Publicidade

Isaías 28

ଜିରୁସାଲାମର୍ ପାଇଁ ବିଚାର୍‌ନା

1 ଇପ୍‌ର୍‌ଇମ୍‌ କୁରୁପ୍‌ନାସ୍ ଅଇଜାଇସି ! ଆର୍ ଆସିର୍‌ବାଦ୍ ଅଙ୍ଗୁର୍‌ ରସ୍ କାଇବା ନେତାମନର୍ ମୁଣ୍ଡେ ପୁଲର୍ ମୁକୁଟ୍ ପାରା ନସ୍‌ଟ ଅଇ ଜାଇସି । ସେମନର୍ ଗରବ୍ ମୁଣ୍ଡର୍ ବାସ୍‌ନା, ମାତର୍ ସେତେଇ ସେମନ୍ ଅଙ୍ଗୁର୍ ରସ୍ କାଇକରି ସଇଲାଇ ଆଚତ୍, ସେମନ୍ ଅବିସାପର୍ ଲକ୍‌!

2 ସବୁବେଲର୍ ମାପ୍‌ରୁର୍ ଗଟେକ୍ ବପୁରଇବା ଲକ୍ ଆରି ବପୁକାରିଆ ଆଚେ , ଜେକି କାରାପାକ୍‌ନା ମାର୍‌ଲା ପାରା ଆରି ପାନି ଆଇଲା ପାରା ଆରି ବେସି ପାନି ପବନ୍ ପାରା ଆସି ଦେସ୍‌ସାରା କେଲି ଜାଇସି ।

3 ଇପ୍‌ରଇମର ଅଙ୍ଗୁର୍ ରସ୍ କାଇ ମାତ୍‌ବା ଲକ୍‌ମନ୍‌ ପାଇବା ମୁକୁଟ୍ ପାଦ୍ ତଲେ ପାକାଇ ଚକ୍‌ଟି ଦେଇସି;

4 ଆରି , ପଲ୍‌ପଲ୍‌ବା ମରୁବାଲି ବୁଇଁର୍‌ ମୁଣ୍ଡେ ରଇବା ତାର୍ ସୁନ୍ଦର୍ ଜାଉଁଲି ଜାଇ ରଇବା ପୁଲ୍ ପାରା ଅଇସି, କାରାଦିନର୍ ସୁକିଜାଇ ରଇବା ପଲ୍ ପାରା ଅଇସି ; ଜନ୍ ଲକ୍ ମନ୍ ଦେକ୍‌ବା ଦାପ୍‌ରେ ଆରି ଆତେ ଦାର୍‌ଲା ଦାପ୍‌ରେ କାଇ ଦେଇସି ।

5 ଗଟେକ୍ ଦିନ୍ ଆଇସି ସବୁର୍‌ଟାନୁ ବପୁରଇବା ସବୁବେଲର୍ ମାପ୍‌ରୁର୍ ଲଗେ ବଁଚି ରଇଲା ଲକ୍‌ମନର୍ ପାଇଁ ସୁନ୍ଦର୍‌ ମୁକୁଟ୍ ଆରି ବେସି ବାସ୍‌ନା ପୁଲ୍ ପାରା ଅଇସି।

6 ଆରି ଜନ୍ ଲକ୍‌ମନ୍ ବିଚାର୍ କାରିଆ ବାବ୍‌ରେ କାମ୍ କର୍‌ବାକେ ବସିଆଚତ୍‌ ସେମନ୍‌କେ ବିଚାର୍ କର୍‌ବା ଆତ୍‌ମା ଆରି ଜନ୍ ଲକ୍‌ମନ୍ ନଅଁରର୍ ଗେଟ୍‌ଲଗେ ଜୁଇଦ୍ କରି ବାଉଡି ଉଟି ଆଇବାଇ , ଆରି ସେମନର୍‌ପାଇଁ ବପୁ ଦେବାଇ ।

