1 ଏ ସବୁବେଲର୍ ମାପ୍ରୁ , ତୁଇ ମର୍ ପର୍ମେସର୍ ; ମୁଇଁ ତକେ ଆଦର୍ କର୍ବି, ମୁଇଁ ତର୍ ନାଉଁରେ ମଇମା କର୍ବି ; କାଇକେ ବଇଲେ କାବାଅଇ ଜିବା କାମ୍ କର୍ବା ସବୁବେଲର୍ ମାପ୍ରୁ, କଇବାକେ ଗାଲେ , ପୁରବ୍ କାଲେ ଜଜ୍ନା ସବୁକେ ବିସ୍ବାସ୍ ସଙ୍ଗେ ଆରି ସତ୍ ବାବ୍ରେ ସାଦନ୍ କରି ଆଚାସ୍ । 2 ଜେନ୍ତିକି ତୁଇ ନଅଁର୍ମନ୍କେ କାଚ୍ରା ଗାଦି, ପାଚୁରି ଟେକି ରଇବା ନଅଁରର୍ ପାଚୁରି ବାଙ୍ଗାଇ ଦେଇ ଆଚୁସ୍; ବିନ୍ ଦେସି ମେଡ୍ ଗର୍କେ ନସ୍ଟ କରିଆଚୁସ୍; ସେଟା ଆରି କେବେ ମିସା ଗଡି ନ ଅଏ । 3 ସେଟାର୍ପାଇଁ ବଲିକରି ବପୁ ରଇବା ଲକ୍ମନ୍ ତକେ ମଇଁମା କର୍ବାଇ ଆରି ନିସ୍ଟୁର୍ କୁଟୁମ୍ ମନର୍ ନଅଁର୍ମନ୍ ତକେ ଡରି ଜିବାଇ । 4 କାଇକେ ବଇଲେ ଗରିବ୍ ଲକ୍ମନ୍ ଆରି କାକୁର୍ତି ଲକ୍ମନର୍ ଡାଣ୍ଟ୍ ଡେଙ୍ଗ୍ ଗର୍, ଆରି ସେମନ୍ କାକୁର୍ତି ସଙ୍ଗେ ଆଚତ୍। ତୁଇ ସେମନ୍କେ ଡର୍ବା ତେଇ ଅନି ସାସ୍ ଦେସ୍ ଆରି ବେସି କାରାଟାନେ ରଇବା ଲକ୍ମନ୍କେ ସିତ୍ଲା ଦେସ୍। ଅମାନିଆଁ ବିରଦି ଲକ୍ମନ୍ ସିତ୍ ବେଲେ ମାରାମାରିକେ ଉଟ୍ବାଇ। 5 ଜେନ୍ତିକି ତର୍ ସୁକ୍ଲା ଦେସର୍ ମର୍ଡି ପାରା ବିନ୍ ଦେସର୍ ଆଉଲି ବନ୍ଦ୍ କର୍ସି, ମାତର୍ ଏ ମାପ୍ରୁ, ଆମର୍ ସତ୍ରୁମନ୍କେ ଚୁପ୍ କରାଉ । ତମେ ଅମାନିଆଁ ଲକ୍ମନ୍ ଆଉଲି ଅଇବାଟାକେ ଚୁପ୍ କରାଇସି , ଜେନ୍ତିକି ମେଗ୍ ଗରମ୍ ଦିନ୍କେ କାକର୍ କର୍ସି ।
6 ଇତି ସିଅନ୍ ପର୍ବତ୍ ଉପ୍ରେ ସବୁର୍ ତେଇଅନି ବପୁ ରଇବା ସବୁବେଲର୍ ମାପ୍ରୁ ପୁର୍ତିବିର୍ ସବୁଜାକ ଦେସ୍ ପାଇଁ ଗଟେକ୍ ବଜି ରାନ୍ଦାଇସି, ଗଟେକ୍ ସାଉକାର୍ ଲକର୍ ପାରା କାଦି ଆରି ବେସି ଅଙ୍ଗୁର୍ ରସର୍ ବଜି କର୍ସି । 7 ସବୁ ଦେସ୍ ଉପ୍ରେ ଜୁଲ୍ତେ ରଇବା ମେଗ୍କେ କେଦି ଦେଇସି ଆରି , ସବୁ ଦେସ୍ ଉପ୍ରେ ଡାବି ଅଇବା ବସ୍ତର୍ ବିଚି ଅଇଲା ଆଚେ , ସେଟା ଏ ଡଙ୍ଗର୍ ଉପ୍ରେ କୁରୁପ୍ନାସ୍ କର୍ସି । 8 ସବୁର୍ ତେଇଅନି ବପୁ ରଇବା ସବୁବେଲର୍ ମାପ୍ରୁ କେବେ ନ ସାର୍ବା ମରନ୍କେ କୁରୁପ୍ନାସ୍ କର୍ସି ! ସେ ସବୁ ଲକର୍ ଆଁକିର୍ ଆସୁପାନିକେ ପୁଚି ଦେଇସି ଆରି ସାରା ଦେସ୍ଜାକ ତାର୍ ଲକ୍ମନ୍କେ ଇଜତ୍କେ ଦୁର୍ କର୍ସି । ଏଟା ପର୍ବୁ ନିଜେ କଇଲା ଆଚେ । 9 ଆରି, ସେ ଦିନେ ଏ କାତା କଇବା ଅଇସି, ଦେକା ଏଟା ଆମର୍ ପର୍ମେସର୍; ଆମେ ସବୁଲକ୍ଜାକ ତାକେ ଜାଗି ଆଚୁ ଆରି ସେ ଆମ୍କେ ଉଦାର୍ କର୍ସି; ଏ ଅଇଲାନି ସବୁ ବେଲର୍ ମାପ୍ରୁ; ଆମେ ତାକେ ଜାଗିକରି ଆଚୁ , ଆମେ ତାର୍ ଲାଗି ତିଆର୍ ଅଇ ରଇବା ମୁକ୍ତି ଲଗେ ସାର୍ଦା ଅଇକରି ଆସା ବକ୍ରା ଅଇବୁ ।
10 କାଇକେ ବଇଲେ ସିଅନ୍ ପର୍ବତ୍କେ ସବୁବେଲର୍ ମାପ୍ରୁର୍ ରକିଆ କର୍ସି, ଆରି ଜେନ୍ତିକି କତ୍ ଗାଦି ଲଗେ କାଚ୍ରା ପିଙ୍ଗା ଅଇସି , ସେ ରକାମ୍ ମଆବ ସେ ଜାଗାଇ ନସ୍ଟ ଅଇ ଜାଇସି । 11 ଆରି, ପଅଁର୍ବା ଲକ୍ ଜେନ୍ତିକି ପଅଁର୍ବାକେ ଆତ୍ ମାର୍ସି , ମଆବର୍ ସେ ରକାମ୍ ସେ ତେଇ ମିସା ନିଜର୍ ଆତ୍ ମାର୍ସି; ମାତର୍ ତାର୍ ଗରବର୍ ଲାଗି କୁରୁପ୍ନାସ୍ ଅଇସି । 12 ଆରି , ସେ ଉଚ୍ ପାଚୁରି ପାରା ଡାଟ୍ ପାଚୁରିକେ କୁରୁପ୍ନାସ୍ କରି ବସ୍ଲାଇ ଦେଲା ଆଚେ ଆରି ସେଟାକେ କୁରୁପ୍ନାସ୍ କରି ମାଟି ତେଇ ମିସାଇ ଦେଲାଆଚେ।