1 ଦେକା, ସବୁବେଲର୍ ମାପ୍ରୁର୍ ଆତ୍ ଚଟ୍ ନାଇଁ ଜେ, ସେ ମୁକ୍ତି କରି ନାପାରେ, କି ତାର୍ କାନ୍ ବଇରା ନାଇଁ ଜେ, ସେ ସୁନି ନାପାରେ । 2 ମାତର୍ ତମର୍ ପାପ୍ ସବୁ, ତମର୍ ଆରି ତମର୍ ପର୍ମେସରର୍ ବିତ୍ରେ ଦୁଇବାଗ୍ କରି ଆଚେ ଆରି ତମର୍ ପାପ୍ ସବୁ ତମର୍ ଲଗେଅନି ଦୁରିକେ ଜାଇଆଚେ, ସେଟାର୍ପାଇଁ ସେ ସୁନେ ନାଇଁ । 3 କାଇକେବଇଲେ ତମର୍ ସବୁଲକର୍ ଆତ୍ ବନି ସଙ୍ଗ୍ ଆରି ତମର୍ ଆଙ୍ଗ୍ଟି ସବୁ ପାପ୍ କରି ମୁର୍କି ଦାର୍ଲା ଆଚେ; ତମର୍ ଟଣ୍ଡ୍ ମିଚ୍ କଇ ଆଚେ, ତମର୍ ଜିବ୍ କାରାପ୍ କାତା କଇସି । 4 କେ ନିଆଁଇସଙ୍ଗ୍ ଗୁଆରି ସୁନେନାଇଁ ଆରି କେ ସତ୍ସଙ୍ଗ୍ ଗୁଆରି ନ କରେ ; ସେମନ୍ ଚୁଚାଇସେ ଆସା କରି ରଇବାଇ ଆରି ମିଚ୍ କାତା କଇବାଇ; ସେମନ୍ କାରାପ୍ଟାକେ ଗର୍ବେ ଦାର୍ବାଇ ଆରି ଅପ୍ରାଦ୍ ଜନମ୍ କର୍ବାଇ । 5 ସେମନ୍ ବିସ୍ ରଇବା ବିସ୍ ସାଁପ୍ ଡିମ୍ ପୁଟାଇବାଇ ଆରି ପାଟ୍ମାକଡା ଜାଲ୍ ବୁନ୍ବାଇ; ଜେ ସେମନର୍ ଡିମ୍ କାଇସି, ସେ ମର୍ସି, ଆରି ସେଟା ବଡ୍ ଅଇକରି ପୁଟ୍ଲେ ସରି ତେଇଅନି ବିସ୍ ରଇବା ନାଗ୍ସାପ୍ ବାରଇସି । 6 ସେମନର୍ ବସ୍ତର୍ ଜାଲ୍ ପାରାଟା, କି ସେମନ୍ ନିଜର୍ କାମେ ସେମନ୍କେ ଡାବି ନାପାରେ; ସେମନର୍ କାମ୍ ସବୁ ଅଦରମର୍ କାମ୍ ଆରି ସେମନର୍ ଆତେ କାରାପ୍ କାମ୍ ରଇସି । 7 ସେମନର୍ ପାଦ୍ କାରାପ୍ କାମ୍ବାଟେ ଜାଇସି ଆରି ସେମନ୍ ଦସ୍ ନ କରି ରଇଲା ଲକ୍ମନ୍କେ ବିନାସ୍ କର୍ବାକେ ଜିବାଇ, ସେମନର୍ ଚିନ୍ତା ସବୁ କାରାପ୍ , ସେମନ୍ ଇଣ୍ଡ୍ବା ବାଟେ ବିନାସ୍ ରଇସି । 8 ସାନ୍ତିର୍ ବାଟ୍ ସେମନ୍ ନାଜାନତ୍ ଆରି ସେମନର୍ ବାଟେ କାଇମିସା ବିଚାର୍ ନାଇଁ; ସେମନ୍ ନିଜର୍ ପାଇଁ କାରାପ୍ ବାଟ୍ କରିଆଚତ୍; ଜେକି ସେବାଟେ ଇଣ୍ଡ୍ସି, ସେ ସାନ୍ତି ନାଜାନେ ।
