1 ଏ ସମ୍ଦୁର୍ ମଜାଇ ରଇବା କୁପ୍ଲି, ଆମର୍ ମୁଆଟେ ଚିମ୍ରା ଅଇ ରୁଆ ଆରି ଲକ୍ମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଲଗେ ଆସତ୍; ଆରି କାତା କଅତ୍; ଆମେ ମିସି କରି ବିଚାର୍ନା କରୁ । 2 ସେ ଦରମ୍ ସଙ୍ଗ୍ ଜାକେ ନିଜର୍ ପାଦ୍ତଲେ ଡାକ୍ସି, ଏ ରକାମ୍ ଗଟେ ଲକ୍କେ ପୁରବ୍ ଦିଗେ ଅନି କେ ଆକେ ଉବ୍ଜାଇ ଆଚେ? ସେ ବେସି ଦେସର୍ ଲକ୍କେ ତାର୍ ମୁଆଟେ ସର୍ପି ଦେବାଇ ଆରି ରାଜାମନର୍ ଉପରେ ତାକେ ସାସନ୍ କୁରାଇସି; ସେ ତାର୍ କାଣ୍ଡା ସଙ୍ଗେ ସେମ୍ନକେ ଦୁଲି ରକାମ୍ ଆରି ତାର୍ ଦନୁସର୍ ବିନ୍ଦ୍ଲା କାଚ୍ରା ପାରା ଉଡାଇ ନେଇସି। 3 ସେ ସେମନର୍ ପଚେପଚେ ଜାଇସି, ଉଁ, ଜନ୍ ବାଟେ ସେ କେବେ ଜାଏ ନାଇଁ, ସେ ବାଟେ ଆକା ନ ଡର୍ତେ ଜାଇସି। 4 ପୁର୍ବେ ଅନି ନର୍କେ ନର୍ ଡାକି କରି କେ ଏ କାମ୍ ସାରାଇ ଆଚେ? ମୁଇ ପୁର୍ବେ ରଇଲା ସବୁବେଲର୍ ମାପ୍ରୁ ମୁଇ ଆରି ସାରାସାରି ବେଲେ ରଇଲା ଲକ୍ମନର୍ ସବୁବେଲର୍ ମାପୁର୍ ଅଇ ରଇବି । 5 ସମ୍ଦୁର୍ ମଜାଇ ରଇବା କୁପ୍ଲିର୍ ଲକ୍ମନ୍କେ ଦେକି ଡର୍ଲାଇ; ପୁର୍ତିବିର୍ ସେସ୍ ଜାକ ସବୁ ଗର୍ଜି ଗାଲାଇ; ସେମନ୍ ଲଗେ କେଟି ଆଇଲାଇ । 6 ସେମନ୍ ସବୁ ନିଜର୍ ନିଜର୍ ପାକେ ରଇବା ଲକ୍ମନ୍କେ ସାଇଜ୍ କଲାଇ ଆରି ବପୁ ଉଆ ବଲି ନିଜର୍ ବାଇମନ୍କେ କଇଲାଇ । 7 ଏ ରକାମ୍ ବାଡଇ ସୁନାରିକେ ସାସ୍ଦେଲା ଆରି ମୁଟ୍ଲାସଙ୍ଗ୍ ସମାନ୍ କର୍ବାଲକ୍ ଲୁଆ କାମ୍ ନିମାନ୍ ଅଇଲା ଆଚେ ବଲି କଇଲାଇ, କାମାର୍ କାମ୍କର୍ବା ଲକ୍କେ ସାନ୍ତନା ଦେଲାଇ; ଆରି ମୁର୍ତି ମନ୍ ଜେନ୍ତିକି ନ ଚୁଲ୍ବୁଲତ୍, ସେଟାର୍ ପାଇ ମଜାଇ କୁଟି ମାରି କରି ଡାଟ୍ କଲା 8 ମାତର୍ ଏ ଆମ୍ର ଦାସ ଇସ୍ରାଏଲ୍, ଆମ୍ର ବାଚ୍ଲା ଜାକୁବ୍, ଆମର୍ ବନ୍ଦୁ ଅବ୍ରାଅମର୍ କୁଲ୍; 9 ଆମେ ତମ୍କେ ଦାରି ପୁର୍ତିବିର୍ ସାରା ସାରି ତେଇ ଅନି ଆନି ଆଚି ଆରି ପୁର୍ତିବିର୍ ସନ୍ଦି ଅନି ତମ୍କେ ଡାକି କରି କଇଆଚି, ତମେ ଆମର୍ ଦାସ୍, ଆମେ ତମ୍କେ ବାଚି ଆଚୁ ଆରି ଦୁର୍ କରୁ ନାଇଁ; 10 ତମେ ଡରା ନାଇ, କାଇକେ ବଇଲେ ମୁଇଁ ତମର୍ ସଙ୍ଗେ ଆଚି; ମନ୍କେ ଉନା କରା ନାଇ, କାଇକେ ବଇଲେ ମୁଇଁ ତର୍ ପର୍ମେସର୍, ମୁଇଁ ତମ୍କେ ବପୁ କର୍ବି; ଉଁ, ମୁଇଁ ତମ୍କେ ସାଇଜ କର୍ବି; ଉଁ, ମୁଇଁ ମର୍ ନିଜର୍ ଦରମ୍ ଉଜା ଆତେ ତମ୍କେ ଦାରି ଇଣ୍ଡାଇବି । 11 ଦେକା, ଜନ୍ ଲକ୍ମନ୍ ତମ୍କେ ରିସା ଅଇଲାଇନି, ସେ ସବୁଲକ୍ ଲାଜ୍ ଆରି ଗାବ୍ରା ଅଇବାଇ; ଜନ୍ ଲକ୍ମନ୍ ତମର୍ ସଙ୍ଗେ ବିରଦ୍ କର୍ବାଇ, ସେମନ୍ ଜିନସ୍ ପାରା ଅଇ ନସ୍ଟ ଅଇବାଇ । 12 ଜନ୍ ଲକ୍ମନ୍ ତମର୍ ସଙ୍ଗେ ବିରଦ୍ କର୍ବାଇ, ତମେ ସେମ୍ନକେ କଜ୍ସା, ମାତର୍ ସେମନ୍ର ଉଦେସ୍ କାଇଟା ପାଇ ନାପାରାସ୍; ଜନ୍ ଲକ୍ମନ୍ ତମର୍ ସଙ୍ଗ୍ ଜୁଇଦ୍ କର୍ବାଇ, ସେମନ୍ କୁର୍ପ୍ନାସ୍ ଅଇବାଇ । 13 କାଇକେ ବଇଲେ ଆମେ ସବୁବେଲର୍ ମାପ୍ରୁ ତମର୍ ପର୍ମେସର୍, ତମର୍ ଉଜା ଆତ୍ ଦାରି ତମ୍କେ କଇବି, ଡରା ନାଇଁ; ମୁଇ ତକେ ସାଇଜ କର୍ବି । 14 ଏ କିଡା ରକାମ୍ ଜାକୁବ୍ ଆରି ଏ ଇସ୍ରାଏଲର୍ ଲକ୍ମନ୍, ଡରା ନାଇଁ; ସବୁବେଲର୍ ମାପ୍ରୁ କଇଲିନି, ମୁଇଁ ତକେ ସାଇଜ କର୍ବି ଆରି ଇସ୍ରାଇଲର୍ ସୁକଲ୍ ସବୁବେଲର୍ ମାପ୍ରୁ ତମର୍ ମୁକ୍ତି କାରିଆ। 15 ଦେକା, ମୁଇଁ ତମ୍କେ ଲାଗନ୍ ଇଲା ରକାମ୍ ଗଟେକ୍ ନୁଆ ଦାନ୍ କାଟ୍ବା ସାଜ ରକାମ୍ କର୍ବି; ଦାନ୍ ମାଣ୍ଡାଇବା ସାଜ ପାରା କର୍ବି;ତମେ ଡଙ୍ଗ୍ର୍ମନ୍କେ ବାଙ୍ଗାଇ କରି ଗୁଣ୍ଡ୍ଗୁଣ୍ଡା କର୍ସା ଆରି ବଡ୍ ଡଙ୍ଗର୍ ମନ୍କେ ମାଣ୍ଡି ଦୁଲି ରକାମ୍ କର୍ସା 