1 ଏ ଦେସର୍ ସର୍ତେ ଲକ୍ମନ୍ ଗଟେକ୍ ଲଗେ ଆସି ଟୁଲ୍ ଉଆ ଆରି ସୁନା, ଏ ଦେସର୍ ଲକ୍ମନ୍ ମନ୍ଦିଆନ୍ ଦେଇ କରି ସୁନା; ପୁର୍ତିବିର୍ ସର୍ତେ ଲକ୍ ଆରି ତେଇର୍ ସର୍ତେ ଜିନିସ୍ମନ୍ ସୁନା । 2 କାଇକେବଇଲେ ଦେସର୍ ସର୍ତେ ଲକର୍ ଉପ୍ରେ, ସେମନର୍ ସର୍ତେ ସନିଅମନର୍ ଉପ୍ରେ ସବୁବେଲର୍ ମାପ୍ରୁ ବେସି ରିସା ଅଇଆଚେ; ସେ ସେମନ୍କେ ପୁରାପୁରୁନ୍ କୁରୁପ୍ନାସ୍ କଲା ଆଚେ ଆରି ସେମନ୍କେ ସେମନର୍ ଆତେ ମର୍ବାଜାକ ସର୍ପି ଦେଲା ଆଚେ। 3 ସେମନର୍ ମଲା ଲକ୍ମନନ୍କେ ବାଇଲେ ପିଙ୍ଗା ଅଇସି, ସେମନର୍ ମଲା ମଡ୍ କୁଇ ଗନ୍ଦି ଜାଇସି ଆରି ସେମନର୍ ବନି ବଇଜାଇ କରି ଡଙ୍ଗର୍ ଚାରିବେଟ୍ତି ବର୍ତି ଅଇ ଜାଇସି । 4 ଆରି, ଆକାସେ ରଇଲା ତାରା, ବେଲ୍ ଆରି ଜନ୍ ସବୁ ଅଦ୍ରି ମାଟି ତେଇ ମିସି ଜିବାଇ ଆରି ବାଦଲ୍ ଲେକି କରି ମଣ୍ଡ୍ଲା କଲା କାଗଜ୍ ପାରା ଗୁଡିଆଇ ଅଇ ଜାଇସି; ଆରି,ଜେନ୍ତାରି ଅଙ୍ଗୁର୍ ଗଚର୍ ସୁକ୍ଲା ପତର୍ ଆରି ଡୁମ୍ରି ଗଚର୍ ସୁକ୍ଲା ପତର୍, ସେନ୍ତାରି ସେମନର୍ ସଇନିକ୍ମନ୍ ନସ୍ଟ ଅଇ ଜିବାଇ । 5 କାଇକେବଇଲେ ସବୁବେଲର୍ ମାପ୍ରୁ ପର୍ମେସର୍ ସରଗ୍ ଉପ୍ରେ ତାର୍ କାଣ୍ଡା ତିଆର୍ କରି ଆଚେ; ଦେକା, ବିଚାର୍ କର୍ବା ଦିନେ ସେ କାଣ୍ଡା ଇଦମ୍ ଆରି ଜନ୍ ଲକ୍ମନ୍ ଅବିସାପ୍ ପାଇ ଆଚତ୍ ସେ ଲକ୍ମନ୍ ମର୍ବାଇ । 6 ସବୁବେଲର୍ ମାପ୍ରୁର୍ କାଣ୍ଡା ତେଇ ତାର୍ ବନି ଆରି ଚର୍ବି ଆରି ଚେଲିର୍ ଚର୍ବି କାଟି ଅଇଲା ଆଚେ; କାଇକେବଇଲେ ବସ୍ରା ନଅଁରେ ସବୁବେଲର୍ ମାପ୍ରୁର୍ ଲଗେ ଗଟେକ୍ ଅମ୍ବଲି ଅଇସି ଆରି ଇଦମ୍ ଦେସେ ଉତ୍ରି ଆଇସି। 7 ଆରି, ସେମନର୍ ସଙ୍ଗ୍ ବନର୍ ପସୁ, ସଣ୍ଡ୍ ବଲଦ୍ ସଙ୍ଗ୍ ଗଟେକ୍ ବଲଦ୍ ଆଇସି; ସେଡ୍କିବେଲେ ସେମନର୍ ଦେସ୍ସାରା ବନି ବର୍ତି ଅଇ ଜାଇସି ଆରି ସେମନର୍ ଦେସ୍, ଆରି ମାଟି ଚର୍ବି ସଙ୍ଗେ ବର୍ତି ଅଇ ଜାଇସି । 8 କାଇକେବଇଲେ ଏଟା ଅଇଲାନି ସବୁବେଲର୍ ମାପ୍ରୁ ବାଦ୍ଲା ନେବା ଦିନ୍, ଏଟା ସିଅନ୍ର୍ ବିରଦି କର୍ବା କାମର୍ ଦଣ୍ଡ୍ ଦେବା ବରସ୍ । 9 ଆରି, ଇଦମର୍ ଗାଡ୍ ଦୁପ୍ନି ଆରି ଦୁଲି ଦାରୁଗୁଣ୍ଡ୍ ଅଇସି, ତେଇର୍ ମାଟି ଲାଗ୍ତେ ରଇବା ଦୁପ୍ନି ପାରା ଅଇସି । 