1 ତମର୍ଟାକେ କେ ନାଡାଇ କରି ନ ନେଲେ ମିସା ଜବର୍ଦସ୍ କରି ଚରାଇ ନେଲାସ୍ନି;ଆରି, ଲକ୍ମନ୍ ତମର୍ ବିସ୍ବାସେ ବିସ୍ ନ ଦେଲେ ମିସା ତମେ ସେମନ୍କେ ବିସ୍ବାସେ ବିସ୍ ଦେଲାସ୍ନି, ସେଟାର୍ ପାଇଁ ତମେ ଅବିସାପ୍ ପାଇବା ଲକ୍! ତମେ ଲକ୍ମନ୍କେ ଚରାଇବାଟା ଚାଡ୍ଲା ପଚେ ମିସା ତମେ ଚରାଇସା ଆରି ଅନିଆଇ କରି ସାରାଇଲା ପଚେ ମିସା ଲକ୍ମନ୍ ତମ୍କେ ବିସ୍ବାସେ ବିସ୍ ଦେବାଇ । 2 ଏ ସବୁବେଲର୍ ମାପ୍ରୁ, ଆମ୍କେ ଦୟା କର୍; ଆମେ ତକେ କେବ୍କେ ଆଇସି ବଲି ଜାଗିଆଚୁ; ତୁଇ ସବୁବେଲେ ସେ ଲକ୍ମନର୍ ପଡିଆ ପାରା ଅଇ ରଅ, ବିପଦ୍ ଆଇଲେ ମିସା ଆମର୍ ଉଦାର୍ କାରିଆ ଅଇକରି ରୁଆ । 3 ତୁଇ ଜେଡେବଲ୍ ଆମର୍ ବାଟେଅନି ଜୁଇଦ୍ କର୍ସୁ, ସେଡ୍କିବେଲେ ସେ ସର୍ତେ ଲକ୍ମନ୍ ପାଲାଇବାଇ, ଆରି ବିନ୍ ବିନ୍ ଦେସର୍ ଲକ୍ମନ୍ ବିନାବାଚା ଅଇ ଜିବାଇ । 4 ଆରି, ଜିଜିବଇନା ମନ୍ ଆସିକରି କାଇ ଦେବାଇ , ସେ ରକାମ୍ ତମର୍ ଚରାଇ କରି ସଙ୍ଗଇ ରଇବା କାଦିକେ କାଇ ଦେବାଇ; ଜେନ୍ତିକି ଚିଟ୍କାମନ୍ ଚିଟିକ୍ ଚିଟିକ୍ କରି ଡେଗଇବାଇ , ସେ ରକାମ୍ ଲକ୍ମନ୍ ତମର୍ ଉପ୍ରେ ଡେଗଇବାଇ । 5 ସବୁବେଲର୍ ମାପ୍ରୁ କେତେକ୍ ମଆନ୍, କାଇକେ ବଇଲେ ସେ ସବୁର୍ ଉପ୍ରେ ବାସା କର୍ସି; ସେ ସିଅନ୍ ତେଇ ନିଆ ବିଚାର୍ କର୍ବା ଲକ୍ ଆରି ଦରମ୍ ପାଇବା ଲକ୍ । 6 ଆରି, ତମେ ରଇବା ଜାକ ଦେସ୍ ସାନ୍ତି ରଇସି; ଉଦାର୍ ପାଇବାଟା ଆରି ଗିଆନ୍ ଆରି ବୁଦି ବେସି ବଡ୍ତେ ଜାଇସି; ସବୁବେଲର୍ ମାପ୍ରୁକେ ଡର୍ବା ବିସଇ ଅଇଲାନି ତାର୍ ବାଣ୍ଡାର୍ ଗରିଆ ଗରର୍ କୁଚିକାଡି । 7 ଦେକା, ସେମନର୍ ବପୁ ଲକ୍ମନ୍, ବାଇଲେ ଜାଇ ସାଇଜ ପାଇବାକେ ବଲିକରି କାନ୍ଦ୍ଲାଇନି; ଦେସର୍ ସାନ୍ତି କଜ୍ତେ ରଇବା କବର୍ କଉମନ୍ ବେସି କାନ୍ଦାବୁବା ଅଇଲାଇନି । 