Publicidade

Isaías 48

ଇସ୍‌ରାଏଲର୍ ଲକ୍ ମନ୍‌ବାଉଡାଇବାଟା

1 ଏ ଇସ୍‌ରାଏଲର୍ ନାଉଁରେ ଡାକ୍‌ପୁଟା ଆରି ଜିଉଦା ଦେସର୍ ପାନି ଜଲାଇ ଅନି ଜାତ୍ ଅଇ ରଇବା ଜାକୁବ୍ ବଁସ୍ , ତମେ ଏ କାତା ସୁନା ; ତମେ ସବୁବେଲର୍ ମାପ୍‌ରୁର୍ ନାଉଁରେ ରାନ୍ ପାକାଇ ଆଚାସ୍ ଆରି ଇସ୍‌ରାଏଲର୍ ପର୍‌ମେସରର୍‌ ନାଉଁରେ ପାର୍‌ତନା କଲାସ୍‌ନି, ମାତର୍ ସତ୍‌ ବାବ୍‌ରେ କି ଦରମ୍ ସଙ୍ଗେ ନାଇଁ। 2 କାଇକେ ବଇଲେ ସେମନ୍ ତମ୍‌କେ ସୁକଲ୍ ନଅଁରର୍ ଲକ୍‌ ବଲିକରି ଡାକ୍‌ପୁଟା କର୍‌ବାଇ ଆରି ଇସ୍‌ରାଏଲର୍ ପର୍‌ମେସରର୍ ଉପ୍‌ରେ ଆସା କର୍‌ବାଇ; ତାର୍‌ ନାଉଁରେ ସବୁର୍‌ ତେଇଅନି ବଡ୍ ସବୁବେଲର୍ ମାପ୍‌ରୁ । 3 ମୁଇ ପୁରୁବ୍ କାଲେ ଅନି ପୁରୁବ୍‌କାଲର୍ କାତାକେ ଆଗ୍‌ତୁ ଅନି ଜାନାଇଲିନି ; ଉଁ ସେଟା ମର୍ ଟଣ୍ଡେ ଅନି ବାରଇଲା ଆରି ସେଟାକେ ମୁଇ ଜାନାଇଲି ; ମୁଇ ସେଟା କଲି ଆରି ସେ ଚକିତ୍ କାମ୍ ସବୁଜାକ ଗଟ୍‌ଲା । 4 ତମେ ଅମାନିଆଁମନ୍, ତମର୍ ଟଟ୍‌ରି ଲୁଆର୍ ନାଲା ପାରା ଆରି ତମର୍ କାପାଲ୍ ପିତଲ୍ ପାରା ବଲିକରି ଆମେ ଜାନ୍‌ଲୁ । 5 ସେଟାର୍‌ପାଇଁ ମୁଇ ଆଗର୍ କାଲେ ଅନି ତମର୍‌ ପାଇଁ ବଲିକରି ସେଟାକେ ଜାନାଇଲି; ସେଟା ଗଟ୍‌ବା ଆଗ୍‌ତୁ ତମ୍‌କେ ଜାନାଇଲୁ; ନଇଲେ ଏବେ ତମେ କଇତାସ୍, ଆମର୍ ଦେବ୍‌ତା ଏଟା କଲାଆଚେ, ଆମର୍ ତିଆର୍ କରି ରଇବା ଆରି ଚଁଚେ ଡାଲି ରଇବା ମୁର୍‌ତି ଏଟା ଆଦେସ୍ ଦେଲା ଆଚେ । 6 ତମେ ସୁନି ଆଚାସ୍; ଏଟା ସବୁଜାକ ଦେକା ଆରି ତମେ କାଇ ସେଟାକେ ଜାନାଇ ନାପାରାସ୍‌ ? ସେ ସମଏଁ ଅନି ଆମେ ତମ୍‌କେ ନୁଆଁ ବିସୟ୍ , କଇବାକେ ଗାଲେ, ତମେ ନାଜାନି ରଇବା ବିସୟ୍‌କେ ଦେକାଇ ଆଚି । 7 ସେ ସବୁ ଆଗର୍ କାଲେ ଅନି ନାଇଁ , ମାତର୍ ଏବେ ସୁସ୍‌ଟି ଅଇଲାର୍ ଏ ଦିନେ ଅନି ଆଗ୍‌ତୁ ତମେ ସେଟାକେ ସୁନାସ୍ ନାଇଁ ; ନଇଲେ ଏବେ ଦେକା, ଆମେ ସେଟା ସବୁଜାକ ଜାନ୍‌ଲୁ ବଲିକରି ତମେ କଇତାସ୍‌ । 8 ସତଇ ତମେ ସୁନାସ୍‌ନାଇଁ;ତମେ ଜାନାସ୍ ନାଇଁ ;ଆଗ୍‌ତୁ ଅନି ତମର୍‌ କାନ୍ କୁଲା ନ ରଇଲା ; କାଇକେ ବଇଲେ ତମେ ବେସି ବିସ୍‌ବାସେ ବିସ୍ ଦେଲାସ୍ ଆରି ତମର୍ ମନ୍ ବିତ୍‌ରେ ଅନି କାରାପ୍ କାମ୍ କର୍‌ବା ଲକ୍ ବଲିକରି ଉଡ୍‌ରା ଅଇ ରଇଲାସ୍ , ସେଟା ମୁଇ ଜାନ୍‌ଲି । 9 ଜେନ୍‌ତିକି ଲକ୍‌ମନ୍ ମର୍ ନାଉଁ ଦାରିକରି ଦନିଅବାଦ୍ କର୍‌ବାଇ, ମୁଇ ମର୍ ରିସାକେ ଉନା କରିଆଚି ; ମୁଇଁ ଆରି ରିସା ନ ଅଇନି ଆରି ତମ୍‌କେ କୁରୁପ୍‌ନାସ୍ ନ କରିନି । 10 ଦେକା, ମୁଇ ତକେ ପରିଚଲ୍ କରିଆଚି ମାତର୍ ରୁପା ପାରା ନଏ; ମୁଇ ତମ୍‌କେ ଜଇ ଲାଗାଇବା ଜାଗ୍‌ନି ଲଗେ ଜେନ୍ତାରି ରୁପାକେ ପାକାଇ ପରିଚଲ୍ ଅଇସି ସେନ୍ତାରି ତମ୍‌କେ ପାପ୍ ଦୁନିଆଇ ଅନି ବାର୍‌କରାଇ ଆନ୍‌ଲି ଆଚି । 11 ମୁଇଁ ଜନ୍‌ଟା କଲିନି ସେଟା ମର୍ ନିଜର୍ ପାଇଁ କରି ଆଚି ମୁଇ ମର୍ ନିଜର୍ ନାଉଁକେ କାରାପ୍ କର୍‌ବାକେ ନ ଦେଇ କି ମୁଇ ମର୍ ମଇମାକେ ବିନ୍ ଲକ୍‌କେ ନ ଦେଇ ।

