Publicidade

Isaías 63

ସବୁବେଲର୍ ମାପ୍‌ରୁ ବାଦ୍‌ଲା ନେବା ଦିନ୍‌

1 ଇଦମ୍ ଲଗେଅନି, ରଙ୍ଗ୍‌ ବସ୍‌ତର୍ ପିନ୍ଦି ବସ୍‌ରା ନାଉଁର୍ ଜାଗା ଲଗେ ଅନି ଜେ ଆଇଲାନି, ସେ କେ? ତାର୍ ଦବ୍‌ଲା ଲୁଗା ସଙ୍ଗ୍ ମଇମା ଆରି ନିଜର୍ ବେସି ବପୁ ସଙ୍ଗେ ଆଇଲାନି, ସେ କେ? ମୁଇଁ ଜେ, ଦରମ୍‌ଲକ୍‌ ଆରି ମୁକ୍‌ତି କର୍‌ବାକେ ଇଚା କଲିନି । 2 ତର୍ ପିନ୍ଦ୍‌ଲା ବସ୍‌ତର୍ ବନି ପାରା ଆରି କୁଣ୍ଡେ ଅଙ୍ଗୁର୍‌ ରସ୍ ପିଲ୍‌ବା ଲକର୍ ବସ୍‌ତର୍ ପାରା କାଇକେ ଅଇ ଆଚେ ? 3 ମୁଇଁ ଗଟେକ୍‌ ଲକ୍ ଅଙ୍ଗୁର୍ ରସ୍ ପିଲ୍‌ଲି ଆଚି, ମର୍‌ ସଙ୍ଗ୍ କେ ମିସା ନ ରଇଲାଇ, ମୁଇଁ ନିଜର୍ ରିସା ସଙ୍ଗ୍‌ ସେଟାକେ ମାଣ୍ଡି କୁଟୁକୁଟା କଲି ଆରି ମର୍ ରିସା ସଙ୍ଗ୍ ସେମନ୍‌କେ ଗଡ୍‌ ସଙ୍ଗ୍ ରମ୍‌ଦି ପାକାଇଲି, ତେବେ ସେମନର୍ ବନିର୍ ଚିନ୍ ମର୍ ଲୁଗା ଉପ୍‌ରେ ଉପଡ୍‌ଲା ଆରି ମର୍ ଦବ୍‌ଲା ଲୁଗା ରଚି ଗାଲା ଆଚେ । 4 କାଇକେ ବଇଲେ ମୁଇ ବାଦ୍‌ଲା ନେବା ଦିନ୍‌ ମର୍ ମନ୍‌ବିତ୍‌ରେ ରଇଲା ଆରି ମର୍ ଉଦାର୍ ପାଇବା ଲକ୍‌ମନର୍ ଦିନ୍ ଲଗେ କେଟ୍‌ଲା ଆଚେ । 5 ଆରି, ମୁଇଁ ପାସ୍‌ଲି ଦେକ୍‌ଲି, ଆରି ସାଇଜ କର୍‌ବାକେ କେ ନ ରଇଲାଇ ଆରି ଆକାସାକା ଅଇବାକେ କେ ନ ରଇଲା କେ ବଲି ମୁଇଁ ଡରି ଗାଲି; ଏଟାର୍‌ପାଇଁ ମର୍ ନିଜର୍ ଆତ୍ ବପୁ ମକେ ରକିଆ କଲା ଆରି ମର୍ ରିସା ମକେ ସାଇଜ କଲା । 6 ଆରି, ମୁଇଁ ମର୍ ରିସାରେ ଲକ୍‌ମନ୍‌କେ ବଗିମାଣ୍ଡି ପାକାଇଲି ଆରି ମୁଇଁ ରିସାରେ ସେମନ୍‌କେ ନିସା କୁଆଇ ମାତାଇ ପାକାଇଲି, ଆରି ବୁଏଁ ସେମନର୍ ଜିବନର୍ ବନି ଡାଲି ପାକାଇଲି ।

