Publicidade

Isaías 21

ବାବିଲ୍ ଗଡର୍ କୁରୁପ୍‌ନାସର୍ କାତା

1 ସମ୍‌ଦୁରର୍ ସାରାସାରିର୍ କଣ୍ଡିର୍ ବିସଇର୍ କାତା । ସେଟା ଦକିନ୍‌ ଦିଗର୍ ମରୁବାଲି ବୁଏଁ ଅନି ବେସି ବାଉ ପବନ୍ ପାରା ସାରାସାରି କଣ୍ଡିଅନି, ଗଟେକ୍ ସଗ୍‌ତି ରଇଲା ଦେସେ ଅନି ଆଇଲାନି । 2 ଗଟେକ୍ ଦୁକର୍‌ ବିସଇ ଆମର୍‌ ପାଇଁ ଦେକା ଅଇଲା ଆଚେ ; ବିସ୍‌ବାସେ ବିସ୍ ଦେଲାପାରା କଲାନି ଆରି ଚର୍ ଚରାଇଲାନି । ଏ ଏଲମ୍ , ଉପ୍‌ରେ ଜା, ଏ ମାଦିଏ, ମନାକର୍‌; ମୁଇ ତେଇର୍ ଆଉଲିକେ ନସ୍‌ଟ କରିଆଚି । 3 ସେଟାର୍‌ପାଇଁ ବଲିକରି ମର୍ ଆଁଟାର୍ ଦୁକ୍‌କସ୍‌ଟକେ ପୁରା ପୁରୁନ୍ ଅଇଲା ଆଚେ ; ମାଇଜିମନ୍‌କେ ପିଲା ଜନମ୍ ଅଇବା ବେଲର୍‌ ଦୁକାପାରା ମକେ ଦୁକ୍‌ଲାନି; ମୁଇଁ କସ୍‌ଟରେ ଆଚିଜେ , ମୁଇଁ ସୁନି ନାପାର୍‌ଲିନି ; ମୁଇଁ ଏଡେକ୍‌ମାଡ୍ ଦାନ୍ଦାଜେ , ମୁଇଁ ଦେକି ନାପାର୍‌ଲିନି । 4 ମର୍‌ ଗାଗଡ୍ ତର୍‌ତରି ଗାଲାନି, ଏ କସ୍‌ଟ ମକେ ବେସି ଡରାଇଲାନି; ଜନ୍‌ ସଞ୍ଜ୍‌କେ ମୁଇଁ ବାଚି ରଇଲି , ସେଟା ମକେ ଡରାଇଲାନି । 5 ସେମନ୍ ଅଚ୍‌ନା ଅଚାଇବାଇ, ସମନ୍ ଜାଗୁଆଲ୍‌କେ ବାଚ୍‌ବାଇ କର୍‌ବାଇ , ସେମନ୍ କାଇବାଇ ପିଇବାଇ, ଏ ସଇନମନର୍ ମୁକିଆ ମନ୍‌, ଉଟା , ମାର୍‌ଲେ ସରି ଆଡ୍‌ବାଟାକେ ଚିକନ୍ ଲାଗାଇ ଜାଗ୍‌ରତ୍‌ କରା । 6 କାଇକେ ବଇଲେ, ମାପ୍‌ରୁ ମକେ ଏ କାତା କଇଲା ଆଚେ, ଜାଆ, ଗଟେକ୍ ଜାଗୁଆଲ୍‌କେ ବାଚା ସେ ଜନ୍‌ଟା ଦେକ୍‌ଲା ଆଚେ, ସେଟାକେ ଜାନାଅ; 7 ଆରି ସେ ଜେଡେବେଲେ ଗଟେକ୍‌ ଦଲର୍‌ ସନିଅମନ୍‌, ଦୁଇ ଦୁଇଟା ଗଡାଇ ଚଗି, ଗଟେକ୍‌ ଦଲ୍ ଗଦ ତେଇ ଚଗିକରି ଆଇଲାଇନି ଆରି ଗଟେକ୍‌ ଦଲ୍ ଉଟ୍‌ଟାନେ ବସିକରି ଆଇବାଟା ଦେକ୍‌ସା, ସେଡ୍‌କିବେଲେ ସେ ବେସି ଜାଗର୍‌ତା ସଙ୍ଗେ କାନ୍‌ ଡେରି କରି ସୁନ୍‌ସି। 8 ତାର୍‌ପଚେ ସେ ସିଅଁ ବାଗର୍‌ ପାରା ଉଁକାରି କରି କଇଲା, ଏ ମାପ୍‌ରୁ , ମୁଇଁ ଦିନ୍‌ବେଲେ ସବୁବେଲେ ଦୁଆରେ ଟିଆ ଅଇ ରଇବି ଆରି କେତେରାତି ଅଇଲାନି ମୁଇଁ ତମର୍ ପାଚୁରି ପାଲି ଜାଗିକରି ଆଚି; 9 ଆରି, ଦେକା, ତେଇ ଗଟେକ୍ ଦଲର୍‌ ସଇନମନ୍‌ ଦୁଇ ଦୁଇ ଲକ୍ ଅଇକରି ଗଡାଇ ଚଗିକରି ଆଇଲାଇନି । ଆରି ସେ କବର୍ ଜାନାଇଲା, ବାବିଲ୍ ଗଡ୍‌ କୁରୁପ୍‌ନାସ୍ ଅଇଗାଲା ଆରି ସେମନ୍ ଆତେ ତିଆର୍ କରି ରଇବା ସବୁଜାକ ମୁର୍‌ତି ବାଙ୍ଗିରୁଜି କୁରୁପ୍‌ନାସ୍ ଅଇଗାଲା । 10 ଏ ମର୍ ଇସ୍‌ରାଇଲର୍ ଲକ୍‌ମନ୍, ତମେ ଗଁକେ ମାଣ୍ଡାଇ ଉଡାଲି କରି ବାଚା ଅଇ ରଇବାଟା, ମାତର୍ ମୁଇଁ ଏବେ ତମ୍‌କେ ସୁବ୍‌ କବର୍ ଜାନାଇଲି, ଜନ୍‌ଟାକି ସବୁର୍‌ ତେଇଅନି ବପୁ ରଇବା ମାପ୍‌ରୁ ଇସ୍‌ରାଏଲର୍ ପର୍‌ମେସରର୍ ଲଗେଅନି ସୁନି ଆଚି, ସେଟା ତମ୍‌କେ ମୁଇ ଜାନାଇଲିନି ।