ଇସ୍‌ରାଏଲ୍‌କେ ପର୍‌ମେସରର୍‌ ଡାକ୍‌ରା

12 ଏ ଜାକୁବ୍‌, ଏ ମର୍ ଇସ୍‌ରାଏଲର୍ ଲକ୍‌ମନ୍, ମର୍ ବାକିଅକେ ମନ୍‌ଦିଆନ୍ ଦିଆସ୍; ମୁଇ ସେ, ମୁଇ ଆରାମ୍, ଆରି ମୁଇ ଆକା ସାରାସାରି; 13 ଆରି ମର୍ ଆତ୍ ପୁର୍‌ତିବିର୍ ମୁଲ୍ ମୁଣ୍ଡା ତିଆର୍ କଲିଆଚି ଆରି ମର୍ ଉଜା ଆତ୍ ଆକାସ୍ ମଣ୍ଡଲ୍‌ ଜାକ ଲାମି ଆଚେ ମୁଇ ସେମନ୍‌କେ ଡାକ୍‌ଲେ ସରି, ଗଟେକ୍ ଲଗେ ରୁଣ୍ଡ୍ ଅଇକରି ଟିଆ ଅଇବାଇ । 14 ତମେ ସବୁଲକ୍ ଗଟେକ୍‌ ତେଇ ରୁଣ୍ଡ୍ ଅଇ କରି ସୁନା ; ସେମନର୍ ବିତ୍‌ରେ ଅନି କେ ଏଟାମନ୍‌କେ ଜାନାଇଲା ଆଚେ ? ସବୁବେଲର୍ ମାପ୍‌ରୁ ତାକେ ଆଲାଦ୍ କଲାଆଚେ ; ସେ ବାବିଲ୍‌ଗଡ୍ ତାର୍ ମନ୍‌କଲା ଗଡାକେ ସିଦ୍ କର୍‌ସି ଆରି କଲ୍‌ଦିଅ ମନର୍ ଉପ୍‌ରେ ତାର୍ ଆତ୍ ରଇସି । 15 ମୁଇ, ମୁଇ ଆକା ବାକିଅ କଇଲି ଆଚି; ଉଁ ଆମେ ତାକେ ଡାକ୍‌ଲୁ ଆଚି ; ଆମେ ତାକେ ଆନି ଆଚି , ଆରି ସେ ନିଜର୍ କାମେ, ନିଜର୍ ନିଜେ ସିଦ୍ ଅଇସି । 16 ତମେ ସବୁଲକ୍ ଆମର୍ ଲଗେ ଆସିକରି ଏ କାତା ସୁନା; ମୁଇ ପର୍‌ତୁମେ ଅନି ଲୁଚାଇଲା କାତା କଇ ନାଇଁ ଏଟା ଅଇବା ବେଲେ ଅନି ଇତି ମୁଇ ଆଚି ; ଆରି ଏବେ ମାପ୍‌ରୁ, ସବୁବେଲର୍ ମାପ୍‌ରୁ ମକେ ଆରି ତାର୍ ଜିବନ୍‌କେ ଡାକ୍‌ଲା ଆଚେ ।

