1 ଆମସର୍ ପିଲା ଜିସାଇଅର୍ ଦର୍ସନ୍ ଦେକ୍ଲାନି, ସେ ଜିଉଦା ରାଜାମନର୍ ଉସିଅ,ଜତମ୍, ଆଅସ୍ ଆରି ଇଜକିଅର୍ ସାସନ୍ କର୍ବା ବେଲେ ଜିଉଦା ଆରି ଜିରୁସାଲାମର୍ ବିସଇରେ ଏ ଦର୍ସନ୍ ଦେକି ରଇଲା।
2 ଏ ଆକାସ୍ ମଣ୍ଡଲ୍ମନ୍ ସୁନା, ଏ ପୁର୍ତିବି କାନ୍ ଡେରି କରି ସୁନା, କାଇକେବଇଲେ ସବୁବେଲର୍ ମାପ୍ରୁ କଇଲା ଆଚେ, "ମୁଇ ପିଲାଟକି ମନ୍କେ ପାଲ୍ଲି ଆଚି ଆରି କାଆପିଆ ପିନ୍ଦାଅଡା କରି ଆଚି, ମାତର୍ ସେମନ୍ ମର୍ ବିରୁଦେ କାରାପ୍ କାତା ବାର୍ତା କଲାଇନି ।" 3 ବଲଦ୍ ତାର୍ ନିଜର୍ ସାଉକାର୍କେ ଆରି ଗଦ ନିଜର୍ ପାନି କାଇବା କୁଣ୍ଡିକେ ଚିନ୍ସି; ମାତର୍ ଇସ୍ରାଇଲର୍ ଲକ୍ ମକେ, ଚିନି ନାପାର୍ଲାଇନି, ଆରି ମର୍ ଲକ୍ମନ୍ ଅଲପ୍ ମିସା ଜାନି ନାପାର୍ଲାଇନି । 4 ଏ ପାପ୍ ତେଇ ବୁଡି ରଇଲା କୁଟୁମ୍, ଅଦରମ୍ ବାଟେ ଇଣ୍ଡ୍ବା ଲକ୍ମନ୍, ପାଦ୍ରା କାମ୍ କର୍ବା ବଁସ୍, କୁରୁପ୍ନାସ୍ ଅଇବା ପିଲାମନ୍ ! ସେ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଚାଡି ଦେଲାଇ ଆଚତ୍, ସେମନ୍ ଇସ୍ରାଏଲର୍ ଦରମ୍କେ ମାନତ୍ ନାଇଁ, ସେମନ୍ ସେଟାକେ ଚାଡିକରି ଦୁରିକେ ଉଟି ଗାଲାଇ ଆଚତ୍ । 5 ତମେ ଜବର୍ ଜବର୍ ରିସା ଅଇ କାଇକେ ମକେ ଲାଗାଜଡା କଲାସ୍ନି? ପାଦେ ଅନି ମୁଣ୍ଡ୍ ଜାକ ସର୍ତେ ଗାଅ ଦାରାଇ ଅଇ ଆରି ମନ୍ ବିତ୍ରେ ସବୁ ଦୁର୍ବଲ୍ ଅଇଆଚେ । 6 ପାଦ୍ ତଲେ ଅନି ମୁଣ୍ଡ୍ ଜାକ ଗାଗଡ୍ ମୁଲ୍କେ ଟିକ୍ ନାଇ; ଅବ୍କା କଣ୍ଡିଆବଣ୍ଡିଆ,ଗାଉ ଚିନା ଆଚେ ଆରି ଗାଅ ତେଇ ପୁଜ୍ ବର୍ତି ଅଇଆଚେ; ସେ ତେଇ ଅସ ଲାଗାଇ ଅଏ ନାଇ କି ବାନ୍ଦି ଅଏ ନାଇ, କି ଚିକନ୍ ଲାଗାଇ ସେଟାକେ ପୁଚି ଅଏ ନାଇ । 