9 ଏଟାର୍ପାଇଁ ବିଚାର୍ ଆମର୍ ତେଇଅନି ଦୁର୍କେ ରଇସି, ଦରମ୍ ଆମର୍ ସଙ୍ଗେ ନାଇଁ; ଆମେ ଉଜଲର୍ପାଇଁ ଜାଗ୍ଲୁ, ମାତର୍ ଦେକା ସେଟା ଆନ୍ଦାର୍; ଆମେ ଉଜଲ୍କେ ଜାଗିଆଚୁ, ମାତର୍ ଆମେ ଆନ୍ଦାର୍ ବାଟେ ଗାଲୁନି । 10 ଆମେ କାଣା ଲକର୍ ରକାମ୍ କୁଡ୍କେ ଟାମ୍ଣ୍ଡି ବୁଲୁ; ଉଁ, ଆଁକି ନଇଲା ଲକର୍ ରକାମ୍ ଆମେ କଜିବୁଲୁନି, ଆମେ ସଞ୍ଜ୍ବେଲର୍ ରକାମ୍ ମୁଇଁଦାନିଆଁ ଜୁଟିଆଇ ଅଇ ଅଦର୍ବୁ; ଆମେ ଗାଗଡ୍ଗାଗଡ୍ ଲକ୍ମନର୍ ବିତ୍ରେ ଅନି ମଲାଲକର୍ ରକାମ୍ ଅଇଲୁନି। 11 ଆମେ ସବୁଲକ୍ ବାଲୁ ପାରା ଅଡର୍ଲୁନି ଆରି ପାଣ୍ଡ୍କା ଚଡଇ ରକାମ୍ ବେସି କାନ୍ଦ୍ଲୁନି; ଆମେ ବିଚାର୍କେ ଜାଗିରଉଁ, ମାତର୍ ସେଟା ନଏଁ; ଉଦାର୍ ପାଇବାକେ ଜାଗିରଉଁ, ମାତର୍ ସେଟା ଆମର୍ ତେଇଅନି ଦୁର୍କେ ଆଚେ । 12 କାଇକେବଇଲେ ତମର୍ ମୁଆଟେ ଆମର୍ ଅନିଆଁଇ ବେସି ବଡି ଗାଲାନି ଆରି ଆମର୍ ପାପ୍ ଆମର୍ ବିରଦେ ସାକିଅ ଦେଇଆଚି; କାଇକେ ବଇଲେ ଆମର୍ ଅଦରମ୍ ସବୁ ଆମର୍ ସଙ୍ଗେ ସଙ୍ଗେ ଆଚେ ଆରି ଆମର୍ ଅପ୍ରାଦ୍ ସବୁ ଆମେତା ଜାନିଆଚୁ; 13 ସେଟା ଅପ୍ରାଦ୍ ଆରି ସବୁବେଲର୍ ମାପ୍ରୁକେ ଅସିକାର୍ କର୍ବାର୍ ଆରି ଆମର୍ ପର୍ମେସରର୍ ପଚ୍ବାଟେ ଇଣ୍ଡିଜାଇ ବାଟେ ବାନା ଅଇଗାଲା, ଉତ୍ପାତ୍ ଆରି ଦେସର୍ କାତା କଇବି, ମିଚ୍ କାତା ଦାରିକରି ମନ୍ ବିତ୍ରେ ଅନି ବାର୍କରାଇ ଦେବାର୍ ଆକା । 14 ସେଟାର୍ପାଇଁ ବିଚାର୍ କର୍ବା ତେଇଅନି ବାଉଡି ଜାଇ ଆଚୁ ଆରି ଦରମ୍ ଦୁର୍କେ ଟିଆ ଅଇଆଚେ; ଚକ୍ ଜାଗାଇ ସତ୍ ଉନା ଅଇଆଚେ ଆରି ସତ୍ ପୁରି ନାପାର୍ଲାନି । 15 ଉଁ, ସତ୍ କଇବାଟା ଉନା ଅଇ ଜାଇଆଚେ ଆରି ଜେ ପାପ୍କେ ଚାଡ୍ସି, ସେ ନିଜ୍କେ ଚର୍ ପାରା ଅଇସି ; ଆରି ସବୁବେଲର୍ ମାପ୍ରୁ ଏଟା ଦେକ୍ଲା; ଆରି, ନିଆଇ ବିଚାର୍ ନ ରଇଲାକେ ତାର୍ ମନ୍ ଉନା ଅଇଗାଲା।
