1 କାଇକେ ବଇଲେ ସବୁବେଲର୍ ମାପ୍ରୁ ଜାକୁବ୍କେ ଦୟା କର୍ସି,ଆରି , ଇସ୍ରାଏଲ୍ ଦେସ୍କେ ଆରିତରେକ୍ ବାଚ୍ସି ଆରି ସେମନ୍କେ ସେମନର୍ ଦେସେ ବାସା କୁରାଇସି, ତେଇ ବିନ୍ ଦେସର୍ ଲକ୍ମନ୍ ମିସା ସେମନର୍ ସଙ୍ଗେ ମିସିକରି ବାସା ଅଇ ରଇବାଇ, ସେମନ୍ ଜାକୁବ୍ ବଁସର୍ ଲକର୍ ତଲିଆ ଅଇକରି ରଇବାଇ। 2 ଆରି , ବିନ୍ ବିନ୍ କୁଟୁମର୍ ଲକ୍ମନ୍ ସେମନ୍କେ ନେଇକରି ନିଜର୍ ନିଜର୍ ଜାଗାଇ କେଟାଇ ଦେବାଇ; ଆରି ଇସ୍ରାଏଲର୍ ବଁସ୍ ସବୁବେଲର୍ ମାପ୍ରୁର୍ ଦେସେ ସେମନ୍କେ ଗତି ଦାଙ୍ଗ୍ଡା ଦାଙ୍ଗ୍ଡି ଇସାବ୍ରେ ଦାରି ରଇବାଇ; ଆରି, ସେମନ୍ ଜନ୍ ଲକ୍ମନ୍ ବନ୍ଦି ଅଇକରି ରଇଲାଇ, ସେମନ୍କେ ବାନ୍ଦି କରି ନେଇସି ଆରି ସେମନ୍ ନିଜର୍ ଜିନିସ୍ ପତର୍ ଚରାଇ ନେଇ ରଇବା ଲକ୍ମନର୍ ଉପ୍ରେ ସାସନ୍ କର୍ସି ।
3 ଆରି, ଜନ୍ ଦିନେ ସବୁବେଲର୍ ମାପ୍ରୁ ତମ୍କେ ତମର୍ ଦୁକ୍ ଆରି କସ୍ଟକେ ଆରି ଗତି ଦାଙ୍ଗ୍ଡା କାମ୍ କର୍ବାକେ ପଡ୍ତେ ରଇଲା, ସେ କାମ୍ ତେଇ ଅନି ପୁଣ୍ଡ୍ବାକେ ଦେଇସି, 4 ସେ ଦିନେ ତମେ ବାବିଲ୍ ରାଜାର୍ ସାସନର୍ ବିରୁଦେ ଏ ଉଦାଅରନର୍ କାତା ନେଇକରି କଇସା, ଜନ୍ଟାକି ବିନ୍ଲକର୍ ଜିନିସ୍ ଚରାଇ ନେଉ କେନ୍ତି ବାବ୍ରେ କୁରୁପ୍ନାସ୍ ଅଇଗାଲାଇ ଆଚତ୍! ସୁନାର୍ ନଗର୍ କେନ୍ତି ବାବ୍ରେ କୁରୁପ୍ନାସ୍ ଅଇଗାଲା ଆଚେ! 5 ଜନ୍ ଲକ୍ମନ୍ ରିସାର୍ ଲାଗି ବିନ୍ବିନ୍ କୁଟୁମ୍କେ ସବୁବେଲେ ବେସି କସ୍ଟ ଦେଇ ରଇଲାସ୍ ଆରି ବିନ୍ବିନ୍ ଦେସର୍ ଲକ୍ମନ୍କେ ରିସାରେ ସାସନ୍ କରି ସବୁବେଲେ ବଏଁକାର୍ କସ୍ଟ ଦେଲାଇ, 6 ସବୁବେଲର୍ ମାପ୍ରୁ ସେ କାରାପ୍ ଲକ୍ମନର୍ ଡାଙ୍ଗ୍ ଆରି ସାସନ୍କାରିଆ ମନର୍ ବଏଁକାର୍ ରିସାକେ କୁରୁପ୍ନାସ୍ କରିଦେଲା ଆଚେ। 7 ପୁର୍ତିବି ସାରାଜାକ ସାନ୍ତି ଆରି ସୁସ୍ତା ଅଇଲା ଆଚେ; ସେମନ୍ ସାଇସାର୍ଦା ସଙ୍ଗେ ଗିତ୍ ଗାଇଲାଇନି । 8 ଉଁ, ଦେବ୍ଦାରୁ ଗଚ୍ ଲିବାନନର୍ ଏରସ୍ ଗଚ୍ ତମର୍ ବିସଇରେ ସାର୍ଦା ଅଇକରି କଇବାଇ, ତମେ କୁରୁପ୍ନାସ୍ ଅଇଲା ବେଲେ ଅନି କେ ମିସା ଗଚ୍ କାଟ୍ବା ଲକ୍ ଆମର୍ ବିରୁଦେ ଆସତ୍ ନାଇ । 