Publicidade

Isaías 55

ପର୍‌ମେସରର୍‌ ଆସିର୍‌ବାଦ୍‌

1 ଏ ସସ୍ ଲାଗ୍‌ବା ଲକ୍‌ମନ୍, ତମେ ପାନି ଲଗେ ଆସା, ଆରି ଜାକେ ମୁଲ୍‌କେ ଡାବୁନାଇଁ, ସେ ଆସ; ତମେ ଆସା, ଗେନା ଆରି କାଆ; ଉଁ, ଆସା, ଡାବୁକାସୁ ନଇଁତେ ଅଙ୍ଗୁର୍‌ ରସ୍ ଆରି ଦୁଦ୍ ଗେନା । 2 ନ କାଇବା ଜିନିସର୍ ପାଇଁ କାଇକେ ଡାବୁ କର୍‌ଚ କଲାସ୍‌ନି ? ଆରି ଜାଇଟା ମନ୍‌ ପୁରେନାଇଁ, ସେଟାର୍‌ପାଇଁ କାଇକେ ତମେ କସ୍‌ଟ ସଙ୍ଗ୍ କାମ୍ କଲାସ୍‌ନି? ମନ୍‌ଦେଇ କରି ଆମର୍ କାତା ସୁନା ଆରି ନିମାନ୍ ଜିନିସ୍ କାଆ ଆରି ଗାଗଡ୍‌ ଅଇବା କାଦି କାଇ ତମର୍ ଜିବନ୍‌କେ ସାନ୍ତି ଅଇବାକେ ଦିଆସ୍‌ । 3 କାନ୍‌ ଡେରା ଆରି ଆମର୍ ଲଗେ ଆସା; ସୁନା, ତାର୍‌ପଚେ ତମର୍ ଜିବନ୍ ବଁଚ୍‌ସି; ଅରି, ଆମେ ତମର୍ ସଙ୍ଗ୍ ଗଟେକ୍ ସବୁବେଲେ ରଇବା ନିଅମ୍, ଆରି, ଦାଉଦର୍ ପାଇଁ ସତ୍‌ସଙ୍ଗ୍‌ ଦୟା ବିଚାର୍ କର୍‌ସି । 4 ଦେକା, ଆମେ ତାକେ ଗସ୍‌ଟିମନର୍ ସାକି ରକାମ୍, ଗସ୍‌ଟିର୍‌ ମୁକିଆ ଆରି ଆଦେସ୍‌ଦେଉ ରକାମ୍ ବାଚିଆଚୁ । 5 ଦେକା, ଜନ୍ ଗସ୍‌ଟିକେ ତମେ ନାଜାନାସ୍, ତାକେ ତମେ ଡାକ୍‌ସା ଆରି ଜନ୍ ଗସ୍‌ଟି ତମ୍‌କେ ନାଜାନେ, ସେ ତମର୍ ଲଗେ ପାଲାଇ ଆଇସି, ସବୁବେଲର୍ ମାପ୍‌ରୁ ତମର୍ ପର୍‌ମେସରର୍ ଆରି ଇସ୍‌ରାଏଲର୍ ଦରମ୍‌ ରକାମର୍ ପାଇଁ ଏଟା ଗଟ୍‌ସି; କାଇକେ ବଇଲେ ସେ ତମ୍‌କେ ମଇମା କରିଆଚେ । 6 ଜନ୍‌ଜାକ ସବୁବେଲର୍ ମାପ୍‌ରୁର୍ ଚିନ୍ ମିଲ୍‌ସି ସେତ୍‌କି ଜାକ ତମେ ତାକେ କଜା, ଜନ୍‌ଜାକ ସେ ଲଗେଆଚେ, ସେ ଜାକ ତାର୍‌ ଲଗେ ପାର୍‌ତନା କରା । 7 କାରାପ୍‌ ବାଟେ ଜିବା ଲକ୍‌ମନ୍ ଆରି ଦରମ୍‌ ନଇଁଲା ଲକ୍ ନିଜର୍ ବାଟ୍ ଚାଡିଦେଅ; ଆରି, ସେ ସବୁବେଲର୍ ମାପ୍‌ରୁର୍ ତେଇ ବାଉଡି ଆସ, ତାର୍‌ପଚେ ସେ ତାକେ ଆଲାଦ୍‌ କର୍‌ସି; ଆରି ସେ ଆମର୍ ପର୍‌ମେସରର୍ ଲଗେ ବାଉଡ୍‌, କାଇକେ ବଇଲେ ସେ ସର୍‌ତେ ଜାକକେ କେମା କର୍‌ସି । 