1 ତାର୍ପଚେ ରାଜା ଇଜକିଅ ଏ କାତା ସୁନି, ତାର୍ ପିନ୍ଦ୍ଲା ଚକା ପଚିଆ ଚିରିପାକାଇ ବାସ୍ତା ପିନ୍ଦି କରି ସବୁବେଲର୍ ମାପ୍ରୁର୍ ଗରେ ଗାଲା । 2 ଆରି, ଇଲିଆକିମ୍କେ , ସିବନ୍ ଲେକକକେ ଆରି ଜାଜକ୍ମନର୍ ମୁକିଆ ମନ୍କେ ସୁକଲ୍ ବାସ୍ତା ଅଡାଇ ଆମସର୍ ପିଲା ଜିସାଇଅ ବବିସତ୍ ବକ୍ତାର୍ ଲଗେ ପାଟାଇଲା । 3 ତାର୍ପଚେ ସେମନ୍ ତାର୍ ଲଗେ ଜାଇ କରି କଇଲାଇ, ଇଜକିଅ ଆମ୍କେ ଏ କାତା କଇ ପାଟାଇଲା ଆଚେ, ଆଜିର୍ ଦିନ୍ ଅଇଲାନି ବିପଦର୍ ଦିନ୍ ଆରି କୁଆବଲା ଅଇବା ଦିନ୍ ଆରି ଇଜତ୍ ଜିକାଇ ଅଇବା ଦିନ୍; କାଇକେବଇଲେ ପିଲା ଜନମ୍ ଅଇବାକେ ଲଗାଲଗି ଅଇଲା, ମାତର୍ ଜନମ୍ ଦେବାକେ ସଗତ୍ ଆସେ ନାଇ । 4 ଅଇଲେ ଅଇସି, ଜିବନ୍ ମାପ୍ରୁକେ ନିନ୍ଦା ପାଇବାକେ ବଲିକରି ଆମର୍ ମାପ୍ରୁ ମଆ ରାଜା ଅସୁରିଅ ରାଜାର୍ ଲାଗି ପେରିତ୍ ରବ୍ସାକିର୍ ସର୍ତେ କାତା ସବୁବେଲର୍ ମାପ୍ରୁ ପର୍ମେସର୍ ସୁନ୍ସି; ଆରି ସବୁବେଲେର୍ ମାପ୍ରୁ ତମର୍ ଜନ୍ କାତା ସୁନ୍ଲା ଆଚେ, ସେଟାର୍ ଲାଗି ଆମ୍କେ ବିରଦ୍ କରି ପାର୍ସି; ଏଟାର୍ ପାଇଁ ଜେତେକ୍ ଲକ୍ ଆଚତ୍ ସେମନର୍ ପାଇଁ ପାର୍ତନା କରା । 5 ଏନ୍ତାରି ଅଇକରି ଇଜକିଅ ରାଜାର୍ ଦାଙ୍ଗ୍ଡାମନ୍ ଜିସାଇଅର୍ ଲଗେ ଗାଲାଇ । 6 ତାର୍ପଚେ ଜିସାଇଅ ସେମନ୍କେ କଇଲା, ତମେ ତମର୍ ସାଉକାର୍କେ ଏନ୍ତାରି ବଲିକରି କୁଆ, ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲାନି , ଅସୁରିର୍ ରାଜାର୍ ଦାଙ୍ଗ୍ଡାମନ୍ ଆମ୍କେ ନିନ୍ଦା କର୍ବାକେ ଜନ୍ କାତା ସୁନି ଆଚୁସ୍, ସେଟାର୍ ପାଇଁ ବଲିକରି ଡରି ଜାଆ ନାଇଁ । 7 ଦେକା, ତାକେ ମୁଇ ଗଟେକ୍ ଆତ୍ମା ପାଟାଇବି, ଆରି ସେ କାଇଆଲେ ଗଟେକ୍ ସବଦ୍ ସୁନି କରି ତାର୍ ଦେସେ ବାଉଡି ଉଟି ଜାଇସି; ଆରି, ଆମେ ତାକେ ତାର୍ ନିଜର୍ ଦେସେ ତାକେ କାଣ୍ଡା ସଙ୍ଗ୍ ମାରି ମରାଇବାର୍ ଅଇସି ।
