1 ତମେ ଆଉଲି ଅଇକରି ଜାନାଆ, ଡାକ୍ବାଟା ଉନା କରାନାଇଁ, ମଇରି ବାଜ୍ଲା ପାରା ତମର୍ ଟଣ୍ଡର୍ ଆଉଲିକେ ଆଉଲି କରା, ମର୍ ଲକ୍ମନ୍କେ ସେମନର୍ ଅଦରମ୍ କାମ୍କେ ଆରି ଜାକୁବର୍ କୁଟୁମ୍କେ ସେମନର୍ ପାପ୍କେ ଜାନାଆ । 2 ଅଇଲେ ମିସା ସେମନ୍ ସବୁଦିନେ ମର୍ ବାଟ୍କେ ଜାନ୍ବାକେ ଚେସ୍ଟା କର୍ତେ ରଇବାଇ; ଜନ୍ କୁଟୁମର୍ ଲକ୍ମନ୍ ଅଦରମର୍ କାମ୍ କର୍ବାଇ ଆରି ମର୍ ପର୍ମେ ସରର୍ ବିଦିବିଦାନ୍କେ ଚାଡତ୍ନାଇଁ, ସେମନର୍ପାରା ସେମନର୍ ଦରମର୍ ବିଦିବିଦାନର୍ ବିସଇକେ ପାଚାର୍ ବାଇ ଆରି ପର୍ମେସରର୍ ଲଗେ ଆଇବାକେ ମନ୍ କର୍ବାଇ । 3 ସେମନ୍ କଇବାଇ, ଆମେ କାଇକେ ଉପାସ୍ କଲୁନି ଆରି ତମେ କାଇକେ ଦେକାସ୍ ନାଇଁ ? ଆମେ କାଇକେ ଆମର୍ ନିଜର୍ ନିଜର୍ ଜିବନ୍କେ ଦୁକ୍ଦେଲୁନି ଆରି ତମେ କାଇକେ ମନ୍ ଦିଆସ୍ ନାଇ ? ଦେକା, ତମେମନ୍ ଉପାସ୍ ଦିନ୍ ନିଜର୍ ସୁକ୍ ପାଇବାକେ ଚେସ୍ଟା କଲାସ୍ନି ଆରି ବପୁରେ ସବୁ କସ୍ଟ କାମ୍ କଲାସ୍ନି । 4 ଦେକା, ତମେ ଲାଗାଜଡା ଆରି ମାଡ୍ଗଲର୍ ପାଇଁ, ଆରି କାରାପ୍ କାମ୍ କରୁର୍ ବିଦା ସଙ୍ଗେ ମାର୍ବାକେ ଉପାସ୍ କଲାସ୍ନି ; ତମର୍ ଆଉଲି ଅଇବାଟା ସରଗ୍ ଉପ୍ରେ ଜେନ୍ତିକି ସୁନା ଜାଇସି, ଏ ରକାମ୍ ଉପାସ୍ ରଇବାଟା ଆଜି ତମେ କରାସ୍ ନାଇଁ । 5 ଏ ରକାମ୍ ଉପାସ୍ , ନର୍ଜାତିର୍ ଜିବନ୍କେ କସ୍ଟ ଦେବାକେ ଏ ରକାମ୍ ଦିନ୍ , ଆମେ କାଇ ବାଚ୍ଲୁ ଆଚୁ ? ନାଲ୍ଲଗେ ରଇଲା ଗଚ୍ ପାରା ମୁଣ୍ଡକେ ନୁଆଁଇବାଟା , ସାନ୍ ବାସ୍ତା ଆରି ଚାର୍କେ ତଲେ ଅଚାଇ ଲାସ୍ନି ଏଟାକେ ତମେ ଉପାସ୍ ଆରି ସବୁବେଲର୍ ମାପ୍ରୁର୍ ଉଦେସେ କାଇ ନିମାନ୍ ଦିନ୍ ବଲିକରି କଇସା ? 6 ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍କେ କୁସ୍ଲାଇ ଦେବାଟା ଆରି ଜୁଆଡିର୍ ଡର୍କେ କୁସ୍ଲାଇବାଟା ଆରି ଚରାଇବା ଲକ୍ମନ୍କେ ମୁକ୍ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା, 7 କାଇବା ପିଇବାକେ ନ ରଇବା ଲକ୍ମନ୍କେ କାଦି ବାଟା କର୍ବାଟା , ଆରି ଗରେଅନି କେଦି ଦେଇ ରଇବା ଦୁକ୍ କସ୍ଟର୍ ଲକ୍ମନ୍କେ ନିଜର୍ ଗରେ ଡାକି ଆନ୍ବାଟା, ତମେ ଡୁମ୍ଣ୍ଡା ଅଇଲାଟାକେ ଦେକ୍ଲେ, ତାକେ ବସ୍ତର୍ ପିନ୍ଦାଇବାଟା ଆରି ତମର୍ ନିଜର୍ କୁଟୁମର୍ ଲକର୍ ଲଗେ ଅନି ନିଜ୍କେ ନ ଲୁଚାଇବାଟା, ଏ ରକାମ୍ ଉପାସ୍ ମୁଇ କାଇ ମନ୍ କରୁନାଇଁ ? 