1 ସିଅନର୍ ଦରମ୍ ଉଜଲ୍ ପାରା ଆରି ତାର୍ ଉଦାର୍ ପାଇବା ବତିର୍ ନିଆଇ ନ ଡିସେ, ସେ ଜାକ ଆମେ ତାର୍ ପାଇଁ ଚୁପ୍ ଚାପ୍ ନ ଅଇ ରଇ, ଆରି ଜିରୁସାଲମର୍ ପାଇଁ ସୁସ୍ତା ନ କରି । 2 ଆରି ବିନ୍ ଦେସର୍ ଲକ୍ମନ୍ ତର୍ ଦରମ୍ ଆରି ସବୁ ରାଜାମନ୍ ତର୍ ମଇଁମା ଦେକ୍ବାଇ; ଆରି, ତୁଇ ସବୁବେଲର୍ ମାପ୍ରୁର୍ ଟଣ୍ଡେଅନି ଗଟେକ୍ ନୁଆଁ ନାଉଁ ସଙ୍ଗେ ଡାକ୍ପୁଟା ଅଇସୁ । 3 ଆରି, ତମେ ସବୁବେଲର୍ ମାପ୍ରୁର୍ ଆତେ ଗଟେକ୍ ମୁକୁଟ୍ ପାରା ଆରି ତର୍ ପର୍ମେସରର୍ ଲଗେ ଗଟେକ୍ ରାଜାର୍ ମୁକୁଟ୍ ପାରା ଅଇସା । 4 ତୁଇ ଚାଡି ଦିଆ ଜାଇ ରଇବା ଲକ୍ ବଲି ଆରି ଡାକି ନ ଅଉସ୍, କି ତର୍ ଦେସ୍ ଟୁରିଦେସ୍ ବଲି ଆରି ଡାକି ନ ଅଏ; ମାତର୍ ତୁଇ ଇପ୍ସିବା ତମର୍ ଲଗେ ସନ୍ତସ୍ ଆରି ତର୍ ଦେସ୍ ବିୟଲା ବିବାଅଇ ଆଚାସ୍ ବଲିକରି ତମର୍ ନାଉଁରେ ଉଡ୍ରା ଅଇସି; କାଇକେ ବଇଲେ ସବୁବେଲର୍ ମାପ୍ରୁ ତମର୍ ଲଗେ ସାର୍ଦା ଅଇସି ଆରି ତର୍ ଦେସ୍ ବିବା ଅଇଲାଟା ଅଇସି । 5 ଦାଙ୍ଗ୍ଡା ଲକ୍ ଜେନ୍ତିକି ଡିଣ୍ଡା ଟକିକେ ବିବା ଅଇସି; ସେ ରକାମ୍ ତମର୍ ପିଲାମନ୍ ତକେ ବିବା କର୍ବାଇ; ଆରି, କନିଆ ଦାଙ୍ଗ୍ଡା ଜେନ୍ତିକି କନିଆ ଦାଙ୍ଗ୍ଡିକେ ସାର୍ଦା କର୍ସି, ସେ ରକାମ୍ ତମର୍ ପର୍ମେସର୍ ତମ୍କେ ସାର୍ଦା କର୍ସି । 6 ଏ ଜିରୁସାଲମ୍, ମୁଇଁ ତମର୍ ପାଚୁରି ଉପ୍ରେ ଜାଗୁଆଲ୍ମନ୍କେ ବାଚି ଆଚି ; ସେମନ୍ ଦିନ୍ ରାତି ଚୁପ୍ ଅଇ ନ ରଅତ୍ । 7 ଏ ସବୁବେଲର୍ ମାପ୍ରୁକେ ଏତାଇବା ଲକ୍ମନ୍, ସେଜାକ ଜିରୁସାଲମ୍କେ ତିଆର୍ ନ କରତ୍ ଆରି ପୁର୍ତିବି ବିତ୍ରେ ତାକେ ମଇମା ନ କରତ୍, ସେଡ୍କକିବେଲ୍ ଜାକ ତମେ ପୁଣ୍ଡାଆ ନାଇଁ, କି ତାକେ ପୁଣ୍ଡ୍ବାକେ ମିସା ଦିଆସ୍ ନାଇଁ । 8 ସବୁବେଲର୍ ମାପ୍ରୁ ତାର୍ ଉଜାଆତ୍ ଆରି ବପୁ ଆତ୍ ସଙ୍ଗେ ପର୍ମାନ୍ କଲା ଆଚେ, ଜେନ୍ତି ମିସା ମୁଇଁ ତର୍ ତାସ୍ ତର୍ ସତ୍ରୁମନର୍ କାଦି କାଇବାକେ ନ ଦେଇ ଜାଇଟାର୍ ପାଇଁ ତୁଇ କସ୍ଟ କରି ଆଚୁସ୍, ତର୍ ସେ ଅଙ୍ଗୁର୍ ରସ୍ ବିନ୍ ଦେସର୍ ଲକ୍ ଆରି ନ କାଅତ୍ । 9 ମାତର୍ ଜନ୍ ଲକ୍ମନ୍ ସେଟା ଜମାଇ ଆଚତ୍, ସେମନ୍ ସେଟା କାଇକରି ସବୁବେଲର୍ ମାପ୍ରୁର୍ ମଇମା କର୍ବାଇ ଆରି ଜନ୍ ଲକ୍ମନ୍ ସେଟା ଜମାଇ ଆଚତ୍, ସେମନ୍ ମର୍ ସୁକଲ୍ ଜାଗାର୍ ମଜା ଦୁଆରେ ସେଟା କାଇବାଇ । 10 ତମେ ଜାଆ, ନଗର୍ ଦୁଆର୍ ବାଟେ ଜାଆ; ଲକ୍ମନର୍ ପାଇଁ ବାଟ୍ ତିଆର୍ କରା, ଉଚ୍ କରା ରାସ୍ତା ବଡ୍ କରା; ପାକ୍ନା ମନ୍ ସବୁ ବେଟି କରି ଜମାଆ; କୁଟୁମର୍ ସବୁ ଲକର୍ ପାଇଁ ଗଟେକ୍ ଚିରାଲ୍ ଟେକା । 11 ଦେକା ସବୁବେଲର୍ ମାପ୍ରୁ ପୁର୍ତିବି ସାରା ଏଟା ଜାନାଇଲା ଆଚେ, ତୁମେ ସିଅନର୍ ଲକ୍ମନ୍କେ କୁଆ, ଦେକା, ତମର୍ ଉଦାର୍ ପାଇବା ବେଲା ଆଇଲାନି, ଦେକ୍, ତାର୍ ଇନାମ୍ ତାର୍ ଲଗେ ଆଚେ ଆରି ତାର୍ କଲା କାମର୍ ବୁତି ମିସା ଦେବାକେ ତାର୍ ଲଗେ ଆଚେ । 12 ଆରି, ଲକ୍ମନ୍ ସେମନ୍କେ ସୁକଲ୍ ଲକ୍ ବଲି ଡାକ୍ବାଇ, ଆରି ସବୁବେଲର୍ ମାପ୍ରୁକେ ଉଦାର୍ କାରିଆ ବଲି ଡାକ୍ବାଇ; ଆରି, ତମେ ସବୁବେଲର୍ ମାପ୍ରୁର୍ ଆଲାଦର୍ ଲକ୍, ନ ଚାଡ୍ଲା ନଅଁର୍ ବଲି ଡାକ୍ପୁଟା ଅଇସି ।
Publicidade
Publicidade