Publicidade

Isaías 54

ସବୁବେଲେ ସାନ୍ତି ରଇବା ନିଅମ୍‌

1 ଏ ବାଞ୍ଜିମାଇଁଜି, କେବେ ମିସା ପିଲା ଜନମ୍ ନ ଦେଇରଇବା ମାଇଜିମନ୍, ତମେ ଗିତ୍‌କୁଆ, ଆରି ଜନମ୍ କଲାବେଲର୍ ଦୁକା ଅଇଲେ, ତମେ ଆଉଲି ଅଇ କରି ଗିତ୍‌କଇ ସାର୍‌ଦା କରା, କାଇକେବଇଲେ ସବୁବେଲର୍ ମାପ୍‌ରୁ କଇଲାନି, ବିବା ଅଇଲା ମାଇଁଜିର୍ ପିଲାମନର୍‌ ତେଇଅନି ଟୁରାଟୁରି ପିଲାଜିଲା ଅଦିକ୍ । 2 ତମେ ନିଜର୍ କୁଡିଆ ବାନ୍ଦି ଲମାଇ ଦିଆସ୍‌ ଆରି ସେମନ୍ ତମର୍ ଜାଗାର୍ ପର୍‌ଦାକେ ଅସାର୍ କରତ୍ ,ତମର୍ ଡର୍‌ସବୁ ଲମାଇ ଦିଆସ୍ ଆରି କିଲା ସବୁ ଡାଟ୍‌କରା । 3 କାଇକେବଇଲେ ତମେ ଉଜାବାଟେ କି ଡେବ୍‌ରିବାଟେ ଉଡ୍‌ରା ଅଇଜାଇସି ଆରି ତମର୍ ବଁସର୍ ବିନ୍ ଦେସର୍ ଲକ୍‌ମନ୍‌କେ ଚାଡାଇବାଇ ଆରି ନର୍‌ଲକ୍‌ମନ୍ ନଇଲା ନଅଁର୍‌ମନ୍‌କେ ବାସା କୁରାଇସି । 4 ଡରା ନାଇଁ କାଇକେବଇଲେ ତମେ ଲାଜ୍‌ ନ ଉଆସ୍ । କି ଦୁକ୍ କରାନାଇଁ; କାଇକେବଇଲେ ତମ୍‌କେ ଲାଜ୍ ନ କରାଇ; ତମେ ନିଜର୍ ଦାଙ୍ଗ୍‌ଡାବେଲର୍ ଲାଜ୍ ପାସ୍‌ରି ଜାଇସା ଆରି ତମେ ନିଜର୍ ରାଣ୍ଡିବେଲର୍ ନିନ୍ଦା ଆରି ନ ଏତାଆସ୍‌ । 5 କାଇକେବଇଲେ ତମ୍‌କେ ତିଆର୍ କରୁ ତମର୍ ମୁନୁସ୍ ଅଇସି; ଆରି ସବୁବେଲର୍ ମାପ୍‌ରୁ ତାକର୍ ନାଉଁ ଆରି ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ତମର୍ ଉଦାର୍ କାରିଆ; ସେ ଗୁଲାଇ ଜଗତର୍ ପର୍‌ମେସର୍ ବଲି ଡାକ୍‌ପୁଟା ଅଇସି । 6 କାଇକେବଇଲେ ତମର୍ ପର୍‌ମେସର୍ କଇସି, ଜିବନ୍ ଆରି ମନ୍‌ଦୁକ୍‌ କଲା ମାଇଁଜି କଇବାକେ ଗାଲେ ଚାଡ୍‌ରି ମାଇଁଜି ରକାମ୍ ସବୁବେଲର୍ ମାପ୍‌ରୁ ତମ୍‌କେ ଡାକିଆଚେ । 7 ଆମେ ଅଲପ୍ ସମଇର୍ ପାଇଁ ତମ୍‌କେ ଚାଡିଆଚୁ; ମାତର୍ ବେସି ଲାଡ୍ ମୁଆଁସ୍ ସଙ୍ଗ୍ ତମ୍‌କେ ଡାକିଆଚୁ । 8 ଆମେ ଅଲପ୍‌କେ ରିସା ଅଇବୁ ମାତର୍ ଦାପେ ତମ୍‌କେ ଡାକ୍‌ବୁ, ଆରି ନିଜର୍ ମୁଁ ତମର୍‌ ତେଇଅନି ଲୁଚାଇଲୁ; ମାତର୍ ସବୁବେଲେ ରଇଲା ଦୟାରେ ଆମେ ତମର୍ ତେଇ ଆସିର୍‌ବାଦ୍ କର୍‌ବୁ, ଏଟା ତମର୍ ମୁକ୍‌ତି ଦେବା ସବୁବେଲର୍ ମାପ୍‌ରୁ କଇଲାନି । 9 କାଇକେ ବଇଲେ ଏଟା ଆମର୍‌ଲଗେ ନଅଁର୍ ବେଲର୍ ପାନି ରକାମ୍ ଆଚେ, ନଅଁର୍ ବେଲର୍ ପାନି ଆରି ପୁର୍‌ତିବିକେ ପାନି ନ ମାରାଏ ବଲି ଆମେ ଜେମ୍‌ନ୍ତାର୍ ପର୍‌ମାନ୍ କରିଆଚୁ, ସେନ୍‌ତାର୍ ଆମେ ତମର୍ ତେଇ ରିସା, ଆରି ତମ୍‌କେ ବିନାସ୍ ନ କରୁ ବଲି ମର୍‌ମାନ୍ କରିଆଚୁ । 10 କାଇକେବଇଲେ ତମ୍‌କେ ଆସିର୍‌ବାଦ୍ କରିଆଚେ ଜନ୍ ସବୁବେଲର୍ ମାପ୍‌ରୁ, ସେ କଇଲାନି, କୁପ୍‌ଲିମନ୍ ଡରିକରି ଗୁଚି ଜିବାଇ ଆରି ଡଙ୍ଗର୍‌ମନ୍ ଚୁଲ୍‌ବୁଲି ଜିବାଇ; ମାତର୍ ଆମର୍ ଦୟା ତମର୍ ତେଇଅନି ଦୁର୍‌କେ ନ ଜାଏ, କି ଆମର୍ ସାନ୍ତିର୍ ନିଅମ୍ ଚୁଲ୍‌ ନ ବୁଲେ ।

