1 ଜିଉଦା ଦେସର୍ ରାଜା ଉସିଅର୍ ନାତି ଜତମ୍ର ପିଲା ଆଅସ୍ର୍ ସମଇ ବେଲେ ଅରାମର୍ ରସିନ୍ ରାଜା ଆରି ରମଲିଅର୍ ପିଲା ପେକଅ ନାଉଁରେ ଇସ୍ରାଏଲର୍ ରାଜା ଜିରୁସାଲାମ୍ ଗଡର୍ ବିରୁଦେ ଜୁଇଦ୍ କର୍ବାକେ ସେ, ଜାଗାଇ ଗାଲା; ମାତର୍ ସେଟାକେ ଆରାଇ ନାପାର୍ଲା। 2 କେବେ ନ ଆର୍ବା ଦାଉଦ୍ ବଁସ୍କେ ଗଟେକ୍ କବର୍ ପାଟାଇଲା ଜେ, ଅରାମ ଇପ୍ରଇମର୍ ବାଟେ ଅଇଲା ଆଚେ । ତାର୍ପଚେ ତାର୍ ଆତ୍ଗଡ୍ ଆରି ତାର୍ ଲକ୍ମନର୍ ଗାଗଡ୍ ପବନେ ତର୍ତରି କରି ବନର୍ ଗଚ୍ମନର୍ ପାରା ଚୁଲ୍ବୁଲି ଗାଲା। 3 ସେଡ୍କିବେଲେ ସବୁବେଲର୍ ମାପ୍ରୁ ଜିସାଇଅକେ କଇଲା , ତୁଇ ଆରି ତର୍ ପିଲା ସାରଜାସୁବ ,ଦବା ଲୁଗାଦଉର୍ ପାଦାର୍ ରାଜା ଜିବା ବାଟର୍ ଉପ୍ରର୍ ବନ୍ଦର୍ ନାଲ୍ ମୁଣ୍ଡେ ଆଅସ୍ର୍ ସଙ୍ଗେ ବେଟ୍ ଅଇବାକେ ଜାଆ । 4 ଆରି ତାକେ କୁଆ, ଜାଗର୍ତା ଆରି ଚୁପ୍ ଅଇକରି ରୁଆ; ଏ ଦୁଆଁ ବାରଇବା ଦାରୁକେ ଦୁଇବାଟେ ଲେଞ୍ଜ୍ ,କଇବାକେ ଗାଲେ ,ରସିନ୍ ଆରି ଅରାମର୍ ଆରି ରମଲିଅର୍ ପିଲାର୍ ବେସି ରିସା ଅଇବାଟାକେ ତମେ ଡରି ଜାଆ ନାଇଁ ,ଆରି ନିଜର୍ ମନ୍କେ ଉନା କରାନାଇଁ। 5 କାଇକେବଇଲେ ଅରାମ, ମିସା ଇପ୍ରଇମ୍ ଆରି ରମଲିଅର୍ ପିଲା ତମର୍ ବିରୁଦେ କୁଟ୍ ପାଁଚି କରି କଇଲାଇନି, 6 ଆସା, ଆମେ ସବୁଲକ୍ ଜିଉଦା ବିରୁଦେ ଜାଇ ଜୁଇଦ୍ କରୁ ଆରି ତାକର୍ ମନ୍କେ ଏନେତେନେ କରିଦେଉଁ ଆରି ଆମର୍ ପାଇଁ ତେଇ ରଇବା ଜାଗା କରି ଗଟେକ୍ ରାଜାକେ , କଇବାକେ ଗାଲେ, ଟାବେଲର୍ ପିଲାକେ ଟିଆ କରୁ । 7 ମାପ୍ରୁ ସବୁବେଲର୍ ମାପ୍ରୁ ଏ କାତା କଇଲାନି , ସେଟା ସାନ୍ତି ନ ଅଏ କି ପୁରାପୁରୁନ୍ ସିଦ୍ ନ ଅଏ। 