Publicidade

Isaías 29

ଦାଉଦ୍ ନଅଁର୍‌କେ ଡଣ୍ଡ୍‌

1 ଏ ଅରିଏଲ୍, ଅରିଏଲ୍, ଦାଉଦର୍‌ ଚାଉନି ରଇବା ନଅଁର୍, ବରସ୍‌କେ ବରସ୍ ମିସ୍‌ତେ ରଇବାଟା ; ପରବ୍‌ମନ୍ ତର୍‌କେ ତର୍ ପାଲି ଇସାବେ ଆସ; 2 ସେଟାର୍ ପାଇଁ ଆମେ ଅରିଏଲର୍ ଲାଗି ଦୁକ୍ ଗଟାଇବି ସେଟାର୍ ପାଇଁ ସେ ଦୁକ୍‌ରେ କାନ୍ଦ୍‌ବାଇ ଆରି ସେଟା ଆମର୍ ଲାଗି ପର୍‌ମେସରର୍‌ ବଲି ସର୍‌ପି ଦେବା ଜାଗା ପାରା ଅଇସି । 3 ଆରି , ଆମେ ଚାରି ବେଟ୍‌ତିର୍‌ ବିରୁଦେ ରୁଣ୍ଡ୍‌ବୁ ଆରି ଗାଡ୍ ବାନ୍ଦିକରି ତମ୍‌କେ କୁରୁପ୍‌ନାସ୍ କର୍‌ବୁ ଆରି ତମର୍ ପାଇଁ ବାଟ୍ ଚୁଟି ଦେବୁ । 4 ତାର୍‌ପଚେ ତମେ ମୁଣ୍ଡ୍ ନୁଆଁଇସା ଆରି ବୁଏଁ ଅନି କାତା କଇସି ଆରି ଦୁଲିଅନି ତମର୍ କାତା ଦିରେ ଦିରେ ସୁନା ଜାଇସି; ଆରି, ବୁତ୍‌ ଦାରି ରଇଲା ଲକ୍ କାତା ଅଇଲା ପାରା ବୁଏଁ ଅନି ସୁନା ଜାଇସି ଆରି ବୁଏଁ ଅନି ତମର୍ କାତାର୍ ପୁସୁର୍ ପୁସୁର୍ ସବଦ୍ ସୁନା ଜାଇସି ।

5 ମାତର୍ ତମର୍ ସତ୍‌ରୁମନର୍ ଲକ୍‌ମନ୍ ସୁକ୍‌ଲା ବାଲି ପାରା ସେମନ୍ ଉଡି ଜିବାଇ ଆରି ବଏଁକାର୍ ସଇନମନ୍‌ କଣ୍ଡା ପାରା ଉଡି ଜିବାଇ; ଗଟେକ୍ ସମଇ ଆଇସି ଅଟାତ୍ ଏଟା ଗଟ୍‌ସି । 6 ସବୁବେଲର୍ ମାପ୍‌ରୁ ମେଗ୍ ଗରଜ୍‌ଲା ପାରା ଆରି ବୁମିକମ୍‌ ଆରି ବେସି ସବଦ୍, ସୁରାଗାଲି ଆରି ପାନିପବନ୍ ଆରି ଗିଲ୍‌ବା ଲକ୍‌ମନ୍ ଲାଗ୍‌ତେ ରଇବା ଜଇ ମୁଟ୍‌ଲା ସଙ୍ଗେ ସବୁବେଲର୍ ମାପ୍‌ରୁ ଆଇସି । 7 ଆରି ସବୁ କୁଟୁମର୍ ଜନ୍‌ ଲକ୍‌ମନ୍ ଅରିଏଲ୍ ବିରୁଦେ ଜୁଇଦ୍ କର୍‌ବାଇ, କଇବାକେ ଗାଲେ, ଜନ୍‌ ଡାଣ୍ଟ୍ ନଅର୍‌ ତାର୍ ଆରି ତାର୍ ବିରୁଦେ ଜୁଇଦ୍ କର୍‌ବାଇ ସେ ସବୁଜାକ ରାତିଆ ସପନ୍‌, ଦେକ୍‌ଲା ପାରା ଅଇସି । 8 ଆରି , ଜେନ୍‌ତିକି ବୁକେ ରଇବା ଲକ୍ କାଇଲିନି ବଲିକରି ସପନ୍‌ ଦେକ୍‌ସି , ମାତର୍ ସଇ ଉଟି କରି ଦେକ୍‌ଲେ, ତାର୍ ଜିବନ୍ ତେଇ କାଇଟା ନାଇଁ; ଆରି ଜେନ୍‌ତିକି ସସ୍‌ ଲାଗ୍‌ତେ ରଇବା ଲକ୍ ପାନି କାଇଲିନି ବଲିକରି ସପ୍‌ନେ ଦେକ୍‌ସି, ମାତର୍ ସଇ କରି ଉଟି ଦେକ୍‌ଲେ, ସେ ବୁକେ ରଇସି ଆରି ତାର୍‌ ଜିବନେ ସସ୍ ରଇଜାଇସି, ସିଅନ୍ ପର୍‌ବତର୍ ପାଲି ଲଗେ ଜୁଇଦ୍ କର୍‌ବା ସବୁ କୁଟୁମର୍ ଲକ୍‌ମନ୍ ସେରକାମ୍ ଅଇବାଇ ।

