1 ଦର୍ସନ୍ ଦେକ୍ବା ବିସଇରେ କବର୍ ଏ ଜିରୁସାଲାମ୍ ଏବେ ତମ୍କେ କାଇଟା ଅଇଲାନି ଜେ, ତମେ ସବୁଲକ୍ ଜାକ ଗରର୍ ଚାତ୍ ଉପ୍ରେ ଚଗି ଆଚାସ୍ ? 2 ଏ ସାର୍ଦା କର୍ବା ଲକ୍ମନ୍, ଆଉଲି ଅଇବା ନଅଁର୍, ସାର୍ଦାଇ ରଇବା ଲକ୍ମନ୍; ତମର୍ ମଲା ଲକ୍ମନ୍କେ କାଣ୍ଡାସଙ୍ଗେ ମାରାଅଏ ନାଇଁ, କି ସେମନ୍ ଜୁଇଦ୍ କର୍ବା ତେଇ ମରତ୍ ନାଇଁ । 3 ତମର୍ ସାସନ୍ କାରିଆମନ୍ ସବୁଲକ୍ଜାକ ପୁଚି ଅଇତେ ପାଲାଇଲାଇ, ସେମନ୍ ଦୁନୁଦାରୁମନ୍ କାଣ୍ଡ୍ ନ ବିନ୍ଦ୍ବା ଆଗ୍ତୁ ବାନ୍ଦାଇ ଅଇଲାଇ; ତମର୍ ବିତ୍ରେ ଅନି ଆରି କେତେ ଲକ୍ ଗଟେ ଟାନେ ବାନ୍ଦା ଅଇଲାଇ, ସେମନ୍ ଦୁରିକେ ପାଲାଇଲାଇ । 4 ସେଟାର୍ପାଇଁ ମୁଇଁ କଇଲି, ମକେ ଚାଡି ଦିଆସ୍ ଅଲ୍ଗା ବାଟେ ଦେକା, ମୁଇଁ ବେସି ମାର୍ଚପ୍ ଅଇକରି କାନ୍ଦ୍ବି ; ମର୍ କୁଟୁମର୍ ମଲା ଲକ୍ମନର୍ ବିସଇରେ ମକେ ସାନ୍ତ୍ନା ଦେବାକେ କେ ମିସା ଚେସ୍ଟା କରା ନାଇଁ । 5 କାଇକେ ବଇଲେ ଦର୍ସନ୍ ମରୁବାଲିଟାନେ ମାପ୍ରୁ, ସବୁର୍ ତେଇଅନି ବପୁ ରଇବା ସବୁବେଲର୍ ମାପ୍ରୁର୍ ଆରି ରଇବା ଆରି ଅଇସି କି ନାଇ ବଲିକରି ଆରି ବାୟା ବିକଲର୍ ପାଚୁରିମନ୍ ବାଙ୍ଗିକରି କୁରୁପ୍ନାସ୍ ଅଇଗାଲା ଆରି ଡଙ୍ଗରେ ଅନି ଗଟେକ୍ କାନ୍ଦ୍ବା ସବଦ୍ ସୁନା ଗାଲା । 6 ଆରି ଏଲମ୍ ଦେସେ ଅନି ଗଡାଇ ଆରି ରତେ ଚଗିକରି ଆଇଲା ସନିଅମନ୍ ଦୁନୁ କାଣ୍ଡ୍ ଦାର୍ଲାଇ ଆରି କିର୍ ଜୁଇଦ୍ କଲେ ଆଡ୍ବାଟା ଦାରିକରି ଆଇଲାଇ । 7 ଆରି, ଜିଉଦା ଦେସର୍ ଦୁଲ୍ଦୁଲା ମାଟିର୍ ଦୁଇପାଲି ଡଙ୍ଗର୍ ରଇକରି ମଜାଇ ରଇବା ପାଦାଟାନେ ରତ୍ମନ୍ ବର୍ତି ଅଇ ଗାଲା ଆରି ଗଡାଇ ଚଗି ଆଇଲା ସଇନମନ୍ ଜିରୁସାଲାମର୍ ଦୁଆର୍ ମୁଆଟେ ଜାଗର୍ତା ଅଇକରି ରଇଲାଇ। 8 ଆରି, ସବୁବେଲର୍ ମାପ୍ରୁ ଜିଉଦା ଦେସର୍ ସବୁଜାକ ରକିଆ କର୍ବାଟାମନ୍ ବାଙ୍ଗିଗାଲା । ଆରି ସେ ଦିନେ ତମେ ବନର୍ ଗରେ ରଇବା ଜୁଇଦ୍ କର୍ବା ଅସ୍ତର୍ ସସ୍ତର୍କେ ଆଁକି ପାକାଇ ଲାସ୍ । 