8 ତାର୍ପଚେ ଅସୁରିଅ ରାଜା ଲାକିସ୍ ତେଇ କେଟ୍ଲା ଆଚେ ବଲି ସୁନି ରବ୍ସାକି ବାଟେ ଅନି ବାଉଡି ଉଟି ଗାଲା ଆରି ତାକେ ଲିବାନ୍ ବିରୁଦେ ଜୁଇଦ୍ କର୍ବାଟା ଦେକ୍ଲା । 9 ଆରି ଅସୁରିଅ ରାଜା କୁସ୍ ଦେସର୍ ତିର୍ଅକ ରାଜାର୍ ବିସଇରେ ସୁନ୍ଲା ଜେ, ସେ ତମର୍ ସଙ୍ଗ୍ ଜୁଇଦ୍ କର୍ବାକେ ଆଇଲାନି; ସେଟା ସୁନିକରି ସେଡ୍କିବେଲେ ସେ ଇଜକିଅର୍ ଲଗେ ତାର୍ ଗଟେକ୍ ଲକ୍କେ କବର୍ କଇ ପାଟାଇଲା, 10 ତମେ ଜିଉଦାର୍ ରାଜା ଇଜକିଅକେ ଏ କାତା କଇସା, ଜିରୁସାଲାମ୍ ଅସୁରିଅ ରାଜାର୍ ଆତେ ଦାରା ନ ପଡୁସ୍ ବଲି, ଏ କାତା କଇକରି ତମର୍ ବିସ୍ବାସ୍କେ ସବୁବେଲର୍ ମାପ୍ରୁ ତମ୍କେ ନ ଗେବ୍ରାଅ । 11 ଦେକା,ଅସୁରି ରାଜାମନ୍ ଜନ୍ ରକାମ୍ ବିନାସ୍ କରି ଦେସ୍କେ ଜେନ୍ତି କରି ଆଚତ୍, ସେ ବିସଇରେ ତମେ ସୁନି ଆଚାସ୍; ଆରି, ତମେ କାଇ ଉଦାର୍ ପାଇସା ? 12 ମର୍ ଆନିଦାଦିମନ୍ ଜନ୍ ଗସନର୍ ଲକ୍କେ, ଆରଣର୍ ଲକ୍କେ ଆରି ରେସପ୍ ଦେସର୍ ଲକ୍ମନ୍କେ ଆରି ଏଦନର୍ ଜନ୍ ତଲ୍ସର୍ ଜାଗାଇ ବାସା ଅଇ ରଇଲାଇ ସେମନ୍କେ ମାରି ମରାଇଲାଇ, ସେମନର୍ ଦେବ୍ତାମନ୍ କାଇ ସେମନ୍କେ ଉଦାର୍ କଲାଇ? 13 ଅମାତର୍ ରାଜା, ଅର୍ପଦର୍ ରାଜା ସପର୍ବଇମର୍ ନଅଁରର୍ ଏନାର୍ ଆରି ଅବାରର୍ ରାଜା କେନେ ଗାଲାଇ ?
14 ତାର୍ପଚେ ଇଜକିଅ କବର୍ ଆନୁର୍ ଆତେ ଅନି ବଇ ମାଗି ପଡ୍ଲା; ଆରି, ଇଜକିଅ ସବୁବେଲର୍ ମାପ୍ରୁର୍ ଗରେ ଜାଇକରି ସବୁବେଲର୍ ମାପ୍ରୁକେ ସୁନାଇ ବାକେ ମେଲାଇଲା । 15 ଆରି, ଇଜକିଅ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କରି କଇଲା, 16 ଏ ଦୁତ୍ମନର୍ ଉପ୍ରେ ବାସା ଅଇ ରଇବା ସଇନମନର୍ ମୁକିଆ ସବୁବେଲର୍ ମାପ୍ରୁ, ଇସ୍ରାଇଲର୍ ପର୍ମେସର୍, ତୁଇ, ଆରି ତୁଇ ଆକା ପୁର୍ତିବିର୍ ପର୍ମେସର୍, ତୁଇ ଆକା ଆକାସ୍ ଆରି ପୁର୍ତିବିକେ ତିଆର୍ କରି ଆଚୁସ୍ । 