1 ଏ ଦରମ୍ବାଟେ ଇଣ୍ଡ୍ବା ଲକ୍ମନ୍, ଏ ସବୁବେଲର୍ ମାପ୍ରୁକେ କଜ୍ବା ଲକ୍ମନ୍, ତମେ ମର୍ କାତା ସୁନା, ତମେ ଜନ୍ ପାକ୍ନାଇ ଅନି କାଟି ଅଇ ରଇଲାସ୍ ଆରି ଜନ୍ କାଲର୍ ଚିନେ ଅନି କୁନି ଅଇ ରଇଲାସ୍, ସେ ଲଗେ ଦେକା । 2 ତମର୍ ବାବା ଅବ୍ରାଆମର୍ ଲାଗି ଆରି ତମର୍ ଜନମ୍ ଦେଲା ସାରାକେ ଦେକ୍ତାସ୍ କାଇକେବଇଲେ ସେ ଗଟେକ୍ ଲକ୍ ରଇଲା ବେଲେ ମୁଇ ତାକେ ଡାକ୍ଲି ଆରି ମୁଇ ଆସିର୍ବାଦ୍ କରି ତାକେ ବେସି ବଁସ୍ କରାଇଲି । 3 କାଇକେ ବଇଲେ ସବୁବେଲର୍ ମାପ୍ରୁ ସିଅନ୍କେ ସାନ୍ତନା କଲା ଆଚେ; ସେ ତାର୍ ସବୁ ଜାଗା ମନ୍କେ ସାନ୍ତନା ଦେଲାଆଚେ; ସେ ତାର୍ ମରୁ ବୁଇଁକେ ଏଦନ୍ ବାଡର୍ ପାରା ଆରି ତାର୍ ମରୁବାଲିକେ ସବୁବେଲର୍ ମାପ୍ରୁର୍ ଉଦିଆନ୍ ବାଡ୍ ରକାମ୍ କରି ଆଚେ; ସାର୍ଦା ଆରି ସାଇସାର୍ଦା, ଦନିଅବାଦ୍ ଆରି ଗିତର୍ ଆଉଲି ତେଇ ସୁନା ଜାଇସି । 4 ଏ ମର୍ ଲକ୍ମନ୍, ମର୍ ବାକିଅକେ ମନ୍ଦିଆନ୍ ଦେଇକରି ସୁନା; ଏ ମର୍ ଦେସର୍ ଲକ୍ମନ୍ , ମର୍ କାତାକେ କାନ୍ ଡେରି କରି ସୁନା, କାଇକେ ବଇଲେ ମର୍ ତେଇଅନି ଗଟେକ୍ ନିଅମ୍ ଆଇସି ଆରି ମୁଇଁ ଗସ୍ଟିର୍ ଲକ୍ମନର୍ ଉଜଲ୍ କର୍ବାକେ ଆମର୍ ବିଚାର୍ ତିଆର୍ କରା ଜାଇସି । 5 ମର୍ ଦାପ୍ରେ ଆସି ଉଦାର୍ କର୍ବା ଦିନ୍ ଲଗାଲଗି କେଟ୍ଲା, ମୁଇ ଉଦାର୍ କର୍ବାଟା ବାରଇ ଆଚେ ଆରି ମର୍ ଆତ୍ ସବୁ ଗସ୍ଟିର୍ ବିଚାର୍ କର୍ସି; ସମ୍ଦୁରର୍ ମଜାଇ ରାଇଲା ଦେସ୍ମନ୍ ମକେ ଜାଗି ରଇବାଇ ଆରି ମର୍ ଆତେ ଆସା କରି ରଇବାଇ। 