1 ଦେକା , ମାପ୍ରୁ ସବୁର୍ ତେଇ ଅନି ବଡ୍ ସବୁବେଲର୍ ମାପ୍ରୁ ଜିରୁସାଲାମେ ଅନି ଆରି ଜିଉଦା ତେଇ ଅନି ଜନ୍ ଲକ୍ମନ୍ ଆସା କରି ରଇଲାଇ, ସେ ଜିନିସ୍ମନ୍ ତାକର୍ ତେଇଅନି କାଇବା କାଦି ଆରି ପାନି ଦାରି ଜାଇସି । 2 ବପୁ ଆରି ଜୁଇଦ୍କରୁମନ୍; ବିଚାର୍ନା କରୁମନ୍, ବବିସତ୍ କାତା କଉମନ୍, ସିକିତ୍ ଲକ୍ମନ୍, ନେତାମନ୍; 3 ପଚାସ୍ଟା ସେନାପତିମନର୍ ମୁକିଆ, ସକ୍ତି ରଇବା ଲକ୍, ମତ୍ରି, ଆରି ମୁର୍ତି ଗଡ୍ବା ଲକ୍ମନ୍ ଆରି ପାଞ୍ଜି ଦେକୁମନ୍ ନ ରଅତ୍ । 4 ମୁଇ ଦାଙ୍ଗ୍ଡା ପିଲାମନ୍କେ ସେମନର୍ ମୁକିଆ କର୍ବି ଆରି ସାନ୍ ପିଲାମନ୍ ସେମନ୍କେ ସାସନ୍ କର୍ବାଇ। 5 ଆରି ଲକ୍ମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ଲାଗି ଆରି ସବୁଲକ୍ଜାକ ନିଜର୍ ସାଇର୍ ଲକ୍ମନର୍ ଲାଗି କାରାପ୍ ଅଇବାଇ; ପିଲାମନ୍ ନେତାମନର୍ ବିରୁଦେ ଆରି ବେକାର୍ ଲକ୍ମନର୍ ଆରି ବପୁ ରଇବା ଲକ୍ମନର୍ ବିରୁଦେ ସେମନ୍ ବେସି ଗରବ୍ ଦେକାଇ ବାଇ। 6 କେତେକ୍ ଲକ୍ ତାକର୍ ବାଇମନର୍ ବିତ୍ରେ ଅନି ଗଟେକ୍ ଲକ୍କେ ତାରା ଆୟାବାବା ଗରେ ଡାକିନେଇକରି କଇବାଇ, ତମ୍କେ ପିନ୍ଦ୍ବା ଅଡ୍ବାକେ ଲୁଗାପଚିଆ ଆଚେ, ତମେ ଆମ୍କେ ସାସନ୍ କର୍ବା ମୁକିଆ ଉଆ,ଆରି ,ଏ ବିନା ବାଚା ଅଇଜାଇ ରଇବା ରାଇଜ୍ ତମର୍ ସାସନେ ରଅ; 7 ସେ ଦିନେ ଆଉଲି ଅଇକରି କଇସି "ମୁଇ କାଇ ସାଇଜ କରି ନାପାରି; କାଇକେ ବଇଲେ ମର୍ ଗରେ କାଇବାକେ କାଦି ନାଇ କି ପିନ୍ଦ୍ବା ଅଡ୍ବାକେ ବସ୍ତର୍ ନାଇ; ତମେ ମକେ ଲକ୍ମନ୍କେ ସାସନ୍ କର୍ବା ମୁକିଆ କରା ନାଇ ।" 8 କାଇକେ ବଇଲେ ଜିରୁସାଲମ୍ କୁରୁପ୍ନାସ୍ ଅଇଲା ଆଚେ ଆରି ଜିଉଦା ତପିଅଇ ଜାଇ ଆଚେ ; କାଇକେ ବଇଲେ ସବୁବେଲର୍ ମାପ୍ରୁ ତାରାସ୍ ପାରା ଡିସ୍ବା ଆକିକେ ରିସା କର୍ବାକେ ସେମନ୍ କଇବା କାତା ଆରି ସେମନ୍ କର୍ବା କାମର୍ ଲାଗି ବିରଦ୍ ଅଇଲାସ୍ନି । 