1 ମରୁବାଲି ବୁଇଁ ଆରି ପଡିଆ ରଇଲା ଜାଗା ସାର୍ଦା ଅଇବାଇ; ଆରି, ମରୁବାଲି ବୁଇଁ ଗୁଲାପି ପୁଲ୍ ପାରା ପୁଟ୍ସି । 2 ସେଟା ବେସି ସାର୍ଦା ଅଇସି, ଆରି ସାର୍ଦାର୍ ଗିତ୍ ଗାଇ କରି ସାଇସାର୍ଦା ଅଇବାଇ; ଲିବାନନର୍ ଉଜଲ୍, କର୍ମିଲ୍ ଆରି ସାରନର୍ ସନ୍ମାନ୍ ତାକେ ଦିଆ ଅଇସି; ସବୁବେଲର୍ ମାପ୍ରୁର୍ ଉଜଲ୍ ଆରି ଆମର୍ ମାପ୍ରୁର୍ ମଇମା ଦେକ୍ବାଇ । 3 ତମେ ଦୁର୍ବଲ୍ ଆତ୍କେ ଡାଟ୍ କରା ଆରି ତର୍ତର୍ ଅଇବା ମାଣ୍ଡିକେ ନିମାନ୍ କରା । 4 ଡର୍ବା ଲକ୍ମନ୍କେ କୁଆ, ସାସ୍ ଦାରିକରି ରୁଆ, ଡରା ନାଇ, ଦେକା, ସବୁବେଲର୍ ମାପ୍ରୁ ତମର୍ ବାଦ୍ଲା ସଙ୍ଗ୍, ତମେ କଲା କାମର୍ ବୁତି ଦେଇସି; ସେ ଆସି ତମ୍କେ ଉଦାର୍ କର୍ସି । 5 ସେଡ୍କିବେଲେ କାଣାଲକ୍ ମନ୍ ଆଁକି ଦେକ୍ବାଇ ଆରି ବଇରା ଲକ୍ମନ୍ ସୁନ୍ବାଇ । 6 ସେଡ୍କିବେଲେ ଚଟା ଲକ୍ମନ୍ କଟ୍ରା ଡେଗଇ ପାଲାଇଲା ପାରା ପାଲାଇବାଇ ଆରି ଗୁଲା ଲକ୍ମନ୍ କାତା ଅଇବାଇ; କାଇକେବଇଲେ ପାନି ନ ବାରଇବା ଲଗେ ପାଜ୍ରା ପାନି ବାରଇସି ଆରି ମରୁବାଲି ବୁଏଁ ଗାଡ୍ ବଇ ଜାଇସି । 7 ଆରି ମରୁବାଲି ବୁଇଁର୍ ପାନି ଆଁଟ୍ତେ ଜାଇସି ଆରି ସୁକ୍ଲା ବୁଇଁ ବନ୍ ଅଇ ଜାଇସି; ଗଦ ଡୁର୍କା ମନର୍ ରଇବା ଜାଗା ମନ୍କେ ଗାଁସ୍ ଆଁକ୍ରି ବନ୍ ଅଇ ଜଲାଜିକର୍ ଅଇ ଜାଇସି, । 8 ଆରି, ତେଇ ଗଟେକ୍ ରାଜାର୍ ଗରର୍ ଦୁଆରେ ଡାଣ୍ଡ୍ ଆରି ଗଟେକ୍ ବାଟ୍ ଅଇସି, ସେଟା ସୁକଲ୍ ବାଟ୍ ବଲିକରି ଡାକା ଅଇସି; ସେଟା ଅବ୍କା ସେମନର୍ ପାଇଁ ସେ ଅଇସି, ମାତର୍ କେ ମିସା ଅସୁକଲ୍ ଲକ୍ ସେ ବାଟ୍ ବାଟେ ଇଣ୍ଡି ନ ଜାଅତ୍; କୁଟିଆଲ୍ମନ୍ ଆରି ବୁଦି ନ ରଇଲା ଲକ୍ମନ୍ ମିସା ବାଟ୍ବାନା ନ ଅଉତ୍ । 9 ତେଇ ଗଟେକ୍ ମିସା ସିଅଁ ବାଗ୍ ନ ରଅତ୍ କି ସେ ଉପ୍ରେ ଜିବ୍ଜନ୍ତୁ ମନ୍ ମିସା ଜାଇ ନାପାରତ୍, ସେମନ୍ ତେଇ ଦେକାଇ ମିସା ଅଇ ନାପାରତ୍; ମାତର୍ ଉଦାର୍ ପାଇବା ଲକ୍ମନ୍ ତେଇ ଇଣ୍ଡି ପାର୍ବାଇ । 10 ଆରି, ସବୁବେଲର୍ ମାପ୍ରୁର୍ ଦରମ୍ ଲକ୍ମନ୍ ଜିରୁ ସାଲାମେ ଆଇବାଇ ଆରି ଗିତ୍ ଗାଇଗାଇ କରି ସିନଇ ପର୍ବତେ କେଟ୍ବାଇ ଆରି ସବୁବେଲର୍ ସାର୍ଦା ସେମନର୍ ମନେ ରଇଜାଇସି, ଆରି ଦୁକ୍ ଆରି କସ୍ଟ ଦୁର୍ ଅଇସି ।
Publicidade
Publicidade