ଇସ୍‌ରାଏଲର୍ ଲକ୍‌କେ ସବୁବେଲର୍ ମାପ୍‌ରୁ ଆସିର୍‌ବାଦ୍‌

7 ମର୍ ସବୁବେଲର୍ ମାପ୍‌ରୁକେ ଲାଡ୍‌ମୁଆସ୍ ସଙ୍ଗେ ପାର୍‌ତନା କର୍‌ବୁ ଆରି ସବୁବେଲର୍ ମାପ୍‌ରୁ ମର୍ ସାଇଜ କଲା ଆଚେ, ଆରି ତାର୍ ବେସି ବିଦିବିଦାନର୍‌ ଦୟା ଆରି ବେସି ଲାଡ୍ ମୁଆଁସ୍ ଇସାବେ ଇସ୍‌ରାଏଲ୍ ବଁସର୍ ଜନ୍ ବେସି ମଙ୍ଗଲ୍ କଲା ଆଚେ, ସେ ଅନୁସାରେ ମୁଇଁ ସବୁବେଲର୍ ମାପ୍‌ରୁର୍ ମଇମା କର୍‌ବି । 8 କାଇକେ ବଇଲେ ସେ କଇଲା, ଜେନ୍‌ତି ମିସା ସେମନ୍ ମର୍ ଲକ୍, ଜନ୍ ଲକ୍‌ମନ୍ କାରାପ୍ କାତା ବାର୍‌ତା ନ କରେ, ସେ ରକାମ୍ ପିଲା ମନ୍‌ତମେ; ଏଟାର୍‌ପାଇଁ ସେ ସେମନର୍ ଉଦାର୍ କାରିଆ ଅଇଲା । 9 ସେମନର୍ ସବୁ ଦୁକ୍‌ରେ ସେ ଦୁକ୍‌ ଅଇଲା ଆରି ତାର୍ ମୁଁ ପାରା ଦୁତ୍ ସେମନ୍‌କେ ଉଦାର୍ କଲା; ସେ ନିଜର୍ ଲାଡ୍ ମୁଆସ୍ ଦେଇକରି ନିଜର୍ ଦଇଆ ମୁକ୍‌ତି କଲା ଆରି ସବୁଦିନର୍ ପାଇଁ ସେମନ୍‌କେ ଜତନ୍ କର୍‌ତେ ରଇଲା । 10 ମାତର୍ ସେମନ୍ ବିରଦ୍‌ ଅଇଲାଇ ଆରି ତାର୍ ସୁକଲ୍‌ ଆତ୍‌ମାକେ ଦୁକ୍ ଦେଲାଇ; ଏଟାର୍‌ପାଇଁ ସେ ଲେଉଟି ଆସିକରି ସେମନର୍ ସତ୍‌ରୁ ଅଇଲା ଆରି ସେ ନିଜେ ସେମନର୍ ବିରଦ୍‌ରେ ଜୁଇଦ୍ କଲା । 11 ସେଡ୍‌କିବେଲେ ସେ ପୁରୁବ୍‌କାଲେ , ମସା ଆରି ତାର୍ ଲକ୍‌ମନ୍‌କେ ଏତାଇ କରି କଇଲା, ଜେ ତାର୍ ରାସିର୍ ଗଉଡ୍‌ମନର୍ ସଙ୍ଗ୍ ସେମନ୍‌କେ ସମ୍‌ଦୁର୍ ଲଙ୍ଗାଇ କରି ଆନ୍‌ଲା, ସେ କେନେ ? ଜେ ସେମନର୍ ମନ୍‌ବିତ୍‌ରେ ସୁକଲ୍‌ ଆତ୍‌ମା ସଙ୍ଗଇଲା, 12 ଜେ ମସାର୍ ଉଜା ଆତ୍ ସଙ୍ଗେ ନିଜର୍ ମଇମାର୍ ବପୁର୍ ଆତ୍ ସଙ୍ଗେ ବାଟ୍ ଚାଲାଇଲା , ଜେ ନିଜର୍ ପାଇଁ ସବୁଦିନର୍ ପାଇଁ ନାଉଁ ରଇବାକେ, ସେମନର୍ ମୁଆଟେ ପାନିକେ ଦୁଇବାଗ୍ କଲା । 13 ଜେ ପାଦାଇ ଇଣ୍ଡ୍‌ବା ଗଡାପାରା ଡେଙ୍ଗ୍ ସମୁଦୁର୍ ବିତ୍‌ରେ ସେମନ୍‌କେ ଇଣ୍ଡାଇଲା ଆରି ସେମନ୍ ଜୁଟିଆଇ ମିସା ଅଅତ୍‌ ନାଇଁ, ସେ କେନେ ? 14 ପାଦାଇ ଉତ୍‌ରି ଜିବା ଗରୁ ରାସି ପାରା ସବୁବେଲର୍ ମାପ୍‌ରୁର୍ ଆତ୍‌ମା ସେମନ୍‌କେ ବିସ୍‌ରାମ୍ କରାଇଲା; ଏରକାମ୍ ତୁଇ ନିଜର୍ ପାଇଁ ଗଟେକ୍ ମଇମାର୍ ନାଉଁ ଦେବାକେ ତର୍ ଲକ୍‌ମନ୍‌କେ ଇଣ୍ଡାଇ ଲୁସ୍ ।