ମାତୁଆଲ୍‌ମନର୍ ପାଇଁ ବବିସତ୍ କାତା

7 ମାତର୍ ଏମନ୍ ଅଙ୍ଗୁର୍ ରସ୍‌କେ ବେସି ଲାଲ୍‌ସା ଅଇଲା ଆଚତ୍ ଆରି ମାତି କରି ତେରେପେତେ ଅଇ ଜାଇ ଆଚତ୍; ଜାଜକ୍ ଆରି ବବିସତ୍ ବକ୍‌ତାମନ୍ ବେସି ଅଙ୍ଗୁର୍ ରସ୍ କାଇବାକେ କିଲିବିଲି ଅଇଲାନି, ମାତି କରି ତେରେପେତେ ଅଇ ଜାଇ ଆଚତ୍; ସେମନ୍ ଦର୍‌ସନ୍ ଦେକ୍‌ବାକେ କିଲିବିଲି ଅଇବାଇ, ବିଚାର୍ କର୍‌ବା ତେଇ ଗେବ୍‌ରି ଜିବାଇ । 8 କାଇକେ ବଇଲେ ଟେବୁଲ୍ ମନ୍‌କେ ବାତି କରି ପାକାଇ ଆଚତ୍ ଗଟେକ୍ ମିସା ପରିଚଲ୍ ଜାଗା ନାଇଁ ।

9 ସେ କାକେ ଗିଆନ୍ ସିକାଇସି ? ସେ କାକେ ସୁବ୍‌କବର୍ ବୁଜାଇ ଦେଇସି ? ନୁଆଁ ଲକ୍‌ମନ୍‌କେ କି ପୁର୍‌ନା ଲକ୍‌ମନ୍‌କେ ? 10 କାଇକେବଇଲେ ଏଟା ଅଇଲାନି ବିଦି ଉପ୍‌ରେ ବିଦି, ବିଦି ଉପ୍‌ରେ ବିଦି, ଦାଡିକେ ଦାଡି, ଦାଡିକେ ଦାଡି; ଇତି କଣ୍ଡେକ୍ ତେଇ କଣ୍ଡେକ୍ ।

11 ନାଉଁକେ ମାତର୍ ଅଲ୍‌ଗା ଦେସର୍ ଟଣ୍ଡ୍‌ସଙ୍ଗେ ଆରି ବିନ୍ ବାସା ସଙ୍ଗ୍ ଏ ଲକ୍‌ମନ୍‌କେ କାତା କଇସି;

12 ସେ ସେମନ୍‌କେ କଇଲା, ଏ ପୁଣ୍ଡ୍‌ବାଟା, ତମେ ତାକି ଗାଲା ଲକ୍‌ମନ୍‌କେ ପୁଣ୍ଡ୍‌ବାକେ ଦିଆସ୍‌, ଆରି ଏଟା ଅଇଲାନି ବିସ୍‌ରାମ୍ ପାଇବାଟା; ମାତର୍ ସେ ଲକ୍‌ମନ୍ ସୁନ୍‌ବାକେ ମନ୍ ନ କରତ୍ ।

13 ଲକ୍‌ମନ୍ ଜେନ୍ତାରି କି ଆର୍‌ତରେକ୍ ଜାଇ ଅଦର୍‌ବାଇ ଆରି ସଇତାନର୍ ପାନ୍ଦେ ବାନ୍ଦି ଅଇ ରଇବାଇ ଆରି ତେରେପେତେ ଅଇବାଇ, ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁର୍ ବାକିଅ ବିଦି ଉପ୍‌ରେ ବିଦି ଉପ୍‌ରେ ବିଦି; ଦାଡିକେ ଦାଡି ଦାଡିକେ ଡାଡି; ଇତି କଣ୍ଡେକ୍ ତେଇ କଣ୍ଡେକ୍ ଅଇସି ।

ସିଅନର୍ କନର୍ ପାକ୍‌ନା

14 ଜିରୁସାଲମ୍ ତେଇ ବାସା ଅଇଲା ସାସନ୍ କରୁମନ୍‌କେ ନିନ୍ଦା କର୍‌ବା ଲକ୍‌ମନ୍, ତମେ ସବୁବେଲର୍ ମାପ୍‌ରୁର୍ ବାକିଅ ସୁନା;

