Publicidade

Isaías 50

ଇସ୍‌ରାଏଲର୍ ପାପ୍ କାମ୍

1 ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ମୁଇଁ ଜନ୍ ରାଜିନାମା ଚିଟିଲେକି କରି ତମର୍ ଆୟାକେ ଚାଡିଆଚି, ସେ ରାଜିନାମା ଚିଟି କେନେ? ଆରି ମର୍‌ ବେବାର୍‌ ବାଟ୍ କରୁମନର୍‌ ବିତ୍‌ରେଅନି କାର୍ ଲଗେ ତମ୍‌କେ ବିକି ଆଚି? ଦେକା, ତମେ ନିଜର୍‌ କାରାପ୍ କାମର୍ ପାଇଁ ବିକିଅଇ ରଇଲାସ୍ ଆରି ତମର୍ ଅଦରମର୍ କାମର୍ ପାଇଁ ତମର୍ ମାଆ ଚାଡିଜାଇ ରଇଲା । 2 ମୁଇଁ ଆଇବା ବେଲେ କାଇକେ କେ ମିସା ନ ରଇଲାସ୍ ମୁଇଁ ଡାକ୍‌ବା ବେଲେ କାଇକେ କେ ମିସା ଉତର୍ ଦେବାକେ ନ ରଇଲାସ୍? ମର୍ ଆତ୍ କାଇ ଚଟ୍‌ ଅଇ ଆଚେ ଜେ, ସେଟାକେ ମୁକ୍‌ଲାଇ ନାପାରେ? କି ଉଦାର୍ କର୍‌ବାକେ କାଇ ମକେ ବପୁ ନାଇଁ? ଦେକା, ମୁଇଁ ମର୍ ଦମକ୍‌ ସଙ୍ଗ୍ ସମ୍‌ଦୁର୍‌କେ ସୁକାଇବି, ଆରି ଗାଡ୍‌ନାଲ୍‌ ସବୁକେ ଡଙ୍ଗର୍ କର୍‌ବି; ତେଇ ରଇବା ମାଚ୍‌ମନ୍‌ ସବୁ ପାନି ଆଁଟି ସୁକି ଗାଲେ ସସ୍‌କେ ମରି ଜାଇ ବାସ୍‌ନା ଅଇବାଇ । 3 ଆମେ ଆକାସ୍ ମଣ୍ଡଲ୍‌କେ କାଲିଆ ବସ୍‌ତର୍‌ ପିନ୍ଦାଇବି ଆରି ସାନ୍ ବସ୍‌ତର୍‌ ସଙ୍ଗେ ସବୁକେ ଡାବ୍‌ବି ।

ମାପ୍‌ରୁର୍ କାତା ମାନ୍‌ତେ ରଇବା ଦାସ୍‌

4 ମୁଇ ଜେମ୍‌ନ୍ତାର୍‌ ତାକି ଜାଇ ରଇବା ଲକ୍‌କେ ବାକିଅ ସଙ୍ଗ୍ ସାନ୍ତି ଦେଇ ପାର୍‌ବି, ସେଟାର୍‌ପାଇଁ ମାପ୍‌ରୁ ମକେ ସିକିତ୍‌ ଲକର୍ ଜିବ୍ ଦେଇଆଚେ; ସେ ସବୁ ସାକାଲେ ଜାଗର୍‌ତା କୁରାଇସି, ସିକିତ୍ ଲକର୍ ପାରା ସୁନ୍‌ବାକେ ସେ ମର୍ କାନ୍‌କେ ଜାଗର୍‌ତା କୁରାଇସି । 5 ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମର୍ କାନ୍‌କେ ମେଲା କରି ଆଚେ, ଆରି ମୁଇଁ ବିରଦି ଅଇ ନାଇଁ, କି ପଚ୍‌ବାଟେ ଲେଉଟି ଜାଇ ନାଇଁ । 6 ମୁଇଁ ମାର୍‌ବା ଲକର୍ ତେଇ ନିଜର୍ ପିଟି ଅଡ୍‌ଲି, ଦାଡି ଜିକ୍‌ବା ଲକ୍‌ମନର୍‌ ତେଇ ନିଜର୍ ଗାଲ୍ ଅଡିଦେଲି; ମୁଇଁ ଅପ୍‌ମାନ୍ ଆରି ତୁକ୍‌ବା ଲକ୍‌ମନ୍‌କେ ମର୍‌ ମୁ ଲୁଚାଇ ନାଇଁ । 7 କାଇକେବଇଲେ ସବୁବେଲର୍‌ ମାପ୍‌ରୁ ମକେ ସାଇଜ କର୍‌ସି; ସେଟାର୍‌ ପାଇଁ ମୁଇଁ ତେରେପେତେ ଅଇନାଇଁ; ସେଟାର୍‌ପାଇଁ ମୁଇଁ ଜକ୍‌ମକି ଜିବା ପାକ୍‌ନା ପାରା ନିଜର୍ ମୁକେ ଜତନ୍ କରି ସଙ୍ଗଇ ଆଚି, ଆରି ମୁଇଁ ଲାଜ୍ ଅଇ ନାଇଁ ଏଟା ମୁଇ ଜାନି । 8 ଜେ ମକେ ଦରମ୍‌ ଲକ୍ ବଲିକରି କଇସି, ସେ ମର୍‌ ସଙ୍ଗେ କେ ମର୍ ବିରଦ୍ କର୍‌ସି? ଆସା, ଆମେ ଗଟେକ୍ ଲଗେ ଟିଆ ଅଉଁ; ମର୍ ବିରଦି କେ? ସେ ମର୍‌ ଲଗେ ଆସ । 9 ଦେକା, ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମକେ ସାଇଜ କର୍‌ସି; କେ ମକେ ଦସି କର୍‌ସି? ଦେକା ସେମନ୍ ବସ୍‌ତର୍ ପାରା ମୁର୍‌କି ଅଇବାଇ; କିଡା ସେମନ୍‌କେ କାଇସି । 10 ଜେ ସବୁବେଲର୍ ମାପ୍‌ରୁ, କେ ଡର୍‌ସି ଆରି ତାର୍ ସେବାକାରିଆର୍ ବାକିଅ ପାଲନ୍ କର୍‌ସି, ତମର୍ ବିତ୍‌ରେ ଏ ରକାମ୍ କେ ଆଚେ? ଜନ୍‌ଲକ୍ ଆନ୍ଦାର୍ ବାଟେ ଇଣ୍ଡ୍‌ସି ଆରି ଉଜଲ୍ ନ ପାଏ ସେ ସବୁବେଲର୍ ମାପ୍‌ରୁର୍ ନାଉଁରେ ବିସ୍‌ବାସ୍ କର ଆରି ନିଜର୍ ପର୍‌ମେସରର୍ ଉପ୍‌ରେ ଆସା କର । 11 ଜଇ ଲାଗାଇଲାସ୍‌ନି, ଜଇ ମୁଟ୍‌ଲା ସଙ୍ଗେ ଆମ୍‌କେ ସବୁକେ ବେଡି ଆଚୁସ୍‌ ଜେ ଆମ୍‌କେ, ତମେ ସବୁଲକ୍ ଦେକା ତମେ ତମର୍ ଜଇ ଅଲା ଆରି ତମର୍ ଲାଗ୍‌ଲା ଜଇ ଅଲା ବିତ୍‌ରେ ଇଣ୍ଡା । ମର୍ ଆତେ ଅନି ଏଟା ତମେ ପାଇସା; ତମେ ଦୁକ୍‌ସଙ୍ଗ୍ ସଇସା ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-18_12-43-22-