7 ତମର୍ ଦେସ୍ ଦୁଲିସାତ୍ ଅଇଲା ଆଚେ; ତମର୍ ନଅଁର ସର୍ତେ ଜଇ ଲାଗି ପଡି ଗାଲା ଆଚେ; ତମର୍ ଜମି ବିନ୍ ଦେସର୍ ଲକ୍ମନ୍ ଆସି ତମର୍ ଲଗେ ଅନି ଚାଡାଇ ନେଲାଇନି, ସେଟା ବିନ୍ ଦେସର୍ ଲକର୍ ଲାଗି ବିନସ୍ଟ ଅଇବା ପାରା ଦୁଲିସାତ୍ ଅଇଲା ଆଚେ । 8 ଆରି ,ସିଅନର୍ ଟକି ଅଙ୍ଗୁର୍ ବାଡର୍ କୁଡିଆ,କାକ୍ଡି ବାଡ୍ ଜାଗ୍ବା କୁଡିଆ ପାରା, ଚାରିବେଟ୍ତି ପାଚୁରି ଟେକି ରଇଲା ନଅଁର୍ ପାରା ଅଇଲା ଆଚେ। 9 ସବୁର୍ ତେଇଅନି ଉପ୍ରେ ରଇବା ସବୁବେଲର୍ ମାପ୍ରୁ ଆମର୍ ପାଇଁ ଅଲପ୍ ଲକ୍ ଚାଡି ନ ରଇଲା, ଆମେ ସଦମର୍ ଆରି ଗମ୍ରାର୍ ପାରା ଅଇତୁ । 10 ଏ ସଦମ୍ ଦେସର୍ ସାସନ୍କାରିଆମନ୍, ସବୁବେଲର୍ ମାପ୍ରୁର୍ ବାକିଅକେ ସୁନା, ଏ ଅମ୍ରାର୍ ଲକ୍ମନ୍ ଆମର୍ ପର୍ମେସରର୍ ନିଅମ୍କେ କାନ୍ ଡେରି ସୁନା । 11 ସବୁବେଲର୍ ମାପ୍ରୁ କଇଲାନି, ଆମର୍ ପାଇଁ ତମେ ଦେଇ ରଇବା ବେସି ବଲିଦାନର୍ କାରନ୍ କାଇଟା ? ମୁଇ ମେଣ୍ଡାମନର୍ ଆରି ଗାଗଡ୍ ରଇଲା ପସୁମନର୍ ବଅସ୍କେ ମନ୍ କରୁନାଇଁ; ଆରି ପସୁ କି ମେଣ୍ଡା କି ଚେଲି ମନର୍ ବନିକେ ଆମର୍ ଲାଲ୍ସା ନାଇ । 12 ତମେ ମକେ ଆରାଦନା କର୍ବାକେ ଆଇବା ବେଲେ ପାଦ୍ ସଙ୍ଗେ ଆମର୍ ଦୁଆର୍କେ ଅସୁକଲ୍ କର୍ବାକେ , କେ, ତମର୍ ବିତ୍ରେ ଅନି ମନ୍ କଲାସ୍ନି? 13 ବେସି ନଇବେଦିଅ ଆନା ନାଇ; ଦୁପ୍ଦୁପ୍ନିକେ ଆମେ ଗିନ୍ କର୍ବୁ; ତମର୍ ଉଆଁସ୍ ରାତିର୍ ବିସଇ ବିସ୍ରାମ୍ ବାର୍ ଦିନେ ସବାଟାନେ ଜାନାଇବାଟା ଅଇଲାନି କାରାପ୍, ଆରି ବଡ୍ସବା ଅଇବାଟାକେ ଆମେ, ଦେକିକରି ସମାଲି ନାପାରୁ । 14 ଆମର୍ ଜିବନ୍ ତମେ ପାଲ୍ବା ଉଆଁସ୍ରାତି ଆରି ତିଆର୍ କରି ରଇବା ପରବ୍ଚନ୍ଦ୍କେ ଗିନ୍ କର୍ସି; ସେଟାମନ୍ ଆମର୍ ପାଇଁ ଦୁକ୍; ଆମେ ସେଟାମନ୍କେ ପାଲନ୍ କର୍ବାର୍ ଲାଗି ଦୁକ୍ ପାଇଲୁ ଆଚୁ। 15 ଆରି, ତମର୍ ଆତ୍ ମେଲାକରି କରିଡାକ୍ବାବେଲେ ମୁଇଁ ଆଁକି ଲିମି ଦେଇ ରଇବି; ଆରି ତମେ ସବୁରକାମର୍ ପାର୍ତନା କଲା ବେଲେ ଆମେ ନ ସୁନୁ। କାଇକେ ବଇଲେ ତମର୍ ଆତ୍ମନ୍ ବନି ଲାଗ୍ଲା ଆଚେ। 