9 ଆରି ଦାଉଦ୍ ରାଜାର୍ ବସ୍ଲି ଜାଇ ରଇବା ନଅଁର୍ ବେସି ଆଚେ ବଲିକରି ତମେ ଦେକ୍ଲାସ୍ ଆରି ଉନା ରଇବା କୁଣ୍ଡର୍ ପାନିକେ ଗଟେକ୍ ଲଗେ ଟୁଲିଆଇଲାସ୍ । 10 ଆରି ତମେ ଜିରୁସାଲମେ ରଇବା ଗର୍ମନ୍କେ ସବୁକେଜାକ ଏଜ୍ଲାସ୍ ଆରି ପାଚୁରିକେ ଡାଟ୍ କର୍ବାକେ ଗର୍ମନ୍କେ ସବୁଜାକ ବାଙ୍ଗାଇ ପାକାଇଲାସ୍ । 11 ଆରି ତମେ ପୁର୍ନା ବନ୍ଦର୍ ପାନିର୍ ପାଇଁ ବଲିକରି ଦୁଇ ପାଚୁରିର୍ ମଜାଇ ପାନି ରଇବାକେ ବନ୍ଦ୍ ତିଆର୍ କଲାସ୍; ଆରି ଜେ ଏଟାକେ ତିଆର୍ କରି ରଇଲା, ତାକେ ତମେ ଅଲପ୍ ମିସା ଏତାଆସ୍ ନାଇଁ, କି ଜେ ଏଟାକେ ବେସି ଦିନ୍ ଜାକ ଜତନ୍ କରି ସଙ୍ଗଇ ରଇଲା , ତମେ ତାକେ ଅଲପ୍ ମିସା ଲାଡ୍ କରାସ୍ ନାଇଁ । 12 ଆରି, ସେଦିନେ ମାପ୍ରୁ, ସବୁର୍ଟାନେ ଅନି ବପୁ ରଇବା ସବୁବେଲର୍ ମାପ୍ରୁ କାନ୍ଦ୍ବାଟା ଆରି ମାର୍ଚପ୍ ଅଇବାଟା ଆରି ମୁଣ୍ଡ୍ କୁରାଇ ବାକେ ଆରି ଆଁଟାଇ ସାନ୍ ବାସ୍ତା ବସ୍ତର୍ ପିନ୍ଦାଇବାକେ ଡାକ୍ଲା; 13 ମାତର୍ ଦେକା ସାଇ ସାର୍ଦା କରି ପରବ୍ ପାଲନ୍ କଲାସ୍ ତମେ କାଇବାକେ ମେଣ୍ଡା ଆରି ପସୁ ମାରି କାଇ କରି ଅଙ୍ଗୁର୍ ରସ୍ କାଇଲାସ୍; ଆରି ତମେ କଇଲାସ୍ନି ଆସା, ଆସା, ଆମେ କାଉଁ, ଆଜିର୍ ଜିବନ୍ କାଲିକେ ନାଇଁ ଆମେ ମର୍ବାର୍ ଅଇସି । 14 ଆରି ସବୁର୍ ତେଇ ଅନି ବପୁ ରଇବା ସବୁବେଲର୍ ମାପ୍ରୁ ମର୍ସଙ୍ଗେ କାତା ଅଇ କଇଲା, ଜେତେକ୍ ଦିନ୍ ଜାକ ସେମନ୍ ବଁଞ୍ଚିକରି ଆଚତ୍ ସେତେକ୍ ଦିନ୍ ଜାକ ସେମନ୍ କାରାପ୍ କାମର୍ କାରାପ୍ କାମ୍ ସେମନ୍କେ କେମା କରା ନ ଜାଏ । ମୁଇଁ ସବୁର୍ତେଇ ଅନି ବପୁ ରଇବା ମାପ୍ରୁ କଇଲିନି। 15 ସବୁର୍ତେଇ ଅନି ବପୁ ରଇବା ମାପ୍ରୁ ମକେ ଏ କାତା କଇଲାନି , ତମେ ଏ ଗୁମସ୍ତାର୍ ଲଗେ, କଇବାକେ ଗାଲେ, ଗରର୍ ମୁକିଆ ସିବନର୍ ଲଗେ ଜାଇକରି କୁଆ, 16 ତମେ ଇତି କାଇଟା କଲାସ୍ନି? ଆରି ତମର୍ କେ, ଆଚେ ଜେ, ତମେ ନିଜର୍ ପାଇ ତପିଅଇବାକେ କାଲ୍ କୁନି ଆଚାସ୍ ? ସେ ତା, ଉଚ୍ ଜାଗାଇ ତାର୍ କାଲ୍ କୁନି ଆଚେ ଆରି ପାକ୍ନାଟାନେ ନିଜେ ରଇବାକେ କାଲ୍ ବେଦି ଆଚାସ୍ ! 