ଦୟା ଆରି ସାଇଜ ପାଇବାକେ ପାର୍‌ତନା

15 ଏବେ ସର୍‌ଗେ ଅନି ଉତର୍‌, ତର୍ ସୁକଲ୍‌ ଆରି ତର୍ ଉଜଲେ ବସି ରଇବା ଜାଗାଇ ଅନି ଦେକ୍; ତର୍ ଆଲାଦ୍‌ ଆରି ତର୍ ବପୁର୍ କାମ୍ ସବୁ କେନେ ? ତର୍ ମନର୍ ଦୁକା ଆରି ତର୍ ଲାଡ୍‌ମୁଆଁସ୍‌ ମର୍ ପାଇଁ ଉନା ଅଇ ଗାଲା ଆଚେ । 16 ଏଲେ ମିସା ଅବ୍‌ରାମ୍ ଆମ୍‌କେ ନାଜାନେ, ଆରି ଇସ୍‌ରାଏଲ୍ ଆମ୍‌କେ ନିଜର୍‌ କରେ ନାଇଁ ଅଇଲେ ମିସା ତୁଇ ମର୍ ବାବା; ଏ ସବୁବେଲର୍ ମାପ୍‌ରୁ, ତୁଇ ମର୍ ବାବା; ପର୍‌ତୁମେ ଅନି ମର୍ ଉଦାର୍ କାରିଆ ବଲି ତର୍‌ ନାଉଁ ଆଚେ । 17 ଏ ସବୁବେଲର୍ ମାପ୍‌ରୁ, ଆମ୍‌କେ ତର୍ ବାଟେ ଅନି କାଇକେ ବୁଲ୍‌କାଇଲୁସ୍‌ନି ଆରି ତକେ ଡର୍‌ବା ଲାଗି ଆମର୍ ମନ୍‌ ସବୁ ଆଁଟ୍ କରାଇ ଲୁସ୍‌ନି ? ତର୍ ଦାଙ୍ଗ୍‌ଡାମନ୍‌, ତର୍ ଅଦିକାର୍ ପାରା କୁଟୁମ୍ ମର୍‌ ପାଇଁ ବାଉଡା । 18 ତର୍ ସୁକଲ୍‌ ଲକ୍‌ମନ୍ ଅଲପ୍ ଦିନର୍ ପାଇଁ ସେଟା ଚାଡାଇଲାଇ; ଆମର୍ ସତ୍‌ରୁମନ୍‌ ତର୍ ସୁକଲ୍‌ ଗରେ ପାଦ୍‌ସଙ୍ଗେ ମାଣ୍ଡି ପାକାଇ ଆଚତ୍ । 19 ଜନ୍ ଲକ୍‌ମନର୍ ଉପ୍‌ରେ ତୁଇ କେବେ ସାସନ୍ କରୁସ୍‌ ନାଇଁ ଜନ୍‌ ଲକ୍‌ମନ୍ ତର୍‌ ନାଉଁରେ କେବେ ଡାକି ଅଇ ନ ରଇଲାଇ, ଏରକାମ୍ ଲକ୍‌ମନର୍ ପାରା ଆମେ ଅଇଆଚୁ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-