1 ଜନ୍ ଲକ୍ମନ୍ ସାଇଜ ମାଗ୍ବାକେ ମିସର୍ ଦେସେ ଜିବାଇ ଆରି ତେଇର୍ ଗଡାମନ୍କେ ଆସା କର୍ବାଇ ଆରି ରତ୍ ବେସି ଅଇଲାକେ, ଆରି ଗଡା ଚାଲାଉମନ୍ ବେସି ବପୁ ଅଇ ଆଚତ୍ ସେଟାର୍ ପାଇଁ ସେମନର୍ ଉପ୍ରେ ବିସ୍ବାସ୍ କର୍ବାଇ ; ମାତର୍ ଇସ୍ରାଇଲର୍ ସୁକଲ୍ ମାପ୍ରୁକେ ନ ଦେକତ୍, କି ସବୁବେଲର୍ ମାପ୍ରୁର୍ ବାଟେ ନ ଇଣ୍ଡତ୍, ସେମନ୍ ଅବିସାପର୍ ଲକ୍! 2 ଅଇଲେମିସା ସେ ବୁଦି ଗିଆନର୍ ଲକ୍ ଆରି ସେ ଅମଙ୍ଗଲ୍ ଗଟାଇସି, ଆରି ତାର୍ କାତାକେ ବେକାର୍ ନ କରେ ମାତର୍ ସେ କାରାପ୍ କାମ୍ କର୍ବା ଲକର୍ ବଁସର୍ ବିରୁଦେ ଆରି ଅଦରମ୍ କର୍ବା ଲକ୍କେ ସାଇଜ କର୍ବାକେ ଟିଆ ଉଟ୍ସି । 3 ମିସରର୍ ଲକ୍ ନର୍ଲକ୍ ମାତର୍ ପର୍ମେସର୍ ନଅତ୍ ଆରି ସେମନର୍ ଗଡାମନ୍ ମାଉଁସ୍ ମାତର୍ ଆତ୍ମା ନଅତ୍; ଆରି, ସବୁବେଲର୍ ମାପ୍ରୁ ତାର୍ ଆତ୍ ଲାମାଇଲା, ସାଇଜ କରୁମନ୍ ଜଟିଆଇ ଅଇ ଅଦର୍ବାଇ ଆରି ସାଇଜ କରି ଅଦ୍ରି ଜିବାଇ, ଆରି ସେ ଦୁଇ ଲକ୍ ଜାକ ନସ୍ଟ ଅଇ ଜିବାଇ । 4 କାଇକେବଇଲେ ସବୁବେଲର୍ ମାପ୍ରୁ ଆମ୍କେ ଏ କାତା କଇଲାନି, ଜେନ୍ତାରି କି ସିଅଁ ଆରି ଦାଙ୍ଗ୍ଡା ସିଅଁ ତାକେ ବୁକ୍ ଲାଗ୍ଲେ ଅଡର୍ସି, ସେଡ୍କିବେଲେ କେତେଟା ମେଣ୍ଡା ଚାରାଉମନ୍ ତାର୍ ବିରୁଦେ ଆଉଲି ଅଇକରି କେଦ୍ଲେ ମିସା ବାଗ୍ ସେମନର୍ ଆଉଲି ଅଇବାଟାକେ ନ ସୁନେ , କି ସେମନର୍ ମାର୍ବାକେ ଆଇଲେ ମିସା ଚୁଲ୍ ନ ବୁଲେ, ସେନ୍ତାରି ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ସିଅନ୍ ଡଙ୍ଗ୍ରେ ଆରି କୁପ୍ଲି ତେଇ ଜୁଇଦ୍ କର୍ବାକେ ଉତ୍ରି ଆଇସି । 5 କାଇଆଲେ ବିପଦ୍ ଆଇଲେ ଜେନ୍ତାରି କି ଚଡଇମନ୍ ଉଡି ଉଡି ରକିଆ କର୍ବାଇ, ସେନ୍ତାରି ସବୁବେଲର୍ ମାପ୍ରୁ ଜିରୁସାଲାମ୍କେ ଉଦାର୍ କର୍ସି; ସବୁବେଲର୍ ମାପ୍ରୁ ତାକେ ରକିଆ କରି ଉଦାର୍ କର୍ସି, ସେ ତାକେ ତାର୍ ଆତ୍ ଲାମାଇ କରି ଉଦାର୍ କର୍ସି । 6 ସବୁବେଲର୍ ମାପ୍ରୁ କଇଲାନି, ଏ ଇସ୍ରାଇଲର୍ ଲକ୍ମନ୍, ତମେ ବେସି କାରାପ୍ କାମ୍ କରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଦୁରିକେ ଅଇ ଆଚାସ୍, ଏବେ ତାର୍ ଲଗେ ବାଉଡି ଆସା । 7 କାଇକେ ବଇଲେ ସେ ଦିନେ ତମର୍ ସର୍ତେ ଲକର୍ ନିଜର୍ ନିଜର୍ ଆତେ ତିଆର୍ କଲା ରୁପାର୍ ମୁର୍ତି ଆରି ସୁନାର୍ ମୁର୍ତି ପାରା ପାପର୍ ଜିନିସ୍କେ ପିଙ୍ଗି ଦେଇସା । 8 ସେ ବେଲେ ଅସୁରିଅର୍ ଲକ୍ କାଣ୍ଡା ସଙ୍ଗ୍ ମାରାଇ ଅଇକରି ମର୍ବାଇ, ମାତର୍ ନର୍ ଲକର୍ କାଣ୍ଡା ସଙ୍ଗ୍ ନଏ, ଆରି କାଣ୍ଡା ତାକେ ମାର୍ସି, ମାତର୍ ନର୍ ଲକର୍ କାଣ୍ଡା ନଏ; ଆରି, ସେ ଲକ୍ମନ୍ କାଣ୍ଡା ଦେକି ପାଲାଇବାଇ ଆରି ତାର୍ ପିଲାମନ୍ ଗତିଦାଙ୍ଗ୍ଡା ପାରା ଅଇବାଇ । 9 ଆରି, ତେଇ ଜୁଇଦ୍ କର୍ବା ମୁକିଆ ଲକ୍ମନ୍ ଡରିଜାଇକରି ପାଲାଇବାଇ ଆରି ତାର୍ ଜେଣ୍ଡାକେ ଦେକି ବାୟାବିକଲ୍ ଅଇଜିବାଇ, ସିଅନ୍ ତେଇ ଜାର୍ ଜଇ ଆରି ଜିରୁସାଲାମ୍ ତେଇ ଜାର୍ ଜଇର୍ କୁଣ୍ଡ୍ ଆଚେ, ସେ ସବୁବେଲର୍ ମାପ୍ରୁ ଏ କାତା କଇଲାନି ।
Publicidade
Isaías 31
ପର୍ମେସର୍ ଜିରୁସାଲାମ୍କେ ରକିଆ
Veja também
Publicidade