1 ଏଟା ମିସର୍ ଦେସ୍ ବିସଇରେ କାତା । ଦେକା, ସବୁବେଲର୍ ମାପ୍ରୁ ଦାପ୍ରେ ମେଗ୍ମାଲାଟାନେ ଅନି ଉତ୍ରି କରି ମିସର୍ ଦେସେ ଆଇଲାନି ; ଆରି , ତାର୍ ପାଦ୍ତଲେ ମିସରର୍ ଲକ୍ମନର୍ ମୁର୍ତି ମନ୍ ଡରି ଜିବାଇ ଆରି ମିସର୍ ଦେସର୍ ଲକ୍ମନର୍ ଗାଗଡ୍ ତାର୍ଲଗେ ତର୍ଲି ଜାଇସି । 2 ଆରି ,ଆମେ ମିସର୍ ଦେସର୍ ଲକ୍ମନ୍କେ ଉସ୍କାଇ ଦେବୁ; ତାର୍ପଚେ ସେମନ୍ ସବୁଲକ୍ଜାକ ନିଜର୍ ନିଜର୍ ବାଇର୍ ଆରି ସବୁ ଲକ୍ଜାକ ନିଜର୍ ନିଜର୍ ସାଇର୍ ଲକର୍ ସଙ୍ଗେ ଜୁଇଦ୍ କର୍ବାଇ; ନଅଁର୍ ନଅଁର୍ ବିରୁଦେ , ରାଇଜ୍ ରାଇଜ୍ ବିରୁଦେ, ଜୁଇଦ୍ କର୍ବାଇ । 3 ମୁଇଁ, ମିସର୍ ଦେସର୍ ଲକ୍ମନର୍ ଜଜ୍ନାକେ ବାଙ୍ଗାଇ ଦେବାକେ ଆରି ସେମନର୍ ମନର୍ ବାବ୍ନାକେ ନସ୍ଟ କର୍ବାକେ ଗାଲିନି । ସେମନ୍ ସେମନର୍ ମୁର୍ତି ମନ୍କେ ଆମ୍କେ ସାଇଜ କରା ବଲିକରି କଇବାଇ, ଆରି ମଲା ଲକ୍ମନର୍ ଆତ୍ମାକେ ଆରି ଦିସାରିମନ୍କେ ଆଦେସ୍ ଦିଆ ବଲିକରି ମାଙ୍ଗ୍ବାଇ ଆରି ସେମନର୍ ସଙ୍ଗ୍ ଇଣ୍ଡ୍ବାଇ । 4 ଆରି, ମୁଇ ମିସର୍ ଦେସର୍ ଲକ୍ମନ୍ ଗଟେକ୍ ନ ଡର୍ବା ମାପ୍ରୁର୍ ଆତେ ସର୍ପି ଦେବି ଆରି ଗଟେକ୍ ବେସି ଟେପର୍ ରାଜା ସେମନ୍କେ ସାସନ୍ କର୍ସି, ଏଟା ମାପ୍ରୁ ସବୁର୍ ଟାନେ ଅନି ବଡ୍ ସବୁବେଲର୍ ମାପ୍ରୁ କଇଲାନି । 5 ଆରି, ସମ୍ଦୁରେ ପାନି ମିସା ନ ରଏ ଆରି ଗାଡ୍ ଆଁଟି ସୁକି ନସ୍ଟ ଅଇ ଜାଇସି । 6 ଆରି ଗାଡ୍ମନ୍ ସବୁଜାକ ଗନ୍ଦି ଜାଇସି ; ମିସର୍ ଦେସର୍ ଜର୍ନା ପାନି ସବୁଜାକ ସୁକି ଜାଇକରି ଆଁଟି ଜାଇସି; ବଡ୍ ଗାଁସ୍ ଆରି ପାନିର୍ ଗାଁସ୍ ସବୁଜାକ ସୁକି ଜାଇସି । 