8 କାଇକେବଇଲେ ଅରାମର୍ ମୁକିଅ ନଗର୍ ଦମେସ୍କସ୍ ଆରି ଦାମାସ୍କସର୍ ମୁକିଅ ନଗର୍ ରସିନ୍; ଆରି, ସାଟେ ପାଁଚ୍ ବରସ୍ ବିତ୍ରେ ଇପ୍ରିଅମ୍ ବାଗ୍ ବାଗ୍ ଅଇ ଏନ୍ତି ରକାମ୍ କୁରୁପ୍ ନାସ୍ ଅଇସି ଜେ, ସେ ଆରି ଗଟେକ୍ କୁଟୁମ୍ ଅଇକରି ନ ରଏ; 9 ଆରି, ଇପ୍ରିଇମର୍ ମୁକିଅ ନଗର୍ ଅଇଲାନି ସମରିଅ ଆରି ସମରିଆର୍ ମୁକିଆ ଅଇଲାନି ରମଲିଅର୍ ପିଲା । ଜେବେ ତମେ ବିସ୍ବାସ୍ ନ କରାସ୍ , ତେବେ ସାନ୍ତି ଅଇକରି ନ ରଏ , ଏ କାତା ସତ୍।
10 ତାର୍ପଚେ ସବୁବେଲର୍ ମାପ୍ରୁ ଆଅସ୍କେ ଆର୍ ତରେକ୍ କଇଲା, 11 ତମେ ସବୁବେଲର୍ ମାପ୍ରୁକେ ନିଜର୍ ପର୍ମେସର୍କେ ଗଟେକ୍ ଚିନ୍ ମାଙ୍ଗା; ସର୍ଗର୍ ଅ, କି, ପୁର୍ତିବିର୍ ଅ ଗଟେକ୍, ଚିନ୍ ମାଙ୍ଗ୍ । 12 ମାତର୍ ଆଅସ୍ କଇଲା , ମୁଇଁ ନ ମାଙ୍ଗି କି ସବୁବେଲର୍ ମାପ୍ରୁକେ ପରିକା ନ କରି। 13 ତାର୍ପଚେ ସେ କଇଲା , ଏ ଦାଉଦ୍ ବଁସର୍ କୁଟୁମ୍ , ତମେ ଏବେ ସୁନା; ନର୍ଜାତିକେ ଦୁକ୍ ଦେବା ପାଇଁ ତମର୍ ପାଇଁ ବଲିକରି ସାନ୍ ବିସଇ ବଲିକରି ତମେ ମର୍ ପର୍ମେସର୍କେ ପରିକା କର୍ବାକେ ମନ୍ କଲାସ୍ନି କି ? 14 ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ନିଜେ ତମ୍କେ ଗଟେକ୍ ଚିନ୍ ଦେଇସି; ଦେକା ଏ ଦାଙ୍ଗ୍ଡି ଗାଗ୍ଡେ ଅଇକରି ଗଟେକ୍ ପିଲା ଜନମ୍ ଦେଇସି ଆରି ତାର୍ ନାଉଁ ଇମାନୁଏଲ୍ ବଲିକରି ଦେଇସି ତାକେ ଆମର୍ ସଙ୍ଗେ ରଇବାକେ ପର୍ମେସର୍ ଚାଡ୍ସି। 15 କାରାପ୍ଟାକେ ଚାଡ୍ସି ଆରି ନିମାନ୍ଟାକେ ବାଚ୍ବାକେ ଜାନ୍ବା ବେଲେ ସେ ଦଇ ଆରି ମୁଁ କାଇସି । 16 କାଇକେ ବଇଲେ ପିଲା କରାପ୍ଟାକେ ଚାଡ୍ସି ଆରି ନିମାନ୍ଟାକେ ବାଚ୍ବାକେ ଜାନ୍ବା ଆଗ୍ତୁ ଜନ୍ ଦେସର୍ ଦୁଇଟା ରାଜାକେ ଗିନ୍ କଲାସ୍ନି, ସେ ଦେସେ ଲକ୍ ବାକ୍ ନ ରଅତ୍ । 