16 ତମେ ସେମ୍ନକେ କୁଲାଇ ଉଡାଲ୍ଲେ, ପବନ୍ ସେମ୍ନକେ ଉଡାଇ ନେଇ ଜାଇସି ଆରି ସୁରାଗାଲି ସେମ୍ନକେ ଚିନ୍ବିନ୍ କରି ପାକାଇସି; ଆରି, ତମେ ସବୁବେଲର୍ ମାପ୍ରୁର୍ ତେଇ ସାର୍ଦା ଅଇସା ଆରି ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁକେ ମଇମା କର୍ବାଇ । 17 ଦରିଦ୍ର କାକୁର୍ତିଆ ଲକ୍ମନ୍ ପାନି କଜ୍ବାଇ, ମାତର୍ ପାନି ନାଇଁ, ତେବର୍ ପାଇଁ ସେମନର୍ ଟଟ୍ରି ସୁକି ଜାଇସି; ଆମେ ସବୁବେଲ୍ର ମାପୁର୍ ସେମ୍ନକେ ଉତର୍ ଦେବୁ, ଆମେ ଇସ୍ରାଇଲର୍ ପର୍ମେସର୍ ସେମନ୍କେ ଚାଡି ଦେଏ ନାଇଁ । 18 ଆମେ ସୁକ୍ଲା ଡଙ୍ଗ୍ରେ ଜର୍ନା ପାନି ବାର୍ କରାଇବି,ଆରି ସମାନ୍ ରଇବା ଜାଗାଇ ଅନି ପାଜ୍ରା ପାନି ବାର୍କରାଇବି; ଆମେ ଜାଲାଇ ଅନି ପାନି ବାର୍ କରାଇବି ଆରି ସୁକ୍ଲା ଜାଗାଇ ଅନି ପାନି ବାର୍ କାରାଇବି । 19 ଆମେ ବାଲିପାଟାଇ ଏରସ୍, ଆକାସିଆ ଆରି ମେଏନ୍ଦି ଆରି ଜାଡା ଗଚ୍ ରପୁ; ଆମେ ମରୁବାଲି ବୁଏଁ ସର୍ଗିଗଚ୍ , ଦେବ୍ଦାରୁ ଗଚ୍ ଆରି ତାସୁର ଗଚ୍ ମିସ୍ତେ ରପୁ । 20 ସେଟାର ପାଇଁ ସବୁବେଲ୍ର ମାପ୍ରୁର୍ ଆତ୍ ଏ କାମ୍ କଲା ଆଚେ ଆରି ଇସ୍ରାଇଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଏଟା ତିଆର୍ କଲା ଆଚେ ବଲିକରି ଲକ୍ମନ୍ ମିସିକରି ଦେକ୍ବାଇ ଆରି ଆଲ୍ଚନା କରି ବୁଜ୍ବାଇ ।
21 ସବୁବେଲ୍ର ମାପ୍ରୁ କଇଲାନି, ତମେ ଲାଗାଜଡାକେ ମର୍ଲଗେ ଆନା; ଜାକୁବର ରାଜା କଇଲାଇନି, ତମେମନ୍ ନିଜ୍ର ନିଜ୍ର ବପୁର୍ ସାକିମନ୍କେ ବାର୍ କରା ।
22 ସେମନ୍ ସେଟାସବୁ ବାର୍ କରାଇ ଆନା ଜନ୍ ଜନ୍ଟା ଗଟ୍ସି, ସେଟା ଆମ୍ର ଲଗେ ଜାନାଆ ଆଗ୍ର ବିସଇମନ୍ କାଇଟା, ସେଟା ତମେ କୁଆ, ସେଟା କଲେ, ଆମେ ସେଟାକେ ବାବିକରି ସାରାସାରି ବେଲେ କାଇଟା ଗଟ୍ସି ସେଟା ଜାନା ପଡ୍ସି; ନଇଲେ ଆଗ୍କେ କାଇଟା ଗଟ୍ସି ସେଟା ଆମ୍କେ ଦେକାଆ ।