8 ରାଜାର୍ ବାଟ୍ଗାଟ୍ ସବୁ ସୁନ୍ସାନ୍ ଅଇଗାଲା, କେ ଗଟେକ୍ ଲକ୍ ମିସା ଆସ୍ଜା କରତ୍ ନାଇଁ; ସେ ନିଅମ୍ ବାଙ୍ଗାଇ ଆଚେ, ସେ ନଅଁର୍କେ ଗିନ୍ କଲା ଆଚେ, ସେ ଲକ୍ମନ୍କେ ମନ୍ଦିଆନ୍ ଦେଏ ନାଇଁ। 9 ଦେକା ଦେସ୍ କାନ୍ଦି କାନ୍ଦି କାଚ୍ରା ଗାଦି ପାରା ଅଇକରି ବାସ୍ନା ଅଇ ଗାଲାନି; ଲିବାନନ୍ ଲାଜ୍ ଅଇ ଜାଇକରି ସୁକି ଗାଲା ଆଚେ;ସାରନର୍ ବନ୍ ପାରା ଅଇଗାଲା ଆଚେ; ଆରି ବାସନ୍ ଆରି କର୍ମିଲ୍ ଗଚର୍ ପତର୍କେ ଦୁନିକରି ଜଡାଇ ଦେଲାନି।
10 ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଏବେ ମୁଇଁ ନିଜ୍କେ ଉଟାଇବି; ଆରି ଏବେ ମୁଇଁ ବପୁ ଅଇକରି ଗଟେକ୍ ମଆନ୍ ଲକ୍ ଅଇବି। 11 ତମେ ସବୁଲକର୍ କାରାପ୍ କାମ୍ ମନ୍କେ ନିଜର୍ କଲାସ୍ନି, ଆରି କାଇ କାମ୍କେ ନ ଆଇବା କାମ୍ମନ୍ ସୁକ୍ଲା ନାଡା ପାରା କଲାସ୍ନି, ତେବର୍ ପାଇଁ ଆମର୍ ଜିବନ୍ ପରାନ୍ କାନ୍ଦି ଗାଲାନି, ସେଟା ତମ୍କେ ଗିଲି ପାକାଇସି । 12 ଆରି, କୁଟୁମର୍ ଲକ୍ମନ୍ ଚାର୍ ପାରା ଚୁନ୍ ଅଇଜିବାଇ ଆରି ଜଇ ଲାଗାଇବା କାଟାବୁଟା ପାରା ଜଇ ଲଗେ ପଡି ମସ୍ରି ଜିବାଇ । 13 ଏ ଦୁରିକେ ରଇବା ଲକ୍ମନ୍, ତମେ ମୁଇ କଇବା ନିମାନ୍ କାମର୍ କାତା ସୁନା, ଆରି, ଏ ଲଗେ ଲଗେ ରଇବା ଲକ୍ମନ୍ ତମେ ମର୍ ବଲ୍ ବପୁକେ ଜାନା । 14 ସିଅନର୍ ପାପ୍ କଲା ଲକ୍ମନ୍ ବେସି ଡର୍ବାଇ; ଅଦରମ୍ ଲକ୍ମନ୍କେ ଅଟାତ୍ ବିଚାର୍ ଅଇଲାନି, ଆମର୍ ଲକର୍ ବିତ୍ରେ ଅନି ଜଇ ଲାଗ୍ବା ଜାଗା କେ ଜାଇ କରି ବାସା ଅଇ ରଇସି? ଆମର୍ ବିତ୍ରେ ଅନି କେ ସବୁବେଲର୍ ପାଇଁ ଜଇ ଲଗେ ପଡିକରି ମର୍ସି ? 15 ଜନ୍ ଲକ୍ ଦରମ୍ ବାଟ୍ ବାଟେ ଇଣ୍ଡ୍ସି ଆରି ଜେ ଜଦି ସତ୍ କାତା କଇସି; ଜେ ଜଦି ବିନ୍ ଲକର୍ ଜିନିସ୍କେ ଆସା ନ କରେ ଆରି ଲାଞ୍ଚ୍ ନ କାଏ, ଆରି କାରାପ୍ କାମ୍ କର୍ବାଟାମନ୍କେ ନ ସୁନେ, କାରାପ୍ କାମ୍କେ ନ ଦେକେ; 16 ସେ ଲକ୍ ଉଚ୍ ଜାଗାଇ ବାସା ଅଇସି; ପାକାନ୍ ଉପ୍ରେ ଗର୍ ବାନ୍ଦ୍ଲା ଲକର୍ ଦୁର୍ଗ ପାରା ତାର୍ ଦୁର୍ଗ ଅଇସି; ତାକେ କାଦି କାଇବାକେ ଦିଆ ଅଇସି; ଆରି ତାକେ କାଇବାକେ ପାନି ମିସା ସବୁବେଲେ ମିଲ୍ସି।