6 ତମେ ଆକାସ୍ ବାଦଲ୍ ଉପ୍ରେ ଦେକା ଆରି ତଲେ ରଇବା ବୁଇଁକେ ଦେକା, କାଇକେବଇଲେ ଆକାସ୍ ମଣ୍ଡଲ୍ ଦୁଆଁ ପାରା ଉଡି ଜାଇସି ଆରି ବୁଇଁ ସବୁ ବସ୍ତର୍ ରକାମ୍ ଜିରି ଜାଇସି, ଆରି ତେଇ ବାସା ଅଇଲା ଲକ୍ମନ୍ ମଚି ରକାମ୍ ମରି ଜିବାଇ; ମାତର୍ ମର୍ ମୁକ୍ତି ସବୁଦିନର୍ ପାଇଁ ରଇସି ଆରି ମର୍ ଦରମର୍ ଜୁଗ୍ ନ ସାରେ । 7 ଏ ସୁକଲ୍ ବାଟେ ଇଣ୍ଡ୍ବା ଲକ୍ମନ୍, ତମର୍ ମନ୍ ବିତ୍ରେ ମର୍ ନିଅମ୍ ଆଚେ, ତମେ ମର୍ କାତା ସୁନା; ତମେ ଲକ୍ମନର୍ ଇନ୍ କର୍ବାଟାକେ ଡରାନାଇଁ, ଆରି ସେମନ୍ ନିନ୍ଦାକଲେ କିଲ୍ବିଲ୍ ଉଆ ନାଇଁ । 8 କାଇକେ ବଇଲେ ଅଲ୍ମା କିଡା ସେମନ୍କେ ବସ୍ତର୍ ପାରା କାଇ ପାକାଇସି ଆରି କିଡା ସେମନ୍କେ ଚେଣ୍ଡି ରକାମ୍ କାଇ ପାକାଇସି ମାତର୍ ମର୍ ଦରମ୍ ଜୁଗ୍ ଜୁଗ୍ ସବୁବେଲର୍ ପାଇଁ ରଇସି ଆରି ମର୍ ଉଦାର୍ କର୍ବାଟା ମୁନୁସ୍ ଜାତିର୍ ଉପ୍ରେ ସବୁବେଲେ ରଇସି । 9 ଏ ସବୁବେଲର୍ ମାପ୍ରୁ ଉଟ୍ ଆରି ଜାଗର୍ତା ଉଆ ଆରି ଆମ୍କେ ସାଇଜ କର୍ବାକେ ବପୁ ଅ, ଜେମ୍ନ୍ତାର୍କି ପୁରୁବ୍ କାଲେ, ପାର୍ଚିନ୍ କାଲର୍ ମୁନୁସ୍ ଜାତିର୍ ରିତିନିତି ବେଲେ, ସେ ରକାମ୍ ଜାଗା । ଜେକି ରାଆବ୍କେ ମୁକାମୁକା କରି କାଟ୍ଲା, ପାନି ତେଇ ରଇବା ବଡ୍ ଜନ୍ତୁକେ ଦୁନୁ କାଣ୍ଡ୍ ସଙ୍ଗେ ବିନ୍ଦ୍ଲାଇ, ସେ କାଇ ତମେ ନୁଆସ୍? 10 ଜେ ସମ୍ଦୁର୍କେ,ବେସି ଡେଙ୍ଗ୍ ରଇବା ପାନିକେ ସୁକାଇଲା, ଜେ ମୁକ୍ତି ପାଇଲା ଲକ୍ମନ୍କେ ଲଙ୍ଗ୍ବାକେ ସମ୍ଦୁରର୍ ବେସିଡେଙ୍ଗ୍ ସମ୍ଦୁରେ ବାଟ୍ ତିଆର୍ କଲା, ସେ କାଇ ତମେ ନୁଆସ୍? 11 ଆରି, ସବୁବେଲର୍ ମାପ୍ରୁର୍ ରକିଆ ପାଇବା ଲକ୍ମନ୍ ବାଉଡି ଆଇବାଇ ଆରି ସାର୍ଦା କରି କରି ସିଅନ୍ ତେଇ କେଟ୍ବାଇ; ସବୁବେଲେ ସାର୍ଦା ଆରି ଲାଡ୍ ପାଇବାଇ, ଆରି ଦୁକ୍ କସ୍ଟରେ କାନ୍ଦ୍ବାଟା ସବୁ ଦିନର୍ ପାଇଁ ଦୁର୍ ଅଇଜାଇସି । 