Publicidade

Isaías 44

ସବୁବେଲର୍ ମାପ୍‌ରୁର୍ ବାଚି ରଇଲା ଇସ୍‌ରାଏଲ୍‌

1 ଏ ମର୍ ଦାସ ଜାକୁବ୍ ଆରି ମର୍ ବାଚିଅଇଲା ଇସ୍‌ରାଏଲର୍‌ ଲକ୍‌ ଏବେ ସୁନା; 2 ଜେ ତକେ ଗଡ୍‌ଲା ଆରି ପେଟେ ଗର୍‌ବେ ଦେଲା, ଜେ ତମ୍‌କେ ସାଇଜ କର୍‌ସି, ସେ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି; ଏ ମର୍ ଦାସ୍ ଜାକୁବ୍,ଏ ମର୍ ବାଚ୍‌ଲା ଜିସୁରୁନ୍, ଡର୍ ନାଇଁ । 3 କାଇକେବଇଲେ ମୁଇ ସସ୍‌ ଲାଗ୍‌ଲା ଲକ୍‌କେ ପାନି କୁଆଇବି ଆରି ସୁକ୍‌ଲା ବୁଇଁ ଉପ୍‌ରେ ପାନି ଡାଲ୍‌ବି; ମୁଇ ତମର୍ କୁଲ୍ ଉପ୍‌ରେ ନିଜର୍ ଆତ୍‌ମା ଆରି ତମର୍ ପିଲାମନର୍ ଉପ୍‌ରେ ନିଜର୍ ଆସିର୍‌ବାଦ୍ ଦେବି; 4 ତାର୍‌ପଚେ ସେମନ୍ ଜର୍‌ନା ପାନି ଲଗର୍ ବାଇସି ନାଉଁର୍‌ ଗଚ୍ ରକାମ୍ ଗାଁସ୍ ତେଇ ଅନି ଆକର୍‌ସି । 5 ଗଟେକ୍ ଲକ୍ କଇସି, ମୁଇ ସବୁବେଲର୍ ମାପ୍‌ରୁର୍; ବିନ୍ ଲକ୍ ଜାକୁବ୍ ନାଉଁରେ ଡାକ୍‌ପୁଟା କର୍‌ବି; ଆରି, ଗଟେକ୍‌ ଲକ୍ ସବୁବେଲର୍ ମାପ୍‌ରୁର୍ ଉଦେସେ ନିଜର୍ ଆତ୍ ସଙ୍ଗ୍ ଲେକ୍‌ସି ଆରି ଇସ୍‌ରାଏଲ୍ ବଁସର୍ ନାଉଁ ସଙ୍ଗ୍ ନିଜ୍‌କେ ଡାକ୍‌ପୁଟା କର୍‌ସି । 6 ସବୁବେଲର୍ ମାପ୍‌ରୁ, ଇସ୍‌ରାଏଲର୍ ରାଜା ଆରି ତାର୍ ମୁକ୍‌ତି ଦାତା ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ ଏକାତା କଇଲାନି; ମୁଇ ଆରାମ୍ ମୁଇ ସାରାସାରି, ଆରି ମକେ ଚାଡି ଦେଲେ ଆର୍ କେ ମିସା ପର୍‌ମେସର୍ ନାଇଁ । 7 ମୁଇ ସେ ପୁର୍‌ନା ଲକ୍‌କେ ଟିଆ କର୍‌ବାବେଲେ ଅନି ମର୍ ପାରା କେ ଡାକ୍‌ସି ଆରି ସେଟା କଇସି ଆରି ସମାନ୍ ବେଲେ ମର୍ ସେଟା ସଜ୍‌ବାଜ୍ କର୍‌ସି ? ଆରି ଜନ୍ ଜନ୍‌ଟା ଲଗେ ଆଚେ ଆରି ଜନ୍ ଜନ୍‌ଟା ଗଟ୍‌ସି, ସେଟା ସେମନ୍ ଜାନାଅତ୍ । 8 ତମେ ତର୍‌ତରି କରି ଡରା ନାଇଁ; ମୁଇ କାଇ ଆଗେଅନି ତମର୍ ଲଗେ କଇ ନାଇଁ ଆରି ତମ୍‌କେ କାଇ ସେଟା ଜାନାଇ ନାଇଁ ? ତମେ ଅଇଲାସ୍‌ନି ଆମର୍ ସାକି, ତମ୍‌କେ ଚାଡି ଦେଲେ ଆରି କନ୍ ପର୍‌ମେସର୍ ଆଚେ କି ? ବିନ୍ ରକାମର୍ ପାକ୍‌ନା ଦେବାଦେବି ନାଇଁ; ମୁଇ କାକେ ମିସା ନାଜାନି । 9 ଜନ୍ ଲକ୍‌ମନ୍ ମାଟି ସଙ୍ଗ୍ ମୁର୍‌ତି ତିଆର୍ କଲାଇନି, ସେ ସର୍‌ତେ ଲକ୍ ବେକାର୍ ଲକ୍ ଆରି ସେମନର୍ ମନର୍ ବାବ୍‌ନା କାଇ କାମ୍‌କେ ନ ଆସେ; ସେମନ୍ ଜେନ୍ତାରି କି ଲାଜ୍ ଅଇ ଜିବାଇ, ଏଟାର୍ ପାଇଁ ସେମନର୍ ନିଜର୍ ସାକି ଦେବା ଲକ୍‌ମନ୍ ନ ଦେକତ୍, କି ନାଜାନତ୍ ।

