ବାବିଲ୍ ଦେସର୍ କବର୍ ଦେଉ
1 ସେ ବେଲାଇ ବଲ୍ଦନର୍ ପିଲା ବାବିଲର୍ ରାଜା ମର୍ଦକ୍ ବଲ୍ଦନ୍ ଇଜକିଅ ଜର୍ ଅଇଲାଟା ସୁନିକରି,ସେ ଗଟେକ୍ ଚିଟି ଆରି ଜିନିସ୍ ପାଟାଇଲା; କାଇକେ ବଇଲେ ତାର୍ ରଗ୍ ଅଇ ରଇଲାଟା ନିମାନ୍ ଅଇଲା କବର୍ ସେ ସୁନି ରଇଲା । 2 ତାର୍ପଚେ ଇଜକିଅ ସାର୍ଦା ଅଇକରି ସେ ଆସି ରଇଲା ଲକ୍ମନ୍କେ ବେସି ସାମାନ୍ପତର୍ ରଇଲା ଗର୍, ରୁପା, ସୁନା ଆରି ବାସ୍ନା ଚିକନ୍ ଆରି ବେସି ଦାମ୍ ରଇଲା ଚିକନ୍ ଆରି ତାର୍ ଜୁଇଦ୍ ଜିନିସ୍ ସଙ୍ଗଇଲା ଗର୍ ଆରି ବଣ୍ଡାର୍ ଗର୍ ଦେକାଇଲା; ଇଜକିଅ ସେମନ୍ ଜାଇଟା ଦେକାଏ ନାଇ, ଏନ୍ତାରି କାଇ ଜିନିସ୍ କି ଗର୍ ତାର୍ ରାଇଜ୍ ତେଇ ନ ରଇଲା । 3 ସେଡ୍କିବେଲେ ଜିସାଇଅ ଇଜକିଅ ରାଜାର୍ ଲଗେ ଆସି କଇଲା, ଏ ଲକ୍ମନ୍ କାଇଟା ବଲିକରି କଇଲାଇ? ସେମନ୍ କନ୍ତେ ଅନି ତର୍ ଲଗେ ଆସି ରଇଲାଇ? ସେଡ୍କିବେଲେ ଇଜକିଅ କଇଲା, ସେମନ୍ ବାବିଲ୍ ଦେସେ ଅନି ଆସି ରଇଲାଇ । 4 ସେଡ୍କିବେଲେ ଜିସାଇଅ ପାଚାର୍ଲା, ସେମନ୍ ତର୍ ଗରେ କାଇ କାଇଟା ଦେକ୍ଲାଇ? ଇଜକିଅ କଇଲା, ମର୍ ଗରେ ଆରି ମର୍ ଦେସେ ଜାଇ ଜାଇଟା ଆଚେ, ସେଟା ସର୍ତେ ମୁଇ ସେମନ୍କେ ଦେକାଇଲି, ଏନ୍ତି କାଇ ଜିନିସ୍ ମର୍ ଲଗେ ନାଇ ମୁଇ ସେମନ୍କେ ନ ଦେକାଇଲାଟା । 5 ସେଡ୍କିବେଲେ ଜିସାଇଅ ଇଜକିଅକେ କଇଲା, ଏବେ ସବୁର୍ ତେଇଅନି ବପୁ ରଇଲା ସବୁବେଲର୍ ମାପ୍ରୁର୍ ବାକିଅ ସୁନା । 6 ଦେକ୍, ତର୍ ଗରେ ରଇଲାଟା ଆରି ତର୍ ଆନି ଦାଦିମନ୍ ଜାଇ ଜାଇ ଜିନିସ୍ ଅର୍ଜି କରି ସଙ୍ଗ୍ଇ ରଇଲାଇ ସେଟା ଏବେ ବାବିଲ୍ ଦେସେ ନେବା ବେଲା ଆଇଲାନି; ସବୁବେଲର୍ ମାପ୍ରୁ କଇଲାନି କାଇଟା ମିସା ନ ଚାଡେ । 7 ଆରି, ତର୍ ପିଲାମନର୍ ବିତ୍ରେ ଅନି କି ତର୍ ବନି ଲାଗିକରି ଜେତେକ୍ ଜନମ୍ ଅଇବାଇ, ସେମନ୍କେ ସର୍ତେ ଲକ୍କେ ଦାରି ଜିବାଇ ଆରି ସେମନ୍ ବାବିଲ୍ ରାଜାର୍ ମେଡ୍ ଗରେ ବେଜୁ ଅଇକରି ରଇବାଇ । 8 ସେଡ୍କିବେଲେ ଇଜକିଅ ଜିସାଇଅକେ କଇଲା, ତୁଇ ସବୁବେଲର୍ ମାପ୍ରୁର୍ ଜନ୍ ବାକିଅ କଇ ଆଚୁସ୍, ସେଟା ନିକ । ସେ ଆରି ତରେକ୍ କଇଲା, କାଇକେବଇଲେ ମୁଇ ରଇବା ବେଲାଇ ସାନ୍ତି ଆରି ସତ୍ ରାଇଜ୍ ଆଇସି ।