ତାର୍ ଲକ୍‌ମନର୍ ପାଇଁ ସବୁବେଲର୍ ମାପ୍‌ରର୍ ଜଜ୍‌ନା

17 ସବୁବେଲର୍ ମାପ୍‌ରୁ ତମର୍ ମୁକ୍‌ତି କାରିଆ, ଇସ୍‌ରାଏଲ୍ ଦେସର୍ ସୁକଲ୍ ସବୁବେଲର୍ ମାପ୍‌ରୁ, ଏ କାତା କଇଲାନି ; ମୁଇ ସବୁବେଲର୍ ମାପ୍‌ରୁ, ତମର୍ ପର୍‌ମେସର୍, ତମ୍‌କେ କାମ୍‌କେ ଆଇବା ସିକିଆ ସିକାଇବି, ତମେ ଜନ୍‌ବାଟ୍‌ ବାଟେ ମନ୍ କର୍‌ସା ସେବାଟେ ତମ୍‌କେ ଜିବାକେ ଦେବି । 18 ଜଦି ତମେ ମର୍‌ କାତାକେ ମନ୍‌ଦିଆନ୍ ଦେଇତାସ୍ ବଇଲେ ! ତମର୍ ପାଇଁ ଆସିର୍‌ବାଦ୍ ଗାଡ୍ ବଇ ଜାଇତା ଜନ୍‌ଟାକି କେବେ ମିସା ନ ଆଁଟେ ! ଆରି ତମର୍ ଦରମ୍ ସମ୍‌ଦୁରର୍ ଲଉଡିପାରା ଅଇତା; 19 ତମର୍ କୁଲ୍ ମିସା ବାଲି ପାରା ବେସି ଅଇତାଇ ,ଆରି ତମର୍ ବନିକେ ଜନମ୍ ଅଇଲା ପିଲାମନ୍‌କେ ବାଲି ପାରା ଅଇତାଇ, ଆରି ମର୍ ଲଗେ ଅନି ସେମନ୍‌କେ ଦୁର୍ ନ କର୍‌ତି କି ବିନସ୍‌ଟ ନ କର୍‌ତି । 20 ତମେ ବାବିଲ୍ ଗଡେ ଅନି ଉଟି ଜାଆ, କଲ୍‌ଦିଅ ମନର୍ ବିତ୍‌ରେ ଅନି ପାଲାଇଲା ଲକ୍‌କେ ଦେକିକରି ଗିତ୍ ଗାଇଲା ପାରା ଆଉଲି ଅଇକରି ପର୍‌ଚାର୍ କରି ଜାନାଆ , ପୁର୍‌ତିବିର୍ ସନ୍ଦି ଜାକ ଏଟାକେ ଜାନାଆ ;ତମେ କୁଆ, ସବୁବେଲର୍ ମାପ୍‌ରୁ ଆମର୍ ଦାସ୍ ଜାକୁବ୍‌କେ ଉଦାର୍ କଲା ଆଚେ ବଲିକରି । 21 ଆରି,ସେ ବାଲିପଟା ବାଟେ ଇଣ୍ଡିଜିବାବେଲେ ସେମନ୍‌କେ ସସ୍ ଲାଗ୍‌ଲାକେ, ସେମନ୍ ପାନି କାଅତ୍‌ ବଲିକରି ପାକ୍‌ନ୍ ଟାନେ ଅନି ପାନି ବାର୍ କରାଇଲା , ଆରି ସେ ପାକ୍‌ନାକେ ମାରି ପୁଟାଇଲାକେ , ସେ ପାକାନେ ଅନି ପାନି ବାରଇଲା । 22 ସବୁବେଲର୍ ମାପ୍‌ରୁ କଇଲାନି,କାରାପ୍‌ ଲକ୍‌ମନ୍‌କେ କେବେ ମିସା ସାନ୍‌ତି ନ ମିଲେ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-