ମୁର୍‌ତି ପୁଜା ବେକାର୍‌

10 ଜନ୍‌ଟାକି କାଇ କାମ୍‌କେ ନ ଆସେ, ଏ ରକାମ୍ ଦେବ୍‌ତାକେ କେ ଗଡ୍‌ଲା ଆଚେ , ଆରି ମୁର୍‌ତିକେ କେ ଚଁଚ୍‌ଲଗେ ଡାଲିଆଚେ । 11 ଦେକା, ତାକେ ବର୍‌ସା କର୍‌ବା ସବୁଲକ୍ ଲାଜ୍ ଅଇବାଇ ଆରି ମୁର୍‌ତି ତିଆର୍ କରୁମନ ନର୍‌ଲକ୍ ମାତର୍ ; ସେ ସବୁଲକ୍ ଗଟେକ୍‌ ଲଗେ ରୁଣ୍ଡ୍ ଅଇ ଟିଆ ଅଇବାଇ, ସେମନ୍ ତର୍‌ତରି ଜାଇ ସର୍‌ତେ ଲକ୍‌ ଜାକ ଲାଜ୍ ଅଇ ଜିବାଇ । 12 କାମାର୍ ଆରି ମୁଟ୍‌ଲା ସଙ୍ଗ୍ ସେଟାକେ ମାର୍‌ସି ଆରି ଅସ୍‌ତର୍ ତିଆର୍ କର୍‌ସି ଆରି ନିଜର୍ ବପୁ ଆତ୍‌ ସଙ୍ଗେ ସେଟା ତିଆର୍ କର୍‌ସି, ଉଁ ତାକେ ବୁକ୍ ଲାଗ୍‌ସି ଆରି ତାର୍ ବପୁ ଉନା ଅଇ ଜାଇସି, ସେ ପାନି ନ କାଇ କରି ତାକି ଜାଇସି । 13 କର୍‌ତିଆ ମନ୍ ସୁତା ଜିକ୍‌ସି; କାଲା ସଙ୍ଗେ ଚିନା କର୍‌ସି, ସେ ରାନ୍ଦା ମାରି ମୁର୍‌ତି ତିଆର୍ କରି ନାପ୍‌ବା ଜିନିସ୍ ସଙ୍ଗ୍ ଚିନ୍ କର୍‌ସି ଆରି ଗରେ ବାସା ଅଇବାକେ ଲକ୍‍ମନର୍ ପାଇଁ ସୁନ୍ଦର୍ ଇସାବେ ସେଟା ତିଆର୍ କର୍‌ସି । 14 ସେ ନିଜର୍‌ ପାଇଁ ଏରସ୍ ଗଚ୍ କାଟ୍‌ସି , ତର୍‌ସା ଆରି ଅଲନ୍‌ ଗଚ୍ ନେଇସି, ସେ ବନ୍‌ଗଚ୍ ବିତ୍‌ରେ ଅନି ଗଟେକ୍ ଗଚ୍ ନିଜର୍ ପାଇଁ ଡାଟ୍ କର୍‌ସି; ସେ ଦେବଦାରୁ ଗଚ୍ ରପ୍‌ସି ଆରି ବର୍‌ସା ସେଟାକେ ବଡାଇସି । 15 ତାର୍‌ପଚେ ସେଟା ନର୍‌ଲକର୍ ରାନ୍ଦି କାଇବା ଦାରୁ ଅଇସି; ତେଇର୍‌ କେତେଟା ଦାରୁ ନେଇଁ କରି ଜଇ ଲାଗାଇ ଚେକ୍‌ସି; ଆରି, ସେ ସେଟା ଜଇ ଲାଗାଇ ରୁଟି କର୍‌ସି; ଆରି ଗଟେକ୍ ଦେବ୍‌ତା କରି ସେଟାକେ ପୁଜା କର୍‌ସି; ସେ ଗଟେକ୍ ମୁର୍‌ତି ତିଆର୍ କରି ତାର୍ ଆଗ୍‌ତୁ ମୁଣ୍ଡିଆ ମାର୍‌ସି । 