁନା । 14 ତମ୍କେ ରାଜା ଏ କାତା କଇଲାନି, ତମେକେ ବୁଲ୍କାଇବାକେ ଇଜକିଅର୍ ଲଗେ ଜାଆ ନାଇଁ, କାଇକେବଇଲେ ସେ ତମ୍କେ ଉଦାର୍କରି ନାପାରେ; 15 ସବୁବେଲର୍ ମାପ୍ରୁ ନ ପିଟ୍ତେ ଆମ୍କେ ଉଦାର୍ କର୍ସି ଆରି ଏ ନଅଁରର୍ ଅସୁରିଅ ରାଜାର୍ ତଲିଆ ଅଇକରି ନ ରଏ, ଏ କାତା କଇ ଇଜକିଅ ସବୁବେଲର୍ ମାପ୍ରୁ ଉପ୍ରେ ଆସା ନ କରାଅ । 16 ଇଜକିଅର୍ କାତା ସୁନା ନାଇଁ; କାଇକେବଇଲେ ଅସୁରିଅ ରାଜା ଏ କାତା କଇଲାନି, ତମେ ମର୍ ସଙ୍ଗେ ସନ୍ଦି କରା ଆରି ମର୍ ବାଟେ ବାରଇ କରି ଆସା ଆରି ସର୍ତେ ଲକ୍ ନିଜର୍ ନିଜର୍ ଅଙ୍ଗୁର୍ ଆରି ଡୁମ୍ରି ପଲ୍ କାଆ, ଆରି ନିଜର୍ ନିଜର୍ କୁଅଁର୍ ପାନି କାଆ । 17 ସାରାସାରିପଚେ ମୁଇ ଆସି ତମ୍କେ ନିଜର୍ ଦେସ୍ ପାରା ଲାଗ୍ବା ଗଟେକ୍ ଦେସ୍କେ, କଇବାଗାଲେ, ନିକ ଚାସ୍ବାସ୍ ଅଇସି ଆରି ଅଙ୍ଗୁର୍ ଚାସ୍ ଅଇବା ଦେସ୍, ଆରି ନିକ କାଦି ପାଚାଇସା ଏନ୍ତାରି ଦେସେ ମୁଇ ତମ୍କେ ଡାକି ନେବି । 18 ସବୁବେଲର୍ ମାପ୍ରୁ ଆମ୍କେ ଉଦାର୍ କର୍ସି ବଲି ଇଜକିଅ ଜେନ୍ତାରି କି ତମ୍କେ ଗେବ୍ରାଇ କରି ନ ନେଏଁ । ଏଡେକ୍ନାନ୍ଦ୍ କୁଟୁମର୍ ଲକର୍ ଦେବ୍ତାମନର୍ ବିତ୍ରେ ଅନି କନ୍ ଗଟେକ୍ ଆଲେ ଦେବ୍ତାମନ୍ କାଇ ଅସୁରିଅ ରାଜାର୍ ଆତେ ଅନି ନିଜର୍ ଦେସ୍କେ ଉଦାର୍ କରି ଆଚେକି ? 19 ଅମାତର୍ ଆରି ଅର୍ପଦର୍ ଦେବ୍ତାମନ୍ କେନେ ଗାଲାଇ? ସପର୍ବଇମର୍ ଦେବ୍ତା ମନ୍ କେନେ ଗାଲାଇ? ଆରି ସେମନ୍ କାଇ ମର୍ ଆତେ ଅନି ସମରିଅକେ କେବେ ଉଦାର୍ କରି ଆଚତ୍ ? 20 ଏ ସର୍ତେ ଦେସର୍ ଦେବ୍ତାମନର୍ ବିତ୍ରେ ଅନି କନ୍ ଦେବ୍ତାମନ୍ ତମ୍କେ ତମର୍ ଦେସ୍କେ ଉଦାର୍ କରି ଆଚତ୍ ଜେ, ସବୁବେଲର୍ ମାପ୍ରୁ ମର୍ ଆତେ ଅନି ଜିରୁସାଲାମ୍କେ ଉଦାର୍ କର୍ସି ? 21 ମାତର୍ ସେଡ୍କିବେଲେ ଲକ୍ମନ୍ ଚୁପ୍ଚାପ୍ ଅଇ ଗାଲାଇ, ତାକେ ପଦେକ୍ ମିସା କାତା ପାସ୍ଲାଇ କରି କଅତ୍ ନାଇଁ; କାଇକେବଇଲେ ରାଜା ସେମନ୍କେ ଆଦେସ୍ ଦେଇ ରଇଲା ତାକେ କାଇଟା ମିସା ବଲିକରି କୁଆ ନାଇ। 22 ତାର୍ପଚେ ଇଲ୍କିଅର୍ ପିଲା ଇଲିଆକିମ୍ ଆରି ସିବନ୍ ଲେକକ ଆରି ଆସ୍ପର୍ ପିଲା ଜଆଅ ନାଉଁର୍ ଇତିଆସ୍ ଲେକୁ ଏ ତିନ୍ ଲକ୍ ଇଜକିଅର୍ ଲଗେ ଆସି ନିଜର୍ ନିଜର୍ ଚକାପଚିଆ ଚିରି ରବ୍ସାକି କଇଲା ସବୁକାତା ଜାନାଇଲାଇ ।
Publicidade
Isaías 36
ଜିଉଦା ଦେସ୍କେ ଅସୁରର୍ ଅଦିକାର୍
Veja também
Publicidade