16 ତମେ ନିଜର୍ ପାପ୍କେ ନିଜେ ଦୁଆ, ଆରି ନିଜ୍କେ ନିଜେ ସୁକଲ୍ କରା; ଆମର୍ ଆକିକେ ତମର୍ କରାପ୍ କାମ୍ କଲାଟା ଦୁର୍ କର୍ବାର୍ ଆଚେ; କରାପ୍ କାମ୍ କର୍ବାଟା ଚାଡି ଦିଆସ୍; 17 ନିକ କାମ୍ କର୍ବାକେ ସିକା ; ବଲ୍ମନ୍ଦ୍ ବିଚାର୍ କର୍ବାକେ ଚେସ୍ଟା କରା, ଜାଗର୍ତା ନ ରଇବା ଲକ୍ମନ୍କେ ସାଇଜ କରା, ଆୟା ବାବା ନଇଲା ଲକ୍ମନ୍କେ ବଲ୍ମନ୍ଦ୍ ବିଚାର୍ କରା, ରାଣ୍ଡିମାଇଜି ମନର୍ ବାଟେ ଅଇକରି କାତା କୁଆ। 18 ସବୁବେଲର୍ ମାପ୍ରୁ କଇଲାନି, ଆସା, ଆମେ ସବୁଲକ୍ ମିସିକରି ବିଚାର୍ନା କରୁ; ତମର୍ ପାପ୍ ସବୁ ସିନ୍ଦୁର୍ପାରା ରଙ୍ଗ୍ ଅଇଲେ ମିସା ସସିର୍ ପାକାଇଲା ପାନି ପାରା ଦବ୍ଲା ଅଇସା; ସେମନ୍ କଲା ପାପ୍, ସବୁଜାକ ବନି ପାରା ରଙ୍ଗ୍ ଅଇଲେ ମିସା ମେଣ୍ଡା ରମ୍ ପାରା ଅଇସି । 19 ଜଦି ତମେ ରାଜିଅଇ କରି ବାକିଅକେ ମାନ୍ସା ବଇଲେ, ଦେସ୍ ବିତ୍ରେ ରଇବା ଆସିର୍ବାଦ୍ ପାଇସା। 20 ମାତର୍ ତମେ ଜଦି ନ ରାଜି ଅଇସା ଆରି ବିରଦ୍ କର୍ବା ଲକ୍ ଅଇସା ବଇଲେ, କାଣ୍ଡାସଙ୍ଗେ ତମ୍କେ ମାରା ଅଇସି; କାଇକେ ବଇଲେ ସବୁବେଲର୍ ମାପ୍ରୁର୍ ବାକିଅ ଏଟା କଇଲାନି ।
21 ବିସ୍ବାସ୍ କରି ରଇବା ନଗର୍ କେନ୍ତି ପାଦ୍ରି ଅଇଲା ଆଚେ! ସେ ବଲ୍ମନ୍ଦ୍ ବିଚାର୍ କର୍ତେ ରଇଲାଇ, ଦରମ୍ ଲକ୍ ମିସା ସେ ନଗରେ ବାସା କରି ରଇଲାଇ, ମାତର୍ ଏବେ ନର୍ ମାରୁମନ୍ ବାସା କଲାଇ ଆଚତ୍ । 22 ତମର୍ ରୁପା ଚିଲମ୍ ଦାରି ମାଟି ପାସ୍ଲି ଗାଲା ଆଚେ, ତମର୍ ଅଙ୍ଗୁର୍ ରସ୍ ତେଇ ପାନି ମିସି ଆଚେ । 23 ତମର୍ ମୁକିଆ ଲକ୍ମନ୍ ଆଉଲି ଆରି ଚର୍ମନର୍ ପାରା; ସବୁ ଲକ୍ ଲାଞ୍ଚ୍ ନେବାକେ ମନ୍ କର୍ବାଇ ଆରି ନିମାନ୍ କାମ୍ କର୍ବାକେ ମନ୍ ନ କରତ୍; ସେମନ୍ ଆୟା ବାବା ନ ରଇବା ଲକ୍ମନର୍ ବିଚାର୍ ନ କରତ୍, କି ରାଣ୍ଡିମାଇଜିମନର୍ ଗୁଆର୍ନା ତାକର୍ ଲଗେ ନ ଆସେ । 