Publicidade

Isaías 53

ସେ ଆମର୍ ପାପର୍ ଦଣ୍ଡ୍‌କେ ବଇଲା

1 ମର୍ କାତା ସୁନି କେ ବିସ୍‌ବାସ୍‌ କଲା ଆଚେ ? ଆରି ସବୁବେଲର୍ ମାପ୍‌ରୁର୍ ଆତ୍ କାର୍ ଲଗେ ଜାନା ପଡ୍‌ଲା ଆଚେ ? 2 କାଇକେ ବଇଲେ ସେ ମାପ୍‌ରୁର୍‌ ଆଁକି ଲଗେ ପାଲା ପାରା ଆରି ସୁକ୍‌ଲା ବୁଇଁ ଲଗେ ଅନି ଗାଜା ଅଇଲା ବୁଟା ପାରା ବଡ୍‌ଲା; ତାର୍ ରୁପ୍‌କାଇ ସୁନ୍ଦର୍‌ ନାଇ; ମାତର୍ ତାକେ ଦେକ୍‌ଲେ, ଆମେ ଜେ ସାର୍‌ଦା ଅଉନାଇ, ସେ ଏ ପର୍‌କାର୍ ସୁନ୍ଦର୍ ନାଇଁ । 3 ଆମେ ତାକେ ଗିନ୍‌ ବାବିକରି ଚାଡିଦେଲୁ; ଦୁକ୍ ର୍‌ଲକ୍ ଆରି ଲକ୍‌ମନ୍ ଦେକ୍‌ବାକେ ଇଚାମିସା ନ କଲାପାରା ଲକ୍ ସେ ଅପ୍‌ମାନ୍ ପାଇଲା, ଆରି ଆମେମନ୍ ତାକେ ନ ମାନ୍‌ଲୁ ଆରି ଆମେ ତାକେ ମାନୁନାଇଁ । 4 ସତୟ୍‌ ସେ ଆମର୍ କସ୍‌ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍‌ ତାକେ ମାଡ୍ ଅଇଆଚେ ଆରି ପର୍‌ମେସରର୍‌ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍‌ଲୁ । 5 ମାତର୍ ସେ ଆମର୍ ଅଦରମ୍‌ ପାଇଁ କଣ୍ଡିଆ କାବ୍‌ରା ଅଇଲା ଆରି ଆମର୍ ପାପ୍‌ର୍ ପାଇଁ ଚୁନ୍‌ଚୁନା ଅଇଲା; ଆମ ସାନ୍ତିର୍‌ ବାଦୁଲେ ସାସ୍‌ତି ତାର୍ ଉପ୍‌ରେ ପଡ୍‌ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍‌ ଅଇଲୁ । 6 ଆମେ ସବୁଲକ୍ ମେଣ୍ଡା ମନର୍ ପାରା ବିପଦ୍‌ ବାଟେ ଗାଲୁଆଚୁ; ଆମେ ସବୁ ନିଜର୍ ନିଜର୍ ବାଟ୍ ବାଟେ ବାଅଡ୍‌ଲୁ ଆଚୁ; ଆରି, ସବୁବେଲର୍ ମାପ୍‌ରୁ ଆମର୍ ସବୁ ଲକର୍ ପାପ୍‌ ଦାରିଗାଲା ଆଚେ। 7 ସେ ବିପଦ୍ ପାଇଲା, ଅଇଲେ ମିସା ସେ ନିଜ୍‌କେ ଦରମ୍ ଅଇକରି କାଇବଲିକରି କଏନାଇଁ; ପୁଜ୍‌ବାକେ ନେବା ମେଣ୍ଡା ପାରା, ଚାମ୍ ଚାଡାଇବା ଲକ୍‌ମନର୍ ମୁଆଟେ ତୁମ୍‌ପଡି ରଇଲା ମେଣ୍ଡା ପାରା ପଦେକ୍ ମିସା କାଇ ବଲିକରି ନ କଇ ଚୁପ୍ଅଇ ରଇଲା । 