9 ତୁଇ ଦର୍ତନି ତେଇ ଆଇବା ବେଲେ ତର୍ସଙ୍ଗେ ମିସ୍ବାକେ ପାତାଲ୍ ତଲେ ଅନି ଆଇବା ବାଟ୍କେ ଜାଗି ବସି ଆଚତ୍ ; ସେଟା ତମର୍ ପାଇଁ ଆରି ମଲାଲକର୍ ପାଇଁ, ପୁର୍ତିବିର୍ ମୁକିଆ ଲକ୍ମନ୍କେ ଆକା ଉଟାଇସି; ସେଟା କୁଟୁମ୍ମନର୍ ରାଜାମନ୍କେ ସେମନର୍ ସିଆଁସନ୍ ତେଇଅନି ଉଟାଇ ନେଲା ଆଚେ । 10 ସେମନ୍ ସବୁଲ୍ ଉତର୍ ଦେଇ ତମ୍କେ କଇବାଇ , ତମେ ମିସା କାଇ ଆମର୍ ପାରାସେ ଅଲପ୍ ବପୁ ନ ରଇଲା ଲକ୍ପାରା ଦୁର୍ବଲ୍ ଅଇ ଆଚାସ୍ ? ତମେ କାଇ ଆମର୍ ସମାନ୍ ଅଇ ଗାଲାସ୍ କି ? 11 ତର୍ ସୁନ୍ଦର୍ ଆରି ବାଜାବାଇଦର୍ ସବଦ୍ ପାତାଲ୍ପୁର୍ ଜାକ ଗର୍ଜି ଗାଲାନି; ଅଲ୍ମାକିଡା ତମର୍ ତଲେ ଅଚାଇ ରଇଲା ଅଚ୍ନାଇ ବର୍ତି ଅଇଜିବାଇ ଆରି କିଡା ବର୍ତି ଅଇଜାଇ ଆଚତ୍ । 12 ଏ ଉଦିଆତାରା ! ଉଜଲର୍ପିଲା ତମେ କେନ୍ତି ସରଗ୍ ରାଇଜେ ଅନି ପୁର୍ତିବି ତେଇ ଅଦର୍ଲୁସ୍! ସବୁ କୁଟୁମ୍କେ ତମେ ଜେ ଆରାଇ ଦେଇ ରଇଲାସ୍ , ତମେ କେନ୍ତି ମାଟି ତେଇ ଅଦର୍ଲୁସ୍! 13 ଆରି , ତୁଇ ମନେ ମନେ ବାବି ରଇଲୁସ୍, ମୁଇ ସର୍ଗେ ସବୁର୍ ତେଇ ଅନି ଉପ୍ରେ ରଇବି ବଲିକରି , ପର୍ମେସରର୍ ତାରାମନର୍ ଉପରେ ମର୍ ସିଆଁସନ୍ କର୍ବି; ଆରି ଉତର୍ ଦିଗର୍ ପାଚୁରି ଆଚର୍ ସବୁଲକ୍ ରୁଣ୍ଡ୍ବା ସୁକଲ୍ ଡଙ୍ଗ୍ରେ ରଇବି; 14 ମୁଇ ମେଗ୍ମାଲାର୍ ଉପ୍ରର୍ ତେଇ ଅନି ଅଦିକ୍ ଉପର୍କେ ଜିବି; ସବୁବେଲର୍ ମାପ୍ରୁର୍ ସଙ୍ଗେ ମୁଇ ମିସା ସମାନ୍ ଅଇବି । 15 ମାତର୍ ତୁଇ ପାତାଲର୍ ସାରାସାରି ଗାତ୍ ବିତ୍ରେ ପିଙ୍ଗି ଅଇସୁ । 16 ଜନ୍ ଲକ୍ମନ୍ ତମ୍କେ ଦେକ୍ବାଇ, ସେମନ୍ ନିମାନ୍ ସଙ୍ଗେ ଦେକିକରି ତମର୍ ବିସଇରେ ଆଲ୍ଚନା କରି କଇବାଇ, ଜେ ପୁର୍ତିବିକେ ତର୍ବର୍ କରି ଦେଲା, ଜେ ରାଇଜ୍କେ ତର୍ଅର୍ କରି ଦେଲା; 17 ଜେ ଜଗ୍ତ୍କେ ବନ୍ କରି ଦେଲା ଆରି ତେଇର୍ ନଅଁର୍ ସବୁଜାକକେ କୁରୁପ୍ନାସ୍ କଲା; ଜେ ତାର୍ ଜଇଲ୍ କାନାଇ ରଇଲା ଲକ୍ମନ୍କେ ସେମନର୍ ଗରେ ଜିବାକେ ଚାଡେ ନାଇଁ, ସେ ଏ ଲକ୍ କି? 