ଇଦମ୍‌ ଆରି ଆରବ୍ ବିସଇର୍‌ ବବିସତ୍ କାତା

11 ଏଟା ଦୁମା ବିସଇରେ ଗଟେକ୍ କବର୍ । କେ କି ଗଟେକ୍ ଲକ୍ ଆସି ସେଇର୍ ତେଇ ଅନି ଡାକି ମକେ କଇଲାଇନି, ଏ ଜାଗାଇ କେତେ ରାତି ଅଇଲା, କେତେ ରାତି ଅଇଲା ? ଏ ଜାଗାଇ କେତେ ରାତି ଅଇଲା ? 12 ଜାଗୁଆଲି କଇଲା, ସାକାଲ୍ ପାଇଲାନି , ମାତର୍ ରାତି ମିସା ଅଇ ଆଇଲାନି; ତମେ ଜେବେ ପାଚାର୍‌ସା, ପାଚାରା; ତମେ ବାଉଡି କରି, ଆସା ।

13 ଆରବ୍ ବିଅସଇରେ କବର୍ । ଏ ଦଦାନିଅ ନଅଁରର୍ ଜିବା ଲକ୍‌ମନ୍, ତମେ ଆରବର୍ ବନ୍ ବିତ୍‌ରେ ରାତି ସାରା ଇଣ୍ଡ୍‌ସା । 14 ଜନ୍‌ଲକ୍‌କେ ସସ୍ ଅଇତେ ରଇଲା, ତାର୍ ଲଗେ ପାନି ଆନ୍‌ଲାଇ; ତେମା ଦେସର୍ ଲକ୍‌ମନ୍ କାଦି ନେଇକରି ଲୁଚି ପାଲାଇବା ଲକ୍‌ମନର୍ ସଙ୍ଗେ ଜାଇକରି ମିସ୍‌ଲାଇ। 15 କାଇକେ ବଇଲେ ଲକ୍‌ମନ୍ କାଣ୍ଡା ତେଇ ଅନି ରକିଆ ପାଇବାକେ, ତିପ୍‌ତିପା କାଣ୍ଡା ତେଇ ଅନି, ଦୁନୁକାଣ୍ଡ୍‌ ତେଇ ଅନି ଆରି, ଜୁଇଦର୍ ସବୁଜାକ ବିପଦେ ଅନି ରକିଆ ପାଇବାକେ ପାଲାଇଲାଇ। 16 ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ମକେ କଇଲା ଆଚେ , ସେ ବରସ୍‌ ଗତି କଟ୍‌ବା ବରସ୍ ସାର୍‌ଲା, ଗଟେକ୍ ବର୍‌ସେ କେଦାର୍ କୁଟୁମର୍ ପବୁ କୁରୁପ୍‌ନାସ୍ ଅଇଜାଇସି । 17 ଆରି, କେଦାର୍ ବଁସର୍ ବପୁ ରଇବା ଲକ୍‌ମନର୍ ବିତ୍‌ରେ ଅନି ଉନା ଲକ୍ ଦୁନୁ ଦାରିକରି ରଇବାଇ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଇସ୍‌ରାଏଲ୍ ଦେସର୍ ପର୍‌ମେସର୍ ଏ କାତା କଇଲାନି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-