Publicidade

Isaías 17

ଦାମାସ୍‌କସର୍ ପାଇଁ ବବିସତ୍ କାତା

1 ସବୁବେଲର୍ ମାପ୍‌ରୁ କାତା କଇଲାନି, ଦମେସ୍‌କସ୍ ଆରି ନଅଁର୍ ନ ଅଏ ; ଏଟା କୁରପ୍ ନାସ୍ ଅଇଜାଇ କରି ନସ୍‌ଟ ଅଇଜାଇସି । 2 ସିରିଆର୍ ନଅଁର୍ ସବୁଦିନର୍ ପାଇଁ ଚାଡି ଦେଇ ଆଚତ୍‌ । ସେମନ୍ ମେଣ୍ଡା ଆରି ଗାଇଗରୁ ମନର୍ ପାଇଁ ଚାର୍‌ବା ଗାଁସ୍ ପଡିଆ ଅଇସି, ଆରି ସେମନ୍‌କେ କେ ମିସା କେଦି ନାପାରତ୍ । 3 ଆରି, ଇପ୍‌ରଇମର୍ ଦୁର୍‌ଗ ଆରି ଦମେସ୍‌କସ୍ ତେଇ ଅନି ରାଇଜ୍ ଆରି ଅରାମର୍ ଉବ୍‌ରି ରଇଲାଟା ନସ୍‌ଟ ଅଇସି; ସବୁର୍ ତେଇଅନି ଉପ୍‌ରେ ରଇଲା ସବୁବେଲର୍ ମାପ୍‌ରୁ କଇଲାନି, ସେଟା ସବୁ ଇସ୍‌ରାଇଲର୍ ଲକ୍‌ମନ୍ ମଇମା ପାରା ଅଇବାଇ । 4 ସବୁବେଲର୍ ମାପ୍‌ରୁ କଇଲା, ଏନ୍‌ତି ଗଟେକ୍ ଦିନ୍ ଆଇଲାନି, ଜେଡେବେଲେ ଜାକୁବର୍‌ ଇଜତ୍‌ ମର୍‌ଜିତା ସାରି ଜାଇସି ଆରି ଦନ୍‌ସପତି ଗରିବର୍ ଲାଗି ବାଦ୍‌ଲା ଜାଇସି। 5 ଇସ୍‌ରାଏଲ୍ ଦେସ୍ ସେ ତାସ୍‌ ପାରା ଅଇସି ଜନ୍‌ଟାନେକି ଜନା କାଟାଜାଇ କରି ମୁଞ୍ଜି ଅଇସି, ରପାଇମ୍‌ ପଡିଆର୍ ତାସ୍ ପାରା ନସ୍‌ଟ ଅଇ ଜାଇସି । 6 ମାତର୍ ଅଲପ୍ ଲକ୍‌ସେ ବଁଚ୍‌ବାଇ, ଆରି ଇସ୍‌ରାଏଲ୍ ଗଟେକ୍ ଜିତ୍‌ ଗଚ୍ ପାରା ଅଇସି ଜନ୍‌ଟାନେ ଅନିକି ସବୁଜାକ ଅଲିବ୍ ଉପ୍‌ର୍ ବାଗେ ଦୁଇଟା ନଇଲେ ତିନ୍‌ଟାକେ ଚାଡିଦେଲେ କି ସାନ୍ କେନ୍ଦାକେ ଚାଡି ଦିଆଜାଇ ରଇବା ଅଲପ୍ ଅଲିବ୍ ଗଚ୍ ପାରା ଅଇସି । ମୁଇଁ ଇସ୍‌ରାଏଲ୍ ଦେସର୍ ସବୁବେଲର୍ ମାପ୍‌ରୁ ପର୍‌ମେସର୍ କଇଲିନି । 7 ସେ ଦିନ୍‌ ଆଇଲା ପଚେ ଲକ୍‌ମନ୍ ସେମନ୍‌କେ ଗଡି ରଇବା, ଇସ୍‌ରାଏଲ୍ ଦେସର୍ ସୁକଲ୍ ପର୍‌ମେସର୍‌କେ ସାଇଜ ମାଙ୍ଗ୍‌ବାଇ । 