Publicidade

Isaías 9

ବବିସତ୍ ରାଜା

1 ମାତର୍ ଜନ୍‌ ଦେସ୍ ଦୁକ୍‌ କସ୍‌ଟରେ ରଇଲାଇ ସେ ଦେସେ ବେସି ଆନ୍ଦାର୍ ଅଇ କରି ନ ରଏ । ପୁରୁବ୍‌ କାଲେ ସେ ସବୁଲୁନ୍ ଦେସ୍ ଆରି ନିପ୍‌ତାଲି ଦେସ୍‌କେ ଇନ୍ କରି ରଇଲାଇ, ମାତର୍ ସାରାସାରି ପଚେ ସେ ତାକେ ସମ୍‌ଦୁର୍ ବାଟର୍ ଲଗେ , ଜର୍‌ଦନ୍‌ ଗାଡର୍ ସେ କଣ୍ଡି କୁଟୁମର୍ ଗାଲିଲିକେ ସାଉକାର୍‌ କରାଇବାଇ। 2 ଜନ୍ କୁଟୁମ୍ ଆନ୍ଦାର୍‌ ବାଟେ ଗାଲାଇ ସେମନ୍ ବେସି ଉଜଲ୍ ଦେକ୍‌ଲାଇ ଆଚତ୍; ଜନ୍‌ ଲକ୍‌ମନ୍ ମରନର୍ ଚାଇଁର୍‌ ପାରା ଦେସେ ବାସା କଲାଇ, ସେମନର୍ ଉପ୍‌ରେ ଉଜଲ୍ ପଡ୍‌ଲା ଆଚେ। 3 ତମେ ସେ ଦେସର୍ ଲକ୍‌ମନ୍‌କେ ବେସିକରି ସେମନର୍ ସାର୍‌ଦା ଅଦିକ୍‌ କରି ଆଚାସ୍‌; ସେମନ୍ ଦାନ୍‌ ମାଣ୍ଡିଆ କାଟ୍‌ବା ତେଇ ସାର୍‌ଦା କର୍‌ବାଇ, ଜିନିସ୍ ଚରାଇ ଆନ୍‌ଲା ବେଲର୍‌ ପାରା ସାର୍‌ଦା ଅଇବାଇ, 4 କାଇକେ ବଇଲେ ମିଦନିଅର୍ ଦିନ୍‌ବେଲେ ଜେନ୍‌ତି, ସେରକାମ୍ ତମେ ତାର୍ ଅଜନ୍ ପାରା ଜୁଆଡି ଆରି ତାର୍ କନ୍ଦର୍‌ ଜିନିସ୍‌କେ ନସ୍‌ଟ କର୍‌ବା ଲକର୍ ଦଣ୍ଡ୍‌କେ କୁରୁପ୍‌ନାସ୍ କରି ଦେଇଆଚେ। 5 ସେଟାର୍‌ପାଇଁ ଜୁଇଦ୍ କର୍‌ବାକେ ଜାଗର୍‌ତା ଅଇ ରଇବା ସବୁ ସଇନମନ୍ ବିନ୍ଦ୍‌ତେ ରଇବା ବୁଟ୍,ବନି ଲାଗି ରଇବା ବସ୍‌ତର୍ ଆରି ବନି ପାରା ଜିନିସ୍ ଜଇ ଲାଗାଇବା ଦାରୁ ପାରା ଅଇସି। 6 କାଇକେ ବଇଲେ ଆମର୍‌ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍‌କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍‌ବା ଅଜନ୍ ଲାଦା ଅଇସି; ଆରି ତାର୍‌ ନାଉଁ କାବା ଅଇଜିବାଟା, ସାସନ୍‌ କାରିଆ ,ସବୁବେଲର୍ ପର୍‌ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି। 7 ତାର୍‌ ସାସନ୍ ବଡି ଜାଇସି ଆରି ସାନ୍ତି କେବେ ନ ସାରେ, ସେ ଦାଉଦ୍‌ ରାଜାର୍ ସିଆଁସନେ ଆରି ତାର୍ ରାଇଜେ ରଇକରି ବଲ୍‌ମନ୍ଦ୍ ବିଚାର୍ ଆରି ଦରମ୍‌ ସଙ୍ଗେ ଏ ଅଲପର୍‌ ଟାନେ ଅନି ସାରାସାରି କାଲ୍‌ ଜାକ ସେଟା ତିର୍‌ଅଇ ଆରି ଡାଟ୍ କର୍‌ସି । ସବୁର୍‌ ତେଇ ଅନି ଉପ୍‌ରେ ରଇଲା ସବୁବେଲର୍ ମାପ୍‌ରୁର୍ ଆଲାଦ୍ ସିଦ୍ କର୍‌ସି।