8 ଏନ୍ତାର୍ କଲେ ଗାଁସ୍ ପାରା ତମର୍ ଉଜଲ୍ ଜାନା ପଡ୍ସି ଆରି ତମର୍ ରଗ୍ ଦାପ୍ରେ ନିମାନ୍ ଅଇସି ; ଆରି, ତମର୍ ଦରମ୍ ଆଗ୍ତୁ ଆଗ୍ତୁ ଜାଇସି ; ସବୁବେଲର୍ ମାପ୍ରୁର୍ ତାରାସ୍ ତମର୍ ପଚ୍ବାଟେ ଆଇସି । 9 ସେଡ୍କିବେଲେ ତମେ ଡାକ୍ସା ଆରି ଏ ସବୁବେଲର୍ ମାପ୍ରୁ ଆମ୍କେ ପର୍ସନର୍ ଉତର୍ ଦେଇସି; ତମେ ସାଇଜ ପାଇବାକେ ଆର୍ତରେକ୍ କାନ୍ଦିକରି କଇସା, ଆରି ସେ କଇସି, ଆମେ ଇତି ଆଚୁ । ଜେବେ ତମେ ଆମର୍ କନ୍ଦର୍ ଜୁଆଡି, ଆଙ୍ଗ୍ଟି ସଙ୍ଗେ ଅରଜ୍ଲାଟା ଅଦରମ୍ ବାକିଅକେ ଦୁର୍କର୍; 10 ଆରି , ଜେବେ ଦୁକିରକି ଲକ୍ମନର୍ ଲାଗି ତମର୍ ଜିବନ୍ ଦେକ୍ସି ଆରି ତମେ ଦୁକର୍ ଜିବନ୍କେ ସାନ୍ତି କର୍ସା , ତେବେ ଆନ୍ଦାରେ ତମର୍ ଉଜଲ୍ ଦେକା ଜାଇସି ଆରି ତମର୍ ଆନ୍ଦାର୍ ମୁଇଦାନିଆର୍ ଉଜଲ୍ ପାରା ଅଇସି; 11 ଆରି ସବୁବେଲର୍ ମାପ୍ରୁ ସବୁବେଲେ ତମର୍ ସଙ୍ଗେ ରଇକରି ବାଟ୍ ଦେକାଇ ନେଇସି ଆରି ମରୁବାଲି ବୁଏଁ ଅନି ତମର୍ ଜିବନର୍ ସସ୍କେ ସାନ୍ତି କର୍ସି ଆରି ତମର୍ ଦୁର୍ବଲ୍ ଲକ୍କେ ବପୁ କୁରାଇସି; ତେଇ ତମେ ପାନି ଟୁଲିଆଇ କରି ଉଦିଆନ୍ ବାଡେ ଡାଲ୍ଲା ପାରା ଆରି କେବେ ନ ଆଁଟ୍ବା ଜର୍ନା ପାନିପାରା ଅଇସି 12 ଆରି , ତମେ ତମର୍ ବଁସର୍ ଲକ୍ ଆଗର୍ କାଲର୍ କୁନାଦି ଉପ୍ରେ ଆରି ତରେକ୍ ଗର୍ ତିଆର୍ କର୍ବାଇ; ତମେ ଆଗର୍ କାଲର୍ ବେସି କୁନାଦି ଉପ୍ରେ ଗର୍ କର୍ସା; ଆରି , ବାଙ୍ଗିଜାଇ ରଇବା ପାଚୁରିକେ ଟେକ୍ବା ଲକ୍ ପାରା ଆରି ବାସା କରି ରଇଲା ଲକ୍ମନର୍ ବାଟ୍କେ ତିଆର୍ କରି ଆଚୁସ୍ ବଲିକରି ଡାକ୍ପୁଟା ଅଇସା ।
13 ତମେ ଜେବେ ବିସ୍ରାମ୍ ବାର୍କେ ନ ମାନାସ୍, ମର୍ ସୁକଲ୍ ଦିନେ ନିଜର୍ ମନ୍କାମ୍ନାକେ ପୁରାପୁରୁନ୍ କର୍ବାକେ ଚେସ୍ଟା ଟାନେ ଅନି ନିଜର୍ ମନ୍କେ ପେରାଇସା ;ଆରି , ବିସ୍ରାମ୍ ବାର୍କେ ସୁକର୍ ଆରି ସବୁବେଲର୍ ମାପ୍ରୁର୍ ସୁକଲ୍ ଦିନ୍କେ ଆଲାଦର୍ ଦିନ୍ ବଲିକରି କଇସା ; ଆରି , ନିଜର୍ କାମ୍କେ ନ କରି ନିଜର୍ ମନ୍ କଲାଟାକେ ପାଇବାକେ ଚେସ୍ଟା ନ କରି କି ନିଜର୍ କାତା ନ କଇକରି ତାକେ ନିଜର୍ କର୍ବାଇ: 14 ସେନ୍ତାର୍ କଲେ ତମେ ସବୁବେଲର୍ ମାପ୍ରୁର୍ ଲଗେ ସାର୍ଦା କର୍ସା ; ଆରି, ମୁଇଁ ତମ୍କେ ପୁର୍ତିବିର୍ ଉଚ୍ଜାଗା ମନ୍କେ ବାସା କରାଇବି ; ଆରି ,ତମେ ବାବା ଜାକୁବର୍ ଅଦିକାର୍ ତମ୍କେ ବଗ୍ କର୍ବାକେ ଦେବି: କାଇକେ ବଇଲେ ସବୁବେଲର୍ ମାପ୍ରୁ ନିଜର୍ ଟଣ୍ଡେ ଅନି ଏନ୍ତାରି ବଲିକରି କଇଲା ଆଚେ ।