1 ଏ ସିନଇ, ଉଟା, ଉଟା, ନିଜର୍ ବପୁକେ ଦେସ୍ ଏ ସୁକଲ୍ ନଅଁର୍ ଜିରୁସାଲାମ୍, ତମେ ସନ୍ଦର୍ ବସ୍ତର୍ ଅଡା; କାଇକେ ବଇଲେ ଏବେଅନି ତମର୍ ଲଗେ ସୁନତ୍ ନ ଅଇଲା ଲକ୍ ଆରି ଅସୁଚି ଲକ୍ ନ ସୁନତ୍ । 2 ଜିରୁସାଲାମ୍ ନିଜର୍ ଗାଗ୍ଡର୍ ଦୁଲିକେ ପାପ୍ଡି ଦେସ୍; ଏ ଜିରୁସାଲାମ୍, ଉଟ୍, ରାଜ୍ଗାଦି ଟାନେ ବସ୍; ଏ ସିୟନର୍ ବନ୍ଦି ଅଇ ରଇଲା ଲକ୍ମନ୍ , ତମର୍ ଗାଲାଇ ବାନ୍ଦ୍ଲା ସିକ୍ଲି ସବୁ ବେଟି ଦିଆସ୍ । 3 କାଇକେ ବଇଲେ ସବୁବେଲର୍ ମାପ୍ରୁ ଏନ୍ତାର୍ ବଲିକରି କଇଲାନି, ତମେ ଡାବୁ ନଇତେ ଗତି ଦାଙ୍ଗ୍ଡା ଅଇ ରଇଲାସ୍, ଆରି ଡାବୁ ନଇତେ ମୁଇଁ ତମ୍କେ ମୁକ୍ଲାଇବି । 4 କାଇକେ ବଇଲେ ମାପ୍ରୁ, ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଆମର୍ ଲକ୍ମନ୍ ପର୍ତୁମ୍ ବାସା ଅଇବାକେ ମିସର୍ଦେସେ ଗାଲାଇ; ଆରି, ଅସୁରିଅ କାଇଦସ୍ ନଇତେ ସେମନର୍ ଲଗେ ପାପ୍କାମ୍ କଲା । 5 ତେବର୍ପାଇଁ ସବୁବେଲର୍ ମାପ୍ରୁ କଇଲାନି, ଆମର୍ ଲକ୍ମନ୍କେ ବିନା ଦସ୍ରେ ନିଆଜାଇ ରଇଲା, ଆମେ ଇତି ରଇ କାଇଟା କଲୁନି? ସବୁବେଲର୍ ମାପ୍ରୁ କଇଲାନି, ସେମନର୍ ଉପ୍ରେ ସାସନ୍ କରୁମନ୍ ଅଡର୍ ଲାଇନି ଆରି ଆମର୍ ନାଉଁ ଦିନ୍ଜାକ ଦିରେ ଦିରେ ନିନ୍ଦା ଅଇଲାନି । 6 ସେଟାର୍ପାଇଁ ଆମର୍ ଲକ୍ମନ୍ ଆମର୍ ନାଉଁ ଜାନ୍ବାଇ; ସେଟର୍ପାଇଁ ଜେ କାତା କଇସି, ସେ ଜେ ମୁଇଁ, ଏଟା ସେମନ୍ ଦିନ୍କେଟ୍ଲେ ଜାନ୍ବାଇ; ଦେକା, ସେ ମୁଇଁ । 7 ଜନ୍ ଲକ୍ ସୁବ୍ କବର୍ ବିସଇରେ ଆନ୍ଲାଇନି, ଜନ୍ ଲକ୍ ସାନ୍ତି ବିସଇରେ ଜାନାଇଲାନି , ଜନ୍ ଲକ୍ ମଙ୍ଗଲର୍ ବିସଇରେ ସୁବ୍ କବର୍ ଆନ୍ଲାନି , ଜନ୍ ଲକ୍ ଉଦାର୍ କର୍ବା ବିସଇରେ କଇଲାନି, ଜେ ସିଅନ୍ ଦେସ୍କେ ପର୍ମେସରର୍ ରାଇଜ୍ ବିସଇରେ କଇଲାନି , ତାର୍ ପାଦ୍ ଡଙ୍ଗର୍ ଉପ୍ରେ କେନ୍ତି ସୁନ୍ଦର୍ ଡିସ୍ସି 8 ଏଟା ଅଇଲାନି , ତମର୍ ଜାଗ୍ଉଆଲ୍ମନର୍ ଆଉଲି! ସେମନ୍ ବେସି ଆଉଲି ଅଇ କରି କଲାଇନି, ସେମନ୍ ଗଟେକ୍ ସର୍ ସଙ୍ଗେ ଗାଇ ଲାଇନି; କାଇକେବଇଲେ ସବୁବେଲର୍ ମାପ୍ରୁ ସିଅନ୍ ତେଇ ବାଉଡି ଆଇବାବେଲେ ସେମନ୍ ମୁଆଁ ମୁଇଁ ଅଇ କରି ଦେକ୍ବାଇ । 