17 ଏ ସବୁବେଲର୍ ମାପ୍ରୁ, ମୁଇ କଇବା କାତା କାନ୍ ଡେରିକରି ସୁନ୍ ସବୁବେଲର୍ ମାପ୍ରୁ, ତର୍ ଆଁକି ମେଲା କରି ଦେକ୍, ଆରି, ଜିବନ୍ ପର୍ମେସର୍କେ ନିନ୍ଦା କର୍ବାକେ ସନେଏରିବ୍ ଚିଟି ତେଇ ଜାଇଟା ଲେକି ପାଟାଇଲା ଆଚେ, ସେଟା ମୁଇ ପଡ୍ଲିନି ସୁନ୍ । 18 ଏ ସବୁବେଲର୍ ମାପ୍ରୁ, ଅସୁରିଅର୍ ରାଜାମନ୍ ସାରା ଦେସର୍ ଲକ୍ମନ୍କେ ସେମନର୍ ଦେସ୍କେ ଚିନ୍ବିନ୍ କରି ଦେଲା ଆଚେ। 19 ଆରି ସେମନର୍ ଦେବ୍ତାମନ୍କେ ଜଇ ଲଗେ ପିଙ୍ଗି ପଡାଇ ପାକାଇ ଆଚତ୍, ଏ କାତା ସତ୍; କାଇକେବଇଲେ ସେମନ୍ ପର୍ମେସର୍ ନଅତ୍; ନର୍ଜାତି ତିଆର୍ କଲା ନିଅମ୍ , ଗଚ୍ ଆରି ପାକ୍ନା ମାତର୍ ; ସେଟାର୍ ପାଇଁ ସେମନ୍କେ କୁରୁପ୍ ନାସ୍ କଲା ଆଚେ । 20 ସେଟାର୍ ପାଇଁ ଏବେ, ଏ ସବୁବେଲର୍ ମାପ୍ରୁ, ଆମର୍ ପର୍ମେସର୍, ତାର୍ ଆତେ ଅନି ଆମ୍କେ ଉଦାର୍ କର୍, ତେବେ ମୁଇ କଇବି ତୁଇ ମର୍ ସବୁବେଲର୍ ମାପ୍ରୁ ଅଇସୁ, ଏ ବିସଇରେ ପୁର୍ତି ସାରାର୍ ଲକ୍ ଜାନ୍ବାଇ ।
21 ତାର୍ପଚେ ଆମସର୍ ପିଲା ଜିସାଇଅ ଇଜକିଅର୍ ଲଗେ କବର୍ ପାଟାଇ କଇଲା, ସବୁବେଲର୍ ମାପ୍ରୁ ଇସ୍ରାଇଲର୍ ପର୍ମେସର୍ ଏ କାତା କଇଲାନି, ତମେ ଅସୁରର୍ ରାଜା ସନେଏରିବ୍ ବିରୁଦରେ ଆମର୍ ଲଗେ ପାର୍ତନା କଲାକେ, 22 ସବୁବେଲର୍ ମାପ୍ରୁ ଏ କାତା କଇଲା ଆଚେ, ଜିରୁସାଲାମ୍ ନଅଁରର୍ ଦାଙ୍ଗ୍ଡି ଟକିମନ୍ ତକେ ଗିନ୍ କଲାଇ ଆଚତ୍ ଆରି ତର୍ ମନ୍କେ ଉନା କରିଆଚତ୍; ଜିରୁସାଲାମ୍ ଦାଙ୍ଗ୍ଡି ଟକିମନ୍ ତର୍ବାଟେ ମୁଣ୍ଡ୍ ଜୁଲାଇଲା ଆଚେ । 23 ତମେ କାକେ ଇଜତ୍ ଜିକି ଆଚାସ୍ ଆରି ନିନ୍ଦା କରି ଆଚାସ୍? ଆରି ତମେ କାର୍ ବିରୁଦେ ଆଉଲି ଅଇଲୁସ୍ନି ଆରି କାକେ ବଡ୍ ବଡ୍ ଆଁକି ଦେକ୍ଲୁସ୍ନି ? ଇସ୍ରାଇଲର୍ ସୁକଲ୍ ପର୍ମେସରର୍ ବିରୁଦେ କଲୁସ୍ନି । 