18 କୁଟୁମର୍ ରାଜାମନ୍, ସେମନର୍ ସବୁଲକ୍, ମଇମାରେ ନିଜର୍ ନିଜର୍ ଗରେ ସଇ ରଇଲାଇନି । 19 ମାତର୍ ତୁଇ ମାରି ପିଙ୍ଗ୍ଲା କେନ୍ଦା ପାରା , କାଣ୍ଡା ସଙ୍ଗେ ମାରି ଅଇ ଡେଙ୍ଗ୍ କାଲେ ମାରି ପିଙ୍ଗି ରଇବା ଲକର୍ ପାରା ଡାବି ଅଇକରି , ନିଜର୍ ନିଜର୍ କବର୍ ଅନି ଦୁରିକେ ପିଙ୍ଗା ଅଇ ଆଚୁସ୍; ତୁଇ ମାଣ୍ଡିମାଣ୍ଡି କରି ତପ୍ଲା ମଡ୍ ପାରା ଅଇ ଆଚୁସ୍ । 20 ତୁଇ ତାକର୍ ସଙ୍ଗେ ତପି ନ ଅଉସ୍, କାଇକେ ବଇଲେ ତମେ ନିଜର୍ ଦେସ୍କେ କୁରୁପ୍ ନାସ୍ କରି ଆଚାସ୍, ତୁଇ ନିଜର୍ ଲକ୍ମନ୍କେ ମର୍ତେ ମାରି ପାକାଇ ଆଚାସ୍, କରାପ୍ କାମ୍ କର୍ବା ବଁସର୍ ନାଉଁ; କେବେ ମିସା ଲେକା ନ ଅଏ । 21 ତାର୍ ପିଲାମନ୍ ଜେନ୍ତିକି ଉଟିକରି ପୁର୍ତିବିକେ ଅଦିକାର୍ ନ କରତ୍ ଆରି ଜଗତ୍କେ ସେ ଲକ୍ ନଗର୍ ନ ତିଆର୍ କରତ୍ , ସେଟାର୍ ପାଇଁ ତମେ ସେମନର୍ ଆନିଦାଦିମନର୍ ପାପ୍ର୍ ଲାଗି ସେମନର୍ ପାଇଁ ମର୍ତେ ମାରି ପିଙ୍ଗ୍ବା ଜାଗା ତିଆର୍ କରା ।
22 ଆରି ସବୁର୍ ତେଇ ଅନି ବପୁ ରଇଲା ସବୁବେଲର୍ ମାପ୍ରୁ କଇଲାନି, ମୁଇ ସେମନର୍ ବିରୁଦେ ଉଟ୍ବି, ସବୁବେଲର୍ ମାପ୍ରୁ କଇଲାନି, ମୁଇ ବାବିଲ୍ ଗଡ୍ର୍ ନାଉଁ ଆରି ବାକି ରଇବା କେତେଟା, ନାତିତିତି ମନ୍କେ କୁରୁପ୍ନାସ୍ କର୍ବି । 23 ଆରି ସବୁର୍ ତେଇଅନି ବପୁ ରଇବା ସବୁବେଲର୍ ମାପ୍ରୁ କଇଲାନି , ମୁଇ ସେ ନଅଁର୍କେ କଚ ଚଡଇ ବର୍ତି କର୍ବି ଆରି ପାନି ବର୍ତି କରି ଦେଦି ଆରି ଆମେ କୁରୁପ୍ନାସ୍ କର୍ବା ବାଡ୍ନି ସଙ୍ଗେ ମୁଇ ସେମନ୍କେ ବାଡାନ୍ବି ।
24 ସବୁର୍ ତେଇଅନି ବପୁ ରଇବା ସବୁବେଲର୍ ମାପ୍ରୁ ସପତ୍ ପାକାଇ କରି କଇଲା ଆଚେ, ମୁଇ ଜନ୍ଟା ବାବ୍ଲି ଆଚି , ସତଇ ସେନ୍ତିସେ ଗଟ୍ସି ଆରି ଆମେ ଜନ୍ ରକାମ୍ ଜଜ୍ନା କରିଆଚି , ସେ ରକାମ୍ସେ ଅଇସି; 25 ମୁଇ ନିଜର୍ ଦେସେ ଅସୁରିଅକେ କୁରୁପ୍ନାସ୍ କର୍ବୁ ଆରି ନିଜର୍ ଡଙ୍ଗର୍ ଉପ୍ରେ ତାକେ ମର୍ ପାଦ୍ସଙ୍ଗ ମାଣ୍ଡି ପାକାଇବି; ତେବେ ଲକ୍ମନର୍ ଟାନେ ଅନି ତାର୍ ଜୁଆଡି ଆରି ସେମନର୍ କନ୍ଦର୍ କାଉଡି ଉତ୍ରାଇ ଦେବି । 