କୁସ୍ଦେସର୍ ପାଇଁ ବବିସତ୍ କାତା
1 କୁସ୍ ଦେସର୍ ଗାଡ୍ ସେକଣ୍ଡି ଏନ୍ତାରି ଗଟେକ୍ ଦେସ୍ ଆଚେ ଜନ୍ଟାନେକି ଉଡ୍ବା ବେଲର୍ ଡେନାର୍ ପାରା ସବଦ୍ ସୁନା ଜାଇସି । 2 ସେ ଦେସେ କବର୍ ଦେଉ ଲକ୍ମନ୍କେ ଡଙ୍ଗା ସଙ୍ଗେ ଲଙ୍ଗାଇ କରି ଗାଡ୍ ସେପାଟେ ନେଲାଇ ଆଚତ୍, ମାତର୍ ସେମନ୍ କଇଲାଇ ଦାପ୍ରେ କବର୍ ଦେବା ଲକ୍ମନ୍ ତମେ ବାଇଡି ଉଟି ଜାଆ, ଜନ୍ ଗସ୍ଟି ଡେଙ୍ଗାଡେଙ୍ଗା ଆରି ସୁନ୍ଦର୍, ଜନ୍ ଲକ୍ମନ୍ ବପୁ ଆରି ଜିତ୍ବା ଲକ୍ମନ୍ ଆରି ଜନ୍ ଲକ୍ମନର୍ ଦେସ୍ ଗାଡର୍ ଲାଗି ଦୁଇ ବାଗ୍ ଅଇଲା ଆଚେ, ଆରି ଜନ୍ ଲକ୍ମନ୍ ଡର୍ଲାଇନି, ସେମନର୍ ଲଗେ ଏ କବର୍ ଜାନାଇ ଦିଆସ୍ । 3 ପୁର୍ତିବି ତେଇ ବାସାଅଇ ରଇବା ସବୁଲକ୍ମନ୍ ସୁନା ; ଡଙ୍ଗର୍ମନର୍ ଉପ୍ରେ ଚିରାଲ୍ ଉଡ୍ବା ବେଲେ ତମେ ଦେକା ଆରି ମଉରି ସବଦ୍ ବାଜ୍ବା ବେଲେ ତମେ ସୁନା । 4 କାଇକେ ବଇଲେ ସବୁବେଲର୍ ମାପ୍ରୁ ଏ ରକାମ୍ ବଲିକରି କଇଲା ଆଚେ, ମୁଇଁ ତାସ୍ କର୍ବାବେଲେ ଉସୁମ୍ ଆରି ରାତିଆ କାକର୍ ପାକାଇଲା ପାରା ମୁଇଁ ସର୍ଗେ ଅନି ତଲେ ଦେକ୍ବି, ଜେନ୍ତାରି କି ମୁଇଦାନିଆ ବେଲର୍ ତାରାସ୍ ପାରା । 5 ଜେନ୍ତିକି ଅଙ୍ଗୁର୍ ତଲ୍ବା ଆଗ୍ତୁ ଅଙ୍ଗୁର୍ ଜୁରି କରି ତାର୍ ବୁଡର୍ ସୁକ୍ଲା ପୁଲ୍ ଜଡ୍ସି ଆରି ଅଙ୍ଗୁର୍ ମନ୍ ପାଚ୍ଲାବେଲେ ଇଲାନେଇକରି ତେଇର୍ ପତର୍ମନ୍ କାଟି ପାକାଇସି ଆରି ସିତିର୍ ଲାମିରଇବା ମାଲ୍ମନ୍ ସବୁଜାକ କାଟି ପାକାଇସି । 6 ସଇନମନର୍ ମଲା ଗାଗଡ୍କେ ପୁର୍ତିବିର୍ ଚଡଇମନର୍ ଆରି ବନର୍ ଜନ୍ତୁ ମନର୍ ଲଗେ ଚାଡି ଦେଇ ଅଇସି । ସେଟାକେ କାରା ଦିନେ ଚଡଇ ମନ୍ କାଇବାଇ ଆରି ସିତ୍ ଦିନେ ବନର୍ ଜନ୍ତୁମନ୍ କାଇବାଇ । 7 ଗଟେକ୍ ଦିନ୍ ଆଇସି ସବୁର୍ ତେଇ ଅନି ବପୁ ରଇବା ମାପ୍ରୁ ଜନ୍ ଗାଡ୍ କି ଦେସ୍ମନ୍କେ ବାଗ୍ କରିରଇଲା, ସେ ଦେସ୍ମନ୍କେ ନିଜର୍ କର୍ସି ବପୁରଇବା ଲକ୍ମନ୍କେ ଆରି ବପୁ ଦେସ୍, ଏ ଡେଙ୍ଗା ଲକ୍ ଆରି ସୁନ୍ଦର୍ ରଇବା ଲକ୍ମନ୍, ଜନ୍ ଲକ୍ମନ୍ ପୁର୍ତିବି ସାରାକେ ଡର୍ଲାଇନି ସେମନ୍ ସିଅନ୍ ପର୍ବତେ ଆଇବାଇ, ଜନ୍ ଟାନେ କି ସବୁର୍ ଟାନେ ଅନି ବପୁ ରଇବା ସବୁବେଲର୍ ମାପ୍ରୁକେ ପୁଜା କର୍ବାଇ ।