1 ଜନ୍ ଲକ୍ମନ୍ ମର୍ ବିସଇରେ ନ ପାଚାର୍ଲାଇ,ସେମନ୍କେ କଜ୍ଲିନି; ଜନ୍ଲକ୍ ମନ୍ ମକେ ନ କଜ୍ଲାଇ, ସେମନ୍ ମକେ ପାଇଲାଇନି ଜନ୍ ବିଦେସି ଲକ୍ମନ୍ ମର୍ ନାଉଁକେ ନାଜାନି ରଇଲାଇ, ସେମନ୍କେ, ମକେ ଦେକା, ମକେ ଦେକା ବଲି ମୁଇଁ କଇଲି । 2 ଜନ୍ ଲକ୍ମନ୍ ନିଜର୍ ନିଜର୍ ମନ ଅନୁସାରେ କାରାପ୍ ବାଟେ ଇଣ୍ଡ୍ବାଇ, ଏରକାମ୍ କରାପ୍ ଲକ୍ମନର୍ ପାଇଁ ମୁଇଁ ଦିନ୍ଜାକ ମର୍ ଆତ୍କେ ଲାମାଇ ଆଚି; 3 ସେ ଲକ୍ମନ୍ ଉଦିଆନ୍ ବାଡେ ବଲିଦାନ୍ ଦେଇକରି ଆରି କେତେଟା ଇଟା ଉପ୍ରେ ଦୁପ୍ନି ପଡାଇ ମର୍ ମୁଆଟେ ସବୁବେଲେ ମକେ ରିସା କରାଇ ଲାଇନି; 4 ସେମନ୍ କବର୍ ଦେବା ଜାଗାଇ ବସ୍ବାଇ ଆରି ଚିମ୍ରା ଜାଗାଇ ବସ୍ବାଇ; ସେମନ୍ ଗୁସ୍ରି ମାଉଁସ୍ କାଇବାଇ ଆରି ସେମନର୍ ଆଣ୍ଡି ଲଗେ ଗିନ୍ କର୍ବା ମାଉଁସର୍ ଜଲ୍ ରଇସି; 5 ଆରି ସେମନ୍ ବିନ୍ ଲକ୍ମନ୍କେ କଇବାଇ, ନିଜର୍ ଜାଗାଇ ଟିଆ ଉଆ, ଆମର୍ ଲଗେ ଆସା ନାଇଁ, କାଇକେ ବଇଲେ ଆମେ ତର୍ ଲଗେଅନି ମିସା ବେସି ସୁକଲ୍; ଏମନ୍ ମର୍ ନାକ୍ବାଟେ ଦୁଆଁ ବାରଇଲା ପାରା ଆରି ଦିନ୍ ସାରା ଲାଗ୍ତେ ରଇବା ଜଇ ପାରା । 6 ଦେକା, ମର୍ ମୁଆଟେ ଏଟା ଲେକା ଅଇ ଆଚେ ମୁଇଁ ଚୁପ୍ ଅଇ ନ ରଇ, ମାତର୍ ଡଣ୍ଡ୍ ଦେବି ଉଁ, ମୁଇଁ ସେମନର୍ କଲାକାମର୍ ବାଦୁଲେ ବାଉଡାଇବି, 7 ସବୁବେଲର୍ ମାପ୍ରୁ କଇଲାନି, ଡଙ୍ଗର୍ ଉପ୍ରେ ଦୁପ୍ନି ପଡାଇ ଆଚାସ୍ ଆରି ବଡ୍ ଡଙ୍ଗର୍ ଉପ୍ରେ ମକେ ନିନ୍ଦା କରି ଆଚାସ୍, ଆମେ ତମର୍ କାରାପ୍ କାମ୍ ଆରି ତମର୍ ଆନିଦାଦିମନର୍ ସବୁ ପାପର୍ ଡଣ୍ଡ୍ ମୁଇଁ ଗଟେକ୍ ତର୍ ଦେବି; ଏଟାର୍ପାଇଁ ମୁଇଁ ପର୍ତୁମେ ସେମନର୍ କଲା କାମର୍ ଇସାବେ ନାପି କରି ସେମନର୍ ପିଲାମନ୍କେ ଦେବି । 