7 ନିଲିଆ ଗାଡ୍ ଲଗର୍ ,ନିଲିଆ ଗାଡର୍ ଚାରିବେଡ୍ତି ରଇବା ପଡିଆ ମନ୍କେ ଆରି ନିଲିଆ ଗାଡର୍ ଚାଡିବେଡ୍ତି ଜାଇଟା ବୁନ୍ଲେ ମିସା, ସେଟାମନ୍ ସବୁଜାକ ସୁକିଜାଇ ପଡି ମସ୍ରି ଜାଇତେ ରଇଲା ଆରି ମୁଲ୍କେ ନ ରଏ । 8 କେଉଟ୍ ମନ୍ ମିସା ଦୁକ୍ କର୍ବାଇ ଆରି ଜନ୍ ଲକ୍ମନ୍ ନିଲିଆ ଗାଡେ ବଡ୍ସି ପାକାଇତେ ରଇଲାଇ, ସେମନ୍ ସବୁ ଲକ୍ ଜାକ ଦୁକ୍ କର୍ବାଇ, ଆରି ଜନ୍ ଲକ୍ମନ୍ ଗାଡେ ବଡ୍ସି ପାକାଇତେ ରଇଲାଇ, ସେମନ୍ ଜାଲ୍ ପାକାଇଲେ ମିସା କାଇ କାମ୍କେ ନ ଆସେ । 9 ଆରି, ଜନ୍ ଲକ୍ମନ୍ ସୁତା କାମ୍ କଲାଇନି ଆରି ଜନ୍ ଲକ୍ମନ୍ ନିମାନ୍ ବସ୍ତର୍ ବୁନ୍ବାଇ , ସେମନ୍ ଲାଜ୍ ଅଇଜିବାଇ । 10 ଆରି, ମିସର୍ ଦେସର୍ ମୁଣ୍ଡା ବାଙ୍ଗାଇ କରି କଣ୍ଡ୍ କଣ୍ଡ୍ ଅଇ ଜାଇସି, ଡାବୁର୍ ପାଇଁ ବଲିକରି କାମ୍ କର୍ବା ଲକ୍ମନ୍ ସବୁ ତାକର୍ ଜିବନେ ବେସି ଦୁକ୍ କର୍ବାଇ । 11 ସଅନର୍ ମୁକିଆମନ୍ ; କାତା ନ ନାମତ୍ ; ପାରର୍ ଗିଆନି ମନ୍ତ୍ରି ମନର୍ ବାବ୍ନା ପସୁ ପାରା ଅଇଲା ଆଚେ; ତମେ କେନ୍ତି ବାବ୍ରେ ପାର ରାଜାକେ କଇଲାସ୍ନି, ଆମେ ବୁଦି ରଇଲା ଲକର୍ ପିଲାମନ୍, ପାର୍ଚିନର୍ ରାଜାମନର୍ ପିଲାମନ୍ ? 12 ତେବେ ତମର୍ ଗିଆନି ଲକ୍ମନ୍ କନ୍ତେଇ ଆଚତ୍ ? ସେମନ୍ ଏବେ ତମ୍କେ ଜାନାଅତ୍ ଆରି ସବୁର୍ଟାନେ ଅନି ବଡ୍ ସବୁବେଲର୍ ମାପ୍ରୁ ମିସର୍ ଦେସର୍ ବିସଇରେ ଜନ୍ଟା ଜଜ୍ନା କଲାଇ ଆଚତ୍ , ସେଟାକେ ସେମନ୍ ଜାନ୍ବାର୍ ଆଚେ । 13 ସଅନର୍ ମୁକିଆମନ୍ କାତା ମାନତ୍ନାଇ, ନପରର୍ ମୁକିଆମନ୍ ବାଟ୍ବାନା ଅଇଲାଇ ଆଚତ୍; ଜନ୍ ଲକ୍ମନ୍ ମିସର୍ ଦେସର୍ କୁଟୁମର୍ କନର୍ ମୁଲ୍ ପାକ୍ନା ପାରା, ସେମନ୍ ମିସର୍ ଦେସ୍କେ କାରାପ୍ ବାଟେ ଜିବାକେ କଇଲାଇ ଆଚତ୍ । 