Publicidade

Isaías 26

ଦନିଅବାଦର୍ ଗିତ୍‌

1 ଗଟେକ୍ ଦିନ୍ ଆଇସି ଜେଡେବେଲେ ଲକ୍‌ମନ୍‌ ଜିଉଦା ଦେସେ ଗଟେକ୍ ଗିତ୍ ଗାଇବାଇ, ଆମର୍ ବପୁରଇବା ନଅଁର୍ ଆଚେ! ମାପ୍‌ରୁ ନିଜେ ତେଇର୍ ପାଚୁରିକେ ଆରି ମୁଣ୍ଡାକେ ଉଦାର୍‌ କର୍‌ସି । 2 ସତ୍‌କେ ପାଲନ୍ କର୍‌ବା ଦରମ୍ କୁଟୁମ୍ ଜେନ୍‌ତିକି ପୁରି ପାର୍‌ବାଇ , ସେଟାର୍ ପାଇଁ ତମେ ନଅଁରର୍ କାପାଟ୍‌ମନ୍ ସବୁ ମେଲା କରି ଦିଆସ୍‌ । 3 ଏ ମାପ୍‌ରୁ ଜାର୍‌ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍‌ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍‌କେ ଆସା କରି ଆଚେ । 4 ତମେ ସବୁବେଲେ ସବୁବେଲର୍ ମାପ୍‌ରୁର୍ ଲଗେ ଆସା ରକା; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଆମ୍‌କେ ସବୁବେଲେ ରକିଆ କର୍‌ବାକେ ବଡ୍ ରାଙ୍ଗ୍‌ନି ପାକ୍‌ନା ଆଚେ। 5 ଜନ୍ ଲକ୍‌ମନ୍ ଗରବ୍ କର୍‌ତେ ରଇଲାଇ ସେମନ୍‌କେ ଦରମ୍ କଲାଆଚେ । ସେ ବାସା କରି ରଇବା ବପୁ ନଅଁର୍‌କେ କୁରୁପ୍‌ନାସ୍ କଲା ଆଚେ ଆରି ସେଟାକେ ମାଟି ତେଇ ମିସାଇ ଦେଲାଆଚେ । 6 ଜନ୍‌ ଲକ୍‌ମନ୍ ତେରେପେତେ ଅଇତେ ରଇଲାଇ, ସେମନ୍ ଏବେ ଉପ୍‌ରେ ଇଣ୍ଡ୍ ବାଇ ଆରି ତାକେ ପାଦ୍‌ ସଙ୍ଗେ ମାଣ୍ଡି ପାକାଇବାଇ । 7 ଦରମ୍‌ ଲକ୍‌ମନର୍ ବାଟ୍ ସିଦା; କଇବାକେ ଗାଲେ, ତମେ ଦରମର୍‌ ବାଟ୍ ଦେକାଇଲାସ୍‌ନି । 8 ଏ ସବୁବେଲର୍ ମାପ୍‌ରୁ ଆମେ ତମର୍ ଇସାବ୍‌ରେ ଚାଲ୍‌ବୁ ଆରି ତକେ ଆକା ଆସା କରି ରଇବୁ; ତୁଇ କାଇଟା ବଲି କରି କଇଲୁସ୍‌ନି । 9 ରାତିର୍ ବେଲେ ମୁଇଁ ମର୍ ଜିବନ୍ ପରାନ୍ ଦେଇକରି ତକେ ଏତାଇଲିନି; ଜେଡେବେଲେ ତୁଇ ପୁର୍‌ତିବିକେ ଆରି ତାର୍ ଲକ୍‌ମନର୍ ବିଚାର୍‌ନା କର୍‌ସି, ସେଡ୍‌କି ବେଲେ ସେ ସବୁଲକ୍‌ମନ୍ ଜାନ୍‌ବାଇଜେ ଦରମର୍ ସିକିଆ ବଇଲେ କାଇଟା । 10 କରାପ୍ ଲକ୍‌ମନ୍‌କେ ଦୟା କଲେ ମିସା ସେ ଦରମ୍‌ କାଇଟା ବଲିକରି ନାଜାନତ୍‌ ଦରମ୍‌ ଦେସେ ଗାଲେ ମିସା ସେ କରାପ୍‌ କାମ୍ କର୍‌ବାଇ ଆରି ସବୁବେଲର୍ ମାପ୍‌ରୁର୍ ମଇମାକେ ଚିନି ନାଜାନତ୍ । 11 ଏ ସବୁବେଲର୍ ମାପ୍‌ରୁ, ତର୍ ଆତ୍ ଉଟାଇ ଆଚୁସ୍, ଅଇଲେ ମିସା ସେମନ୍ ଦେକି ନାପାର୍‌ଲାଇନି, ମାତର୍ ଲକ୍‌ମନର୍ ଲଗେ ତର୍ ଆଲାଦ୍ ଦେକି ସେମନ୍ ଲାଜ୍ ଅଇ ଜିବାଇ; ଉଁ, ଜଇ ତର୍ ବିରୁଦି ଲକ୍‌ମନ୍‌କେ ପଡାଇ ଦେଇସି । 