24 ସେଟାର୍ ପାଇ ମାପ୍ରୁ, ସବୁର୍ ତେଇ ଅନି ବଡ୍ ସବୁବେଲର୍ ମାପ୍ରୁ , ଇସ୍ରାଏଲର୍ ବପୁକାରିଆ କଇଲାନି, ସୁନା, ମର୍ ବିରଦ୍ କରୁ ମନର୍ ତେଇଅନି ମୁଇଁ ସୁକ୍ ପାଇବି ଆରି ମର୍ ସତ୍ରୁ ମନର୍ ଟାନେ ଅନି ବାଦ୍ଲା ନେବି; 25 ଆରି, ମୁଇଁ ତମର୍ ବାଟେ ଆତ୍ଲାମାଇ କରି ତମର୍ ଲଗେ ଲାଗି ରଇଲା ଚିଲମ୍କେ ଜଡାଇ କରି ଦଇଦେବି ଆରି ତମ୍କେ ଲାଗି ରଇଲା ଚିନ୍ ସବୁଜାକ ଦଇଦେବି; 26 ଆରି, ମୁଇ ପୁର୍ବ କାଲର୍ ପାରା ତମର୍ ବିଚାର୍ କାରିଆ ମନ୍କେ ଆରି ଆଗର୍ ସମଇର୍ ପାରା ତମର୍ ନେତା ମତ୍ରିମନ୍କେ ଆରିତରେକ୍ ତିଆର୍ କର୍ବି; ତାର୍ପଚେ ତମେ ଦରମ୍, ବିସ୍ବାସ୍ କର୍ବା ନଅଁର୍ ବଲିକରି ଡାକ୍ପୁଟା ଅଇସା। 27 ସିଅନର୍ ବଲ୍ମନ୍ଦ୍ ବିଚାର୍ନାର୍ ଲାଗି ଆରି ତାର୍ ମନ୍ ପେରାଇବା ଲକ୍ମନ୍ ସତ୍ ଦରମ୍ ଲକ୍ ଅଇକରି ମୁକ୍ତି ପାଇବାଇ। 28 ମାତର୍ ଅନିଆଇ କରି ପାପ୍ କଲା ଲକ୍ମନ୍ ଗଟେକ୍ ସଙ୍ଗେ କୁରୁପ୍ନାସ୍ ଅଇବାଇ ଆରି ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ବିସ୍ବାସ୍ ନ କରତ୍, ସେମନ୍କେ ସବୁଲକ୍କେ ମାରି ପାକାଇସି । 29 କାଇକେ ବଇଲେ ସେମନ୍ ତମେ ବାଚି ରଇବା ଆଁଟୁଆଁ ଅଲନ୍ ସୁକଲ୍ ଗଚର୍ ବିସଇରେ ଲାଜ୍ ଅଇ ଜିବାଇ, ଆରି ତମେ ନିଜର୍ ନିଜର୍ ବାଚି ରଇବା ଉଦିଆନ୍ ବାଡର୍ ବିସଇରେ ମିସା ମନ୍ଦୁକ୍ ଅଇସା। 30 ଜେନ୍ତିକି ତମେ ଆଁଟୁଆଁ ଅଲନ୍ ଗଚର୍ ସୁକ୍ଲା ପତର୍ ଆରି ପାନି ନ ରଇ କରି ସୁକିଜାଇ ରଇବା ଉଦିଆନ୍ ବାଡ୍ପାରା ଅଇସା । 31 ଆରି ବପୁ ଲକ୍ମନ୍ ସୁକ୍ଲା ଦାରୁ ପାରା ଆରି ତାର୍ କାମ୍ ଜଇ ଇଙ୍ଗ୍ରା ପାରା ଅଇସି; ସେଟା ଦୁଇଟା ଏକାସାଙ୍ଗେ ଲାଗ୍ବାଇ ଆରି ସେ ଜଇକେ, କେ, ମିସା ଲିବାଇ ନାପାରତ୍ ।