16 ସେ ତେଇର୍ ଅନି ଗଟେ ବାଗ୍ ଜଇତେଇ ପଡ୍‌ସି, ଅଲ୍‌ଗା ବାଗେ ସେ ମାଉଁସ୍ ସିଜାଇ କରି କାଇସି ଆରି ସୁଲିଅ ମାଉଁସ୍ ରାନ୍ଦିକରି ସାନ୍ତି ଅଇସି, ଆରି ସେ ଜଇ ଚେକା ନେଇ କଇସି, ଆ ,ଆମେ ଉସୁମ୍ ଅଇଲୁ, ଆମେ ଜଇ ଦେକ୍‌ଲୁ । 17 ଆରି ସେ ତେଇର୍ କେତେଟା ଅଗଲ୍‌ଲା ଦାରୁକେ ନେଇକରି ଗଟେକ୍ ଦେବ୍‌ତା ତିଆର୍ କର୍‌ସି , ସେ ସେଟାକେ ପୁଜା କରି କଇସି, ଆମ୍‌କେ ଉଦାର୍ କର୍, ତମେ ଆମର୍ ଦେବ୍‌ତା । 18 ସେମନ୍ ନାଜାନତ୍, ଆଲ୍‌ଚନା ନ କରତ୍‌, କାଇକେ ବଇଲେ ସେମନ୍ ଜେନ୍‌ତିକି ଦେକି ନାପାରତ୍‌, ସେଟାର୍‌ପାଇଁ ସେମନ୍‌ର୍ ଆଁକି ସେମନ୍ ଜେନ୍‌ତିକି ଲିମି ନାପାରତ୍, ସେଟାର୍‌ପାଇଁ ସେମନର୍ ମନ୍ ସେ ସିଲ୍ ମାରା ଜାଇ ଆଚେ। 19 କେ ମନେ ମନେ ନ ବାବତ୍ , କି ଏଟା କଇବାକେ କାର୍ ଗିଆନ୍ କି ଏଟା କଇବାକେ ବୁଦିଗିଆନ୍ ନାଇଁ ଜେ, ତେଇର୍ ଗଟେକ୍ ବାଗ୍ ନେଇଁ ଆମେ ଜଇତେଇ ପଡାଇଆଚୁ, ଆରି ତେଇର୍ ପାନି; ଆଙ୍ଗ୍‌ର୍ ନେଇ ରୁଟିପାଗ୍ କରିଆଚୁ ଆରି ମାଉଁସ୍ ସିଜାଇ କରି କାଇଆଚୁ, ତେଇର୍ ଅଗ୍‌ଲାଟା ନେଇଁ କରି ଗିନ୍‌କଲା ଜିନିସ୍ ତିଆର୍ କରୁ? ଆମେ କି କଣ୍ଡେକ୍ ଦାରୁ ଆଗେ ମୁଣ୍ଡିଆ ମାର୍‌ବୁ? 20 ସେ ଚାର୍ କାଇସି; ସେ ଜେନ୍‌ତିକି ନିଜର୍ ଜିବନ୍‌କେ ରକିଆ କରି ନା ପାରେ, କି ଆମର୍ ଉଜା ଆତେ କାଇ ମିଚ୍ ନାଇଁ, ଏଟା କଇ ନାପାରେ, ଏଟାର୍‌ପାଇଁ କାରାପ୍‌ ମନ୍ ତାକେ ବିନ୍‌ବାଟେ ନେଲାନି ।