9 ସେମନର୍ କଇବା କାତାଇ ଅନି ଜାନା ପଡ୍ଲାନି ସେମନର୍ ବିସୟ୍ରେ ସାକି ଦେଇସି ; ଆରି ସେମନ୍ ସଦମର୍ ବଲ୍ମନ୍ଦ୍ ନିଜର୍ ନିଜର୍ ପାପ୍କେ ଜାନାଇ କରି ଲୁଚାଇ ନାପାରତ୍ । ସେମନର୍ ଜିବନ୍ ଦୁକ୍ ଅଇସି! କାଇକେବଇଲେ ସେମନ୍ ନିଜ୍କେ ନିଜେ ଆକା ଅନିଆଇ କଲାଇ ଆଚତ୍ । 10 ତମେ ଦରମର୍ ବିସଇରେ କୁଆ ଜେ ଜେନ୍ତିକି ତାର୍ ମଙ୍ଗଲ୍ ଅଇସି, କାଇକେ ବଇଲେ ସେମନ୍ ତାକର୍ ନିଜର୍ ନିଜର୍ କାମ୍କଲା କରମର୍ ପଲ୍ ପାଇବାଇ। 11 କାରାପ୍ ଲକ୍ମନର୍ କରମ୍ ନାଇ ! ତାକେ ଦୁକ୍ ଗଟ୍ସି; କାଇକେ ବଇଲେ ସେ କଲା କରାପ୍ କାମର୍ ଦଣ୍ଡ୍ ତାକେ ସେ ଦିଆ ଅଇସି । 12 ମର୍ ଲକ୍ମନର୍ ବିସଇରେ ଦେକ୍ଲେ ସରି ପିଲାମନ୍ ମର୍ ଲକ୍ମନ୍କେ କାରାପ୍ ବାଟେ ନେଉମନ୍ ଆରି ମାଇଜିମନ୍ ସେମନ୍କେ ସାସନ୍ କର୍ବାଇ,ଏ ମର୍ ଲକ୍ମନ୍ । ତମର୍ ବାଟେ ଇଣ୍ଡ୍ବା ଲକ୍ମନ୍ ତମ୍କେ ବୁଲ୍କାଇବାଇ ଆରି ତମେ ଇଣ୍ଡ୍ବା ନିମାନ୍ ବାଟ୍କେ ନସ୍ଟ କରି ଦେବାଇ । 13 ସବୁବେଲର୍ ମାପ୍ରୁ ବିଚାର୍ କର୍ବା ଜାଗାଇ ଟିଆ ଅଇଲାନି, ସବୁ କୁଟୁମର୍ ଲକ୍ମନ୍କେ ନିଆଇଁ ବିଚାର୍ କର୍ବାକେ ଟିଆ ଅଇଲା ଆଚେ । 14 ସବୁବେଲର୍ ମାପ୍ରୁ ନିଜର୍ ଲକ୍ମନର୍ ପାର୍ଚିନ୍ ମନର୍ ମୁକିଆ ମନର୍ ସଙ୍ଗେ ବିଚାର୍ନା ଜାଗାଇ ଆଇସି; ତମେ ଆକା ଅଙ୍ଗୁର୍ ବାଡ୍କେ ଚାଡାଇ ନେଇ ଆଚାସ୍; ଗରିବ୍ ଲକ୍ମନର୍ ଦନ୍ସପତି ଚରାଇ ନେଲାଟା ତମର୍ ଗର୍ ମନ୍କେ ଆଚେ ; 15 ତମେ ମାତର୍ ମର୍ ଲକ୍ମନ୍କେ ପାଦ୍ ସଙ୍ଗେ ମାଣ୍ଡି ପାକାଇ ଲାସ୍ନି ଆରି ଗରିବ୍ ଲକ୍ମନ୍ର୍ ମୁଉଁକେ ସୁକାଇ ଦେଲାସ୍ନି, ଇତିର୍ କାରନ୍ କାଇଟା? ପର୍ବୁ ସବୁର୍ ତେଇଅନି ସକ୍ତି ସବୁବେଲର୍ ମାପ୍ରୁ ଏ କାତା କଇଲାନି ।