24 ତୁଇ ତର୍ ଦାଙ୍ଗ୍ଡାମନର୍ ସଙ୍ଗ୍ ସବୁବେଲର୍ ମାପ୍ରୁକେ ଇଜତ୍ ଜିକି ଆଚୁସ୍, ଆମେ ଆମର୍ ବେସି ରତ୍ ସଙ୍ଗ୍ ସବୁବେଲର୍ ମାପ୍ରୁର୍ ଡଙ୍ଗ୍ରେ ଆରି ଲିବାନନର୍ ବିତ୍ରେ ଆସି ଆଚୁ; ଆରି, ଆମେ ଡେଙ୍ଗ୍ ରଇଲା ଏରସ୍ ଗଚ୍ ଆରି ଡେଙ୍ଗ୍ ରଇଲା ଦେବ୍ଦାରୁ ଗଚ୍ ମିସା କାଟି ପାକାଇବୁ; ଆରି, ଆମେ ତାର୍ ଦୁର୍କର୍ ଉଚ୍ଜାଗାଇ ଆରି ତାର୍ ପଲ୍ ବର୍ତି ଅଇରଇବା ବାଡ୍ ପାରା ବନେ ପୁର୍ସା। 25 ଆମେ ମରୁବାଲି ତେଇ କୁନି କରି ପାନି କୁଆଇ ଆଚି, ଆରି ମୁଇ ତର୍ ପାଦ୍ ତଲର୍ ମିସର୍ ଗାଡ୍ ସୁକାଇ ଦେବି । 26 ଏଟା କେନ୍ତାରି ପୁରୁବ୍ କାଲେ ଅନି ଦାରି ଆମେ ତିଆର୍ କରି ଆଚି ଆରି ପୁରୁବ୍ କାଲେ ଅନି ଏଟା ନିମାନ୍ କରି ସଙ୍ଗ୍ଇ ଆଚି? ଏ କାତା କାଇ ତମେ ନାଜାନାସ୍? ତମେ ପାଚୁରି ତିଆର୍ କରି ବାସା ଅଇଲା ନଅଁର୍କେ ବସ୍ଲାଇ କାଚ୍ରା ଗାଦି ତିଆର୍ କର୍ସା, ଏଟା ଏବେ ମୁଇ ପୁରାପୁରୁନ୍ କଲିନି । 27 ଏଟାର୍ ପାଇଁ ଇତି ବାସା ଅଇଲା ଲକ୍ମନ୍ ଜେତେକ୍ ଲକ୍ ଜିଇ ରଇଲାଇ, ସେମନ୍ ଦୁର୍ବଲ୍ ଆରି ତେରେପେତେ ଅଇଗାଲାଇ; ଏମନ୍ ପାଦାର୍ ଗାଁସ୍ ଗଚେ ଲାମ୍ବା ମାଲ୍ ଆରି ଚାନି ଉପ୍ରେ ଆଁକର୍ବା ଗାଁସ୍ ପାରା ଅଇଲାଇ । 28 ମାତର୍ ତମର୍ ବସ୍ବାଟା ଆରି ପୁର୍ବାଟା ଆରି ବାଇଲେ ଜିବାଟା ଆରି ବିତ୍ରେ ଆଇବାଟା ଆରି ଆମର୍ ବିରୁଦେ ରିସା ଅଇବାଟା ମୁଇ ଜାନି । 29 ତୁଇ ମର୍ ଉପ୍ରେ ରିସା ଅଇ ଆଚୁସ୍ ଆରି ତର୍ କଇବା କାରାପ୍ କାତାମନ୍ ମର୍ କାନେ ସୁନି ଆଚି, ଏଟାର୍ ପାଇଁ ତର୍ ନାକେ ଲାଗାମ୍ ଲାଗାଇବି ଆରି ତମ୍ନାଇ କତ୍ରା ଲାଗାଇବି, ଆରି ତୁଇ ଜନ୍ବାଟେ ଆସିଆଚୁସ୍ ସେ ବାଟେ ମୁଇ ତକେ ପାଟାଇ ଦେବି । 30 ଏଟାର୍ ପାଇଁ ଏ ଇଜକିଅ ତର୍ ପାଇଁ ଗଟେକ୍ ଚିନ୍ ଅଇସି ସେଟା ଅଇଲାନି; ତମେ ନିଜେ ପରତୁମ୍ ବରସ୍ ପାଚାଇଲା କାଦି ଆରି ତାର୍ ଆର୍ଗଟେକ୍ ବରସ୍ ମିସା ସେ କାଦିସେ କାଇସା; ଆରି, ତିନ୍ ବରସ୍ ଅଇଲେ ଚାସ୍ କରି କାଟ୍ସା ଆରି ଅଙ୍ଗୁର୍ ବାଡ୍ କରି ତେଇର୍ ପଲ୍ କାଇସୁ । 