17 ଗଟେକ୍ ଦିନ୍ ଆର୍ ତରେକ୍ ତମେ ନିଜେ ରାଜା ସାସନ୍ କର୍ବାଟା ଦେକ୍ସା; ସେଟା ଗଟେକ୍ ଦୁର୍ ଦେସ୍ ଦେକ୍ସା। 18 ତୁଇ ଡର୍ବା ବିସଇ ମନ୍କେ ଜୁଆର୍ କର୍ସୁ; ସେ ଲେକ୍ବା ଲକ୍ କେନେ ଆରି ଡାବୁ ଉଟାଇବା ଲକ୍ କେନେ? ଡେଙ୍ଗ୍ ମେଡ୍ ଗର୍ ଏଜୁ କେନେ ଗାଲା? 19 ତମେ ଅଇଲାସ୍ନି ସେ ଦୁର୍ କୁଟୁମର୍ କୁଟୁମ୍; କଇବାକେ ଗାଲେ ଜନ୍ ଲକ୍ମନର୍, ମନର୍ କାତା ବୁଜି ନାପାର୍ଲୁସ୍, ବିନ୍ ଦେସର୍ ଲକ୍ମନର୍ କାତା ବୁଜି ନାପାର୍ଲୁସ୍, ସେ କୁଟୁମ୍କେ ଆରି ଦେକି ନାପାରୁସ୍ । 20 ଆମର୍ ସୁକଲ୍ ସବା ଜାଗା ସିଅନ୍ ନଅଁର୍କେ ଦେକା; ତମର୍ ଆଁକି ଜିରୁସାଲାମ୍ ସାନ୍ତି ସଙ୍ଗ୍ ବାସା ଅଇଲାଟା ଦେକ୍ସି, ସେଟା ତମୁ ପାରା ତେଇ ମାରି ରଇଲା କିଲା ଜିକି ନ ଅଏ କି ଡର୍ ନ ଚିଡେ । 21 ମାତର୍ ତେଇ ସବୁବେଲର୍ ମାପ୍ରୁର୍ ସଗ୍ତି ଆମ୍କେ ସାଇଜ କର୍ସି, ସେଟା ଅସାର୍ ଗାଡ୍ ଜିବା ପାରା ଆରି ଜର୍ନା ପାନି ବଇଜିବା ପାରା ଆଚେ, ତେଇ କେ ମିସା ଲଙ୍ଗି ନାପାରତ୍ କି ବଡ୍ ଜାଆଜ୍ ମିସା ଜାଇ ନାପାରେ । 22 କାଇକେବଇଲେ ସବୁବେଲର୍ ମାପ୍ରୁ ଆମର୍ ବିଚାର୍ କାରିଆ, ସବୁବେଲର୍ ମାପ୍ରୁ ଆମର୍ ବାକିଅ କାରି, ସବୁବେଲର୍ ମାପ୍ରୁ ଆମର୍ ରାଜା, ସେ ଆମ୍କେ ଉଦାର୍ କର୍ସି । 23 ତମେ ପୁଆଲ୍କେ ବଲ୍ଲା ଡର୍ କୁସ୍ଲି ଗାଲା ଆଚେ, ସେଟା ଅଲା ଜଇକେ ଡାଣ୍ଟ୍ କରି ନାପାରେ, ସେଡ୍କିବେଲେ ଚରାଇ ଆନି ରଇବା ଜିନିସ୍ ବାଟା କଲାଇ ; ଚଟା ଲକ୍ ମିସା ଚରାଇ ଆନି ରଇବା ଜିନିସ୍କେ ନେଲା । 24 ଆରି, ମୁଇ ଦୁକାସୁକା ଅଇ ଆଚି ବଲିକରି ସିଅନ୍ତେଇ ବାସା କରି ରଇଲା ଲକ୍ମନ୍କେ ନ କଅତ୍; ତେଇ ବାସା ଅଇଲା ଲକ୍ମନର୍ ପାପ୍ ଦସ୍ କେମା କରି ଦିଆ ଅଇସି ।