16 ଆରି ସବୁବେଲର୍ ମାପ୍ରୁ କଇଲାନି , ସିଅନର୍ ଦାଙ୍ଗ୍ଡିମନ୍ ଆଁକ୍ରିଆନିମନ୍ ଆରି ନିଜର୍ ନିଜର୍ ଚେଣ୍ଡିକେ ଚାଡିକରି ଆଁଟାକେ ଆଲାଇ ଜୁଲାଇ ଇଣ୍ଡ୍ବାଇ, ଇଣ୍ଡୁ ଇଣ୍ଡୁ ତାକର୍ ପାଦର୍ ପାଞ୍ଜୁଲ୍ ଆରି ତାକର୍ ପାଦର୍ ସବଦ୍ ଜୁମ୍ଜୁମ୍ କରି ସବଦ୍ କର୍ସି ; 17 ସେଟାର୍ପାଇଁ ମାପ୍ରୁ ସିଅନର୍ ଦାଙ୍ଗ୍ଡି ଟକିମନର୍ ମୁଣ୍ଡ୍କେ ଗାଅ କରି ଦେଇସି ଆରି ସବୁବେଲର୍ ମାପ୍ରୁ ସେମନର୍ ମୁଣ୍ଡ୍ର୍ ଚେଣ୍ଡିକେ କୁରାଇ ଦେଇସି। 18 ସେ ଦିନେ ସବୁବେଲର୍ ମାପ୍ରୁ ସେମନର୍ ଗରବ୍ କରି ପିନ୍ଦି ବୁଲ୍ତେ ରଇବା ସାଜସୁଜା ଆରି ଗାଲାଇ ପିନ୍ଦି ରଇବା ମାଲି; 19 କାନର୍ ନାଙ୍ଗୁଲ୍ ଆରି ଆତର୍ ଗାଜୁଲ୍ ଆରି ମୁଣ୍ଡର୍ ଅଡ୍ନି; 20 ପାଗୁଡି ଆରି ପାଦର୍ କାଗଲା ଆରି ଆଁଟାବେଲ୍ଟୁ ଆରି ବାସ୍ନା ଚିକନ୍ ଆରି ଡଙ୍ଗ୍ରା; 21 ମୁନ୍ଦି ଆରି ଡଣ୍ଡି। 22 ପରବ୍ବେଲେ ପିନ୍ଦ୍ବା ଡେଙ୍ଗ୍ ବସ୍ତର୍ ଆରି ବିବାବେଲେ ପିନ୍ଦ୍ବା ବସ୍ତର୍ ଆରି ତୁଆଲ୍ ଆରି ବେସ୍ନି; 23 ଦର୍ପନ୍ ଆରି ପାତଲ୍ ବସ୍ତର୍ ଆରି ରିବିନ୍ ଆରି ଅଡ୍ନା ବେଟି ପାକାଇସି। 24 ତେଇ ବାସ୍ନା ଚିକନ୍ ବାଦୁଲେ ବାସ୍ନା ପୁଜ୍ ଆରି ଆଁଟାବେଲ୍ଟୁ ବାଦୁଲେ ଆଁଟାଡର୍ ଆରି ସୁନ୍ଦର୍ ଚେଣ୍ଡି ବାଦୁଲେ ଟାଙ୍ଗ୍ରି ମୁଣ୍ଡି ଆରି ଡାବିଅଇ ରଇବା ବସ୍ତର୍ ବାଦୁଲେ ବାସ୍ତା ; ସୁନ୍ଦର୍ ଡିସ୍ବା ବାଦୁଲେ ପଡ୍ଲା ଚିନ୍ ଅଇସି। 25 ତମର୍ ମୁନୁସ୍ ମନ୍ କାଣ୍ଡା ସଙ୍ଗେ ମର୍ବାଇ ଆରି ତମର୍ ଜୁଇଦ୍ କରୁମନ୍ ଜୁଇଦ୍ ଟାନେ ମରିଜିବାଇ। 26 ସିଅନ୍ ଦେସର୍ ନଅଁର କାପାଟ୍ ପାରା ଦୁକ୍ ଆରି ମାରିଚପି ଅଇକରି କାନ୍ଦ୍ବାଇ ଆରି ମୁଁକେ ସୁକାଇ ଦେଇ କରି ବୁଏଁ ବସ୍ବାଇ ।