ଏଲାରେ ରଇବା ଲକ୍‌କେ ଚେତ୍‌ନା

9 ତମେ ସର୍‌ତେ ଲକ୍ କାବା ଅଇ ଜା ଆରି ଅମାନିଆଁ ଉଆ ଆଗ୍‌କେ ଜାଆ ଆରି ନିଜେ ନିଜେ କାଣା ଉଆ! ସେମନ୍ ମାତ୍‌ଲାଇ ଆଚତ୍ ମାତର୍ ଅଙ୍ଗୁର୍ ରସ୍ କାଇତ୍ ନାଇଁ ! ଗଟେକ୍ ଟପା କାଇବାକେ ମିସା ତେରେ ପେତେ ଉଆ । 10 କାଇକେ ବଇଲେ ସବୁବେଲର୍ ମାପ୍‌ରୁ ତମର୍ ଉପ୍‌ରେ ବେସି ଗୁନ୍ ଆଇବା ଆତ୍‌ମା ଦେଲାଆଚେ ଆରି ତମର୍ ବବିସତ୍ କାତା କଉମନର୍ ପାରା ଆଁକି ଲିମି ଦେଲା ଆଚେ ଆରି ଦେକ୍‌ବା ଲକ୍‌ମନର୍ ପାରା ତମର୍ ମୁଣ୍ଡ୍, ସେ ଡାବି ଦେଲାଆଚେ । 11 ଆରି, ଜାବତିଅକେ ଦେକ୍‌ବା ଦର୍‌ସନ୍ ତମର୍‌ ପାଇଁ ସିଲ୍‌ମାରି ରଇବା ବଇର୍ ବାକିଅ ପାରା ଅଇଲା ଆଚେ, କେ ସିକିତ୍ ଲକ୍‌କେ ସେଟାକେ ଦେଇକରି ଆସିର୍‌ବାଦ୍ କରି ଏଟାକେ ପଡା ବଲିକରି କଇଲେ, ସେ କଇସି, ଏଟାକେ ସିଲ୍‌ ମାରି ଆଚତ୍‌, ସେଟାର୍ ପାଇଁ ବଲିକରି ମୁଇଁ ଏଟାକେ ପଡି ନାପାରି; 12 ଆରି ସେ ବଇକେ ପାଟ୍ ପଡି ନ ରଇବା ଲକ୍‌କେ ଦେଇକରି, ଆସିର୍‌ବାଦ୍‌କରି ଏ ବଇକେ ପଡ୍‌ ବଲିକରି କଇଲେ, ସେ କଇସି, ମୁଇଁ ପାଟ୍‌ସାଟ୍ ପଡି ନାଇଁ । 13 ଆରି ତରେକ୍ ସବୁବେଲର୍ ମାପ୍‌ରୁ କଇଲା, ଏ ଲକ୍‌ମନ୍ ତମର୍ ଲଗେ ଲଗେ ଅଇବାଇ ଆରି ସେମନ୍ ନିଜର୍ ନିଜର୍ ଟଣ୍ଡେ ଅନି ଆମ୍‌କେ ମର୍‌ଜିତା ଦେବାଇ , ମାତର୍ ସେ ଲକ୍‌ମନ୍ ନିଜର୍ ନିଜର୍ ମନ୍‌ବିତ୍‌ରେ ଆମ୍‌କେ କାରାପ୍ ବାବ୍‌ତେ ରଇବାଇ ଆରି ଆମର୍ ବିସଇରେ ସେମନର୍ ଜନ୍ ଡର୍ ଆଚେ , ସେଟା ନର୍ ଜାତି ଟାନେଅନି ସିକି ରଇବା ଆଦେସ୍ ମାତର୍ । 14 ସେଟାର୍ ପାଇଁ ଦେକା, ଆମେ ଲକ୍‌ମନର୍ ବିତ୍‌ରେ ଗଟେକ୍ କାବା ଅଇଜିବା କାମ୍ କର୍‌ବି , କଇବାକେ ଗାଲେ କାବା ସେଟା ଅଇଜିବା କାମ୍ କର୍‌ବି, ଆରି ସେମନର୍ ଗିଆନି ଲକ୍‌ମନର୍ ଗିଆନ୍ ନସ୍‌ଟ ଅଇ ଜାଇସି ଆରି ସେମନର୍ ବାବ୍‌ନା ଆରି ବୁଦି ଉନା କରା ଅଇସି ।

