1 ସେ ଦିନେ ସାତ୍ଟା ମାଇଜି ଗଟେକ୍ ମୁନୁସ୍କେ ଦାରି କରି କଇବାଇ, ଆମେ ନିଜର୍ କାଦିକଣ୍ଡା କାଇବୁ ଆରି ନିଜର୍ ବସ୍ତର୍କେ ପିନ୍ଦ୍ବୁ ; ଅବ୍କା ତମର୍ ନାଉଁରେ ଆମେ ଡାକ୍ପୁଟା ଅଇବୁ; ତମେ ଆମର୍ ଇଜତ୍କେ ଦୁର୍ କର୍ ।
2 ସେ ଦିନେ ଇସ୍ରାଏଲ୍ ତେଇ ମିସା ଜିଇବା କାଇବା ଲକ୍ମନର୍ ପାଇ ସବୁବେଲର୍ ମାପ୍ରୁର୍ ଗଚ୍କେ ବଡ୍ କର୍ସି ଆରି ଲକ୍ମନର୍ ମନ୍କେ ଗାଲାପାରା ସୁନ୍ଦର୍ ଆରି ଡାକ୍ପୁଟା ଅଇସି, ଆରି ଦେସର୍ ପଲ୍ମନ୍ ନିମାନ୍ ଆରି ଲକ୍ମନ୍କେ ମନ୍କେ ଗାଲା ପାରା ଅଇସି। 3 ଆରି, ପର୍ବୁ ଜେଡେବେଲେ ବିଚାର୍ କର୍ବା ଆତ୍ମା ଆରି ଜଇଲାଗ୍ବା ଆତ୍ମାର୍ ଲାଗି ସିଅନର୍ ମାଇଜି ମନର୍ ପାପ୍ଦସ୍କେ ଦଇ ଦେଇସି ଆରି ଜିରୁସାଲମ୍ ତେଇ ଅନି ପାପ୍ ଦୁର୍ କର୍ସି; 4 ସେବେଲେ ସିଅନ୍ ତେଇ ଜେତେକ୍ ଲକ୍ ରଇବାଇ ଆରି ଜିରୁସାଲମ୍ ତେଇ ରଇସି , କଇବାକେ ଗାଲେ, ଜିରୁସାଲମେ ଜିଇରଇବା ଲକ୍ମନର୍ ବିତ୍ରେ ଅନି ଜେ ସବୁଲକର୍ ନାଉଁ ଲେକା ଜାଇସି, ସେ ସୁକଲ୍ ଲକ୍ ବଲିକରି ଡାକ୍ପୁଟା ଅଇସି। 5 ଆରି ସେଡ୍କିବେଲେ ସବୁବେଲର୍ ମାପ୍ରୁ ସିଅନ୍ ପର୍ବତର୍ ଚାରିବେଟ୍ତି ବାସା ଅଇ ରଇବା ଲକ୍ ଆରି ତାର୍ ନିମାନ୍ ସବା ବିସଇରେ ମୁଇଦାନିଆ ମେଗ୍ ଆରି ଦୁଆଁ ଆରି ରାତିଆ ଜଇ ଲାଗାଇ କରି ଉଜଲ୍ କର୍ବାଇ; ଆରି ସବୁବେଲର୍ ମାପ୍ରୁର୍ ମଇମା ଚାରିବେଡ୍ତି କେଲି ଜାଇସି । 6 ଆରି, ମୁଇଁଦାନିଆର୍ ତାତିର୍ ପାଇ ବଲିକରି ରକିଆ ପାଇବା ଚାଇଁ ପାରା ଅଇସି ,ଆରି ପାନି ପବନର୍ ପାଇ ରକିଆ ପାଇବା ପାଇଁ ବଲିକରି ପାନି ନ ବିଜ୍ବା ଜାଗା ପାରା ଅଇବାକେ ଗଟେକ୍ ଗର୍ ଅଇସି।