8 ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଅଙ୍ଗୁର୍ ଜୁପା ଲଗେ ଜେନ୍ତିକି ନୁଆ ଅଙ୍ଗୁର୍ ରସ୍ ମିଲ୍ସି ଆରି ଲକ୍ ମନ୍ କଇବାଇ, ଏଟାକେ କାରାପ୍ କରାନାଇଁ, କାଇକେ ବଇଲେ ଇତି ଆସିର୍ବାଦ୍ ଆଚେ; ସେ ରକାମ୍ ମୁଇଁ ମର୍ ଦାସ୍ ମନର୍ ପାଇଁ କର୍ବି, ମୁଇଁ ସବୁଲକ୍କେ କୁରୁପ୍ନାସ୍ ନ କରି । 9 ଆରି, ମୁଇଁ ଜାକୁବର୍ ଲଗେ ଅନି ଗଟେକ୍ ବଁସ୍ ଆରି ଜିଉଦାଇ ଅନି ମର୍ ଡଙ୍ଗର୍ମନର୍ ଲଗେ ଅନି ଗଟେକ୍ ମୁକିଆକେ ତିଆର୍ କର୍ବି ଆରି ମୁଇ ବାଚି ରଇବା ଲକ୍ମନ୍ ସେଟା ଅଦିକାର୍ କର୍ବାଇ ଆରି ମର୍ ଦାସ୍ମନ୍ ତେଇ ବାସା କର୍ବାଇ । 10 ଆରି, ଜନ୍ ଲକ୍ମନ୍ ମକେ କଜ୍ଲାଇ ଆଚତ୍, ସେମନର୍ ପାଇଁ ସାରନ ନାଉଁର୍ ଜାଗାଇ ଗଟେକ୍ ମେଣ୍ଡା କୁଡିଆ ଆରି ଆକର୍ ନାଉଁର୍ ଡଙ୍ଗର୍ ଅଇଲାନି ଗରୁଗାଇ ସଇବା ଜାଗା । 11 ମାତର୍ ସବୁବେଲର୍ ମାପ୍ରୁକେ ଚାଡି ଦେଲାସ୍ନି, ମର୍ ସୁକଲ୍ ଡଙ୍ଗର୍କେ ପାସ୍ରି ଦେଲାସ୍ନି, ଗାଦ୍ ନାଉଁର୍ ବାଗିଅ ଦେବ୍ତା ଇସାବ୍ରେ ଟେବୁଲ୍ ସଜସାଜ କଲାସ୍ନି ଆରି ନିଜେ ତିଆର୍ କରି ରଇବା ମେନି ନାଉଁର୍ ଦେବ୍ତାର୍ ପାଇଁ ବଲି କରି ମିସି ରଇବା ଅଙ୍ଗୁର୍ ରସ୍ ପୁରୁନ୍ କଲାସ୍ନି , 12 ତମ୍କେ ମୁଇଁ କାଣ୍ଡା ସଙ୍ଗ୍ ପୁଜ୍ବାକେ ତିଆର୍ କର୍ବି ଆରି ତମେ ସବୁଲକ୍ ପୁଜ୍ବା ଜାଗାଇ ମୁଣ୍ଡ୍କେ ଆଉଜାଇସା; କାଇକେ ବଇଲେ ମୁଇଁ ଡାକ୍ଲା ବେଲେ ତମେ ଉତର୍ ଦିଆସ୍ ନାଇ, ମୁଇଁ କାତା କଇଲାବେଲେ ତମେ ସୁନାସ୍ ନାଇ; ମାତର୍ ମର୍ ଆକିକେ ଜାଇଟା କାରାପ୍ ସେଟା ତମେ କଲାସ୍ ଆରି ଜନ୍ଟାକେ ମୁଇଁ ମନ୍ କରିନାଇ, ସେଟାକେ ତମେ ମନ୍ କଲାସ୍ । 