ଆଗ୍‌କେ କର୍‌ବା ଆସା

15 ଜନ୍‌ ଲକ୍‌ମନ୍ ସବୁବେଲର୍ ମାପ୍‌ରୁର୍ ଲଗେଅନି ନିଜର୍ ନିଜର୍ ଜଜ୍‌ନାକେ ଲୁଚାଇବାକେ ବେସି ଚେସ୍‌ଟା କର୍‌ବାଇ, ସେମନ୍ ଅବିସାପ୍ ପାଇବା ଲକ୍‌! ସେମନ୍ ଆନ୍ଦାର୍‌ବେଲେ ନିଜର୍ ନିଜର୍ କାମ୍‌ କରି କଇବାଇ, ଆମ୍‌କେ କେ ଦେକ୍‌ଲାନି ? ଆରି ଆମ୍‌କେ କେ ଚିନ୍‌ଲାନି? 16 ତମେ ଏ ବିସଇକେ ଉଲ୍‌ଟାଇ ପାକାଇ ଲାସ୍‌ନି! କୁମାର୍ କାଇ ମାଟି ସଙ୍ଗେ ଏଜି ଅଇସି; ଏ ଲକ୍ ଆମ୍‌କେ ଗଡେନାଇ , ଗଡି ରଇବା ଜିନିସ୍‌ ତିଆର୍ କରୁର୍ ବିସଇରେ ଏନ୍‌ତାର୍ ବଲିକରି କଇସି ? କି ତାକେ ଅଲପ୍‌ ମିସା ବୁଦି ନାଇଁ , ଗଡି ରଇବା ଜିନିସ୍ କାଇ ଗଡ୍‌ବା ଲକର୍ ବିସଇରେ ଏନ୍‌ତାରି ବଲିକରି କଇସି ? 17 ଅଲପ୍ ଦିନ୍ ବିତ୍‌ରେ ଲିବାନନ୍ କାଇ ପଲ୍ ପଲ୍‌ବା ବାଡେ ତିଆର୍ ନ ଅଏ ଆରି ପଲ୍ ପଲ୍‌ବା ବାଡ୍ କାଇ ଗଟେକ୍ ବନ୍ ବଲିକରି କୁଆ ନ ଜାଏ ? 18 ଆରି , ସେ ଦିନେ ଗଟେକ୍ ବଇରା ଲକ୍‌, ବଇର୍ ବାକିଅ ସୁନ୍‌ସି ଆରି ଆନ୍ଦାର୍ ଆରି ବିନ୍‌ବିଟା ଆନ୍ଦାର୍ ବିତ୍‌ରେ ଅନି କାଣାର୍ ଆଁକି ଡିସ୍‌ସି । 19 ଆରି ଦରମ୍‌ ଲକ୍‌ମନ୍ ସବୁବେଲର୍ ମାପ୍‌ରୁର୍ ଲଗେ ନିଜର୍ ନିଜର୍ ସାର୍‌ଦା ଅଦିକ୍ ଅଇବାଇ ଆରି ଲକ୍‌ମନର୍ ବିତ୍‌ରେ ଗରିବ୍ ଲକ୍‌ମନ୍ ଇସ୍‌ରାଏଲ୍ ଦେସର୍ ସବୁବେଲର୍ ମାପ୍‌ରୁର୍ ଲଗେ ସାର୍‌ଦା କର୍‌ବାଇ । 