15 ତମେ କଇ ଆଚାସ୍, ଆମେ ମରନ୍ ସଙ୍ଗ୍ ନିଅମ୍ କରି ଆଚୁ ଆରି ପାତାଲ୍ ପୁର୍ ସଙ୍ଗ୍ ଆମର୍ ସନ୍ଦି ଆଚେ; ଏଟାର୍ ପାଇଁ ପାନିପବନ୍ ପାରା ଅଇ କର୍‌ଡା ସଙ୍ଗ୍ ମାର୍‌ବା ବେଲେ ସେ ଆମର୍ ସଙ୍ଗେ ନ ଆସେ; କାଇକେବଇଲେ ମିଚ୍‌କେ ଆମେ ସଇବା ଜାଗା କରି ଆଚୁ ଆରି ସତ୍ ନ ରଇଲା ତେଇ ଆମେ ନିଜେ ଲୁଚାଇ ଆଚୁ;

16 ଏଟାର୍ ପାଇଁ ମାପ୍‌ରୁ ପର୍‌ମେସର୍ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ଦେକା, ମୁଇ କୁନାଦି କର୍‌ବାକେ ସିଅନ୍ ତେଇ ଗଟେକ୍ ପାକ୍‌ନା ସେଟା ପରିକିଆ ସିଦ୍ ଅଇଲା ପାକ୍‌ନା, ସେଟାକେ ବେସି ଦାମ୍‌କିଆ ଗଟେକ୍ ଡାଟ୍‌ କୁନାଦି ତିଆର୍ କରି ଆଚି; ଜେ ବିସ୍‌ବାସ୍ କର୍‌ସି ସେ ମନ୍ ଉନା କରି ରଇସି ।

17 ଆରି, ନିଆଇ ବିଚାର୍ କର୍‌ବାକେ ଡର୍ ଆରି ଦରମ୍ କର୍‌ବା ଲକ୍‌କେ ଅଲୁମ୍‌ ସଙ୍ଗ୍ ନାପ୍‌ବି; ଆରି, କାରାପାକ୍‌ନା ଅଦ୍‌ରି ପାପର୍ ଜାଗାକେ ବିନାସ୍ କର୍‌ସି ଆରି ସସିର୍ ପାନି ଲୁଚ୍‌ବା ଜାଗାକେ ବାଙ୍ଗାଇ ଦେଇସି ।

18 ଆରି, ମରନ୍ ସଙ୍ଗ୍ ତମର୍ ନିଅମ୍ ଦୁର୍ ଅଇସି ଆରି ପାତାଲ୍ ପୁର୍ ସଙ୍ଗ୍ ତମର୍ ସନ୍ଦି ସବୁବେଲେର୍ ପାଇଁ ନ ରଏ; ପାନିପବନ୍‌ ଆଇଲେ ତମେ ବୁଡି ବିନସ୍‌ଟ ଅଇ ଜାଇସା । 19 ସେଟା ଜେତେକ୍‌ ତର ଆଇସି, ସେତ୍‌କି ତର୍ ତମ୍‌କେ ତେରେପେତେ କର୍‌ସି; କାଇକେବଇଲେ ସାକାଲ୍‌କେ ସାକାଲ୍ ଆରି ଦିନ୍ ରାତି କସ୍‌ଟ ଅଇବାର୍ ଅଇସି; ଲକ୍‌ମନ୍ ଜାଗର୍‌ତା ରଇବାକେ କଇଲା କାତା ସୁନ୍‌ବାକେ ଡର୍‌ବାଇ । 20 କାଇକେ ବଇଲେ ନିଜ୍‌କେ ଡାଙ୍ଗ୍‌ଡାଙ୍ଗା ଅଇ ସବାକେ ନର୍ ଜାତିର୍ ସଇବା ଜାଗା ସାନ୍‌ଟା ଅଇସି ଆରି ନିଜ୍‌କେ ଡାବାଇ ଅଇବାକେ ରାଗୁ ମିସା ସାନ୍ ଅଇସି । 21 ସବୁବେଲର୍ ମାପ୍‌ରୁ, ଜେନ୍ତାର୍‌କି ପରାସିମ ଡଙ୍ଗର୍ ତେଇ ଉଟ୍‌ସି, ଗିବିଅନ୍‌ର ତଲର୍ ଜାଗା ତେଇ ସେ ସେନ୍ତାରି ରିସା ଅଇସି; ତାର୍‌ପଚେ ତାର୍ କାମ୍‌ ଅଲ୍‌ଗା ଦେସର୍ କାମ୍ ସିଦ୍ ଅଇସି ଆରି ନିଜର୍ ବେବାର୍‌ ଆରି କାବାଅଇ ଜିବା ବେବାର୍‌ପାନି ପୁରାପୁରୁନ୍ କର୍‌ସି । 22 ଏଟାର୍ ପାଇଁ ତମେ ନିନ୍ଦା ପାଇବା ଲକ୍‌ମନର୍ ପାରା ଉଆ ନାଇ, ପଚ୍‌କେ ତମର୍ ବାନ୍ଦ୍‌ଲାଟା ଡାଟ୍‌ ଅଇସି; କାଇକେବଇଲେ ମାପ୍‌ରୁ, ସବୁବେଲର୍ ମାପ୍‌ରୁର୍ ଟଣ୍ଡେ ଅନି ଏ ପୁର୍‌ତିବିକେ କୁରୁପ୍ ନାସ୍ କର୍‌ବା ବିସଇରେ ଆମେ ସୁନି ଆଚୁ ।