9 ଏ ଜିରୁସାଲାମର୍ ବାଙ୍ଗିଜାଇ ରଇଲା ଜାଗାମନ୍ , ତମେ ବେସି ସାର୍ଦା ସଙ୍ଗେ ଆଉଲିଉଆ, ସବୁଲକ୍ ମିସିକରି ଗିତ୍କୁଆ; କାଇକେ ବଇଲେ ସବୁବେଲର୍ ମାପ୍ରୁ ନିଜର୍ ଲକ୍ମନ୍କେ ସାନ୍ତନା ଦେଲାଆଚ , ସେ ଜିରୁସାଲାମ୍କେ ମୁକ୍ଲାଇ ଆଚେ । 10 ସବୁବେଲର୍ ମାପ୍ରୁ ସବୁ ଦେସର୍ ଲକ୍ମନର୍ ଆଁକି ତେଇ ନିଜର୍ ସୁକଲ୍ ଆତ୍ ମେଲାକଲା ଆଚେ ଆରି ପୁର୍ତିବିର୍ ପୁର୍ବେ ଅନି ରଇବା ସବୁଲକ୍ ଆମର୍ ପର୍ମେସରର୍ ଉଦାର୍ କର୍ବାଟା ଦେକ୍ବାଇ । 11 ତମେ ବାରୁଆ, ବାରୁଆ, ସେ ଜାଗା ଲଗେ ଅନି ବାରଇ ଜାଆ, କାଇ ମିସା ଅସୁକଲ୍ ଜିନିସ୍ ଚିଆ ନାଇ; ତମେ ସେ ଲଗେ ଅନି ବାରଇ ଜା; ଏ ସବୁବେଲର୍ ମାପ୍ରୁର୍ ମନ୍ଦିରର୍ ଦିନ୍ସୁ ପତର୍ ଦେକ୍ପାଲ୍ କର୍ବା ଲକ୍ମନ୍ ତମେ ସୁକଲ୍ ଉଆ । 12 କାଇକେ ବଇଲେ ତମେ ଦାନ୍ଦାପାନ୍ଦା ଅଇ ବାରଇ ଜାଆନାଇ କି ତମେ ପାଲାଇ ଜାନାଇଁ କାଇକେ ବଇଲେ ସବୁବେଲର୍ ମାପ୍ରୁ ତମର୍ ଆଗେ ଆଗେ ଇଣ୍ଡ୍ସି ଆରି ଇସ୍ରାଏଲର୍ ପର୍ମେସର୍ ତମର୍ ପଚେପଚେ ରଇସି ।
13 ଦେକା, ଆମର୍ ଦାସ୍ ବାବି ଚିନ୍ତି କରି କାମ୍ କର୍ସି, ସେ ଉନତି ଅଇସି ଆରି ବଡ୍ ପଦ ପାଇସି ଆରି ବେସି ବଡ୍ ଅଇସି । 14 ନର୍ ଲକର୍ ଲଗେ ଅନି ତାର୍ ରୁପ୍ ଆରି ନର୍ ପିଲାମନର୍ ରୁପ୍ ଅଦିକ୍ ବଦ୍ଲି ଗାଲାକେ ସବୁଲକ୍ ତାର୍ ବିସୟ୍କେ ଦେକି କରି କାବା ଅଇ ଜାଇ ରଇଲାଇ, 15 ସେରକାମ୍ ସେ ସବୁ ଦେସର୍ ଲକ୍ମନ୍କେ ବଁଚାଇସି; ରାଜାମନ୍ ତାର୍ ପାକେ ନିଜର୍ ନିଜର୍ ମୁଁକେ ଲୁଚାଇ ଦେବାଇ; କାଇକେ ବଇଲେ ଜନ୍ଟା ସେମନ୍କେ କୁଆ ଜାଇ ନ ରଇଲା, ସେଟା ସେମନ୍ ଦେକ୍ବାଇ ଆରି ଜନ୍ଟା ସେମନ୍ ସୁନି ନ ରଇଲାଇ, ସେଟା ସେମନ୍ ବୁଜ୍ବାଇ ।