16 ଆରି, ସେ ଦେକ୍ଲା ଜେ, କନ୍ମିସା ମୁନୁସ୍ପିଲା ସେଡ୍କିବେଲେ ନାଇଁ ଆରି କେ ମିସା ତାର୍ ମଜାଇ ନାଇଁ ବଲି ଡରି ଗାଲାଇ; ଏଟାର୍ ପାଇଁ ତାର୍ ନିଜର୍ ଆତ୍ ତାର୍ ପାଇଁ ମୁକ୍ତି ସାଦନ୍ କଲା ଆରି ତାର୍ ଦରମ୍ କର୍ବାଟା ଆକା ତାକେ ଦାରି ଆଚେ । 17 ଆରି, ସେ ବୁକୁପଟା ପାରା ଦରମ୍ ଆରି ଉଦାର୍ ପାଇବା ଟପି ନିଜର୍ ମୁଣ୍ଡେ ପିନ୍ଦ୍ଲା; ଆରି, ସେ ବିରଦର୍ ବସ୍ତର୍ ପିନ୍ଦ୍ଲା ଆରି ଜିବନ୍ ରକିଆ କର୍ବା ବସ୍ତର୍ ପାରା ନିଜ୍କେ ଆଲାଦର୍ ବସ୍ତର୍ ପିନ୍ଦ୍ଲା । 18 ସେମନର୍ କାମ୍ ଇସାବ୍ରେ ସେ ତାର୍ ସତ୍ରୁମନ୍କେ ବେସି ରିସା ସଙ୍ଗେ ଦମ୍କାଇସି ଆରି ନିଜର୍ ସତ୍ରୁ ମନ୍କେ ଡଣ୍ଡ୍ ଦେଇସି; ସମ୍ଦୁର୍ ମଜାଇ ବାସା କରି ରଇବା ଲକ୍ ମନ୍ କଲା କାମର୍ ଇସାବ୍ରେ ପଲ୍ ଦେଇସି । 19 ତାର୍ପଚେ ଲକ୍ମନ୍ ପସ୍ଚିମ୍ ଦିଗ୍ ଲଗେଅନି ସବୁବେଲର୍ ମାପ୍ରୁକେ ଆରି ବେଲ୍ ବୁଡ୍ଲା ଜାଗାଇ ଅନି ଲକ୍ମନ୍ ତାର୍ ମଇମାକେ ଡର୍ବାଇ; କାଇକେ ବଇଲେ ସବୁବେଲର୍ ମାପ୍ରୁର୍ ପୁଣ୍ଡାସଙ୍ଗ୍ ବଇଆଇବା, ବେସି ପାନି ଚାପି ଆଇଲା ପାରା ସତ୍ରୁ ମନ୍ ଆଇବାଇ । 20 ଆରି, ସବୁବେଲର୍ ମାପ୍ରୁ କଇସି, ସିଅନ୍କେ ଆରି ଜାକୁବର୍ ଲଗେ ଜନ୍ ଲକ୍ମନ୍ ପାପ୍ ଲଗେଅନି ବାଅଡ୍ବାଇ, ସେମନର୍ ଲଗେ ଗଟେ ଉଦାର୍ କାରିଆ ଆଇସି । 21 ନିଜର୍ ବିସଇରେ ସବୁବେଲର୍ ମାପ୍ରୁ କଇଲାନି, ସେମନର୍ ସଙ୍ଗ୍ ଆମର୍ ରାଜିନାମା ଅଇଲାନି ଏଟା, ମର୍ ଜନ୍ ଆତ୍ମା ତମର୍ ଉପ୍ରେ ବାସା ଅଇସି ଆରି ମର୍ ଜନ୍ ସବୁ ବାକିଅ ମୁଇଁ ତମର୍ ମୁଆଟେ ସଙ୍ଗଇ ଆଚି, ସେଟା ତମର୍ ମୁଆଟେ ଅନି ଆରି ତମର୍ ବଁସର୍ ମୁଆଟେ ଅନି ଆରି ତମର୍ ବଁସର୍ ଜନମ୍ ଜାତ୍ ଅଇଲା ଲକ୍ମନର୍ ଲଗେ ଅନି ସବୁଦିନର୍ ପାଇଁ ରଇସି କେବେ ଦୁର୍ କରି ନ ଦେଏ, ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲନି ।