Publicidade

Isaías 30

ମିସରର୍ ସାଇଜ ଚୁଚାଇ

1 ସବୁବେଲର୍ ମାପ୍‌ରୁ କଇଲାନି, ଜନ୍ ବିରଦର୍ ଲକ୍‌ମନ୍ ଜଜ୍‌ନା କର୍‌ବାଇ, ମାତର୍ ମର୍ ଲାଗି ନାଇଁ; ଆରି, ପାପ୍ ଉପ୍‌ରେ ପାପ୍ କରି ଡାବାଇବାଇ,ମାତର୍ ମର୍ ଆତ୍‌ମାର୍ ସଙ୍ଗେ ନଏଁ, ସେମନ୍ ଅବିସାପ୍ ପାଇବା ଲକ୍! 2 ସେମନ୍ ଆମ୍‌କେ ନ ପାଚାରି ପାର ରାଜାର୍ ବପୁ ସଙ୍ଗ୍ ନିଜ୍‌କେ ବପୁ ଅଇବାକେ ଆରି ମିସର୍ ଦେସର୍ ସାଇଜ ନେବାକେ ମିସର୍ ଦେସେ ଜିବାକେ ବାରଇ ଗାଲାଇନି। 3 ଏଟାର୍ ପାଇଁ ପାର ରାଜାର୍ ବପୁ ତମ୍‌କେ ଲାଜ୍ କରାଇସି ଆରି ମିସର୍ ଦେସର୍ ସାଇଜ ନେବାକେ ତମ୍‌କେ ଲାଜର୍ କାତା । 4 କାଇକେବଇଲେ ତାର୍ ସାସନ୍‌ କାରିଆମନ୍ ସଅନ ତେଇ ଆଚତ୍‌ ଆରି ତାର୍ ରାଜ୍ ଦୁତ୍‌ମନ୍ ଆନେସ୍‌ ତେଇ ଆଇଲାଇ ଆଚତ୍ । 5 ଜନ୍ ଗସ୍‌ଟି ସେମନର୍ ଉପ୍‌କାର୍ କରି ନାପାରେ, ସେମନର୍ ବିସଇରେ ସେମନ୍ ସର୍‌ତେ ଲକ୍ ଲାଜ୍ ଅଇବାଇ, ସେ କୁଟୁମ୍‌ ସାଇଜ କର୍‌ବା ଲକ୍ ଅଇ ନାପାରତ୍, ମାତର୍ ସେମନ୍ ଇଜତ୍ ନଇଲା ନିଜର୍ ନାଉଁକେ କାରାପ୍ କର୍‌ବା ଲକର୍ ପାରା ଅଇବାଇ । 6 ଦକିନ୍‌ ଦିଗର୍ ପସୁମନର୍ ବିସଇରେ ସବୁବେଲର୍ ମାପ୍‌ରୁର୍ କାତା । ଜନ୍ ଜାଗାଇ ଅନି ବେଣ୍ଡିଆ ବାଗ୍ ଆରି ବୁଡା ସିଅଁ, ବିସ୍ ସାଁପ୍ ଆରି ଉଡ୍‌ବା ଜଇର୍ ସାଁପ୍‌ମନ୍ ଆଇବାଇ, ଏନ୍ତାରି କସ୍‌ଟ ଆରି ଦୁକ୍ ପାଇବା ଦେସ୍ ଡେଗଇ କରି ଜିବା ଜନ୍ ଲକ୍‌ମନ୍ ସେମନର୍ ଉପ୍‌ରେ ଜଦି ଉପ୍‌କାର୍ କରି ନାପାରତ୍, ଏନ୍ତାରି ଗଟେକ୍ ଗସ୍‌ଟିର୍ ଲଗେ ସେମନ୍ ଗଦମନର୍ କନ୍ଦେ ନିଜର୍ ନିଜର୍ ଦନ୍ ସଁପ୍‌ତି ଆରି ଉଟ୍‌ମନର୍ ଉପ୍‌ରେ ଲାଦି କରି ବଇ ନେବାଇ । 7 କାଇକେବଇଲେ ମିସର୍ ଦେସ୍ ମିଚ୍ ଆରି ବେକାର୍ ଲକ୍‌କେ ସାଇଜ କର୍‌ସି; ଏଟାର୍ ପାଇଁ ଆମେ ତାକେ ନିଚ୍ ଦେକିକରି ସାନ୍ ରାଅବ୍ ବଲିକରି ନାଉଁ ଦେଇଆଚୁ ।

ଅମାନିଆ ଲକ୍‌ମନ୍‌

8 ସବୁବେଲର୍ ମାପ୍‌ରୁ ମକେ କଇଲା, ଏବେ ଜାଆ, ଆରି ସେମନର୍ ମୁଆଟେ ଗଟେକ୍ ପାକ୍‌ନା ଟାନେ ତିଆର୍ ଅଇ ରଇବା ପାଟା ତେଇ କଇଲାଟା ଲେକ୍ ଆରି ସେଟା ଜେନ୍ତାରିକି ଆଇବା ପିଡି ଜାକ, ଜୁଗ୍ ସାର୍‌ବା ଜାକ ରଇସି, ଏଟାର୍ ପାଇଁ ଗଟେକ୍ ଚାମ୍‌ଡା ବଇ ତେଇ ଲେକି ସଙ୍ଗ୍‌ଅ । 9 କାଇକେବଇଲେ ସେମନ୍ ଅମାନିଆଁ କୁଟୁମ୍‌, ମିଚ୍ କାତା କଇବା ଲକ୍, ସେମନ୍ ସବୁବେଲର୍ ମାପ୍‌ରୁର୍ ସିକିଆ ନ ସୁନ୍‌ବା ଲକ୍; 10 ସେମନ୍ ଲକ୍‌ମନ୍‌କେ କଇବାଇ, ତମେ ଜୁଆର୍ କରା ନାଇଁ ଆରି ବବିସତ୍ କାତା କଇବା ଲକ୍‌ମନ୍‌କେ କଇବାଇ, ତମେ ଆମର୍ ଲଗେ ନିକ ବାକିଅ ପର୍‌ଚାର୍ କରା ନାଇଁ, ଆମ୍‌କେ ସୁସ୍‌ତା କାତା କୁଆ ନାଇଁ, ଆମେ ଜେନ୍ତାର୍ କି ସଁସାରର୍ ବାଟ୍ ବାଟେ ଇଣ୍ଡ୍‌ବୁ ସେ କାତା କୁଆ । 11 ଆମେ ଇଣ୍ଡ୍‌ବା ବାଟ୍ ଚାଡି କରି ତମେ ବିନ୍ ବାଟେ ଇଣ୍ଡା, ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁକେ ଆମର୍ ଲଗେ ଅନି ଦୁରିକେ କରା । 12 ଏଟାର୍ ପାଇଁ ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ତମେ ମୁଇ କଇବା ବାକିଅକେ ଇନ୍ କଲାସ୍‌ନି, ଆରି କୁଟିଆଲ୍‌ମନର୍ କାତାକେ ବିସ୍‌ବାସ୍ କରି ତାକର୍ ଇସାବେ ଇଣ୍ଡ୍‌ଲାସ୍‌ନି; 13 ଏଟାର୍ ପାଇଁ ଗଟେକ୍ ଡେଙ୍ଗ୍ ରଇଲା ମାଟି କୁଡ୍ ଜେନ୍ତାର୍ ଅଟାତ୍ ବାଙ୍ଗି ତଲେ ଅଦର୍‌ସି ସେନ୍ତାରି ଏ ଅପ୍‌ରାଦ୍‌ ତମ୍‌କେ ଅଇସି । 14 ଆରି, ଜେନ୍ତାରି କୁମାର୍ ଆଣ୍ଡି ନସି ଗାଲେ ଜେନ୍ତାରି କୁଟ୍‌କୁଟା କରି ବାଙ୍ଗାଇସି ଆରି କୁଣ୍ଡେଅନି ପାନି ଆନ୍‌ବାକେ କି ଚୁଲି ଅନି ଜଇ କାଡ୍‌ବାକେ ମିସା ଅଲପ୍ ଜିକ୍‌ରା ନ ରଏ, ସେନ୍ତାରି ବାଙ୍ଗାଇସି । 15 କାଇକେବଇଲେ ପର୍‌ମେସର୍, ଇସ୍‌ରାଇଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ଲକ୍‌ମନ୍‌କେ କଇଲା, ବାଉଡି କରି ଆସା, ତେବେ ତମେ ଉଦାର୍ ପାଇସା; ସୁସ୍‌ତା ଆରି ବିସ୍‌ବାସ୍ ସଙ୍ଗ୍ ତମେ ବପୁ ପାଇସା, ତମେ ଜଦି ରାଜି ଅଇସା ବଇଲେ। 16 ମାତର୍ ତମେ କଇଲାସ୍‌ନି, ନାଇଁ, ଆମେ ଗଡା ତେଇ ଜିବୁ; ଏଟାର୍ ପାଇଁ ତମେ ପାଲାଇ ଲାସ୍‌ନି; ଆରି ସବୁବେଲର୍ ମାପ୍‌ରୁ କଇଲା, ଆମେ ଜବର୍ ପାଲାଇବା ଗଡା ତେଇ ଚଗି ପାଲାଇବୁ; ସେଟାର୍ ପାଇଁ ପଚ୍‌ବାଟେ ପାଲାଇବା ଗଡା ତେଇ ଚଗ୍‌ସା। 17 ଗଟେକ୍ ଲକର୍ ଡର୍‌କେ ଅଜାର୍ ଲକ୍ ପାଲାଇସା; ପାଁଞ୍ଚ୍ ଲକର୍ ଡର୍‌କେ ତମେ ସର୍‌ତେ ଲକ୍ ପାଲାଇସା; ସେଟାର୍ ପାଇଁ ଡଙ୍ଗ୍‌ର୍ ଟିପର୍ ଚିନ୍ ପାରା ଆରି ସାନ୍ ଡଙ୍ଗରେ ରଇବା ଚିରାଲ୍‌ ପାରା ଉବ୍‌ରି ରଇସି । 18 ଆରି, ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ତମର୍ ଉପ୍‌ରେ ଦୟା କର୍‌ବାକେ ଜାଗି ରଇସି, ଆରି ସେଟାର୍ ପାଇଁ ତମ୍‌କେ ଦୟା କର୍‌ବାକେ ସେ ଉପର୍‌କେ ଉଟ୍‌ସି; କାଇକେବଇଲେ ସବୁବେଲର୍ ମାପ୍‌ରୁ ନିଆଇ ବିଚାର୍ କର୍‌ବା ପର୍‌ମେସର୍ ଅଇସି; ଜନ୍ ଲକ୍‌ମନ୍ ସବୁବେଲର୍ ମାପ୍‌ରୁକେ ଜାଗ୍‌ବାଇ, ସେ ଲକର୍‌ ଜିବନ୍ କେଡେକ୍ ନିମାନ୍ ।

ଲକ୍‌ମନର୍ ପାଇଁ ପର୍‌ମେସରର୍ ଆସିର୍‌ବାଦ୍‌

19 ଏ ଜିରୁସାଲାମ୍ ତେଇ ବାସା ଅଇରଇବା ସିଅନର୍ ଲକ୍‌ମନ୍ ; ତମେ ଆରି ନ କାନ୍ଦାସ୍; ତମର୍ କାନ୍ଦ୍‌ବାଟା ସବୁବେଲର୍ ମାପ୍‌ରୁ ନ ପିଟ୍‌ତେ ଆସିର୍‌ବାଦ୍ କର୍‌ସି; ସେ ସୁନ୍‌ଲା ଦାପ୍‌ରେ ତମେ ମାଗ୍‌ଲାଟା ଦେଇସି । 20 ଆରି, ଜଦି ସବୁବେଲର୍ ମାପ୍‌ରୁ ତମ୍‌କେ ଦୁକର୍ କାଦି ଆରି କସ୍‌ଟର୍ ପାନି ଦେଇସି, ଅଇଲେମିସା ତମ୍‌କେ ସିକାଇବା ଲକ୍ ଲୁଚି କରି ନ ରଅତ୍, ମାତର୍ ତମର୍ ଆଁକି ତମ୍‌କେ ସିକାଇରଇବା ଲକ୍‌କେ ଦେକ୍‌ସା । 21 ଆରି, ଉଜାବାଟେ କି ଡେବ୍‌ରିବାଟେ ବାଉଡ୍‌ବା ବେଲେ ତମର୍ କାନ୍ ପଚ୍‌ବାଟେ ଅନି ଏ କାତା ସୁନ୍‌ସା, ଏଟା ଅଇଲାନି ତମର୍ ବାଟ୍, ଏ ବାଟେ ଆକା ତମେ ଇଣ୍ଡ୍‌ସା । 22 ଆରି, ତମେ ନିଜର୍ ରୁପାର୍ ମୁର୍‌ତିମନ୍‌କେ ଲିପ୍‌ଲାଟା ଆରି ଚଁଚ୍‌ ସଙ୍ଗ୍ ତିଆର୍ କଲା ସୁନାର୍ ମୁର୍‌ତିମନର୍ ଲିପି ରଇବାଟାକେ ଅସୁଚି କର୍‌ସା; ତମେ ସେଟାକେ ଅସୁଚି ଜିନିସ୍ ବଲିକରି ପିଙ୍ଗି ଦେଇସା; ତମେ କଇସା ଇତି ଅନି ବାରଇ ଜା । 23 ଆରି, ମାଟି ତେଇ ବୁନ୍‌ଲେ ସେ ତମ୍‌କେ ମୁଞ୍ଜି ଆଁକର୍‌ବାକେ ପାନି ମାରାଇସି; ଆରି ବଡ୍‌ବାକେ ସାଇଜ କର୍‌ସି ଆରି ସେଟା ବଡିଆ ଅଇସି ଆରି ଲଚେକ୍ ଅଇସି; ସେ ଦିନେ ତମର୍‌ ଗାଇରାସି ବଡ୍ ଗାଁସ୍ ରଇଲା ପଡିଆଇ ଚାର୍‌ବାଇ । 24 ଆରି ବେଡାଇ କସ୍‌ବା ବଲଦ୍ ଆରି ଗଦମନ୍ ଚାଲ୍‌ନି ତେଇ ଚାଲାଇଲାଟା ଆରି କୁଲା ତେଇ ପୁନ୍‌ଲା ନିମାନ୍ କାଦି କାଇବାଇ । 25 ଏନ୍ତାରି ଗଟେକ୍ କୁରୁପ୍‌ନାସ୍ ଅଇବା ଦିନ୍ ଆଇସି ସେ ଦିନେ ଡେଙ୍ଗ୍ ଡେଙ୍ଗ୍ କରି ତିଆର୍ କଲା ପାଚୁରି ସର୍‌ତେ ବସ୍‌ଲି ମାଟି ତେଇ ମିସି ଜାଇସି, ଆରି ସେଦିନେ ସର୍‌ତେ ବଡ୍ ବଡ୍ ଡଙ୍ଗର୍ ଆରି ସାନ୍ ସାନ୍ କୁପ୍‌ଲି ବସ୍‌ଲି କରି ପାନି ଗାଡ୍ ଅଇ ଜାଇସି । 26 ଆରି, ଜନ୍ ଦିନେ ସବୁବେଲର୍ ମାପ୍‌ରୁ ତାର୍ ଲକ୍‌ମନ୍‌କେ ମାରାମାରି ଅଇବା ଜାଗାଇ ବାନ୍ଦ୍‌ସି ଆରି ସେମନ୍‌କେ ମାଡ୍ ଅଇଲାଟା ନିମାନ୍ କର୍‌ସି, ସେ ଦିନେ ଜନର୍ ଉଜଲ୍ ବେଲ୍ ପାରା ଅଇସି, ଆରି, ବେଲର୍ ଉଜଲ୍ ସାତ୍ ଦିନର୍ ଉଜଲ୍ ପାରା ସାତ୍ ଗୁନ୍ ଉଜଲ୍ ଅଇସି ।