ପର୍‌ମେସର୍ ଇସ୍‌ରାଏଲର୍ ସୁସ୍‌ଟି କାରିଆ

21 ଏ ଜାକୁବ୍, ଏ ଇସ୍‌ରାଏଲ୍, ତମେ ଏସବୁ କାତା ଏତାଆ, କାଇକେ ବଇଲେ ତୁଇ ମର୍ ଦାସ୍‌; ମୁଇ ତମ୍‌କେ ଗଡ୍‌ଲି ଆଚି; ତମେ ମର୍ ଦାସ୍; ଏ ଇସ୍‌ରାଏଲ୍, ତମେ ଆମର୍ ଲାଗି ପାସ୍‌ରି ଜାଆ ନାଇଁ । 22 ଆମେ ତମର୍ ପାପ୍‌ସବୁ ବିଙ୍ଗ୍ ବିଙ୍ଗା ଦୁଉଁରିଆନ୍ଦାରେ ଅନି ଆରି ତମର୍ ପାପ୍‌ସବୁ ମେଗ୍ ପାରା ଗୁଚାଇ ଦେଇ ଆଚୁ ଆମର୍ ଲଗେ ବାଉଡି ଆସା; କାଇକେ ବଇଲେ ଆମେ ତମ୍‌କେ ମୁକ୍‌ଲାଇ ଆଚୁ । 23 ଏ ଆକାସ୍ ମଣ୍ଡଲ, ଗିତ୍ କୁଆ, କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଏଟା ତିଆର୍ କରିଆଚେ ; ଏ ପୁର୍‌ତିବିର୍ ବୁଇଁ ତଲର୍ ଜାଗା ସବୁ, ସାର୍‌ଦା ଉଆ; ଏ ଡଙ୍ଗର୍‌ମନ୍, ଏ ବନ୍ ଆରି ତେଇ ରଇବା ସବୁ ଗଚ୍, ତମେ ଆଉଲି ଅଇ ଗିତ୍ କୁଆ କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଜାକୁବ୍‌କେ ମୁକ୍‌ଲାଇ ଆଚତ୍ ଆରି ଇସ୍‌ରାଏଲର୍ ଲଗେ ନିଜ୍‌କେ ମଇମା କର୍‌ବାଇ । 24 ତମର୍‌ ଉଦାର୍ କାରିଆ ସବୁବେଲର୍ ମାପ୍‌ରୁ, ଗର୍‌ବେ ଅନି ଜେ ତମ୍‌କେ ଗଡ୍‌ଲା, ସେ ଏଟା କଇଲାନି; ମୁଇ ସବୁବେଲର୍ ମାପ୍‌ରୁ, ମୁଇ ସବୁ କାମ୍ ସିଦ୍ କର୍‌ବି; ମୁଇଁ ଗଟେକ୍ ଲକ୍‌ସେ ଆକାସ୍‌ ବାଦଲ୍‌କେ ଡାବି ଅଇଲା ଆଚେ; ମୁଇଁ ପୁର୍‌ତିବିକେ ବଡ୍ କର୍‌ବି; ମର୍ ସଙ୍ଗେ କେ ? 25 ମୁଇଁ ମିଚ୍ କଉମନର୍ ଚିନ୍‌ ସବୁ ବେକାର୍ କର୍‌ବି ଆରି ସିକିତ୍ ଲକ୍‌ମନ୍‌କେ ଉପ୍‌ରେ ଉଟାଇବି; ଆରି ମୁଇଁ ଗିଆନିମନ୍‌କେ ପଚେ ପାକାଇଦେବି ଆରି ସେମନର୍ ଗିଆନ୍‌କେ ନସାଇ ଦେବି; 26 ଆରି ମୁଇଁ ମର୍ ଦାସର୍ ବାକିଅ ସିଦ୍‌ କର୍‌ବି ଆରି ମର୍ କବର୍ କଉମନର୍ ଜଜ୍‌ନା ସିଦ୍ କର୍‌ବି ମୁଇଁ ଜିରୁସାଲମର୍ ବିସଇରେ କଇବି,ସେଟା ସବୁ ଆରିତରେକ୍‌ ତିଆର୍ ଅଇସି ଆରି ଜିଉଦାର୍ ନଅଁର୍ ବିସଇରେ କଇଲିନି, ମୁଇଁ ତେଇର୍ ବାଙ୍ଗିଜାଇ ରଇବା ଜାଗାକେ ଆରିତରେକ୍ ସଜାଡ୍‌ବାଇ; ମାତର୍ ସେଟା ଆର୍‌ତରେକ୍ ବିନସ୍‌ଟ କର୍‌ବି । 27 ମୁଇଁ ଡେଙ୍ଗ୍‌ ପାନିକେ କଇବି, ସୁକି ଜା; ଆରି, ମୁଇଁ ତମର୍ ଗାଡ୍ ନାଲ୍‌ ସବୁ ସୁକାଇ ଦେବି 28 ମୁଇଁ କରସର୍ ବିସଇରେ କଇବି,ସେ ମର୍ ଗରୁରାସିର୍ ଗଉଡ୍ ଆରି ମର୍ ଇଚା ସାଦନ୍ କର୍‌ସି; ସେ ଜିରୁସାଲମର୍ ବିସୟ୍‌ରେ କଇସି, ସେଟା ଆରିତରେକ୍ ତିଆର୍ ଅଇସି ଆରି ମନ୍ଦିର୍‌କେ କଇସି, ତର୍ ପାଣ୍ଡୁସନର୍ ମୁଲ୍ ତିଆର୍ ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-