12 ଏ ସବୁବେଲର୍ ମାପ୍‌ରୁ , ତୁଇ ସେମନର୍ ପାଇଁ ସାନ୍ତି ତିଆର୍ କର୍‌ସୁ ; କାଇକେ ବଇଲେ ତୁଇ ଆମର୍‌ ପାଇଁ ବଲିକରି ଆମେ ଜାଇଟା ମନ୍‌ କଲୁନି ସେ କାମ୍ ପୁରା କରି ଆଚୁସ୍‌ । 13 ଏ ସବୁବେଲର୍ ମାପ୍‌ରୁ , ଆମର୍ ପର୍‌ମେସର୍ , ତକେ ଚାଡି ଦେଲେ ଆମ୍‌କେ ଅଲ୍‌ଗା ମାପ୍‌ରୁମନ୍ ସାସନ୍ କର୍‌ତେ ରଇଲାଇ, ମାତର୍ ଅବ୍‌କା ତର୍ ନାଉଁକେ ସେ ଆମେ ଉପାସନା କର୍‌ବୁ । 14 ସେମନ୍ ମରି ଗାଲାଇ ଆଚତ୍, ସେମନ୍ ଆରି ନ ଜିଅତ୍‌; ସେମନ୍ ମରି ଗାଲାଇ ଆଚତ୍ , ସେମନ୍ ଆରି ନ ଉଟତ୍‌ ନି ; ସେଟାର୍‌ପାଇଁ ତୁଇ ସେମନର୍ କଲାକାମର୍ ସାସ୍‌ତି ଦେଇକରି ସେମନ୍‌କେ ନସ୍‌ଟ କରି ଆଚୁସ୍‌ ଆରି ସେମନ୍‌ ମନେ ଏତାଇ ନାପାରତ୍‌ । 15 ଏ ସବୁବେଲର୍ ମାପ୍‌ରୁ , ତୁଇ ଏ ଦେସର୍ ଲକ୍‌ମନ୍‌କେ ବଡ୍ କରି ଆଚୁସ୍‌, ଏ ଦେସର୍ ଲକ୍‌ମନ୍‌କେ ବଡ୍ କରି ଆଚୁସ୍; ତୁଇ ମଇଁମା ପାଇ ଆଚୁସ୍ ଆରି ଚାରି ବେଟ୍‌ତିର୍‌ ସନ୍ଦିକେ ବଡାଇ ଆଚୁସ୍, ଆରି ସେଟା ତକେ ସନ୍‌ମାନ୍ ଦେଲାନି । 16 ଏ ସବୁବେଲର୍ ମାପ୍‌ରୁ ତର୍ ଲକ୍‌ମନ୍‌କେ ଡଣ୍ଡ୍ ଦେଲୁସ୍‌ ଆରି ଦୁକ୍‌ ସେମନ୍‌କେ ରଇଲାବେଲେ ତକେ ସାନ୍‌ତି ବାବ୍‌ରେ ପାର୍‌ତନା କଲାଇ । 17 ଜେନ୍‌ତିକି ଗଟେକ୍ ମାଇଜି ପିଲା ଜନମ୍ କର୍‌ବାବେଲେ ବେସି ଦୁକ୍‌ସି, ସେରକାମ୍ ଏ ସବୁବେଲର୍ ମାପ୍‌ରୁ ଆମେ ତର୍ ଇସାବ୍‌ରେ ଆଚୁ। 18 ଆମେ କସ୍‌ଟ ଆରି କସ୍‌ଟକେ ପାଇଲୁଆଚୁ, ମାତର୍ ଆମେ କାଇଟା ମିସା ଜାତ୍‌ କରି ନ ରଇଲୁ । ଆମେ ଦେସ୍‌ ଉଦାର୍ ପାଇବାକେ ସାଦନ୍ କରୁ ନାଇଁ; ଆମେ କାଇଟା ମିସା କରୁ ନାଇଁ । 19 ଜନ୍‌ ଲକ୍‌ମନ୍ ମଲାଇ ଆଚତ୍ ସେମନ୍ ଆର୍‌ତରେକ୍ ଜିବନ୍ ଅଇକରି ଉଟ୍‌ବାଇ! ସେ ଲକ୍‌ମନର୍ ମଲା ଗାଗଡ୍ ଆର୍‌ତରେକ୍ ଜିବନ୍ ଅଇକରି ଉଟ୍‌ସି । ଜନ୍ ଲକ୍‌ମନ୍ ମରିକରି କବର୍ ତେଇ ଡୁଲି ଆଚତ୍ , ସେମନ୍ ଉଟିକରି ସାଇସାର୍‌ଦା ସଙ୍ଗେ ଗିତ୍‌ନାଟ୍ କର୍‌ବାଇ। ଜେନ୍‌ତିକି ଜିକ୍‌ମିକି ଜାଇତେ ରଇବା ସସିର୍‌ ପାନି ପୁର୍‌ତିବିକେ ସୁନ୍ଦର୍ କର୍‌ସି, ସେ ରକାମ୍‌ ସବୁବେଲର୍ ମାପ୍‌ରୁ ଜନ୍‌ ଲକ୍‌ମନ୍ ବେସି ଆଗ୍‌ତୁ ମରି ଆଚତ୍ ସେମନ୍‌କେ ଆର୍‌ତରେକ୍ ଜିବନ୍ ଦେଇକରି ବଁଚାଇସି ।