8 ସେମନ୍ ଆରି ଜିଜର୍ ଆତେ ତିଆର୍ କରି ରଇବା ବେଦି ଉପ୍‌ରେ ଆସା ନ ରକତ୍ କି ନିଜର୍ ନିଜର୍ ଆତର୍ ସଙ୍ଗେ ତିଆର୍ ଅଇ ରଇବାଟାକେ ବିସ୍‌ବାସ୍ ନ କରତ୍ ଆସେରା ମୁର୍‌ତି କି ଦୁପ୍‌ନି ଲାଗାଇବାକେ ଜଗିଅ ବେଦି ଉପ୍‌ରେ ଆସା ନ କରତ୍ । 9 ଜେଡେବେଲେ ସେ ଦିନ୍ ଆଇସି, ସଜାଇ ଅଇ ରଇବା ନଅଁର୍‌ମନ୍‌ ବେସି ଅଇଜାଇକରି କୁରୁପ୍‌ନାସ୍ ଅଇ ସାରାସାରି ବେଲେ ରଇଜିବାଇ , ଜେନ୍‌ତିକି ଇବିଅମନ୍ ଆରି ଇମରିଅମନ୍ ଇସ୍‌ରାଏଲ୍ ଦେସର୍ ଲକ୍‌ମନର୍ ଟାନେ ଅନି ପାଲାଇ ଲାଇ । 10 ଇସ୍‌ରାଏଲ୍, ତମେ ଉଦାର୍ କାରିଆ ପର୍‌ମେସର୍‌କେ ପାସ୍‌ରି ଜାଇ ଆଚାସ୍ , ଜେ ତମ୍‌କେ ଉଦାର୍ କର୍‌ସି ଆରି ତମ୍‌କେ ଆଁଟ୍ ରଇବା ପାକ୍‌ନା ପାରା ରକିଆ କର୍‌ସି । ଆର୍ ବାଦୁଲେ, ତମେ ବିନ୍‌ ଦେସର୍ ଗଚ୍‌କେ ଜଡ୍‌ବାକେ ସୁନ୍ଦର୍‌ସୁନ୍ଦର୍ ଗଚ୍ ରପ୍‌ଲାସ୍‌ନି । 11 ମାତର୍ ତମେ ରପିରଇବା ସାକ୍‌ଲିଆ ସେମନ୍ ବାଡ୍‌ବୁନି ରଇଲାଇ ଆରି ପୁଲ୍‌ ପୁଟାଇଲାଇ, ମାତର୍ ପଲ୍ ନ ଦାରେ । ଅବ୍‌କା ଅସୁବିଦା ଆରି ଜର୍‌ଦୁକା ଅଇକରି କସ୍‌ଟ ପାଇବାଇ । 12 ଅ ବପୁ ରଇବା ଦେସ୍‌ମନ୍ ସମ୍‌ଦୁରର୍ ପାନି ଗରଜ୍‌ଲା ପାରା, ବଏଁକାର୍ ଲଅଡି ଆସିକରି କୁରୁପ୍‌ନାସ୍ କଲାପାରା ସବଦ୍ କଲାନି । 13 ସବୁଦେସର୍ ଲକ୍‌ମନ୍ , ବନିଆଁ ପାନି ଡାବିଆଇଲା ପାରା ଆଇଲାଇନି ; ମାତର୍ ସେ ସେମନ୍‌କେ ଦମ୍‌କାଇସି , ତାର୍ ପଚେ ସେମନ୍ ଦୁର୍‌କେ ପାଲାଇବାଇ ଆରି ପବନର୍ ମୁଆଟେ ଡଙ୍ଗରର୍ ଦୁଲି ପାରା ଆରି ବେସି ପବନ୍ ଆସିକରି ବାଉ ବପବନ୍ ଅଇକରି ଦୁଲିପାରା ଉଡି ଜାଇସି । 14 ଦେକା, ସଞ୍ଜୁଆ ବେଲାଇ ସେମନ୍ ଲାଗାଜଡା ଆରାମ୍ କର୍‌ବାଇ, ମାତର୍ ସାକ୍‌ଲିଆ ସେମନ୍ ଉଟି ଜିବାଇ । ଆମର୍ ଜମି ଚାଡାଇ ନେଇତେ ରଇବା ଲକ୍ ଆରି ଡରାଇତେ ରଇବା ଲକର୍ କରମ୍ ତାର୍ ଆତେ ଆଚେ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-