12 ଜେ ତମ୍କେ ସାନ୍ତନା ଦେଇସି, ସେ ଅଇଲାନି ମୁଇଁ, ମୁଇଁ ସେ; ମରନ୍ ଲଗେ ଅନି ବଞ୍ଚ୍ଲା ନର୍ ମୁନୁସ୍କେ ଆରି ଜେ ତାକେ ଗାଁସ୍ ରକାମ୍ କର୍ସି, ଏ ରକାମ୍ ନର୍ ଲକ୍କେ ଡରା ନାଇଁ, 13 ଆରି ଆକାସ୍ ମଣ୍ଡଲ୍ ତିଆର୍ କଲା ଆରି ପୁର୍ତିବିର୍ ମୁଲ୍ଦୁଆ ତିଆର୍ କଲା, ତମ୍କେ ତିଆର୍ କଲା ସବୁବେଲର୍ ମାପ୍ରୁକେ ପାସ୍ରି ଆଚାସ୍ ଆରି ଚରାଇ ଆନ୍ଲା ଜିନିସ୍କେ ବିନାସ୍ କର୍ବାକେ ତିଆର୍ ଅଇ ଉଟ୍ବା ବେଲେ ତାର୍ ରିସାର୍ ପାଇଁ ଦିନ୍ ଜାକ ଚୁପ୍ଅଇ ଡର୍ଲାସ୍ନି ଜେ ତମେ, ତମେ କେ? ଆରି, ସେ ତାକର୍ ଉପ୍ରେ ଅନିଆଇ କରି ରଇଲା ରିସା କେନେ? 14 ବନ୍ଦି ରଇବା ଲକ୍ମନ୍ ଦାପ୍ରେ ମୁକଲ୍ ବାଇ; ଆରି, ସେମନ୍ କେବେ ମିସା ନ ମରତ୍, ଆରି ତାର୍ କାଦିର୍ ଅବାବ୍ ନଏଁ । 15 କାଇକେବଇଲେ ଗାଡ୍ ଗରଜ୍ଲା ପାରା ସବୁ ଆଉଲି କର୍ବାକେ ଜେ ସମ୍ଦୁର୍କେ ଉଲ୍କା କଲିନି, ମୁଇ ସେ ସବୁବେଲର୍ ମାପ୍ରୁ; ତାର୍ ନାଉଁ ସବୁର୍ ତେଇଅନି ବଡ୍ ସବୁବେଲର୍ ଆପ୍ରୁ । 16 ଆରି, ଆକାସ୍ ମଣ୍ଡଲ୍ ତିଆର୍ କଲା, ଆରି ପୁର୍ତିବିର୍ କୁନାଦି ତିଆର୍ କର୍ବାଟା ଆରି ତମେ ମର୍ ଲକ୍, ଏଟା ସିଅନ୍କେ କଇବାକେ ଆମେ ତମର୍ ଟଣ୍ଡେ ନିଜର୍ ବାକିଅ ସଙ୍ଗଇ ଆଚି ଆରି ନିଜର୍ ଆତର୍ ଚାଇ ସଙ୍ଗ୍ ତମ୍କେ ରକିଆ କରି ଆଚି ।
17 ଏ ଜିରୁସାଲାମ୍ ଉଟ୍, ଟିଆ ଅ, ତମେ ସବୁବେଲର୍ ମାପ୍ରୁର୍ ଆତେ ଅନି ତାର୍ ଅବିସାପ୍ ପାରା ଡଣ୍ଡ୍ ଚାପାଇ ଅଇ ଆଚାସ୍; ତମେ ନ ଅଇଲା କାତାକେ ବିସ୍ବାସ୍ କରି ବେସି ବଡ୍ ଗିନାଇ କାଇ କରି ସେଟା ସାରାଇ ଆଚୁସ୍ । 