13 ସେଟାର୍ ପାଇଁ ସବୁବେଲର୍ ମାପ୍ରୁ ଏକାତା କଇଲାନି, ଦେକା, ମର୍ ଦାଙ୍ଗ୍ଡାମନ୍ କାଇବାଇ, ମାତର୍ ତୁମେ କାଇ ବୁକ୍ ଅଇସା; ଦେକା, ମର୍ ଦାଙ୍ଗ୍ଡାମନ୍ ପାନି କାଇବାଇ, ମାତର୍ ତମ୍କେ ସସ୍ କର୍ସି; ଦେକା, ମର୍ ଦାଙ୍ଗ୍ଡାମନ୍ ସାର୍ଦା ଅଇବାଇ, ମାତର୍ ତମେ ଲାଜ୍ ଅଇସା; 14 ଦେକା, ମର୍ ଦାଙ୍ଗ୍ଡା ମନ୍ ସୁକର୍ ପାଇଁ ଗିତ୍ ଗାଇବାଇ, ମାତର୍ ତମେ ଦୁକର୍ ପାଇଁ କାନ୍ଦ୍ସା ଆରି ଆତ୍ମାକେ ବାୟାବିକଲ୍ କରି ଆକ୍ ମାର୍ସା । 15 ଆରି, ତମେ ମୁଇ ବାଚି ରଇଲା ଲକ୍ମନର୍ ଲଗେ ତମର୍ ନାଉଁ ବିସ୍ବାସ୍ ନ କଲା ପାରା ସଙ୍ଗଇ ଅଇ ରଇସା ଆରି ମାପ୍ରୁ, ସବୁବେଲର୍ ମାପ୍ରୁ ତମ୍କେ ମରାଇସି; ଆରି, ସେ ତାର୍ ଦାଙ୍ଗ୍ଡାମନ୍କେ ବିନ୍ ନାଉଁ ଦେଇସି; 16 ତାର୍ପଚେ ଜନ୍ଲକ୍ ପୁର୍ତିବି ତେଇ ନିଜ୍କେ ଆସିର୍ବାଦ୍ କର୍ସି, ସେ ସତ୍ ପର୍ମେସରର୍ ଲଗେ ଅନି ନିଜ୍କେ ଆସିର୍ବାଦ୍ କର୍ସି ଆରି ଜନ୍ ଲକ୍ ପୁର୍ତି ଲଗେ ସପତ୍ କର୍ସି, ସେ ସତ୍ ପର୍ମେସରର୍ ସଙ୍ଗେ ସପତ୍ କର୍ସି; କାଇକେ ବଇଲେ ପୁର୍ବର୍ ଦୁକ୍ ସବୁ ପାସ୍ରି ଆଚେ ଆରି ସେଟା ସବୁ ମର୍ ଆଁକି ଲଗେ ଅନି ଲୁଚ୍ଲା ଆଚେ ।
17 କାଇକେ ବଇଲେ ଦେକା, ମୁଇଁ ନୁଆ ଆକାସ୍ ମଣ୍ଡଲ୍ ଆରି ନୁଆଁ ପୁର୍ତିବିକେ ତିଆର୍ କର୍ବି ଆରି ପୁରୁବ୍ କାଲର୍ ବିସଇ ସବୁ ଏତାଇ ନ ଅଏ; କି ମନେ ଏତ୍ ନ ଆସେ । 18 ମାତର୍ ଜାଇଟା ମୁଇଁ ତିଆର୍ କର୍ବି, ତମେ ସବୁବେଲେ ସାଇସାର୍ଦା ଅଇକରି ସାର୍ଦା ଉଆ; କାଇକେ ବଇଲେ ଦେକା, ମୁଇଁ ଜିରୁସାଲମ୍କେ ସାର୍ଦା ପାରା ଆରି ତେଇର୍ ଲକ୍ମନ୍କେ ସାର୍ଦାର୍ ଲକ୍ ପାରା କରି ତିଆର୍ କର୍ବି । 