ମାପ୍‌ରୁର୍ ଗିଆନ୍‌

23 ତମେ ନିକ ସଙ୍ଗ୍ କାନ୍ ଡେରି କରି ଆମର୍ କାତା ସୁନା ଆରି ଆମର୍ ବାକିଅକେ ନାମା । 24 ଗଟେକ୍ ଚାସି କାଇଟାଆଲେ ବୁନ୍‌ବାକେ ସବୁଦିନ୍ ଅଲ୍‌ ନ ବୁଲାଏ କି? ସେ ସାର୍‌ ତିଆର୍ କରି ଡେଲ୍‌କା ନ ବିଲାଏ କି ? ଗଟେକ୍ ଚାସି ବୁନ୍‌କେ ବଲିକରି ଦିନ୍ ରାତି କସିଲାଗି ରଇସି କି? 25 ସେ ଚାସି ସର୍‌ତେ ନିବ୍‌ଡାଇ ସାରାଇଲା ପଚେ କାଲା ଜିରା ବିଚି ନ ଦେଏ ଆରି ଚାରାମାଲି ନ ବୁନେ ଆରି ଦାଡିଦାଡି କରି ଗଅମ୍‌, କେଡ୍‌ଜନା‌ ଆରି ଜନା, ସାମାନ୍ ସଙ୍ଗେ ନ ରପେ କି ? 26 କାଇକେବଇଲେ ତାର୍ ପର୍‌ମେସର୍ ତାକେ ସମାନ୍ ବେଲାଇ କାମ୍ କର୍‌ବାକେ ଆଦେସ୍ ଦେଇସି ଆରି ତାକେ ସିକାଇସି । 27 କାଇକେବଇଲେ କାଲିଆ ଜିରାକେ ଗଟେକ୍ ଲାଗନ୍ କାଣ୍ଡା ସଙ୍ଗ୍ ନ କାଟତ୍, କି ଜିରା ଜଡାଇବାକେ ସଗଡ୍‌ ଚକ୍ ନ ବୁଲାଅତ୍; ମାତର୍ ତାକେ ଜଡାଇବାକେ ଗଟେକ୍ ଡାଙ୍ଗ୍ ସଙ୍ଗ୍ ନଇଲେ ଜାଟି ସଙ୍ଗ୍ ମାରି କରି ଜଡାଇବାଇ । 28 ରୁଟି କର୍‌ବା ଗଁକେ, ଚକ୍ ସଙ୍ଗ୍ ଜଡାଇବାଇ ମାତର୍ ସେଟା ପୁରାପୁରୁନ୍‌ ଗୁଣ୍ଡ୍ କର୍‌ବାକେ ନ ବୁଲାଅତ୍‌ କି ଗଡାମନ୍ ବୁଲ୍‌ଲା ବେଲେ ବିଚି ଅଇସି ମାତର୍ ସେଟା ଗୁଣ୍ଡ୍‌ଗୁଣ୍ଡା ନ ଅଏ । 29 ଏଟା ସବୁବେଲର୍ ମାପ୍‌ରୁ ପର୍‌ମେସରର୍ ଲଗେ ଅନି ଅଇସି, ତାର୍ ଜଜ୍‌ନା କାବାଅଇ ଜିବା ପାରା ଆରି ଗିଆନ୍‌ରେ ବଡ୍ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-