20 କାଇକେ ବଇଲେ ବଡ୍‌ପନିଆ ଲକ୍‌ମନ୍ କାରାପ୍‌ ନାସ୍‌ ଅଇଜାଇ ଆଚତ୍ , ନିନ୍ଦା କରୁମନ୍ କୁରୁପ୍‌ନାସ୍‌ ଅଇ ଆଚତ୍‌ ଆରି ଜନ୍‌ ଲକ୍‌ମନ୍ କାରାପ୍ କାମ୍ କର୍‌ବାକେ ଜାଗି ରଇବାଇ, ସେ ସବୁଲକ୍‌ଜାକ ଚିନ୍‌ବିନ୍ ଅଇଜାଇ ଆଚତ୍; 21 ସେମନ୍ କାତା କାତାରେ ଦସ୍ ଦାର୍‌ବାଇ ଆରି ନଅଁରର୍ କାପାଟେ ଦସି ଲକ୍‌ ମନର୍‌ ପାଇଁ କାରାପ୍ କର୍‌ବାକେ ପାନ୍ଦ୍ ଅଡ୍‌ବାଇ ଆରି ବିନା ଦସ୍‌ରେ ଦରମ୍ ଲକ୍‌ମନର୍‌ ପାଇଁ କରାପ୍ କର୍‌ବାଇ । 22 ସେଟାର୍‌ପାଇଁ ଅବ୍‌ରାମର୍ ମୁକ୍‌ତି କାରିଆ ସବୁବେଲର୍ ମାପ୍‌ରୁ ଜାକୁବର୍ ବଁସ୍ ବିସୟ୍‌ରେ ଏନ୍‌ତାର୍ ବଲିକରି କଇଲା ଆଚେ; ଜାକୁବ୍ ଏବେ ଲାଜ୍ ନ ଅଏ, କି ତାର୍ ମୁଁକେ ନ ସୁକାଏ । 23 ମାତର୍ ଜେଡେବେଲେ ସେ ଆମର୍ ଆତର୍ କାମ୍ ପାରା ତାର୍ ପିଲାମନ୍‌କେ ତାର୍ ନିଜର୍ ଲକ୍ ବଲିକରି କଇସି, ସେଡ୍‌କିବେଲେ ସେମନ୍ ଆମର୍ ନାଉଁକେ ସୁକଲ୍ ବଲିକରି ମାନ୍‌ବାଇ; ଉଁ, ସେମନ୍ ଜାକୁବର୍ ସବୁବେଲର୍ ମାପ୍‌ରୁକେ ସୁକଲ୍ ବଲିକରି ମାନ୍‌ବାଇ ଆରି ଇସ୍‌ରାଏଲର୍ ପର୍‌ମେସର୍‌କେ ଡର୍‌ବାଇ। 24 ଜନ୍‌ ଲକ୍‌ମନ୍ କାରାପ୍ ରଇବାଇ, ସେ ଲକ୍‌ମନ୍ ଗିଆନ୍ ଅର୍‌ଜନ୍‌ କର୍‌ବାଇ ଆରି ନିନ୍ଦା କର୍‌ତେ ରଇବା ଲକ୍‌ମନ୍ ନିକ କାତା ସିକ୍‌ବାଇ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-