Publicidade

Isaías 15

ମଆବର୍ ଲାଗି ବବିସତ୍ କାତା

1 ମଆବ ଏ ବିଅସଇରରେ ଆଗ୍‌କେ ଗଟ୍‌ବା କାତା । ମଆବର୍ ଆର୍‌ ନଗର ଆରି କିର୍ ନଗର୍ ଗଟେକ୍ ରାତି ବିତ୍‌ରେ ଚିନ୍‌ବିନ୍ ଅଇ ଗାଲା । 2 ସେ କାନ୍ଦ୍‌ବା ପାଇଁ ବଇତୁକ ଆରି ଦିବନ୍‌ ଉଚ୍ ଡଙ୍ଗ୍‌ରେ ଗାଲାଇନି; ନବ ଆରି ମେଦବାର୍ ବିସଇରେ ମଆବ କାନ୍ଦ୍‌ଲାନି; ସେମନର୍ ମୁଣ୍ଡ୍ ଅଲି ଦେଲାଇ ଆଚତ୍‌,ଆରି ସବୁ ଲକର୍ ଚଡ୍‌ମେସ୍ ମିସା କୁରାଇ ଦେଲାଇ ଆଚତ୍ । 3 ସେମନର୍ ସଡକ୍ ବାଟେ ସବୁଲକ୍‌ ଜାକ ବାସ୍‌ତା ପିନ୍ଦ୍‌ଲାଇ ଆଚତ୍; ନଗରର୍ ଚକ୍ ଜାଗାଇ ଆରି ଗରର୍ ଚାତ୍‌ ଉପ୍‌ରେ ଲକ୍‌ମନ୍ କାନ୍ଦ୍‌ଲାଇନି ଆରି ବେସି କାନ୍ଦିକାନ୍ଦି କରି ଆଉଲି ଅଇଲାନି। 4 ଇସେବାନ୍‌ ଆରି ଇଲିଆଲି କାନ୍ଦ୍‌ଲାଇନି; ସେମନର୍ ଆଉଲି ଜଅସ୍‌ ଜାକ ସୁନା ଗାଲାନି ; ସେଟାର୍‌ପାଇଁ ମଆବର୍ ସଇନମନ୍ କାନ୍ଦ୍‌ଲାଇନି ; ତାର୍ ଜିବନ୍ ବିତ୍‌ରେ କାନ୍ଦି ଗାଲାନି । 5 ଆମର୍ ମନ୍‌ପରାନ୍ ମଆବର୍ ଲାଗି କାନ୍ଦି ଗାଲାନି; ତାର୍ ଲକ୍‌ମନ୍ ସୟର୍ ଜାକ ଇଗଲ୍‌ଲତ୍ ସେଲିସିଆ ଜାକ ପାଲାଇଲାଇନି ; କାଇକେ ବଇଲେ ସେମନ୍ କାନ୍ଦିକାନ୍ଦି କରି ଲୁଇତ ଗାଟି ଉପ୍‌ରେ ଗାଲାଇନି; ଅର୍‌ନଇମ୍‌ ବାଟେ କୁରୁପ୍‌ନାସ୍ ଅଇବାର୍ ଲାଗି ସେମନ୍ ବେସି ଆଉଲି ଅଇକରି କାନ୍ଦ୍‌ଲାଇନି । 6 କାଇକେ ବଇଲେ ନିମ୍‌ରିମର୍ ପାନି ସବୁଜାକ ଆଁଟି ଜାଇସି, ଗାଁସ୍‌ ସବୁଜାକ ସୁକି ଗାଲା, କଅଁଲି ଗାଁସ୍ ଉନା ଅଇ ଆଇଲାନି , କଅଁଲା ଗାଁସ୍ ମୁଲ୍‌କେ ନାଇନି । 7 ସେଟାର୍‌ପାଇଁ ନିଜର୍ ଟୁଲିଆଇ ରଇବା ଦନ୍‌ସପତି ଆରି ସଙ୍ଗଇ ରଇବା ଦିନ୍‌ସୁ ପତର୍ ଗାଡ୍ ଲଗେ ରଇବା ବାଇସି ଗଚ୍‌ ଲଗେ ନିଆ ଜାଇସି । 8 କାଇକେ ବଇଲେ ମଆବର୍ ସାରାସାରିର୍ ଚାରି ବେଟ୍‌ତି ଅନି କାନ୍ଦ୍‌ବା ସବଦ୍‌ ସୁନା ଗାଲାନି । ତେଇର୍ ଆଉଲି ଅଇବାଟା ଇଗ୍‌ଲଇମ୍‌ ଜାକ ସୁନାଗାଲାନି। 9 କାଇକେ ବଇଲେ ଦିମନର୍ ପାନି ସବୁଜାକ ବନି ପାରା ଅଇଗାଲା ଆଚେ; ଆରି, ଆମେ ଦିମନର୍ ଉପ୍‌ରେ ଦୁକ୍ ଆରି ମଆବର୍ ପାଲାଇବା ଲକମନ୍ ଆରି ଦେସ୍‌ ବିତ୍‌ରର୍ ବାକି ରଇବା ଲକ୍ ମନର୍ ବିତ୍‌ରେ ସିଅଁ ବାଗ୍ ପାଟାଇବୁ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-