17 ଦେକା ତମେ ଅଇଲେ ଅଇ ରଇସା ମୁକିଆ ଲକ୍, ମାତର୍ ସବୁବେଲର୍ ମାପ୍ରୁ ତମ୍କେ ଦାରିକରି ବେଟି ପିଙ୍ଗି ଦେଇସି, । 18 ସେ ତମ୍କେ ଗଟେକ୍ କେଲ୍ବା ବଲ୍ ପାରା କିନ୍ଦ୍ରାଇ ବୁଲାଇ କରି ଟେକି କରି ଗଟେକ୍ ବଡ୍ ଦେସେ ପିଙ୍ଗି ଦେଇସି । ତେଇ ତମେ ମର୍ସା ଆରି ତେଇ ତମର୍ ଆସିର୍ବାଦର୍ ରତ୍ମନ୍ ରଇସି, ତମେ ନିଜର୍ ମୁକିଆର୍ ଗରର୍ ଚିନ୍ ପାରା । 19 ଆରି , ଆମେ ତମ୍କେ ତମର୍ ପଦବି ଟାନେ ଅନି ବାର୍କରାଇ ଦେବୁ ଆରି ସେ ତମ୍କେ ତମର୍ ଜାଗାଇ ଅନି ଜିକିଆନି କରି ତଲେ ପିଙ୍ଗି ଦେଇସି । 20 ଆରି, ସେଦିନେ ଆମେ ତମର୍ ଦାଙ୍ଗ୍ଡାକେ, ଇଲ୍କିଅର୍ ପିଲା ଇଲିଆକିମ୍ ବଲିକରି ଡାକୁ; 21 ଆରି, ଆମେ ତମର୍ ଚକାକେ ତାକେ ପିନ୍ଦାଉଁ ଆରି ତମର୍ ଆଁଟାଇ ବପୁ କରାଉଁ ଆରି ତମର୍ ଦାଇତ୍କେ ତାର୍ ଆତେ ସର୍ପି ଦେଉଁ ; ତାର୍ପଚେ ସେ ଜିରୁସାଲମେ ବାସାଅଇ ରଇବା ଲକ୍ମନର୍ ଆରି ଜିଉଦା ବଁସର୍ ବାବା ଅଇସି । 22 ଆରି, ଆମେ ଦାଉଦର୍ ବଁସର୍ କୁଚିକାଡି କନ୍ଦେ ସଙ୍ଗଉଁ, ସେ କୁଚି ବେଟ୍ଲେ, କେ ମିସା କୁଚିଦେଇ ନାପାରତ୍ ଆରି ସେ କୁଚି ଦେଲେ, କେମିସା ବେଟି ନାପାରତ୍ । 23 ଆରି , ଆମେ କୁଟିପାରା ଗଟେକ୍ ଆଁଟ୍ ଜାଗା ତେଇ ତାକେ ମାର୍ବି ଆରି ସେ ନିଜର୍ ଆନିଦାଦି ମନର୍ ମଇମାର୍ ସିଆଁସନ୍ ପାରା ଅଇସି । 24 ଆରି, ଲକ୍ମନ୍ ତାର୍ ଆନିଦାଦିମନର୍ ବଁସର୍ ଗଉରବ୍ ପାରା, ପିଲାଜିଲାମନ୍ ଅଙ୍ଗୁର୍ରସ୍ କାଇବା ମୁତାଇ ଅନି ଆରାମ୍ କରି ଆଣ୍ଡି ଜାକ ସବୁଜାକ ସାନ୍ବଡ୍ ମୁତା ତାର୍ ଉପ୍ରେ ଅଲାଇ ବାଇ । 25 ସବୁର୍ତେଇ ଅନି ବଡ୍ ସବୁବେଲର୍ ମାପ୍ରୁ କଇଲାନି, ଜନ୍ କୁଟିକେ ଆଁଟ୍ ଜାଗାଇ ମାରି ରଇଲା , ସେଟା ଡିଲା ଅଇଜାଇସି ଆରି ସେଟାକେ କାଲ୍ କୁନିକରି ତପା ଅଇସି, ଆରି ତାର୍ ଉପ୍ରେ ରଇବା ଜିନିସ୍ ପତର୍ ନସ୍ଟ ଅଇ ଜାଇସି; କାଇକେ ବଇଲେ ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲାନି ।
Publicidade
Isaías 22
ଜିରୁସାଲମ୍କେ ବବିସତ୍ କାତା
Veja também
Publicidade