ଆଗ୍‌କେ ଅଇବା ଜିରୁସାଲମ୍‌

11 ଏ ଦୁକେ ରଇଲା ମାଇଜି, ପାନିପବନ୍‌କେ ଡର୍‌ବା ଆରି ସାନ୍ତିରେ ନ ରଇବା ମାଇଜି, ଦେକ୍‌, ଆମେ ସବୁ ସୁନ୍ଦର୍ କଲର୍‌ ସଙ୍ଗ୍ ତମର୍ ପାକ୍‌ନା ବସାଉଁ ଆରି ନିଲିଆ ମଣି ସଙ୍ଗେ ତମର୍ କୁନାଦି ତିଆର୍ କରୁ । 12 ଆମେ ପଦ୍‌ମରାଗ ମଣି ସଙ୍ଗ୍ ତମର୍ ମୁଣ୍ଡି ତିଆର୍ କର୍‌ବି ଆରି ସୁର୍‌ଜ କାନ୍ତମଣି ସଙ୍ଗ୍ ତମର୍ ନଗରର୍ ଦୁଆର୍‌ସବୁ ଆରି ବେସି ଦାମର୍ ପାକ୍‌ନା ସଙ୍ଗ୍ ତମର୍ ସବୁ ସନ୍ଦି ତିଆର୍ କର୍‌ବି । 13 ତମର୍ ପିଲାଟକିମନ୍ ସବୁବେଲର୍ ମାପ୍‌ରୁ ଲାଗି ସିକିତ୍ ଅଇବାଇ ଆରି ତମର୍ ପିଲାଟକି ମନ୍‌ ବେସି ସାନ୍ତି ଅଇବାଇ । 14 ତମେ ଦରମ୍ ଲଗେ ସାନ୍ତି ସଙ୍ଗ୍‌ ରଇସା; ତମେ ପାପ୍‌ ଲଗେ ଅନି ଦୁରିକେ ରଇସା, କାଇକେ ବଇଲେ ତମେ ନ ଡରାସ୍‌; ଆରି ଡର୍‌ବା ଲଗେଅନି ଦୁରିକେ ରଇସା, କାଇକେ ବଇଲେ ସେଟା ତମର୍ ଲଗେ ନ ଆସେ । 15 ଦେକା, ଲକ୍‌ମନ୍ ଏକ୍‌ଜୁଟ୍ ଅଇପାରତ୍, ମାତର୍ ମର୍‌ ଲାଗି ନାଇଁ; ଜେକି ଆମର୍‌ ବିରଦ୍‌ରେ ଏକ୍‌ଜୁଟ୍ ଅଇବାଇ,ସେ ତମର୍‌ପାଇଁ ବିନାସ୍ ଅଇସି । 16 ଦେକ୍, ଜନ୍ କାମାର୍ ଇଙ୍ଗ୍‌ରାକେ ଜଇ ଲାଗାଇସି ଆରି ନିଜର୍ କାମ୍ ପାଇଁ ଅସ୍‌ତର୍ ତିଆର୍ କର୍‌ସି,ମୁଇଁ ତାକେ ତିଆର୍ କରି ଆଚି ଆରି ତାକେ ବିନାସ୍ କର୍‌ବାକେ ଗଟେକ୍ ଅସ୍‌ତର୍ ସସ୍‌ତର୍ ତିଆର୍ କରି ଆଚି । 17 ଜନ୍ ଅସ୍‌ତର୍ ମିସା ତର୍ ବିରଦ୍‌ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍‌ସବୁ ଜିବ୍‌ ବିଚାର୍ ଲଗେ ତମର୍ ବିରଦ୍‌ରେ ଉଟ୍‌ସି, ତୁଇ ତାକେ ଦସ୍‌ ଦାର୍‌ସା । ସବୁବେଲର୍ ମାପ୍‌ରୁର୍ ଦାସ୍‌ ମନର୍ ଅଦିକାର୍ ଆରି ମର୍ ପୁରସ୍‌କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍‌ରୁ କଇଲାନି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-