18 ସେ ଜନ୍ ପିଲାମନ୍କେ ଜନମ୍ କରିଆଚେ, ସେମନର୍ ବିତ୍ରେ ତାକେ ବାଟ୍ ଦେକାଇବାକେ କେ ନାଇଁ; କି ସେ ଜନ୍ ପିଲାମନ୍କେ ପସ୍ଲା ପାଲ୍ଲା ଆଚେ, ସେ ସବୁ ଲକର୍ ବିତ୍ରେ ତାର୍ ଆତ୍ ଦାରି ନେବାକେ କେ ମିସା ନାଇଁ । 19 ଏ ଦୁଇଟା ବିସଇ ତମର୍ ତେଇ ଗଟି ଆଚେ ତମର୍ ପାଇଁ କେ କାନ୍ଦ୍ବାଇ? ସୁନ୍ସାନ୍ ଆରି ବିନାସ୍, ଆରି ମର୍ଡି ଆରି ଜୁଇଦର୍ ବେଲା ଲଗେ କେଟ୍ଲା ଆଚେ ; ମୁଇ କନ୍ ରକାମ୍ ତମ୍କେ ଉଦାର୍ କର୍ବି? 20 ଜାଲ୍ ତେଇ ଲାଗି ରଇଲା କଟ୍ରା ପାରା ତମର୍ ପିଲାମନ୍ ମୁର୍ଚା ଅଇ ଆଚତ୍, ସେମନ୍ ସବୁଲକ୍ ସଡ୍କ୍ ପାଲି ଅଦ୍ରି ଆଚତ୍; ସେମନ୍ ସବୁବେଲର୍ ମାପ୍ରୁର୍ ରିସାଇ, ତମର୍ ପର୍ମେସରର୍ ସବଦ୍କେ ସୁନି ଡରି ମୁର୍ଚା ଅଇ ଆଚତ୍ । 21 ସେଟାର୍ ପାଇଁ ଏ ଦୁକ୍ରେ ରଇବା ମାଇଜି ଆରି ତୁଇ ଅଙ୍ଗୁର୍ ରସ୍ ନ କାଇ କରି ମାତ୍ ଲୁସ୍ନି, ତୁଇ ଏବେ ଏଟା ସୁନ୍; 22 ତମର୍ ମାପ୍ରୁ, ସବୁବେଲର୍ ମାପ୍ରୁ ଆରି ନିଜର୍ ଲକ୍ମନର୍ ବାଟେ ଅଇବା ତମର୍ ପର୍ମେସର୍ ଏ କାତା କଇଲାନି, ଦେକା, ମୁଇ ନ ମାତି କରି ଡଣ୍ଡ୍ ପାଇବା ଲକ୍, ଅଇଲା କାତାକେ ବିସ୍ବାସ୍ କରି କାଇଲା ଗିନା, ଆରି, ଆମର୍ ରିସା ରକାମର୍ ବଡ୍ଟା ଗିନା ତମର୍ ଆତେଅନି ବେଟି ନେଲିଆଚି; ତମେ ଆରି ସେଟା କାଆ ନାଇଁ; 23 ଆରି, ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନର୍ ଆତେ ଆମେ ସେଟା ଦେଉଁ; ସେମନ୍ ତମର୍ ଜିବନ୍କେ କଇ ଆଚତ୍, ଆଉ, ମୁଇ ତମର୍ ଉପର୍ ବାଟେ ଇଣ୍ଡି ଜିବୁ, ଆରି, ତମେ ବୁଇଁ ଆରି ସଡକ୍ ରକାମ୍ ଇଣ୍ଡ୍ବା ଲକ୍ମନ୍ର୍ ପାଇଁ ନିଜର୍ ପିଟି ଦେକାଇ ଦେଇ ଆଚାସ୍