10 ସେ ଦୁପ୍ନି ଦିନ୍ ରାତି ପଡ୍ତେ ରଇସି; ସେ ଦୁଆଁ ସବୁବେଲର୍ ପାଇଁ ରଇସି; ଆନିଦାଦି ଜାକ ସେଟା ବାଲି ପଟା ଅଇକରି ରଇସି; କେ ମିସା ସେ ବାଟେ ଇଣ୍ଡି ନାପାରତ୍ । 11 ମାତର୍ ପାନି ସୁନା ଆରି ସାଲିମ୍ ତେଇ ବାସା ଅଇବାଇ; କଚ ଆରି କୁଆ ତେଇ ବାସା ଅଇବାଇ; ଆରି ପର୍ମେସର୍ ସେ ଇଦମର୍ ପାଇଁ ଦର୍କାର୍କେ ନ ଆଇବା ଗଟେକ୍ ଗଜ୍ବାଡି ଆରି ଅଲୁମ୍କେ ନସ୍ଟ କର୍ସି । 12 ସେ ଦେସେ କୁଲି କରୁ ମନ୍କେ ସାସନ୍ କର୍ବାକେ ଡାକ୍ବାଇ; ମାତର୍ କେ ମିସା ତେଇ ନ ରଅତ ଆରି ତେଇ ସାସନ୍ କର୍ବାକେ ମୁକିଆମନ୍ କେ ମିସା ନ ରଅତ୍ ସର୍ତେ ଲକ୍ କୁରୁପ୍ନାସ୍ ଅଇଜିବାଇ । 13 ଇଦମ୍ ଦେସେ କାଟାଗଚ୍ ଆରି ଲାଚୁଆନି ବୁଟା ଆଁକର୍ସି ଆରି ବଡ୍ସି ଆରି ସେ ତେଇ କଲିଆମନ୍ ବାସା ଅଇବାଇ ଆରି କଚ ଚଡଇ ମନର୍ କାଇବା ଜାଗା ଅଇସି । 14 ଆରି, ତେଇ ବନର୍ ଜିବ୍ଜନ୍ତୁ ଗଦ ଡୁର୍କାମନର୍ ସଙ୍ଗ୍ ମିସ୍ବାଇ ଆରି ଚେଲି ଦେବ୍ତା ତାର୍ ସଙ୍ଗାରି ମନ୍କେ ଡାକ୍ସି ଆରି ରାତିଆ ଡୁମା ଡାଇନିମନ୍ ତେଇ ବାସାଅଇ କରି ଚିମ୍ରା ଅଇ ରଇବାଇ । 15 ସେ ଜାଗାଇ ଗୁଡା କରି କଚ ଚଡଇମନ୍ ଗାର୍ ଦେବାଇ ଆରି ପିଲା ପୁଟାଇ କରି ନିଜର୍ ଡେନା ସଙ୍ଗେ ପାଟାଲି ରଇବାଇ; ଆରି ତେଇ ସର୍ତେ ଗିଦ୍ମନ୍ ଗଟେକ୍ ଲଗେ ମିସି କରି ଟୁଲ୍ଅଇ ରଇବାଇ । 16 ତମେ ସବୁବେଲର୍ ମାପ୍ରୁର୍ ଚାମ୍ସଙ୍ଗେ ତିଆର୍ କଲା ବଇ ତେଇ ଲେକ୍ଲା ବାକିଅକେ ବାର୍କରି ପଡା; ଏ ମନର୍ ବିତ୍ରେ ଅନି କେ ମିସା ନିମାନ୍ ଅଇକରି ନ ରଅତ୍, କାଇକେବଇଲେ ମର୍ ଟଣ୍ଡେଅନି ସବୁବେଲର୍ ମାପ୍ରୁ ଆଦେସ୍ କରିଆଚେ ଆରି ତାର୍ ଆତ୍ମା ସେମନ୍କେ ଟୁଲିଆଇଲା ଆଚେ । 17 ଆରି ସବୁବେଲର୍ ମାପ୍ରୁ ସେମନର୍ ପାଇଁ କେଡ୍ ପୁଟାଇଲା ଆଚତ୍ ଆରି ତାର୍ ଆତେ ରଇଲା ଡର୍ ସଙ୍ଗେ ନାପିକରି ବାଟାକରି ଦେଲା ଆଚେ; ସେମନ୍ ସେ ଜାଗାଇ ସବୁବେଲର୍ ପାଇଁ ବାସା ଅଇକରି ରଇବାଇ, ତାକର୍ ଆନିଦାଦି ଜାକ ତେଇ ବାସା ଅଇ ରଇବାଇ ।
Publicidade
Isaías 34
ପର୍ମେସର୍ ତାର୍ ଲକ୍ମନ୍କେ ଡଣ୍ଡ୍
Veja também
Publicidade