17 ଇପ୍ରିଅମ୍ ଜିଉଦାଇ ଅନି ଅଲ୍ଗା ଅଇଲା ଦିନେ ଅନି ଏ ରକାମ୍ କେବେ ମିସା ଅଏ ନାଇଁ, ସେ ରକାମ୍ ଦିନ୍ ସବୁବେଲର୍ ମାପ୍ରୁ ତମର୍ ପାଇଁ ଆରି ତମର୍ ଲକ୍ବାକ୍ ମନର୍ ଲାଗି ଆରି ତମର୍ ଆନିଦାଦି ମନର୍ ପାଇଁ ଗଟାଇସି; କଇବାକେ ଗାଲେ ଅସୁରର୍ ରାଜାକେ ଆନ୍ସି। 18 ଆରି ,ସେଦିନେ ସବୁବେଲର୍ ମାପ୍ରୁ ମିସର୍ ଦେସର୍ ଗାଡ୍ମନର୍ ମଚିମନ୍କେ ଆରି ଅସୁର୍ ଦେସର୍ ମୁଁମଚିମନ୍କେ ସୁଇଟି ମାରିକରି ଡାକ୍ସି। 19 ତାର୍ପଚେ ସେମନ୍ ସବୁ ଲକ୍ଜାକ ଆସିକରି ମେଲାନ୍ ବାଟାର୍ ମୁଆଟେ ଆରି ପାକ୍ନା ପର୍ଡେ ଆରି କାଟାର୍ ବନେ ଆରି ଗାଁସ୍ ରଇଲା ବୁଏଁ ବସ୍ବାଇ। 20 ସେ ଦିନେ ମାପ୍ରୁ ପରାତ୍ ଗାଡର୍ ସେପାଟେ ବାଣ୍ଡାରିକେ ଡାକି ବାଡା ଦେଇକରି, କଇବାକେ ଗାଲେ, ଅସୁରର୍ ରାଜାର୍ ଲାଗି ମୁଣ୍ଡ୍ ଆରି ଗାଗଡର୍ ବାଲ୍ କୁରାଇସି ଆରି ଚଡ୍କେ ମିସା କୁରାଇ କରି ନସ୍ଟ କରି ଦେଇସି। 21 ସେ ଦିନେ କେଆଲେ ଗଟେକ୍ ଲକ୍ ଗଟେକ୍ ଅସର୍ ଆରି ଦୁଇଟା ମେଣ୍ଡା ପାଲ୍ଲା, 22 ସେମନର୍ ମନ୍ ରଇଲାକି ଦୁଦର୍ ବାଦୁଲେ ସେ ଦଇ କାଇସି; କାଇକେ ବଇଲେ ସେ ଦେସ୍ ବିତ୍ରେ ଅଦିକ୍ ଲକ୍ ଦଇ ଆରି ମୁଁ କାଇବାଇ । 23 ଆରି ,ଜେ ଜେ ସେ ଜାଗାଇ ଅଜାର୍ଟା ରୁପା ଟାଙ୍ଗାର୍ ଏତ୍କି ମୁଲିଅର୍ ଅଙ୍ଗୁର୍ ମାଲ୍ ରଇଲା, ସେଟାମନ୍ ସବୁ ସେଦିନେ, ସେ ସବୁଜାକ ଜାଗା କାନ୍କଲି ଆରି କାଟାବୁଟା ଗଚ୍ ଅଇବାଇ। 24 ଆରି ସବୁଜାକ ଦେସର୍ କାନ୍କଲି କାଟାଗଚ୍ ଅଇଲାକେ ଲକ୍ମନ୍ ଦୁନୁ କାଣ୍ଡ୍ ଦାରିକରି ସେ ଜାଗାଇ ଜିବାଇ। 25 ଆରି , ଜନ୍ ପର୍ବତ୍ ମନ୍କେ କଡ୍କି ସଙ୍ଗେ କାଲ୍ ମାରି ରଇଲାଇ, ତମେ କାନ୍କଲି ଆରି କାଟାର୍ ବନ୍କେ ଡରିକରି ସେ ଜାଗାଇ ନ ଜାଆସ୍, ମାତର୍ ସେଟା ଗାଇଗରୁମନ୍ ଚାର୍ବା ଜାଗା ଆରି ମେଣ୍ଡାମନ୍ ଚାର୍ବା ଜାଗା ଅଇସି।