ସବୁବେଲର୍ ମାପ୍‌ରୁ ଇସ୍‌ରାଏଲ୍‌କେ ଦଣ୍ଡ୍ ଦେଇସି

8 ଜାକୁବର୍ ଲଗେ ସବୁବେଲର୍ ମାପ୍‌ରୁ ଗଟେକ୍ ବାକିଅ ପାଟାଇଲା ଆରି ସେଟା ଇସ୍‌ରାଏଲ୍ ଦେସ୍ ଉପ୍‌ରେ ଅଦର୍‌ଲା ଆଚେ, 9 ଆରି ସବୁଲକ୍, ଇପ୍‌ରିଇମ୍ ଆରି ସମରିଅ ବାସାଅଇ ରଇବା ଲକ୍‌ମନ୍ ଆକା ସେଟା ଜାନ୍‌ବାଇ; ସେମନ୍ ଆଁକାର୍ ଆରି ଗରବ୍ କରି କଇବାଇ, 10 ଇଟା ସବୁଜାକ ପଡିଗାଲା ଆଚେ ସତ୍, ମାତର୍ ଆମେ ପୁଟାଇଲା ପାକ୍‌ନା ସଙ୍ଗେ ତିଆର୍ କରୁ; ଡୁମ୍‌ରି ଗଚ୍‌ମନ୍ କାଟାଜାଇ ଆଚେ ସତ୍, ମାତର୍ ଆମେ ଡୁମ୍‌ରି ଗଚର୍ ବାଦୁଲେ ଏରସ୍ ଗଚ୍ ରପି କରି ବଡାଉଁ। 11 ସେଟାର୍ ପାଇଁ ସବୁବେଲର୍ ମାପ୍‌ରୁ ତାର୍ ଇସାବ୍‌ରେ ରସିନ୍‌ ବିରଦି ମନ୍‌କେ ଉପ୍‌ରେ ଉଟାଇସି ଆରି ତାର୍ ସତ୍‌ରୁମନ୍‌କେ କେଦି ଦେଇସି; 12 ମୁଆନ୍‌ବାଟେ ଅରାମିଅମନ୍ ଆରି ପଚ୍‌ବାଟେ ପଲେସ୍‌ଟିଅମନ୍ ଅଇବାଇ;ଆରି, ସେମନ୍ ଆଉଲି ଅଇକରି ଇସ୍‌ରାଏଲ୍ ଦେସ୍‌କେ ଆରାଇ ଦେବାଇ। ଏନ୍‌ତାର୍ ଅଇଲେ ମିସା ସବୁବେଲର୍ ମାପ୍‌ରୁର୍ ରିସା ଉନା ଅଏ ନାଇଁ, ମାତର୍ ତାର୍ ଆତ୍ ଆଗର୍‌ ପାରା ଡେଙ୍ଗ୍‌ସେ ଆଚେ। 13 ଏଲେ ମିସା ଲକ୍‌ମନ୍‌କେ ମାର୍‌ଲାଇ ଆଚତ୍, ତାର୍‌ ଲଗେ ସେମନ୍ ବାଉଡି ଆସତ୍ ନାଇଁ , କି ସେମନ୍ ସବୁର୍‌ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁକେ କଜତ୍ ନାଇଁ । 14 ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ଇସ୍‌ରାଏଲର୍ ମୁଣ୍ଡ୍‌ ପାରା ଆରି ଲେଞ୍ଜ୍ , କଜ୍‌ରିଗଚର୍ ଡାଲ୍ ପାରା ଆରି ପାନି ତେଇ ରଇବା ଗାଁସ୍ ଗଟେକ୍ ଦିନ୍ ବିତ୍‌ରେ କାଟି ପାକାଇବାଇ । 