14 ସବୁବେଲର୍ ମାପ୍ରୁ ମିସର୍ ଦେସ୍ ବିତ୍ରେ କିଲ୍ବିଲ୍ କର୍ବା ଆତ୍ମା ମିସାଇ ଦେଇ ଆଚତ୍; ଆରି , ମାତୁଆଲ୍ ଲକ୍ ଜେନ୍ତିକି ନିଜର୍ କାରାପ୍ କାମର୍ ଲାଗି ବାୟାବିକଲ୍ ଅଇଜିବାଇ, ସେ ରକାମ୍ ସେମନ୍ ମିସର୍ ଦେସ୍କେ ତାର୍ ସବୁ ରକାମର୍ କାମ୍କେ କାରାପ୍ ବାଟେ ନେଲାଇନି । 15 ଆରି , ମୁଣ୍ଡ୍ କି ଲେଞ୍ଜ୍, କି ତାଲ୍ପତର୍ କି ପାନିର୍ ଗାଁସ୍ ଜନ୍ଟା କରିପାର୍ସି, ଏ ରକାମ୍ କାମ୍ ମିସର୍ ଦେସର୍ ପାଇଁ କରା ନ ଜାଏ ।
16 ସେଦିନେ ମିସର୍ ଦେସର୍ ଲକ୍ ମାଇଜି ମନର୍ ପାରା ଡର୍ବାଇ, ଆରି ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ , ତାର୍ ଉପ୍ରେ ଜନ୍ ଆତ୍ ସଙ୍ଗଇସି , ତାକର୍ ସେ ଆତ୍ ଆଲାଇବାର୍ ଲାଗି ସେ ତର୍ତରି ଜାଇସି ଆରି ଡରି ଜାଇସି । 17 ମିସର୍ଦେସର୍ ଲାଗି ଜିଉଦା ଦେସ୍ ଡରି ଜାଇସି, ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ତାର୍ପାଇଁ ବଲିକରି ଜନ୍ସବୁ ଜଜ୍ନା କର୍ସି, ସେଟାର୍ ପାଇଁ ସେ ସବୁ ଲକ୍କେ ଜିଉଦାର୍ ନାଉଁ କୁଆ ଜାଇସି, ସେ ଡରି ଜାଇସି । 18 ସେଦିନେ ମିସର୍ ଦେସ୍ ବିତ୍ରେ ପାଁଞ୍ଚ୍ଟା ନଅଁର୍ ତେଇ କିଣାନିଅ ବାସାଇ କାତା କଇବା ଲକ୍ ଆଇବାଇ ଆରି ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ନାଉଁରେ ସପତ୍ କର୍ବାଇ, ମାତର୍ ଗଟେକ୍ ନଅଁର୍, କୁରୁପ୍ନାସ୍ ନଅଁର୍ ବଲିକରି ନାଉଁ ଦେବାଇ । 19 ସେ ଦିନେ ମିସର୍ ଦେସର୍ ମଜାଇ ସବୁବେଲର୍ ମାପ୍ରୁର୍ ଇସାବ୍ରେ ଗଟେକ୍ ଜଗିଅବେଦି ଅଇସି ଆରି ତେଇର୍ ପାଚୁରି ଲଗେ ସବୁବେଲର୍ ମାପ୍ରୁର୍ ନାଉଁରେ ଗଟେକ୍ ମୁଣ୍ଡା ତିଆର୍ ଅଇସି । 