8 ତାର୍ ପାଇଁ ନିମାନ୍ ବିଚାର୍ କରା ନ ଅଇଲା; ଆରି, ସେ ଜିଇ ରଇଲା ଲକ୍‌ମନର୍ ଦେସେ ଅନି ଡଣ୍ଡ୍ ପାଇଲା, ଆରି ସେ ବେଲାଇ କେ ତାର୍ ପାଇଁ ନିମାନ୍ ଏତାଇଲା ? ଆମର୍ ଲକ୍‌ମନର୍ ପାପ୍‌ ପାଇଁ ସେ କସ୍‌ଟ ପାଇଲା, । 9 ମାତର୍, ସେ କାଇମିସା ବୁଲ୍ ନ କଲେମିସା ଆରି ତାର୍ ଲଗେ କାଇ କାରାପ୍ ଚିନ୍‌ତା ନ ରଇଲେ ମିସା ଲକ୍‌ମନ୍ କାରାପ୍‌ ଲକ୍‌ମନର୍ ସଙ୍ଗ୍ ତାକେ ସମାଦି ଦେଲାଇ, ମାତର୍ ମଲା ପଚେ ସେ ଦନି ଲକ୍‌ମନର୍‌ ସଙ୍ଗ୍ ମିସ୍‌ଲା ଆରି ସମାନ୍ ଅଇଲା । 10 ଅଇଲେ ମିସା ତାକେ କୁରୁପ୍‌ନାସ୍ କର୍‌ବାକେ ସବୁବେଲର୍ ମାପ୍‌ରୁ ଜଜ୍‌ନା କଲା; ସେ ତାକେ ଦୁକ୍ ଦେଲା ଆଚେ; ତୁଇ ତାର୍ ଜିବନ୍‌କେ ପାପର୍ ପାଇଁ ବଲି ଦେଲେ, ସେ ତାର୍ ବଁସ୍‌କେ ଦେକ୍‌ସି, ସେ ବେସି ଦିନ୍ ଜିଇ କରି ରଇସି ଆରି ତାର୍ ଆତେ ସବୁବେଲର୍ ମାପ୍‌ରୁର୍ ଇଚା ପୁରାପୁରୁନ୍ ଅଇସି । 11 ସେ ନିଜର୍ ଜିବନର୍ ଦୁକର୍ ପଲ୍‌ଦେକି ସାର୍‌ଦା ଅଇସି; ଆମର୍ ଦରମ୍‌ ଦାସ୍ ନିଜର୍ ଗିଆନ୍ ସଙ୍ଗ୍ ବେସି ଲକ୍‌ମନ୍‌କେ ଦରମ୍ କର୍‌ସି ଆରି ସେ ସେମନର୍ ପାପ୍‌ ବଇସି । 12 ସେଟାର୍ ପାଇଁ ଆମେ ତାକେ ବେସି ସକ୍‌ତି ସାଲି ଲକ୍‌ମନର୍ ଲଗେ ମିସାଇ ଦେବୁ ଆରି ସେ ବପୁ ସାଲି ଲକ୍ ମନର୍‌ସଙ୍ଗ୍ ଚରାଇ ନେଲାପାରା ନେଇସି; କାଇକେ ବଇଲେ ସେ ମରନ୍ ସାମ୍‌ନାଇ ନିଜର୍‌ ଜିବନ୍ ଡାଲି ଦେଲା ଆରି ଅଦରମ୍ ଲକର୍‌ସଙ୍ଗ୍‌ ଏଜାଇ ଅଇଲା; ଅଇଲେ ମିସା ସେ ଅନେକ୍ ଲକର୍ ପାପର୍ ବଜ୍ ବଇଲା ଆରି ଅଦରମ୍ ଲକ୍ ମନର୍‌ପାଇଁ ପାର୍‌ତନା କଲା ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-