19 ଆରି, ମୁଇଁ ଜିରୁସାଲାମେ ସାର୍ଦା କର୍ବି ଆରି ମର୍ ଲକ୍ମନର୍ ସାର୍ଦା କର୍ବି; ଆରି, ତେଇ ମାରିଚପି ଅଇ କାନ୍ଦ୍ବା ସବଦ୍, କି କାନ୍ଦ୍ବା ସବଦ୍ ମିସା ସୁନା ନ ଜାଏ । 20 ସେ ବେଲେ ଅନି ସେ ଜାଗାଇ ଉନା ବଁଅଇସର୍ ପିଲାଟକି କି ପୁରା ଡକ୍ରା ଲକ୍ ଆରି ନ ରଅତ୍; କାଇକେ ବଇଲେ ପିଲା ସଏ ବରସ୍ ଅଇଲେ ମର୍ସି ଆରି ପାପି ସଏ ବରସ୍ ବଇସ୍ ଅଇ ଅବିସାପ୍ ପାଇସି । 21 ଆରି, ଲକ୍ମନ୍ ଗର୍ ତିଆର୍ କରି ତେଇ ବାସା ଅଇବାଇ ଆରି ସେମନ୍ ଅଙ୍ଗୁର୍ ବାଡ୍ ତିଆର୍ କରି ତେଇର୍ ପଲ୍ କାଇବାଇ । 22 ସେମନ୍ ତିଆର୍ କଲାତେଇ, ଅଲ୍ଗା ଲକ୍ କେ, ବାସା ନ ଅଅତ୍; ସେମନ୍ ରପ୍ଲେ, ଅଲ୍ଗା ଲକ୍ମନ୍ କେ ମିସା ନ କାଅତ୍; କାଇକେ ବଇଲେ ମର୍ ଲକ୍ମନର୍ ଆଇସ୍ ଗଚର୍ ଆୟୁସ୍ ପାରା ଅଇସି ଆରି ମର୍ ବାଚି ରଇଲା ଲକ୍ମନ୍ ସବୁ ଦିନର୍ ପାଇଁ ନିଜେ କାମ୍ କଲା ପଲ୍ ବାଇବାଇ । 23 ସେମନ୍ ବେକାର୍ କାମ୍ ନ କରତ୍, କି ବିପଦର୍ ପାଇଁ ଜନମ୍ ନ କରତ୍; କାଇକେ ବଇଲେ ସେମନ୍ ଆରି ସେମନର୍ ସଙ୍ଗ୍ ପିଲାମନ୍, ସବୁବେଲର୍ ମାପ୍ରୁର୍ ଆସିର୍ବାଦର୍ ବଁସ୍ ଅଇବାଇ । 24 ଆରି, ଏଟା ଗଟ୍ସି ଜେ, ସେମନ୍ ଡାକ୍ବା ଆଗେ ମୁଇଁ ଉତର୍ ଦେବି ଆରି ସେମନ୍ କାତା କଉଁ କଉଁ ମୁଇ ସୁନ୍ବି । 25 ଗଦଡୁର୍କା ଆରି ମେଣ୍ଡା ପିଲା ମନ୍ ମିସ୍ତେ ଚାର୍ବାଇ;ସିଅଁ ଗରୁ ପାରା ଗାଁସ୍ କାଇସି; ଆରି ଦୁଲି ସାଁପ୍ କାଇସି । ସେମନ୍ ମର୍ ସୁକଲ୍ ପର୍ବତର୍ ଜନ୍ ଜାଗାଇ ମିସା ରିସା କରି ବିନାସ୍ ନ କରତ୍, ସବୁବେଲର୍ ମାପ୍ରୁ ଏ କାତା କଇଲାନି ।