Publicidade

Isaías 46

1 ବେଲ୍ ଦେବ୍‌ତା ମୁଣ୍ଡ୍‌ ଆଉଜାଇ ଦେଇସି, ନବ ଦେବ୍‌ତା ତଲେ ଅଦ୍‌ରି ଗାଲା ଆଚେ; ସେମନର୍ ପସୁ ମୁର୍‌ତିମନ୍‌ ଆରି ପସୁମନର୍ ଉପ୍‌ରେ ସଙ୍ଗଇ ଆଚତ୍; ଜନ୍ ଜିନିସ୍ ମନ୍‌କେ ତମେ ବଇ କରି ବୁଲ୍‌ଲାସ୍, ସେଟା ବଜ୍ ଅଇଲା ଆଚେ, ସେଟା ତାକିଜାଇ ରଇବା ପସୁ ବଜ୍ ବଇଲା ଆଚେ । 2 ସେମନ୍ ତଲେ ଅଦ୍‌ରି ଜିବାଇ, ସେମନ୍ ଗଟେକ୍ ଲଗେ ସର୍‌ତେ ମିସିକରି ତଲେ ଅଦର୍‌ବାଇ; ଆରି ସେମନ୍ ଲାଦି ଅଇଲା ବଜ୍‌କେ ବଇ ନାପାର୍‌ଲାଇ , ମାତର୍ ନିଜେ ବନ୍ଦି ଅଇକରି ଆଚତ୍ । 3 ଏ ଜାକୁବ୍ କୁଟୁମର୍ ବଁସ୍ , ଏ ଇସ୍‌ରାଏଲର୍ ବଁସ୍‌ ଉବ୍‌ରି ରଇବା କେତେକ୍ ଲକ୍, ମର୍ କାତାକେ ସୁନା ମୁଇ ତମ୍‌କେ ଜନମ୍ ଅଇଲା ଦିନେ ଅନି ତମର୍ ଜତନ୍ କଲି ଆଚି, ତମେ ଗରବ୍ ବିତ୍‌ରେ ରଇଲା ବେଲେଅନି ବଜ୍ ବୁଆଇ ଅଇ ଆଚାସ୍; 4 ଆରି, ମୁଇ ତମର୍ ବୁଡା ଅଇବାଜାକ ସେ ସେ ଅଇବି ଆରି ବାଲ୍ ପାଚ୍‌ବା ଜାକ ମୁଇ ତମର୍ ସଙ୍ଗେ ରଇବି, ମୁଇ ଗଡ୍‌ଲି ଆଚି ଆରି ମୁଇ ବଇବି; ଉଁ, ମୁଇ ବଇବି ଆରି ଉଦାର୍ କର୍‌ବି । 5 ତମେ ମକେ କାର୍‌ ପାରା ଆରି କାର୍ ସମାନ୍ କର୍‌ସା ଆରି କାର୍‌ ସଙ୍ଗେ ମକେ ଡେରାଇ କରି ସମାନ୍ କଲାସ୍‌ନି ? 6 ସେମନ୍ ବେସ୍‌ନି ତେଇ ଅନି ସୁନା ଡାଲ୍‌ବାଇ, ଆରି କେଜି ଗୁଣ୍ଡୁ ସଙ୍ଗେ ରୁପା ତୁଲ୍‌ବାଇ, ସେମନ୍ ସୁନାରିକେ କୁଲି ଲାଗାଇବାଇ ଆରି ସେ ଗଟେକ୍ ଦେବ୍‌ତା ତିଆର୍ କର୍‌ସି; ସେମନ୍ ତାକେ ଜୁଆର୍ କରି ପୁଜା କର୍‌ବାଇ । 7 ସେମନ୍ ତାକେ କନ୍ଦେ ବଇ ନେବାଇ ଆରି ତାକେ ବଇ ନେଇକରି ତାର୍‌ ଜାଗାଇ ତାକେ ସଙ୍ଗଇବାଇ, ତେଇ ସେ ଟିଆ ଅଇ ରଇସି; ସେ ଟିଆ ଅଇଲାଟାନେ ଅନି ନ ଗୁଚେ, ଆରି କେ ତାକେ ପାଚାର୍‌ଲେ ମିସା ତାର୍ ଉତର୍ ଦେଇ ନାପାରେ ,କି ଦୁକ୍ କସ୍‌ଟ ଟାନେ ଅନି ରକିଆ କରି ନାପାରେ। 8 ତମେ ଏଟାକେ ମନେ ଏତାଇ ରୁଆ , ମୁଇ କାଇଟା କରି ଆଚି ସେଟାକେ ଏତାଇ ବିଚାର୍‌ନା କରା । 9 ଆନିଦାଦି ବେଲର୍ ବିସଇକେ ମନେ ଏତାଇ ଦେକା ; କାଇକେ ବଇଲେ ମୁଇ ଆକା ପର୍‌ମେସର୍, ମର୍ ପାରା ଆରି କେ ନାଇ; ମୁଇ ପର୍‌ମେସର୍, ମର୍‌ ପାରା କେ ମିସା ନାଇ; 10 ମୁଇ ସାରାସାରିର୍ ବିସୟ୍ ଆଗ୍‌ତୁ ଅନି ଜାନାଇଲୁନି ଆରି ଜନ୍‌ଟା ତିଆର୍ କରାଜାଏ ନାଇଁ, ସେଟା ପୁରାତନ୍ କାଲେ ଅନି ଜାନାଇଲୁନି, ଆରି କଇଲୁନି ମର୍ ଜଜ୍‌ନା ସବୁଦିନର୍‌ ପାଇଁ ରଇସି ଆରି ମୁଇ ନିଜର୍ ମନ୍‌କଲାଟା ସିଦ୍‌ କର୍‌ବି; 11 ମୁଇ ଗଟେକ୍ ପୁରୁବ୍ ଦିଗେ ଅନି ଗଟେକ୍ ଲକ୍‌କେ ପୁରୁବ୍ ଦିଗେ ଅନି ଆଇବାକେ କଇଲିନି ଉତ୍‌କୁର୍ସଟ ଚଡଇ ପାରା, ଦୁର୍ ଦେସେଅନି ମର୍ ଜଜ୍‌ନାର୍ ଲକ୍‌କେ ଡାକ୍‌ଲୁନି ; ମୁଇ କଇଆଚୁ, ଆଉ ଆମେ ସେଟାକେ ସିଦ୍‌କର୍‌ବୁ ; ମୁଇ ବାବ୍‌ଲି ଆଚି , ଆରି ମୁଇ ସେଟାକେ ସପଲ୍ କର୍‌ବି। 12 ଏ ସୁକଲ୍ ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଦୁର୍ ଅଇଲା ଲକ୍ ବେସି ଆଁକାର୍ ରଇଲା ଲକ୍, ଆମର୍ କାତାକେ ସୁନା। 13 ମୁଇ ମର୍ ସୁକଲ୍ ଜାଗାଇ ଆନ୍‌ଲିନି, ସେଟା ଦୁର୍ ନ ଅଏ ଆରି ମର୍ ମନ୍‌କେ ଉଦାର୍‌ ପାଇବାକେ ଅଲ୍‌ସମ୍ ନ ଅଏ ; ମର୍ ମଇମା ପାରା ଇସ୍‌ରାଇଲର୍‌ ପାଇଁ ମୁଇ ସିଅନର୍ ପର୍‌ବତେ ସୁକଲ୍ ତିଆର୍ କର୍‌ବି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-