ଆସିରିଆ ଉପ୍‌ରେ ପର୍‌ମେସରର୍ ଡଣ୍ଡ୍‌

27 ଦେକା, ସବୁବେଲର୍ ମାପ୍‌ରୁର୍ ବପୁ ବେସି ରିସା ପାରା ଆରି ବେସି ଦୁଆଁ ପାରା ଡାବି ଅଇ ଦୁରିକେ ଅନି ଆଇଲାନି ; ତାର୍ ମୁଁ ରିସା ଅଇ କରି ଆଇଲାନି ଆରି ତାର୍ ଜିବ୍ ସବୁକେ ଗିଲ୍‌ବା ଜଇ ପାରା ଡିସ୍‌ଲାନି; 28 ଆରି, ତାର୍ ପୁଣ୍ଡ୍‌ବାଟା ବାଉପବନ୍ ପାରା, ସାରା ଦେସର୍ ଲକ୍‌ମନ୍‌କେ ଗଟେକ୍ ଚାଲ୍‌ନି ଲଗେ ଚାଲାଇବାକେ ତାର୍ ରିସା ସଁକ୍ ନାଲା ଜାକ ଚଗି ଆଇଲା ଆଚେ; ଆରି, ଲକ୍‌ମନର୍ ଟଣ୍ଡେ କାତା ନ ଅଇବାକେ ଲାଗାମ୍ ଲାଗାଇଲା ଆଚେ । 29 ସୁକଲ୍ ଦିନର୍ ପରବ୍ ପାଲ୍‌ବା ରାତିଆ ଜେନ୍ତାରି ରଇଲା, ସେନ୍ତାରି ତମେ ଗିତ୍ ଗାଇସା; ଆରି, ଲକ୍‌ମନ୍ ଜେନ୍ତାରି ସବୁବେଲର୍ ମାପ୍‌ରୁର୍ ଡଙ୍ଗ୍‌ରେ ଇସ୍‌ରାଏଲର୍‌ ପାକ୍‌ନା ଲଗେ ଜିବାକେ ବାଜା ବାଜାଇ ବାଉଁସି ପୁକି ଇଣ୍ଡି ଜିବାଇ, ସେନ୍ତାରି ତମର୍ ମନେ ସାର୍‌ଦା ଅଇବାର୍ ଆଚେ । 30 ଆରି, ସବୁବେଲର୍ ମାପ୍‌ରୁ ତାର୍ ରିସା ଆରି ସବୁକେ କୁରୁପ୍‌ନାସ୍ କର୍‌ବା ଜଇ ଇଙ୍ଗ୍‌ରା,ପାନିପବନ୍ ଆରି କାରା ପାକ୍‌ନା ସଙ୍ଗେ ତାର୍ ଆଇବା ସବଦ୍ ସୁନାଇସି ଆରି ତାର୍ ଆତେ ଅନି ସଗତ୍ ସାରି ଆଇବାଟା ଜାନା ପଡ୍‌ସି । 31 କାଇକେବଇଲେ ସବୁବେଲର୍ ମାପ୍‌ରୁର୍ ସବଦ୍ ସୁନିକରି ଅସୁର୍‌ ଦେସ୍ କଣ୍ଡ୍ କଣ୍ଡ୍ ଅଇ କୁରୁପ୍ ନାସ୍ କର୍‌ସି ଆରି ତାର୍ ସାସନ୍ କର୍‌ବା ଡାଙ୍ଗ୍ ସଙ୍ଗେ ମାର୍‌ସି । 32 ଆରି ସବୁବେଲର୍ ମାପ୍‌ରୁ ଜେଡେବଲ୍ ତାର୍ ସାସନ୍ କର୍‌ବା ଡାଙ୍ଗ୍ ସଙ୍ଗେ ଚିଆଇସି, ସେଡ୍‌କିବେଲେ ସର୍‌ତେ ଡାପୁ ଆରି ଡୁଡୁଙ୍ଗା ବାଜ୍‌ସି ଆରି ସେ ସେମନର୍ ସଙ୍ଗ୍ ବେସି ଜୁଇଦ୍ କର୍‌ସି । 33 କାଇକେବଇଲେ ଜଇର୍‌ କୁଣ୍ଡ୍ ପୁରୁବ୍ କାଲେ ଅନି ତିଆର୍ ଅଇଲା ଆଚେ ଆରି ସେଟା ଅସୁରର୍ ରାଜାର୍ ପାଇଁ ତିଆର୍ ଅଇଲା ଆଚେ; ସେ ତାକେ ଡେଙ୍ଗ୍ ଆରି ଅସାର୍ କରି ଆଚେ, ସେ ସେଟାକେ ଡେଙ୍ଗ୍ କାଲ୍ ଆରି ଦାରୁ ରଚା ଅଇଲା ଆଚେ, ତେଇ ଜଇ ଲାଗ୍‌ତେ ରଇବା କୁଣ୍ଡ୍ ଆରି ବେସି କସ୍‌ଟ; ଆରି , ସବୁବେଲର୍ ମାପ୍‌ରୁର୍ ଜଇଲାଗ୍‌ବା ଗାଦି ପାରା ସେଟା ଲାଗ୍‌ସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-