8 କାଇକେବଇଲେ ସବୁବେଲର୍ ମାପ୍‌ରୁ କଇଲାନି, ମର୍ ବାବ୍‌ନା ତମର୍ ବାବ୍‌ନା ରକାମ୍ ନାଇଁ, ଆରି ତମର୍ ବାଟ୍‌ ଆମର୍ ବାଟ୍ ପାରା ନାଇଁ । 9 କାଇକେ ବଇଲେ ପୁର୍‌ତିବି ଚାଡି ଆକାସ୍‌ମଣ୍ଡଲ୍‌ ଜେନ୍ତାର୍ ଉଚା, ସେ ରକାମ୍‌ ଆମର୍ ବାଟ୍‌ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ । 10 କାଇକେବଇଲେ ଜେନ୍ତାର୍ ବର୍‌ସା ଆରି ଦୁଉଁରି ଆକାସେ ଅନି ତଲେ ଆଇସି ଆରି ସିତି ବାଉଡି ନ ଜାଏ, ମାତର୍ ବୁଇଁକେ ସିତ୍‌ଲି କର୍‌ସି, ଆରି ତାକେ ପଲ୍‌ପୁଲ୍ ଆରି ଗାଁସ୍‌ସବୁ ଉବ୍‌ଜାଇସି, ଆକାସେ ଉଡ୍‌ବା ଚଡଇ ମନ୍‌କେ କାଇବାକେ ମୁଞ୍ଜି ଉବ୍‌ଜାଇବାକେ ସାଇଜ କର୍‌ସି ଆରି ଲକ୍‌ମନର୍ ପାଇଁ କାଦି ଜାଗାଇସି । 11 ମର୍ ଟଣ୍ଡେଅନି ବାରଇବା ବାକିଅ ସେନ୍‌ତାର୍ ଅଇସି; ସେଟା ମିଚ୍ ନ ଅଇତେ ଆମର୍ ଲଗେ ବାଉଡି ନ ଆସେ, ମାତର୍ ଆମେ ଜାଇଟା ଇଚାକର୍‌ବୁ, ସେଟା ସିଦ୍ କର୍‌ସି ଆରି ଜନ୍ କାମର୍‌ ପାଇଁ ଆମେ ପାଟାଇବୁ, ସେଟା ସପଲ୍ ଅଇସି । 12 ତେବେ ତମେ ସାର୍‌ଦା ସଙ୍ଗ୍ ବାରଇ ସାନ୍ତିସଙ୍ଗ୍ ଆଗେ ଆଗେ ନେବାଇ; କୁପ୍‌ଲି ଆରି ଡଙ୍ଗର୍‌ମନ୍ ତମର୍ ମୁଆଟେ ଆଉଲି ଅଇ ଗିତ୍ ଗାଇବାଇ ଆରି ସବୁ ବୁଇଁର୍‌ ଗଚ୍‌କୁଟ୍ ସବୁ ତାପ୍‌ଲି ମାର୍‌ବାଇ । 13 କାଟାଗଚ୍ ବାଦୁଲେ ଦେବ୍‌ଦାରୁ ଆରି କାଟାକଲି କାଟା ବାଦୁଲେ ମେଏନ୍ଦି ଗଚ୍ ଜାତ୍ ଅଇସି; ଆରି, ସେଟା ସବୁବେଲର୍ ମାପ୍‌ରୁର୍ ପର୍‌ସଙ୍ଗ୍‌ସା ରକାମ୍ ଆରି କେବେମିସା ନ କୁଇ ସବୁବେଲର୍ ଚିନ୍ ରକାମ୍ ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-