20 ଆରି, ସେଟା ମିସର୍ ଦେସର୍ ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁର୍ ଚିନ୍ ଆରି ସାକି ପାରା ଅଇସି ; କାଇକେ ବଇଲେ ସେମନ୍ ଅଲ୍ଗା ଲକର୍ ଦନ୍କେ ଆସା ଅଇବାର୍ ଲାଗି ସବୁବେଲର୍ ମାପ୍ରୁର୍ ଲଗେ କାନ୍ଦ୍ବାଇ, ତାର୍ପଚେ ସେ ଗଟେକ୍ ରକିଆ କାରିଆ ଆରି ଉଦାର୍ କାରିଆକେ ପାଟାଇସି ଆରି ସେ, ସେ ଲକ୍ମନ୍କେ ରକିଆ କର୍ସି । 21 ଆରି ମିସର୍କେ ସବୁବେଲର୍ ମାପ୍ରୁର୍ ପରିଚୟ୍ ଦିଆ ଅଇସି ଆରି ସେ ଦିନେ ମିସରିଅମନ୍ ସବୁବେଲର୍ ମାପ୍ରୁକେ ଜାନ୍ବାଇ; ଆରି, ସେମନ୍ ବଲି ଆରି ଦୁପ୍ଦୁଙ୍ଗିଆ ଦେଇକରି ପାର୍ତନା କର୍ବାଇ ଆରି ସବୁବେଲର୍ ମାପ୍ରୁର୍ ଲଗେ ମାନତ୍ ମାଙ୍ଗିକରି ସେଟାକେ ପୁରାପୁରୁନ୍ କର୍ବାଇ । 22 ଆରି , ସବୁବେଲର୍ ମାପ୍ରୁ ମିସର୍ ଦେସ୍କେ ମାର୍ସି , ମାର୍ସି ଆରି ନିମାନ୍ କର୍ସି; ଆରି, ସେମନ୍ ସବୁବେଲର୍ ମାପ୍ରୁର୍ ଲଗେ ବାଉଡି ଆଇବାଇ, ତାର୍ପଚେ ସେମନର୍ ବାବୁଜିଆ କର୍ବାଟାକେ ଜାନିକରି ସେମନ୍କେ ନିମାନ୍ କର୍ସି । 23 ସେ ଦିନେ ମିସର୍ ଦେସେ ଅନି ଅସୁର୍କେ ଗଟେକ୍ ବାଟ୍ ଅଇସି, ତାର୍ପଚେ ଅସୁରିଅମନ୍ ମିସର୍ ଦେସେ ଆରି ମିସର୍ ଦେସର୍ ଲକ୍ମନ୍ ଅସୁର୍ ଦେସେ ଆସା ଜାଆ ଅଇବାଇ ; ଆରି , ମିସର୍ ଦେସର୍ ଲକ୍ମନ୍ ଅସୁର୍ ଦେସର୍ ଲକ୍ମନର୍ ସଙ୍ଗେ ପାର୍ତନା କର୍ବାଇ । 24 ସେ ଦିନେ ଇସ୍ରାଏଲ୍ , ମିସର୍ଦେସ୍ ଆରି ଅସୁର୍ ଦେସର୍ ସଙ୍ଗେ ତିନନ୍ଟା ଦେସ୍ ମିସି କରି ପୁର୍ତିବି ତେଇ ସବୁବେଲର୍ ମାପ୍ରୁର୍ ଲଗେଅନି ଆସିର୍ବାଦ୍ ପାଇବାଇ; 25 କାଇକେ ବଇଲେ ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ସେମନ୍କେ ଆସିର୍ବାଦ୍ କରି କଇଲା ଆଚେ, ମର୍ ଲକ୍ ମିସର୍ ଦେସେ ଆରି ମର୍ ଆତର୍ କାମ୍ ଅସୁର୍ ଆରି ମର୍ ଅଦିକାର୍ ଇସ୍ରାଏଲ୍ ଆସିର୍ବାଦ୍ ପାଇବାଇ ।