31 ତାର୍ପଚେ ଜିଉଦା ବଁସର୍ ଜେତେକ୍ ଲକ୍ ଜିଇଲାଇ ଆଚତ୍ ସେମନ୍ ଆର୍ତରେକ୍ ଚେର୍ ବାରଇ ଗାଜା ଅଇ ପଲ୍ ଦାର୍ବାଇ । 32 କାଇକେବଇଲେ ଜିରୁସାଲାମେ ଅନି ଗଟେକ୍ ଅଦାବାଗ୍ ଲକ୍ ଆରି ଉଦାର୍ ପାଇଲା ଲକ୍ ସିନଇ ଅନି ବାରଇ ଆଇବାଇ; ସରଗେ ରଇଲା ସବୁବେଲର୍ ମାପ୍ରୁର୍ ଆଲାଦ୍ ସିଦ୍ ଅଇସି । 33 ଏଟାର୍ ପାଇଁ ସବୁବେଲର୍ ମାପ୍ରୁ ଅସୁରର୍ ରାଜାର୍ ବିସଇରେ ଏ କାତା କଇଲାନି, ସେ ଏ ନଅଁରେ ନ ଆସେ, କି ତେଇ ତାର୍ କାଣ୍ଡ୍ ନ ମାରେ, କି ତାର୍ ମୁଆଁଟେ ରକିଆ କର୍ବାକେ ଆଡ୍ବାଟା ଦାରି ନ ଆସେ, କି ତାର୍ ଚାରିବେଟ୍ତି ବାଡ୍ ନ ବୁନେ । 34 ସବୁବେଲର୍ ମାପ୍ରୁ କଇଲାନି, ସେ ଜନ୍ ବାଟେ ଅନି ଆଇଲାଆଚେ, ସେ ସେବାଟେ ବାଉଡି ଜାଅ ଆରି ସେ ଏ ନଅଁରେ ନ ଆସ । 35 କାଇକେବଇଲେ ମୁଇ ମର୍ ପାଇଁ ଆରି ମର୍ ଦାସ୍ ଦାଉଦର୍ ପାଇଁ ଏ ନଅଁର୍କେ ରକିଆ କର୍ବାକେ ସାଇଜ କର୍ବି । 36 ସବୁବେଲର୍ ମାପ୍ରୁର୍ ଦୁତ୍ ବାରଇ ଆସି କରି ଅସୁର୍ମନର୍ କୁଡିଆ ତେଇ ଲକେ ଅସେ ପାଞ୍ଚ୍ ଅଜାର୍ ଲକ୍କେ ମାରି ମରାଇଲା; ତାର୍ପଚେ ଲକ୍ମନ୍ କୁକ୍ଡା ଡାକେ ଉଟି କରି ଦେକ୍ଲା, ସେଡ୍କିବେଲେ ସର୍ତେ ଲକ୍ ମରି ଜାଇ ଆଚତ୍ । 37 ତାର୍ପଚେ ଅସୁରର୍ ରାଜା ସନେଏରିବ୍ ତେଇ ବାଉଡି ଉଟି ଗାଲା ଆରି ନିନିବି ନଅଁରେ ଜାଇ ବାସା କଲା । 38 ତାର୍ପଚେ ସେ ତାର୍ ନିସ୍ରକ୍ ନାଉଁର୍ ଦେବ୍ତାକେ ଗର୍ ବିତ୍ରେ ପୁଜା କଲାବେଲେ ତାର୍ ଦୁଇଟା ପିଲାମନ୍ ଅଦ୍ରମେଲକ୍ ଆରି ସରେସ୍ଚର୍ ତାକେ କାଣ୍ଡା ସଙ୍ଗ୍ ମାରି ମରାଇଲାଇ । ତାର୍ପଚେ ସେମନ୍ ଆରାରାଟ୍ ନାଉଁର୍ ଦେସେ ପାଲାଇ ଜାଇ ବାସା ଅଇଲାଇ । ତାର୍ପଚେ ତାକର୍ ପିଲାମନର୍ ବିତ୍ରେ ଅନି ଏସ୍ଅର୍ଦନ୍ ତାର୍ ପଦବି ତେଇ ବସି ସାସନ୍ କଲା ।