26 ପର୍ତିବିର୍ ସବୁ ବିସୟ୍ରେ ଏ ଜଜ୍ନା କରା ଅଇଲା ଆଚେ ଆରି ଏ ସବୁଜାକ କୁଟୁମ୍କେ କୁରୁପ୍ନାସ୍ କର୍ବାକେ ଆତ୍ ଲାମାଇ ଆଚି । 27 କାଇକେ ବଇଲେ ସବୁର୍ଟାନେ ଅନି ବଡ୍ ବପୁ ରଇବା ସବୁବେଲର୍ ମାପ୍ରୁ ଜଜ୍ନା କରି କଇଲାନି, ଆରି ସେଟାକେ କେ ଅଲ୍ଗା କରି ପାର୍ସି ? ଆରି ତାର୍ ଆତ୍ ଲାମାଇ ଆଚେ, ଆରି କେ ସେ ଆତ୍କେ ମୁନ୍ଦା କରି ପାର୍ସି ?
28 ଜନ୍ ବରସେ ଆଅସ୍ ରାଜାର୍ ମରନ୍ ଅଇଲା, ସେ ବର୍ସର୍ ବବିସତ୍ କାତା ଅଇଲାନି ଏଟା । 29 ଏ ପଲେସ୍ଟିଅର୍ ଲକ୍ମନ୍ , ଜନ୍ ଡାଙ୍ଗ୍ ତମ୍କେ ମାର୍ଲା ଆଚେ, ସେ ଡାଙ୍ଗ୍ ବାଙ୍ଗିଗାଲା ବଲିକରି ତମେ ସାର୍ଦା ଉଆନାଇ; କାଇକେ ବଇଲେ ବିସ୍ ରଇଲା ଗଟେକ୍ ସାଁପ୍ ମଲେ ସେ ଜାଗାଇ ଆରି ଗଟେକ୍ ଅଦିକ୍ ବିସ୍ ରଇବା ସାଁପ୍ ଜାତ୍ ଅଇସି ଆରି ଆର୍ ପଲ୍ ଗଟେକ୍ ଜୟ୍ ସଙ୍ଗେ ଉଡ୍ବା ବିସ୍ ରଇବା ସାଁପ୍ ଅଇସି। 30 ଆରି ,କାକୁର୍ତିଆମନର୍ ପର୍ତୁମ୍ ଜାତ୍ ଅଇଲା ପିଲା କାଇସି ଆରି ସେମନ୍ ସାନ୍ତି ସଙ୍ଗେ ସଇବାଇ; ଆରି ମୁଇ ମର୍ଡି ସଙ୍ଗେ ତମର୍ ପଲେସ୍ଟିର୍ ମୁଲ୍କେ ନସ୍ଟ କର୍ବି ଆରି ଜେତ୍କି ଲକ୍ ବାକି ରଇବାଇ ସବୁକେ କୁରୁପ୍ନାସ୍ କର୍ବି । 31 ଏ ନଅଁରର୍ କାପାଟ୍ମନ୍, ଆଉଲି ଉଆ; ଏ ନଅଁର୍ ମନ୍ , କାନ୍ଦାବୁବା ଉଆ; ଏ ପଲେସ୍ଟିଅ ତମର୍ ଦେସେ ରଇଲା ସର୍ତେ ଜିନିସ୍ ତର୍ଲି ଗାଲା ଆଚେ; କାଇକେ ବଇଲେ ଉତର୍ ଦିଗେ ଅନି ଦୁଆଁ ଉଟ୍ଲାନି ଆରି କେ ମିସା ତମର୍ ବାଚି ଟିକ୍କରି ରଇବା ଦିନେ ସାକା ନ ଅଅତ୍ । 32 ଆରି ଏ କୁଟୁମର୍ କବର୍ ଜାନାଉଁ ମନ୍କେ କାଇ ଉତର୍ ଦେଇସା? ଏଟାଜେ, ସବୁବେଲର୍ ମାପ୍ରୁ ସିଅନ୍ ଦେସ୍କେ ମୁଲେ ଅନି ତିଆର୍ କଲାଆଚେ ଆରି ତେଇ ତାକର୍ ଦୁକ୍ ପାଇତେ ରଇବା ଲକ୍ମନ୍ ସାଇଜ ପାଇବାଇ ।