23 ସେଟାର୍ ପାଇଁ ଜନ୍ ଜନ୍ଟା ଗଟ୍ସି, ସେଟାକେ କୁଆ, ସେଟାର୍ପାଇଁ ତୁମେ ଜେ ଦେବାଦେବିମନ୍ , ଏଟା ଆମେ ଜାନ୍ବୁ; ଉଁ, ବଲ୍ କରା କି କାରାପ୍ କରା, ତାର୍ପଚେ ଆମେ ମ୍ନଦୁକ୍ ଅଇ କରି ସେଟାକେ ମିସ୍ତେ ଦେକ୍ବୁ ।
24 ଦେକା, ତମେମ କାଇ କାମ୍କେ ନ ଆଇବା ଲକ୍ ଆରି ତମ୍କେ ଜନ୍ଲକ୍ ବାଚ୍ଲା ଆଚେ ସେ ଲକ୍ ମିସା କାରାପ୍ ଲକ୍ ।
25 ଆମେ ଉତର୍ ଦିଗେ ଅନି ଗେଟେକ୍ ଲକ୍କେ ତିଆର୍ କଲୁ ଆଚୁ ଆରି ସେ ତେଇ କେଟ୍ଲାନି; ସେ ବେଲ୍ ଉଦ୍ବା ବାଟେ ଅନି ଆମର୍ ନାଉଁକେ ଦାର୍ସି ; ସେ କୁଡେ ଲିପ୍ବା ମସ୍ଲାପାରା ଆରି କୁମାର୍ ମାଟିକେ ଚକଟ୍ସି ସେରକାମ୍ ଦେସର୍ ଲକ୍ମନ୍କେ ଚକ୍ଟି ପାକାଇସି ।
26 ଆମେ ଜେନ୍ତିକି ଜାନି ପାର୍ବୁ , ସେଟାର୍ପାଇଁ ଆଗେ ଅନି କେ ଏଟା ଜାନାଇଲା ଆଚେ? ଆରି, ସେ ଦର୍ମଲକ୍ ବଲି ଆମେ ଜେନ୍ତିକି କଇ ପାରବୁ, ସେଟାର୍ ପାଇଁ ଆଗେଅନି କେ ଏଟାକେ ଜାନାଇ ଆଚେ? ଉଁ କଇବାଲକ୍ କେବି ନାଇଁ, ଉଁ ଦେକାଇବା ଲକ୍ କେ ନାଇଁ, ଉଁ ତମର୍ମନ୍ର କାତା ସୁନ୍ବା ଲକ୍ କେ ନାଇଁ ।
27 ଆମେ ଆଗ୍ତୁ ସିଅନ୍କେ କଉଁ, ଦେକା ସେମନ୍କେ ଦେକା, ଆରି ଆମେ ଜିରୁସାଲାମେ ସୁବ୍କବର୍ ଆନ୍ବାକେ ଗଟେକ୍ ଲକ୍କେ ଦେଉଁ ।
28 ଆମେ ଦେକ୍ଲାବେଲେ କେ ମିସା ନାଇଁ; ଆମେ ପାଚାର୍ଲା ବେଲେ କେ ଆଲେ ଗଟେକ୍ ଲକ୍ ପଦେକ୍ ଆଲେ ଉତର୍ ଦେଇ ପାର୍ସି , ସେମନର୍ ବିତ୍ରେ ଆଦେସ୍ ଦେବାକେ କେ ମିସା ନାଇଁ ।
29 ଦେକା,ସେ ସବୁଲକ୍ମନ୍, ସେମନର୍ କାମ୍ ବେକାର୍ ଆରି ମୁଲିଅ ନଇଲା କାମ୍; ସେମନ୍ ଚଁଞ୍ଚ୍ଲଗେ ଗଡ୍ଲା ମୁର୍ତିମନ୍ ଚୁଚାଇ ପବ୍ନ ଆରି ସୁନିଅ ମାତର୍ ।