15 ନେତାମନ୍‌ ଆରି ବପୁଲକ୍‌ମନ୍ ଅଇଲାଇନି ସେ ମୁଣ୍ଡ୍, ଆରି, ମିଚ୍‌ ସିକିଆ ଦେବା ବବିସତ୍ ବକ୍‌ତା ଅଇଲାନି ଲେଞ୍ଜ୍‌, 16 କାଇକେ ବଇଲେ ଏ ଲକ୍‌ମନର୍ ବାଟ୍ ଦେକାଉମନ୍ ସେମନ୍‌କେ ବୁଲ୍‌କାଇବାଇ,ଆରି, ସେମନର୍ ଇସାବ୍‌ରେ ବାଟ୍ ଚାଲ୍‌ବାଇ, ସେମନ୍ କୁରୁପ୍ ନାସ୍ ଅଇଜିବାଇ । 17 ତେବର୍ ପାଇଁ ସବୁବେଲର୍ ମାପ୍‌ରୁ ବେଣ୍ଡିଆ ପିଲାମନର୍ ଲଗେ ସାର୍‌ଦା ନ କରେ , କି ସେମନର୍ ଟୁରା ପିଲା ମନ୍‌କେ ଆରି ରାଣ୍ଡି ମାଇଜିମନ୍‌କେ ମିସା ଦୟା ନ କରେ; ଜେନ୍‌ତିକି ସବୁ ଲକ୍‌ଜାକ ଅଦରମର୍‌ ଲକ୍ ଆରି କାରାପ୍ ଆରି ସବୁଲକ୍‌ ଜାକ ମିଚ୍‌ସେ କଇବାଇ । ଏନ୍ତାରି ଅଇଲେ ମିସା ସେମନର୍ ରିସା ଉତ୍‌ରେ ନାଇ, ମାତର୍ ସେମନର୍ ଆତ୍ ଆଗର୍ ପାରାସେ ଲାମାଇ ଅଇକରି ଆଚେ । 18 ଜେନ୍‌ତିକି କାରାପ୍ ଲକର୍ ମନ୍ ଜଇ ପାରା ଲାଗ୍‌ସି; ସେଟାକେ କାନକଲିଗଚ୍ ଆରି କାଟା ଗଚ୍‌ମନ୍ ଡାବି ପାକାଇସି; ଆରି , ସେଟା ବନେ ଲାଗି କରି ମେଗ୍ ପାରା ଅଇ ଦୁଆଁ ଉପ୍‌ରେ ଉଡି ଜାଇସି । 19 ବଡ୍ ସବୁବେଲର୍ ମାପ୍‌ରୁର୍ ରିସାର୍ ଲାଗି ଦେସ୍ କୁରୁପ୍ ନାସ୍ ଅଇଲା ଆଚେ; ମଜାଇ ରଇଲା ଲକ୍‌ମନ୍ ଜଇ ଲାଗାଇବା ଦାରୁ ପାରା; କେ ନିଜର୍ ବାଇକେ କି କାକେ ମିସା ଆଲାଦ୍ ନ କରତ୍‌ । 20 ତେଇ ଲକ୍‌ମନ୍ ଉଜା ଆତେ ଚାଡାଇବାଇ, ଆରି, ଦୁକ୍ ଅଇଜିବାଇ, ଆରି, ଉଜାଆତ୍ ସଙ୍ଗେ କାଇବାଇ ମାତର୍ କାଇକରି ସାନ୍‌ତି ନ ଅତ୍‌; ଏନ୍‌ତି ଗଟେକ୍ ଦିନ୍ ଆଇସି ଜେ ନିଜର୍ ନିଜର୍ ପିଲାମନର୍‌ ମାଉଁସ୍ କାଇବାଇ; 21 ମନସି ଇପ୍‌ରଇମର୍‌ ବିରୁଦେ ଆରି ଇପ୍‌ରଇମ୍ ମନସିର୍ ବିରୁଦେ ଜୁଇଦ୍ କର୍‌ବାଇ, ଆରି , ସେମନ୍ ମିସି କରି ଜିଉଦା ରାଇଜ୍ ସଙ୍ଗେ ଜୁଇଦ୍ କର୍‌ବାଇ । ଏଟାମନ୍ ସବୁ ଅଇଲେ ମିସା ତାକର୍ ରିସା ନ ଉତ୍‌ରେ, ମାତର୍ ତାକର୍‌ ଆତ୍ ଆଗର୍ ପାରାସେ ଡେଙ୍ଗ୍ ଆଚେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-