1 ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ; 2 ସବୁବେଲର୍ ମାପ୍ରୁର୍ ଆଇବା ଦିନ୍ ଆରି ଆମର୍ ପର୍ମେସରର୍ ବାଦ୍ଲା ନେବା ଦିନର୍ ବିସଇରେ ଜାନାଇବାକେ; ଦୁକର୍ ଲକ୍ମନ୍କେ ସାନ୍ତନା ଦେବାକେ; 3 ସିଅନର୍ ଦୁକର୍ ଲକର୍ ପାଇଁ ଜଜ୍ନା କର୍ବାକେ, କୁରୁପ୍ନାସ୍ ଅଇବା ବାଦୁଲେ ଉଦାର୍ ପାଇବାକେ , ଦୁକର୍ ବାଦୁଲେ ସୁକ୍ ପାଇବାକେ , ମନ୍ଉନା କରି ରଇବା ଆତ୍ମାର୍ ବାଦୁଲେ ଚଚଁଲ୍ ଅଇକରି ରଇବା ବସ୍ତର୍ ଦେବାକେ ସେ ମକେ ପାଟାଇଲା ଆଚେ; ତାର୍ ପଚେ ସବୁବେଲର୍ ମାପ୍ରୁ ଜେନ୍ତାରି କି ମଇମା ପାଇସି, ସେଟାର୍ ପାଇଁ ସେମନ୍ ପର୍ମେର୍ ବାଡେ ନିଜେ ରପ୍ଲା ଗଚ୍ ପାରା ଉଡ୍ରା ଅଇବାଇ । 4 ଆରି, ସେମନ୍ ଆଗତୁ ବାଙ୍ଗିକରି କୁରୁପ୍ନାସ୍ ଅଇ ରଇବା ଜାଗା ସବୁ ତିଆର୍ କର୍ବାଇ, ପର୍ତୁମର୍ ନସ୍ଟ ଅଇ ରଇଲା ଜାଗା ସବୁ ଗୁଚାଇ ଦେଇସି, ଆରି ସେମନ୍ କୁରୁପ୍ନାସ୍ ଅଇ ରଇବା ଆରି ଆଇବା ପିଡି ଜାକ ନସ୍ଟ ଅଇ ରଇବାଟା ନୁଆ ନଗର୍ ତିଆର୍ କର୍ବାଇ । 5 ଆରି, ଅଚିନା ଲକ୍ମନ୍ ତମର୍ ସେବା କର୍ବାଇ ଆରି ମେଣ୍ଡା ରାସି ଚାରାଇ ବାକେ ଆଇବାଇ ଆରି ବିନ୍ ଦେସର୍ ଲକମନ୍ ତମର୍ ତାସ୍ ବାଡର୍ ଆରି ଅଙ୍ଗୁର୍ ମାଲର୍ ମୁଲିଆ ଅଇବାଇ । 6 ମାତର୍ ତମେ ସବୁବେଲର୍ ମାପ୍ରୁର୍ ଜାଜକ୍ ବଲି ଉଡ୍ରା ଅଇସା; ଲକ୍ମନ୍ ତମ୍କେ ଆମର୍ ପର୍ମେସରର୍ ସୁବ୍ କବର୍ ଜାନାଇବା ଲକ୍ ବଲି ଉଡ୍ରା ଅଇସି; ତମେ ଅଲ୍ଗା ଦେସର୍ ଲକ୍ମନର୍ ଦନ୍ ସଁପତି କାଇସା ଆରି ସେମନର୍ ଦନ୍ ସଁପତି ସଙ୍ଗେ ତମେ ବଡ୍ପନ୍ ଅଇସା । 7 ତମେ ଲାଜ୍ ପାଇବା ବାଦୁଲେ ଦୁଇଗୁଣ୍ ସନ୍ମାନ୍ ମିଲ୍ସି; ଆରି, ଇଜତ୍ ଜିକ୍ବା ବାଦୁଲେ ସେମନ୍ ନିଜର୍ ନିଜର୍ ଅଦିକାର୍ ଲଗେ ସାର୍ଦା ଅଇବାଇ; ଏଟାର୍ପାଇଁ ସେମନ୍ ତମର୍ ଦେସେ ଦୁଇଗୁଣ୍ ଦନ୍ସପତି ପାଇବାଇ; ସେମନ୍କେ କେବେ ନ ସାର୍ବା ଦନ୍ ସଁପତି ଦେଇସି । 8 କାଇକେ ବଇଲେ ମୁଇଁ ସବୁବେଲର୍ ମାପ୍ରୁ ନିଆଇ ବିଚାର୍ କର୍ବାକେ ବଲ୍ ପାଇବି, ମୁଇଁ ଅଦରମ୍ ବିସଇ ଜୁରାମାରା ବିସଇ ଗିନ୍ କର୍ବି; ଆରି, ମୁଇଁ ସତ୍ରେ ସେମନ୍କେ ଡଣ୍ଡ୍ ଦେବି ଆରି ସେମନର୍ ସଙ୍ଗେ ସବୁବେଲର୍ ପାଇଁ ରାଜିନାମା କର୍ବି । 9 ଆରି, ସେମନର୍ ବଁସ୍ ବିନ୍ ଦେସର୍ ଲକର୍ ଲଗେ ଆରି ସେମନର୍ ପିଲାମନ୍ କୁଟୁମ୍ ଲଗେ ଉଡ୍ରା ଅଇବାଇ; ସେମନ୍ ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇଲା ବଁସ୍ ବଲି ସେମନ୍କେ ଦେକ୍ବା ଲକ୍ମନ୍ ସବୁ ଲକ୍ କଇବାଇ । 10 ମୁଇଁ ସବୁବେଲର୍ ମାପ୍ରୁର୍ ଲଗେ ବେସି ସାର୍ଦା କର୍ବି; ମର୍ ମନ୍ପରାନ୍ ମର୍ ପର୍ମେସରର୍ ଲଗେ ସାର୍ଦା ଅଇସି, କାଇକେ ବଇଲେ ବିବା ଦାଙ୍ଗ୍ଡା ଜେନ୍ତିକି ସାଜ୍ବାଜ୍ ଅଇସି, ଆରି କନିଆ ଦାଙ୍ଗ୍ଡା ଜେନ୍ତିକି ନିଜ୍କେ ବିବା ଅଇବାବେଲେ ସଜାଇ ଅଇସି, ସେ ରକାମ୍ ସେ ଉଦାର୍ କର୍ବା ବସ୍ତର୍ ସଙ୍ଗ୍ ମକେ ପିନ୍ଦାଇ ଆଚେ ଆରି ସୁକଲ୍ ରାଜ୍ ବସ୍ତର୍ ମକେ ଡାବାଇ ଆଚେ । 11 କାଇକେ ବଇଲେ ବୁଇଁ ଜେନ୍ତିକି ନିଜର୍ ବିଅନ୍ ଆକ୍ରାଇସି ଆରି ବାଡେ ଜେନ୍ତିକି ନିଜର୍ ଲଗେ ବୁନି ଅଇଲା ଜିନିସ୍ ସବୁ ଆକ୍ରାଇସି, ସେ ରକାମ୍ ସବୁବେଲର୍ ମାପ୍ରୁ, ସାରା ଦେସର୍ ଲକ୍ମନର୍ ଲଗେ ମଇମା ପାଇସି ।
Publicidade
Isaías 61
ମୁକ୍ତି ପାଇବା ସୁବ୍କବର୍
Veja também
Publicidade