ବିଚାର୍‌ନା ଆରି ଉଦାର୍‌ନା

20 ଏ ମର୍ ଲକ୍‌ମନ୍ , ତମେ ଗରେ ଜାଆ ଆରି କାପାଟ୍ ଡାବି ଅଇକରି ଚୁପ୍ ଅଇଦିଆସ୍‌ । ପର୍‌ମେସରର୍ ରିସା ଅଲପ୍ ଉନା ଅଇବାଜାକ କେତେ ସମଇ ଲୁଚିକରି ରୁଆ । 21 କାଇକେ ବଇଲେ ଦେକା ପୁର୍‌ତିବି ତେଇ ବାସା ଅଇ ପାପ୍‌କରି ରଇବା ଲକର୍ ପାଇଁ ସବୁବେଲର୍ ମାପ୍‌ରୁ ତାର୍ ଜାଗାଇ ଅନି ସାସ୍‌ତି ଦେବାକେ ଆଇଲାନି, ପୁର୍‌ତିବି ତେଇ ଲୁଚ୍‌ତେ ମାରାମାରି କର୍‌ତେ ରଇବାଟା ଜାନା ପଡ୍‌ସି ଆରି ମର୍‌ତେ ମାରି ରଇବା ଲକ୍‌କେ ଆରି ଲୁଚାଇ ନାପାରାସ୍ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-